Satyabati Swain

Classics

3  

Satyabati Swain

Classics

କି ଭୋକରେ ବାବା !

କି ଭୋକରେ ବାବା !

4 mins
23



ପେଟରେ ପେଟେ ଖରା । ମାଧବ ମୀରା ଓ ମାଳା ସହ ଖରା ଖାଇ ଖାଇ ଚାଲୁଥିଲେ । ଏ ପେଟ ଖରା ସୂର୍ଯ୍ୟଙ୍କ ଖରା ଠାରୁ ଅଧିକ ପଡୁଥିଲା । ମୀରାକୁ ଗଛ ତଳେ ଶୁଆଇ ଦେଇ ମାଧବ ଓ ମାଳା ଫେଣ୍ଟା ଗୋଡି ମୁଣ୍ଡାଇ ବାଉଁଶ ଭାରାରେ ଚଢୁଥିଲେ ତିନି ମହଲା । ଖାଇବା ଛୁଟିରେ ମାଲିକ ବିସ୍କୁଟ ଓ ପାଉଁରୁଟି ଦେଇଛି ଗୋଟେ ଗୋଟେ । ତା ସହ ନାଲି ଚିନି ପକା ଚା ଟିକେ ବି । ଠେକା ମୁଣ୍ଡରୁ କାଢି ମୀରା ପାଖେ ଫାଆଁ ଗାଳି ପଡିଗଲା ମାଧବ । ଗୋଡ଼ ହାତ ଛାଟି ମୀରା ବାପାକୁ ଦେଖି ହୁଁ ହାଁ କରୁଥାଏ । ମାଳା ଗୋଟିଏ ବିସ୍କୁଟ ଓ ଗୋଟିଏ ପାଉଁରୁଟି ଖୋଲି ମାଧବକୁ ଦେଲା ପ୍ରାୟତଃ ନବେ ଭାଗ । ଆଉ ବଳକାତକ ଖାଉ ଖାଉ ମାଳା କହୁଥାଏ ; ଏତିକିରେ ଚଳେଇ ଦେବା । ଅନ୍ୟ ବିସ୍କୁଟ ଓ ପାଉଁରୁଟି ସନ୍ଧ୍ୟାବେଳେ ଗଲେ ଖାଇବା । ମାଧବ କହିଲା ତୁ ଖା । ନ ଖାଇଲେ ଏ ଖରାରେ କାମ କେମିତି କରିବୁ । ସହଜେ ମୀରା ତୋ ଠାରୁ କ୍ଷୀର ଖାଉଛି ପରା । ପେଟ ପୁରା ଖା । ଆଜି ପଇସା ପାଇଲେ କିଛି ଚୁଡା ଗୁଡ଼ କି ବିସ୍କୁଟ ପାଉଁରୁଟି ନେଇ ଯିବାନି ଖାଇବା ପାଇଁ । 


ପିଲାଟିକୁ ଛାତିରେ ଜାକି ମାଳା କହିଲା ଆଜି ପଇସାରେ ଆମ ମୀରା ପାଇଁ ଗୋଟେ କ୍ଷୀର ଡବା ନେବା । ମୋ କ୍ଷୀରରେ ତା ପେଟ ପୁରୁନି । ରାତିସାରା ଭୋକରେ କାନ୍ଦୁଛି ସେ । 

***

ଫୁଟପାଥରେ ବଢୁଥିବା ବିଜୁ ଅଇଁଠା ପତର ଚାଟୁଥିଲା ପେଟର ଭୋକ ପାଇଁ । ଜରି ଗୋଟାଉ ଥିଲା ବିଶନ ସେଇ ପେଟ ଭୋକ ପାଇଁ । 

***

ଦେହ ଭୋକ ପାଇଁ ଶୃଗାଳଟା କଅଁଳା ଛୁଆଟିକୁ ଟାଣି ନେଉଥିଲା ବୁଦା ସେପଟ ଜଙ୍ଗଲକୁ । ତାପର ଦିନ, ପୋଲିସ୍ ଉଦ୍ଧାର କଲା ସ୍କୁଲ ଫେରନ୍ତା ନିଖୋଜ ନାବାଳିକା ଶବ ଜଙ୍ଗଲ ଭିତରୁ । 

***

ନାରୀଟା ବି ତା ଦେହ ଭୋକ ମେଣ୍ଟାଇବା ପାଇଁ କରିଥିଲା ଗୋଟେ ମଧୁଶାଳା । ବିକୁଥିଲା ଦେହ ଅର୍ଥ ପରିବର୍ତ୍ତେ । ଅବୈଧ ସମ୍ପର୍କ ରଖୁଥିଲା ବିଶ୍ୱସ୍ତ ସ୍ୱାମୀ ପର ସ୍ତ୍ରୀ ସହ ସେଇ ଦେହର ଭୋକ ପାଇଁ । 

****

କ୍ଷମତା ଭୋକ ପାଇଁ କୁକୁର କାମୁଡି କାମୁଡି ନେଉଥିଲା କିଛି ନିରୀହ ପ୍ରାଣ । ସୁଡ଼ଙ୍ଗରେ ଲୁଚିଥିଲେ କିଛି ଶୃଗାଳ ସେଠାରେ ରାତି ଅପେକ୍ଷାରେ । 

***

ପ୍ରଶଂସା ଭୋକ ଏ ଯୁଗରେ ଏତେ ଅଧିକ !! ପ୍ରଶଂସା ପାତ୍ର ନହେଲେ ବି କାହିଁକି ପ୍ରଶଂସା କଲ ନାହିଁ ବୋଲି କି ଶାଣିତ ଶବ୍ଦ ବାଣ ପେଷଣ ! ଖୋଲା ଖୋଲି ଅପମାନ ଓ ଅପବାଦର ଯୁଦ୍ଧ!!

****

ପ୍ରତ୍ୟକ୍ଷ ଅନୁଭବୀ ମୋର ଜଣେ ସାଙ୍ଗ ମୋତେ ତା ଅନୁଭୂତି କହୁଥିଲା । କି କେମିତି ମେଗାଜିନରେ ଲେଖା ନ ବାହାରିବାରୁ ଜଣେ ଉଚ୍ଚପଦସ୍ଥ ଭଦ୍ରବ୍ୟକ୍ତି ଖୁବ୍ ଅପମାନ ଦେଇଥିଲେ ତାକୁ । ସଂଗୃହୀତ ସମସ୍ତ ଲେଖା ଗୋଟିଏ ପତ୍ରିକାରେ ବାହାରିବା ସମ୍ଭବ କି ? ଯୋଗ୍ୟ ଲେଖା ସିନା ସ୍ଥାନିତ ହେବ; ଚୟନ ପ୍ରକ୍ରିୟା ଦ୍ୱାରା, ସମ୍ପାଦକ ମଣ୍ଡଳୀ ଦ୍ୱାରା । ଅବଶ୍ୟ ଲେଖା ମାନ ନୁହେଁ ଆଜିକାଲି ଲେଖା ତଳେ ପଦବୀ ଦେଖି ଲେଖା ବାହାରୁଛି ବୋଲି ଗୋଟିଏ ବଡ଼ ସାହିତ୍ୟ ସଭାରେ ଜଣେ ମହାନ ସାହିତ୍ୟ ରଥୀ ତଥା ପ୍ରଶାସକ କହିଥିଲେ ନିଜ ଅଭିଜ୍ଞତାରୁ ପରୀକ୍ଷା କରି । ତ ପଦବୀଧାରୀ ହେଲେ ବି ପତ୍ରିକାରେ ତାଙ୍କ ଲେଖା ବାହାରିନଥିବାରୁ ବହୁତ କ୍ଷୋଭ ପ୍ରକାଶ କରି ଅପମାନ ଦେବା କେତେ ଦୂର ଯଥାର୍ଥ । ମୁଁ ତ କହିବି ସେ ପତ୍ରିକା ନିଶ୍ଚୟ ସାହିତ୍ୟକୁ ଭଲ ପାଉଥିବ ଏରା ଗେରା ଲେଖାକୁ ସ୍ଥାନ ଦେଇନଥିବାରୁ । ସେ ପତ୍ରିକା ତଥା ସେ ସମ୍ପାଦନାମଣ୍ଡଳୀ କର୍ମକର୍ତ୍ତାଙ୍କୁ ମୋର ସାଦର ପ୍ରଣାମ । ଏଇଟା ବି ପ୍ରଶଂସା ଭୋକର ଗୋଟେ ନମୁନା । 


ଆଉ ଜଣେ ବହୁତ ବହି ପ୍ରକାଶ କରୁଥିବା ଲେଖିକା ବିଷ ଉଦ୍ଗାରୀ ପକାଇଲେ ଯେ କାହିଁକି ତାଙ୍କୁ କବିତା ପାଠ କରିବା ସୁଯୋଗ ଦିଆଗଲା ନାହିଁ । ନିମନ୍ତ୍ରିତ ଅତିଥିଙ୍କ ଭୋକ ବି ତହୁଁ ବିଚିତ୍ର । ପାଇଯିବେ ଯଦି ଗୋଟେ ମଞ୍ଚ ନିଜ ପ୍ରଶଂସାରେ ଶତମୁଖ ହୋଇ ଭାଷୁଥିବେ ଭାଷୁଥିବେ ସମୟକୁ ଅଣଦେଖା କରି । ସୁତରାଂ ସଭା ସରିବ ବିଳମ୍ବରେ । ଅଳ୍ପ କବିତା ପାଠ ହୋଇନଥିବ ସଞ୍ଜ ନଇଁବ । ସଭା ଶେଷରେ ଗାଳି, ଅପାମାନ ପୁଟୁଳି ବାନ୍ଧି ନେବ ଆୟୋଜକ । ଇଏ ବି ସତ କଥା କାହିଁ କେତେ ଦୂରରୁ କବିତା ପାଠ କରିବାକୁ ଡାକି ସେଇତକ ସୁଯୋଗ ନ ପାଇବା ବଡ଼ ଦୁଃଖର ବିଷୟ । କିନ୍ତୁ ଗାଳିଗୁଲଜ କରି ନିଜ ସଂକୀର୍ଣ୍ଣ ମନର ପରିଚୟ ଦେବା କି ଆବଶ୍ୟକ । ମୋ ସାଙ୍ଗ ଏଥିପାଇଁ ହାତରୁ ସଭାଟି ପାଇଁ ପନ୍ଦର ହଜାର ଖର୍ଚ୍ଚ କରି କିଣିଲା ଲୁହ । 


ବେଶୀ ସୋସିଆଲ ମିଡିଆ ଚାଟୁ କାରିତା । କି କୁରୁକ୍ଷେତ୍ରରେ ବାବା! କେବଳ ପାଠକ ହୋଇ କିଛି ଦିନ ମୁହଁ ବହିକୁ ଦେଖ ତ । ଉତ୍ତର ମିଳିଯିବ ଏ ଭୋକର ପାଦୁର୍ଭାଵ କେତେ । ମୋତେ ଲାଗେ ଏଠି ପ୍ରଶଂସା ଲାଳସା, ମୋତେ ଅଧିକ ମତାମତ ଭୋକ ଜୋର ଘାରିଛି । କିଛି ପାଠକ ବି ଅଛନ୍ତି ନ ପଢି ଦେଇଦେବେ ମତାମତ । ହେ ପାଠକ ! ତୁମେ ଶ୍ରେଷ୍ଠ ବିଚାରକ । ତୁମ ମତାମତ ଜଣେ ଛୋଟ ହେଉ କି ବଡ଼ ଲେଖକକୁ ବଢିବା ପ୍ରେରଣା ଦେବା ସହ ସାହିତ୍ୟକୁ ସମୃଦ୍ଧ କରିବ । ତୁମ ମିଛ ମତାମତ ଗୋଟିଏ ଦୁଃସ୍ଥ ସାହିତ୍ୟିକ ସୃଷ୍ଟି କରିବ । ବିଚରା ସତ ପାଖେ ପରାଜିତ ଗ୍ଲାନି ସହି ପାରିବ ତ?


କଲମର ବି ଭୋକ । ମୋତେ ମିଛ ହେଉ ପଛେ ଗୁଡାଏ ମତାମତ ମିଳୁ । ଆରେ ବାବୁ ଭଲ ଲେଖାକୁ ପ୍ରଶଂସା ଦିଅ । ପଢ଼ ମତ ସାବ୍ୟସ୍ତ କର । ଲେଖନୀର ଦୋଷ ଦୁର୍ବଳତା ଦର୍ଶାଅ ହୋ ପାଠକ ମୁଖ୍ୟ ବିଚାରକ । 


ଆଉ ଦ୍ଵିତୀୟ ବ୍ରହ୍ମା ମହାଶୟଙ୍କ ବି କି ଅଜବ ଭୋକ!ଯେମିତି ଅନେକ ଦିନ ଧରି ଉପାସ । ଯାହା ପାଇବେ ଖାଇ ଯିବେ । ଖାଇବା ପାଇଁ ଦେହ ବଞ୍ଚେ,ଏହା ସତ୍ୟ । କିନ୍ତୁ ଅଖାଦ୍ୟ!!ଦେହ ବିଗାଡି ଦିଏ । ଅଚଳ କରିଦିଏ ମନ । କମେଇଦିଏ ଆୟୁଷ । 


ଆଇ ଆଇ ଓ କି ଭୋକରେ ବାବା!




Rate this content
Log in

Similar oriya story from Classics