STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

କିଛି ଶେଷ କଥା

କିଛି ଶେଷ କଥା

2 mins
884

  ଜୀବନ ଛାଡ଼ୁନି ବୁଢ଼ୀଙ୍କର, ପଚରା ଯାଉଛି ଶେଷ ଇଛା, ଖନେଇ ଖନେଇ, ଅସ୍ପଷ୍ଟ ଭଵେ କହୁଛନ୍ତି, ଦେଖିବି ଟିକେ, ହେଲେ କାହାକୁ, ନିଶ୍ଚୟ ଜଗନ୍ନାଥ ଙ୍କୁ, ତ ଝିଅ ଜୋଇଁ, ନାତି ନାତୁଣୀ, ବୁଢ଼ୀଙ୍କ ମୁଁହ ପାଖେ ଠାକୁର ଠାକୁରାଣୀଙ୍କ ଫଟୋ ସବୁ ଧରି ରଖୁଛନ୍ତି, ପୁଣି ତାଙ୍କ ଶିଥିଳ ହାତକୁ ଆଣି ସେହି ଫଟୋ ଗୁଡିକରେ ଛୁଆଁଇଁ ଆଣୁଛନ୍ତି, ହେଲେ କିଛି ଲାଭାନାହିଁ l

   ଜୀବନ ଥିଲା ବେଳେ ସେ ମାଆ ଥିଲା, ଶିକ୍ଷା ଦୀକ୍ଷା ସମ୍ପର୍ଣ୍ଣ ଗୃହିଣୀ ସାଙ୍ଗକୁ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ମଧ୍ୟ. ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ଭିତରେ ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ଶିଖରକୁ ଛୁଇଁ ନପାରିଲେ ମଧ୍ୟ କମ ନାମ କରିନଥିଲେ ସେ, ଜୀବନରେ କେବେ ନିଜକୁ ବୟସ୍କା ଭାବିନଥିଲେ ବି ସମାଜ, ଘର ପରିବାର ଲୋକ ମାନେ ତାଙ୍କୁ "ବୟସ ହେଇଗଲାଣି ", କହିଲେ ମଧ୍ୟ ସେ ନିଜକୁ ଅସହାୟ ମନେ ନକରି ସ୍ବାମୀଙ୍କ ସହ, ନିଜେ କରିଥିବା , ସଜାଡି ରଖିଥିବା ଘରେ ଠିକଠାକ ଚଳୁଥିଲେ, ହେଲେ ସ୍ୱାମୀଙ୍କର ଦେହ ଖରାପ ସାମାନ୍ୟ ରୁ ଭିଷଣ ହେଲା ତ ପୁଅ ଯେବେ ତାଙ୍କୁ ଦିଲ୍ଲୀ ନେଇଗଲା ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ, ସେତେବେଳେ ବି ଅନୁରାଧା ହାରି ଯାଇନଥିଲେ, ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ସାହିତ୍ୟ ଭିତରେ ବୁଡି ରହିଥିଲେ, ହେଲେ ସ୍ୱାମୀ ଆଉ ଫେରିଲେନି, ତାଙ୍କର ଆଖି ଅପରେସନ ଠୁ ଆରମ୍ଭ କରି ଆଣ୍ଠୁ ଅପରେସନ ଯାଏଁ କଥା ଯାଇ, ସେ ଚଳତ ଶକ୍ତିହୀନ ହୋଇଗଲେ ଖବର ଶୁଣି ଭାଙ୍ଗିପଡିବା ପୁର୍ବରୁ ଝିଅ ଆସି ତାଙ୍କୁ ନେଇଗଲା, ହେଲେ କାହିଁକି କେଜାଣି, ସେ ଅଣନିଶ୍ୱାସୀ ହୋଇପଡିଲେ, ଦିଲ୍ଲୀ ଯିବାକୁ ଝିଅ ଛାଡ଼ୁନଥିଲା, ସ୍ୱାମିବି ଆସୁନଥିଲେ, ଆସିପାରିବାର କ୍ଷମତା ତାଙ୍କର ନଥିଲା ଶୁଣି ଅନୁରାଧା ବି ହେଲେ ଶଯ୍ୟାଶାୟୀ, ଆଉ ପାଲଟିଗଲେ ବୁଢ଼ୀ, ଆଉ ଏଵେ ଏତେ ଯନ୍ତ୍ରଣା ଭିତରେ ବି ଜୀବନ ଯାଉନି ତାଙ୍କର, ତ କଣ ଚାଁହୁଛନ୍ତି ସେ ?

  ନାତୁଣୀ ଟି ଦୁଃଖି ଥାଏ, ଆଈଙ୍କୁ ଚାହିଁ କେତେ କଣ ଭାବୁଥାଏ, ସେଦିନ କେହି ନଥିବା ବେଳେ ଅଜାଙ୍କ ଫଟୋଟିକୁ ଆଣି ଆଈଙ୍କ ହାତରେ ଧରାଇ ଦେଇ ଆଈଙ୍କ ହାତ ପାଦ ମୁଣ୍ଡ ଆଉଁସି ଦେଲା ପରେ ଆଈଙ୍କ ଆଖିରୁ ଦୁଇଧାର ଲୁହ ଗଡି ଯିବାରେ ସେ ମଧ୍ୟ କାନ୍ଦିଥିଲା ଢେର, ଆଉ କିଛି ସମୟ ପରେ ସମସ୍ତେ ଆସି ଦେଖିଥିଲେ ବୁଢ଼ୀଙ୍କ, ନିର୍ଜୀଵ ଦେହଟାକୁ, ମଶାଣୀକୁ ନେବା ପୁର୍ବରୁ, ତାଙ୍କ ହାତରୁ ଯୋର କରି ବୁଢାଙ୍କ ଫଟୋଟିକୁ ଛଡ଼ାଇବାକୁ ଚେଷ୍ଟା କରୁଥିଲେ, ବାପାଙ୍କୁ ଛାଡି ଯାଇହେବନି ତୁ କାମ ବଢ଼େଇଦେ ବୋଲି ଭାଇଠୁ ଶୁଣି ଭଉଣୀ, ବୁଢ଼ୀଙ୍କ ଝିଅ, ବୁଢୀଙ୍କୁ ବଧୂବେଶରେ ସଜାଇବାକୁ ଭୁଲିନଥିଲା, ନାତୁଣୀଟି କାନ୍ଦୁଥିଲା କଇଁ କଇଁ ହୋଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract