Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Chhabi rani Pati

Romance

5.0  

Chhabi rani Pati

Romance

କାଶ୍ମୀରର ନିଆରା ଏକ:ପ୍ରେମ କାହାଣୀ

କାଶ୍ମୀରର ନିଆରା ଏକ:ପ୍ରେମ କାହାଣୀ

8 mins
306


ଭାରତର ଭୂସ୍ବର୍ଗ .....କାଶ୍ମୀର । ଆଉ ନରୱେ ର ଧଳା ଭାଲୁ ମାନଙ୍କପରି ବେଶ ସୁନ୍ଦର ଡ଼ଉଲ ଡାଉଲ ଗୋରୀ ମାନେ ହେଉଛନ୍ତି ସେଠିକାର .....ତରୁଣୀ ମାନେ । ପରୀ ନୁହେଁ ତ'........ସତେକି' ଏମାନେ, ସ୍ୱର୍ଗର ଗୋଟେ ଗୋଟେ ଅପସରୀ । ଏମିତି ବି' ଗୋରା ଚମଡା .... ଆମ ଭାରତୀୟ ମାନଙ୍କର ଭାରି ପସନ୍ଦ । ବଡ଼ ଦୁର୍ବଳତା କହିଲେ ଅତ୍ଯୁକ୍ତି ହେବନି । ଟିକେ ଗୋରା ଦେଖାଯିବା ପାଇଁ ....କରନ୍ତି ନିଜର କେତେ କେତେ ଯତ୍ନ । ଖର୍ଚ୍ଚ କରି ଦିଅନ୍ତି ..... ଅମାପ ଧନ । ଛାଡ଼ନ୍ତୁ ଆଜ୍ଞା , ମୂଳ କଥାକୁ ଆସିବା । କାଶ୍ମୀରର ଭୂସ୍ବର୍ଗ ସୌନ୍ଦର୍ଯ୍ୟର ପ୍ରାଚୁର୍ଯ୍ୟ ଭିତରେ ନିଜକୁ ହଜାଇ ଦେବାକୁ ଜୀବନରେ ଥରେ ହେଲେ ଯିବାକୁ ଚାହୁଁଥାଏ ...... ଆବାଳ, ବୃଦ୍ଧ , ବନିତା ..... ସମସ୍ତଙ୍କର ମନ । ବରଫାବୃତ ସେହି ଫୁଲ , ଫଳ , ନଦୀ , ଝରଣା , ବଣ , ପାହାଡ଼ ଘେରା କାଶ୍ମୀର୍‌ କୋଳରେ ନିଜକୁ ବିଭୋର କରି ଦେବାର ସୁନେଲି ସ୍ବପ୍ନ ସମସ୍ତଙ୍କ ମନରେ ଥାଏ । ଯେମିତି ସେ'ଦିନ ଭୋଳ ହୋଇଯାଇ ଥିଲେ.....ମେଜର ଅବଦୁଲ ଅହମଦ । କିନ୍ତୁ , ପ୍ରକୃତିର ଚା଼ରୁ ଚିତ୍ରରେ ଏ'ପରି ହଜିଗଲେ ଯେ'.........ଆଉ ପଛକୁ ଫେରି ଚାହିଁ ନ'ଥିଲେ ; ଏମିତିକି ନିଜ ଜନ୍ମ ମାଟିକୁ ମଧ୍ୟ ।


         କଳାକାରଟିର ମନ ; ନିରନ୍ତର ଆକର୍ଷିତ ଥାଏ .....ବିଶ୍ୱ ନିଅଁତାଙ୍କ ପ୍ରକୃତି ଉପରେ ।  ପେଶା ରେ ଯବାନ ସତ , ମାତ୍ର ; ନିଶା ଥିଲା ପେଣ୍ଟିଙ୍ଗ୍‌ରେ । ଏମିତି ଚିତ୍ର ଆଙ୍କୁ ଆଙ୍କୁ ନିରୋଳାରେ ଦେଖୁଥିଲେ .......ଜଣେ ସୁନ୍ଦରୀ , ସୁଶୀଳା ତରୁଣୀଙ୍କୁ । ମନେ ମନେ ଭଲପାଇ ବସନ୍ତି .....ନିଜ ଅଜ୍ଞତାରେ ।ଏହିପରି କିଛି ଦିନ ଅନ୍ତେ ସରିଯାଏ ଛୁଟି ଦିନ ମାନ.....ଜାଣି ପାରନ୍ତିନି ଅବଦୁଲା । ମନର ମାନସୀ ସେହି ପ୍ରେୟସୀର ଅନେକ ଚିତ୍ର ; ନିଜ କାନଭାସରେ ସାଉଁଟି ଫେରୁଥା'ନ୍ତି କର୍ତ୍ତବ୍ୟର ଗନ୍ତବ୍ୟ ସ୍ଥଳୀକୁ । ଅନତି ଦୁରେ ଦେଖା ହୁଏ ସେହି ତରୁଣୀ ଜଣକ । ଚାହିଁ ରୁହନ୍ତି....... ଯେମିତି ; ମୃତ୍ୟୁକୁ ଅନେକ ଥର ପାଖରୁ ଦେଖି ଥିବା ଯବାନର ହୃଦୟକୁ....... ଯେପରି ଛୁଇଁ ଚା଼ଲି ଯାଉଥିଲା ଜୀବନ । ଆଉ , ଦେଶମାତୃକାର ସେବାରେ ଉତ୍ସର୍ଗୀକୃତ ଜୀବନ ରେ ....... କ'ଣ ଥାଏ କିଛି ଠିକ୍‌ ଠିକଣା .....!! ଏଇ କ'ଣ ମୋ' ଜୀବନର, ସେଇ ଶେଷ ସନ୍ଧିକ୍ଷଣ .....!!! ଜ୍ଞାନ ଶୂନ୍ୟ ଭାବେ ଡେଇଁ ପାରନ୍ତିକି' ସମୟ ଆଉ ପରିସ୍ଥିତି କୁ ଭ୍ରୁକ୍ଷେପ ନ'କରି ........ ମନ ଭରି ଭଲପାଇ ଆସନ୍ତି .....ମୋର ପ୍ରାଣ ପ୍ରିୟାକୁ । ପ୍ରେୟସୀର ମାନସ ମନ୍ଥନରେ ସରି ଯାଇଥାଏ ଢେର୍‌ ବାଟ । ଦୂରେଇ ଯାଇଥାଏ ପ୍ରିୟାର ଗାଁ ପଛକୁ , ଆହୁରି ପଛକୁ । ତରୁଣୀଟି ସହିତ କେବେ କଥା ପଦେ ହେବାକୁ ପାଇ ନ'ଥିଲେ ସୁଯୋଗ, ଅବା ବାନ୍ଧି ପାରି ନ'ଥିଲେ ସାହାସ । ଏବେ ବି' ଥିଲେ ସେ' ଅନ୍ଧାରରେ । ତଥାପି ତାକୁ କରି ବସିଥିଲେ ଅପଣାରୁ ଆହୁର ଆପଣାର........ ନିଜ ମାନସ ପଟରେ ।


    ଦିନ କଟିଯାଏ ଭାରତ ମାତାର ସେବା ଓ ସୁରକ୍ଷାରେ....... ଯେନତେନ । ବିଶ୍ରାମ ସମୟରୁ କିଛି ସମୟ ପାଇଲେ ଧରି ବସନ୍ତି ନିଜ ଦ୍ବାରା ଅଙ୍କା ଯାଇଥିବା ସେହି ଅନାମିକା ପ୍ରେମିକାର ଚିତ୍ରପଟ୍ଟ କାନ୍‌ଭାସ ଗୁଡିକୁ । ଆଉ ସେତିକିରେ ହୋଇଯାଏ ଅକ୍ଳାନ୍ତ ଶ୍ରମର ସମ୍ୟକ ଲାଘବ । ଖାଲି ଚା଼ତକ ପରି ଚାହିଁ ରୁହନ୍ତି ଆଉ ଏକ ଛୁଟିକୁ । ଗଣୁଥା'ନ୍ତି ... ରୀତିମତ ଦିନ । ଲାଗୁଥାଏ ଦିନ ଗୁଡିକ ....ଗୋଟେ ଗୋଟେ ଯୁଗ ପରି । ୟା' ଭିତରେ ଭୁଲି ଯାଇ ଥାଆନ୍ତି ନିଜ ଗାଁ , ମାଟି-ପାଣି ଓ ପବନକୁ । ପାଶୋରି ଦେଇଥା'ନ୍ତି ବାପା - ମାଆ, ଭାଇ - ଭଉଣୀ ଆଉ ସାଙ୍ଗସାଥି ମାନଙ୍କୁ । ପ୍ରେମଟା ତ' ସେହିପରି । ପୁଣି ପ୍ରଥମ ପ୍ରେମର ନିଆରା ଅନୁଭୂତି ଆଉ ସ୍ମୃତି । ନିଜକୁ ଯେପରି ସମ୍ପୂଣ୍ଣ ଭାବେ ସମର୍ପି ଦେଇଥା'ନ୍ତି ......ସେହି ଅଚିହ୍ନା, ଅଜଣା ତରୁଣୀଟି ପାଖେ ।


          ଛୁଟି ଘୋଷଣା ହୁଏ .....ଆଉ ଅବଦୁଲା ଙ୍କ ମନ , ପ୍ରାଣ , ଶରୀର ରେ ପର ଲାଗିଯାଇ ଥାଏ ଯେପରି । ଉଡିଯା'ନ୍ତି କି' ଏଇ ମୁହୂର୍ତ୍ତରେ ପ୍ରେମିକାର ବାହୁ ବନ୍ଧନକୁ ; ଭାବୁଥା'ନ୍ତି......... ଏମିତି ଅନେକ । ସାଙ୍ଗେ ସାଙ୍ଗେ ଟିକେଟ୍‌ କରି ବସିଯା'ନ୍ତି ବସ୍‌ରେ । ଏତେ ଅସ୍ଥିରହୋଇ ଯାଇଥାଏ ମନ ଯେ' , .......ବସ୍‌ଟି ଉଡେଇ ନିଅନ୍ତା କି'..... ସ୍ବପ୍ନ ଦେଖୁଥିବା ମନଟା ; ଲାଗୁଥାଏ ଶଗଡ଼ ଗାଡ଼ିରେ ଯାତ୍ରା କଲା ପରି । ତାଗିଦ୍‌ କରି କହୁଥା'ନ୍ତି ,, ଏତେ ଧୀରେ କ'ଣ ଚାଲୁଛି ମ' ଗାଡ଼ିଟା.....ପଚାରୁ ଥାଆନ୍ତି ସମସ୍ତଙ୍କୁ ବାରମ୍ବାର ....କେତେଟା ହେଲାଣି ??? , କୋଉଠି ହେଲୁଣି .....???  କିଛି ଘଣ୍ଟା ପରେ ଦେଖି ନେଲେ , ଆରେ....!!! ନୌସେରା ହୋଇ ଗଲାଣି ,,,, ମନଟା କୁରୁଳି ଖାଉଥାଏ ତାଙ୍କର । ଆଉ ଅଳ୍ପ ସମୟରେ ପହଞ୍ଚି ଯିବ ଗାଡି ......ପଠାନ କୋଟରେ । ଘାଟି ରାସ୍ତାରେ ଗାଡିଟି ଗଡି ଚା଼ଲୁଥାଏ ଧୀରେ ଧୀରେ । ବାହାରକୁ ଚାହିଁ ଦେଖୁଥାଏ ଅବୁଝା ମନଟା , କାଳେ କୋଉଠି ବାଟରେ ଦେଖା ପଡିଯିବ କି' ....???  ଗାଡି ଲାଗିଗଲା ଅବଦୁଲାଙ୍କ ଲକ୍ଷ୍ଯ ସ୍ଥଳରେ । ପଘାରୁ ଗାଈ ଫିଟିଲା ପରି ; ଏକରକମ .... ବସରୁ ମାରିଲେ ଡିଆଁ । ସତେ ଯେପରି ବସ୍‌ଟି ତାଙ୍କୁ ଆହୁରି ଆଗକୁ ଭିଡି ନେଉଛି ଜୋର ଜବରଦସ୍ତି । ଏହି ତରତରିଆ ଭିତରେ ସାଙ୍ଗରେ ଆଣିଥିବା ଆଉ ଏକ ବ୍ୟାଗକୁ ଭୁଲିଯା'ନ୍ତି ବସ୍‌ ଭିତରେ । ଯେତେବେଳେ ଧାରଣାକୁ ଆସେ ......ବସ୍‌ ଚା଼ଲି ଯାଇଥାଏ ଅନେକ ଦୂର । ତା' ପଛରେ ଗୋଡ଼ାଇ ଗୋଡେଇ ସମୟ ନଷ୍ଟ କରିବାକୁ ଧର୍ଯ୍ୟ ନ'ଥିଲାବି' ତାଙ୍କ ପାଖରେ । ମନ ଟିକେ ଖରାପ ହେଲା ସତ..... କାରଣ, ସେଥିରେ ଥିଲା ପ୍ରେମିକାର କିଛି ସ୍ମୃତି ଆଉ ଉପହାର । ଭାବିଲେ ,, ନାଇଁ ଥାଉ, ଚଳିବ । ମୋ' ଠାରୁ ବଡ ଉପହାର ଆଉ କ'ଣ ହୋଇପାରେ ତାଙ୍କ ପାଇଁ.....!! ମୁଁ ନିଜେ ତ' ଆସିଛି ....!! । ଏକମୁହାଁ ଚା଼ଲିଲେ ସେଇ ଜାଗାକୁ.....ଯୋଉଠି ଦେଖା ହେଉଥିଲେ ନିତି ସେ ତରୁଣୀ ଜଣକ ।


       ଦୁଇ ଦିନ ବିତିଗଲାଣି.....ୟା' ଭିତରେ । ଭୋକ ଶୋଷ ଭୁଲି ....ପାଗଳଙ୍କ ପରି ଖୋଜି ବୁଲୁଥା'ନ୍ତି ଅବଦୁଲା ; ..... ନିଜର ଅତି ଅନ୍ତରଙ୍ଗ ପ୍ରେୟସୀକୁ ।  ଭାଗ୍ୟକୁ ପ୍ରତିକ୍ଷାର ଅନ୍ତ ଘଟାଇ...... ତରୁଣୀଟି ଦେଖା ହୋଇଗଲେ ଯାହାହେଉ । କିନ୍ତୁ , ଏ' କ'ଣ ଦେଖୁଛି ..... !! ଏହା କ'ଣ ସତ୍ୟ ... ???? ବିଶ୍ୱାସ କରିପାରି ନ'ଥିଲେ ନିଜ ଆଖିକୁ । ନାଲି ଟୁକୁଟୁକୁ ସାଧବ ବୋହୂଟିର ବେଶରେ ଦେଖି ..... ଅବଦୁଲା ଙ୍କର ଗୋଡ଼ ତଳୁ ଖସି ଖସି ଯାଉଥିଲା ଯେମିତି ମାଟି ଗୁଡା । କିଛି କ୍ଷଣ ପାଇଁ ପାଲଟି ଯାଇଥିଲେ ଏକଦମ ସ୍ଥାଣୁ ଯେ'ପରି । ସାହାସ କରି ପାଖକୁ ଯାଆନ୍ତି । ଆଉ, ପଚାରନ୍ତି.....ମତେ ଚିହ୍ନି ପାରିଲ .....?? ନାଁ , ନାହିଁ ??? ଛଅ ମାସ ତଳେ ନିଜ କାନଭାସରେ ତୁମ ଚିତ୍ରପଟ୍ଟକୁ ବାନ୍ଧି ରଖିଥିବା ..... ମୁଁ ସେଇ ପିଲା ଯେ' । ଗୁମ୍‌ସୁମ୍‌ ସବୁ ଶୁଣୁଥିଲା ଝିଅଟି । ଅବଦୁଲା ପଚାରିଲେ ....ତୁମେ ବାହା ହୋଇ ଗଲଣି ତେବେ ....... !! ମୋ' କଥା ଟିକେ ବି' ମନ ପଡ଼ିଲାନି ତୁମର ....???? ଏମିତି କେତେ କ'ଣ ପଚାରି ଚା଼ଲୁଥା'ନ୍ତି ପ୍ରଶ୍ନ ପରେ ପ୍ରଶ୍ନ ।


ତରୁଣୀ - ଛଅ ମାସ ଭିତରେ ମୁଁ ବଞ୍ଚିଛି କି' , ମରିଛି ; ନେଇଥିଲ କିଛି ଖବର....... ??? ଜାଣିବାକୁ ଚାହିଁଛ କେବେ .....ମୁଁ କିଏ , କ'ଣ କରୁଛି , କୋଉଠି ରହୁଛି ....?? ତୁମକୁ ଏ'ପର୍ଯ୍ୟନ୍ତ ତ' ମୋର ନାଁ ବି' ଜଣା ନାହିଁ । କେମିତି ଅପେକ୍ଷା କରିଥା'ନ୍ତି ତୁମକୁ ? ? କାହିଁକି ବା' ମନ ପକେଇ ଥା'ନ୍ତି ?? କି' ସମ୍ପର୍କ ଆମ ଭିତରେ ଯେ' ....ମୁଁ ତାକୁ ଦ୍ୱାହି ଦେଇ ବଡ଼ ଅଧିକାର ଦେଖେଇ ଚା଼ହିଁ ବସିଥା'ନ୍ତି ତୁମ ଫେରିଲା ବାଟକୁ...... ?? ଏତେ ଦିନ ପରେ ଫେରିଆସି ମୋ' ଠାରୁ ଆଶା କରୁଛ ପୁଣି କୈଫିୟତ.....!!!


ଅବଦୁଲା - (ବିନମ୍ର ଓ ରୁଦ୍ଧ କଣ୍ଠରେ ପଚାରିଲେ) ମତେ କ'ଣ ତୁମେ ଭଲ ପାଅନି ...?????


ତରୁଣୀ - ମୋ' ନାଁ କି, ମୋ' ବିଷୟରେ ଜାଣିଥିବା ପଦେ ହେଲେ କିଛି କହିକି ଦେଖାଅ ; ମୁଁ' କହିବି .....ହଁ, ମୁଁ ଏବେ ବି' ତୁମକୁ ଭଲପାଏ ବୋଲି । ଟିକେ କାହିଁକି,,, ବହୁତ - ବହୁତ - ବହୁତ ଭଲ ପାଏ ବୋଲି । 

      ଅପରାଧିଟେ ପରି ହାତ ଯୋଡି ଠିଆ ହୋଇ ରହିଥା'ନ୍ତି ନିରବରେ ମେଜର ଅବଦୁଲା ......ଚାହିଁ ରହିଥା'ନ୍ତି ବଲବଲ କରି ; ହଟାତ କିଏ ଜଣେ ଯେମିତି ଛଡାଇ ନେଉଛି ଜୀବନ ତାଙ୍କଠାରୁ ।


ତରୁଣୀ - ତୁମ ନୀରବତା ହିଁ ତୁମ ପ୍ରଶ୍ନର ପ୍ରକୃତ ଉତ୍ତର । ମୋ' ଠାରୁ କି' ଉତ୍ତର ଆଶାରେ ଧାଇଁ ଆସିଛ ଆଜି ମୋ' ପାଖକୁ ......??? ତୁମେ ଜଣେଇକି ଯାଇଥିଲ .....ମୋତେ ଭଲ ପାଅ ବୋଲି !! ପଚାରିକି କେବେ ବୁଝିଛ....ମୋ' ମନରେ କ'ଣ ଅଛି ବୋଲି ....?????


 ଅବଦୁଲା - ହାତ ଦି'ଟାକୁ ମୁହଁରେ ରଖିଦେଇ ଭେଁ ଭେଁ କରି କାନ୍ଦି ଉଠିଲେ । ସମସ୍ତଙ୍କୁ ହରାଉଥିବା ଏତେ ବଡ଼ ସାହସୀ ଯବାନଟା ; ଆଜି ଯିମିତି ନିଜ ପାଖରେ , ନିଜ ପ୍ରେମ ପାଖରେ ହାର ମାନିବାକୁ ବାଧ୍ୟ ହୋଇ ଯାଇଛନ୍ତି । ଯେପରି,,, ବହୁ ଦୋଷକୁ ସ୍ୱୀକାର କରି ....ମାଗି ନେଉଥିଲେ କ୍ଷମା କେବଳ କ୍ଷମା ।


      ହଠାତ ,,,ଫେଁ କରି ହସି ଉଠିଲେ ତରୁଣୀଟି । ସହି ପlରିଲାନି ଆଉ ତାଙ୍କ ପ୍ରେମିକର ଦୁଃଖ । ଆଉ ହେଇ ପାରିଲାଣି ତାଙ୍କ'ଦ୍ୱାରା ଅଭିନୟ । 

ତରୁଣୀ - ମୁଁ ତୁମକୁ ଆଉ ତୁମ ପ୍ରେମକୁ ପରୀକ୍ଷା କରୁଥିଲି ମାତ୍ର । ଏ' ଯୋଉ ବେଶ ଦେଖୁଛ.....ଏହା ଥିଲା ଏକ ମିଛ ଅଭିନୟ । ଏଇ ଜେଗାରେ ଏମିତି କୋଉଦିନ ବିତି ନାହିଁ , ଯୋଉଦିନ ମୁଁ କିଛି ସମୟ ନ'ବିତାଇ ଚାଲି ଯାଇଛି ଏଠୁଁ । ତୁମକୁ ତୁମ ଉପସ୍ଥିତିକୁ ଉପଲବ୍ଧି କରେ ଏଠି ସତ ......ମାତ୍ର ; ଯାତନାରେ ବଂଚି ରୁହେ ସବୁ କଷ୍ଟ ସହି । ଦୁଇ ଦିନ ହେଲା ଦେଖି ଆସୁଛି ଲୁଚି ଲୁଚି .....ତୁମ ପ୍ରେମର ଗଭୀରତାକୁ । ମତେ କ୍ଷମା କରିଦେବ ଆଶା କରୁଛି । କରିବନା .......?? ନ'କର କ୍ଷମା ପଛେ ,,, ଥରେ ହେଲେ , ନିମି ବୋଲି ତ' ଡାକିଦେଇ ଯାଅ ......!!। ଅବଦୁଲାର ସ୍ଥାଣୁ ଦେହରେ ଯେପରି ସଂଚରି ଗଲା ଜୀବନର ଧାରା । ଦୀର୍ଘ ନିଶ୍ଵାସଟେ ମାରି , କୁଣ୍ଢାଇ ପକାଇଲା ତାର ଅତି ଆପଣାର ନିମି କୁ ।


           ସମସ୍ୟା ଏତିକିରେ ସରିନ'ଥିଲା .। ସିଏ କ'ଣ କେବେ କାହାର ପିଛା ଛାଡେ ଯେ' ଛାଡ଼ିଦେବ .....!! ପ୍ରେମ ବନ୍ଧନ ଖୋଜିଲା ସାମାଜିକ ଶିଉକୃତି । ଆଉ ତା' ଭିତରେ ମୁଣ୍ଡ ଟେକିଲା .....ଜାତି ପ୍ରଥା ଓ ଧର୍ମ ସମ୍ପ୍ରଦାୟ । ଯଦିଓ ଅବଦୁଲା ଗ୍ରହଣ କରିନେଇଥିଲେ ସେତେବେଳକୁ .....ସେଠାକାର ନାଗରିକତ୍ୱ । ତଥାପି , ଧର୍ମ କୁ ମୁଣ୍ଡେଇ ବୁଲୁଥିବା ଧୋବ ଧଉଳିୟା ବଡ ପଣ୍ଡା ମାନଙ୍କର ମାନସିକତା ; ଯୋଉଠି... ସେଇଠି । ସାଧାରଣ ନୈତିକ ମାନବିକତାକୁ ବି' ଭୁଲିଯାନ୍ତି ......ଅନ୍ୟକୁ ଧର୍ମ ଦ୍ରୋହୀର ଉପାଖ୍ୟାନ ଦେଇ । ହିନ୍ଦୁ,ମୁସଲିମ ଭାଇ ଭାଇ ତ'କୁହନ୍ତି........ ମାତ୍ର ; ଖାଲି ଦସ୍ତାବିଜ ରେ ଆଉ ଭାଷଣ ବାଜିରେ । ନିମି କହିଲା .....ଚାଲ ଆମେ ଦୂରକୁ କୁଆଡେ, ଅନ୍ୟତ୍ର ଯାଇ ବସାଇବା ନିଜର ସ୍ବପ୍ନ ର ତାଜମହଲ .....ଆଉ,,,ଗଢିବା ସୁନାର ସଂସାର । ମାତ୍ର ; ଅବଦୁଲା ଭାବନ୍ତି......ମୁଁ ଗୋଟେ ଆର୍ମିର ମେଜର ଅଫିସର । ମୋତେ କଣ ଶୋଭା ପାଇବ ଗୋଟେ କା'ପୁରୁଷ ପରି ପଳାୟନ ପନ୍ଥୀ ହୋଇ ଲୁଚି ପଳାଇବାକୁ । ଦେଶର ଶତ୍ରୁଙ୍କୁ ଯି'ଏ ଦିନେ ଦେଖାଇନାହିଁ ପିଠି .....ଆଜି ନିଜ ଲୋକ ମାନଙ୍କ ପାଖରେ ହାର ମାନି ମୁହଁ ଲୁଚାଇ ପଳାଇବ ; ଗୋଟେ ଭୀରୁ କାପୁରୁଷ ପରି .....!!! ବିନମ୍ରତାର ସହିତ ପହଁଚିଲେ ଯାଇ ନିମିର ଘର ପରିବାର ପାଖରେ ,,,ଆଉ ବୁଝେଥିଲେ ଅନେକ । କିନ୍ତୁ , ସନମତି ପାଇବା ଦୂରର କଥା .....ବରଂ , ମିଳିଥିଲା ତାସଚଲ୍ୟ , ଘୃଣା ଆଉ ଅପମାନ । ତେଣୁ, ଖବର ଦିଅନ୍ତି...... ନିଜ ଘରକୁ । ହେଲେ , ବୁଝିବାକୁ ଚେଷ୍ଟା କରନ୍ତିନି କେହିବି । ଓଲଟା ,,,, ତେଯ୍ୟ ପୁତ୍ରର ଧମକ ମିଳେ ନିଜ ଘରୁ ଆଉ ପରିବାରରୁ । ସବୁଆଡୁ ହତାଶ ଆଉ ନିରାଶ ହୋଇ ଗଲାପରେ........ଉଭୟ ଯାଇକି କରିନିଅନ୍ତି କୋଟମ୍ୟାରେଜ । ଧର୍ମକୁ ଜାବୁଡି ଧରିଥିବା ସମାଜ ଠାରୁ ହୋଇଯାନ୍ତି ଦୂର ,,,, ଚାଲି ଯାଆନ୍ତି ...... ଅନ୍ୟତ୍ର । ବନ୍ଧି ଯାଆନ୍ତି ସଂସାର ବନ୍ଧନରେ । ଛୁଟି ସାରିଯାଏ ତାଙ୍କର । ଫେରି ଯାଆନ୍ତି ଅବଦୁଲା ଚାକିରୀକୁ । ଭଡାଘରେ ରହି ଯାଆନ୍ତି ଏକୁଟିଆ ନିମି । ଅବଦୁଲା ନିମିକୁ ପାଖକୁ ଡକାଇ ନେବାର ଦେଇଥାନ୍ତି ପ୍ରତିଶୃତି । ହଟାତ ନେଇକି କୋଉଠି କେମିତି ଆଡ଼ଜେଷ୍ଟ କରିବେ......???? ତେଣୁ ; କିଛି ସମୟ ନେଇ ଡକାଇଥିଲେ ରହିବାର ସବୁ ସୁବିଧା କରିଦେଇ । ସବୁଦିନ ଫୋନରେ କଥା ହେଉଥିଲେ ଦୁହେଁ । ଭିଡ଼ିଓ କଲ ରେ ବି' ଅକ୍ଳେଶରେ ଦେଖା ହେଇଯାଉଥିଲା ନୀତି । ଉଭୟ ବହୁତ ଖୁସି ଥିଲେ । ମା'ହେବାକୁ ଯାଉଥିବାର ଖୁସି ଖବର ଏଇ ଚାରିଦିନ ହେବ ମିଳିଛି ଯେ' । କେତେ କେତେ ସ୍ବପ୍ନ ବୁଣି ଦେଇଥିଲେ ନିଜ ଛୋଟ ସୁଖୀ ସଂସାରକୁ ନେଇ ।  ଦିନେ ,,,, ସକାଳୁ ସକାଳୁ ନିମି ଫୋନ ରୁ ଫୋନ ଆସେ । ନାଇଟ ଡିଉଟି ସାରି ସୋଇଛନ୍ତି ଆବୁଦୁଲା । ସ୍ୱପ୍ନରେ ଖାଲି ମିନି ଆଉ ମିନି । ହଠାତ ବାଜିଉଠିଥିଲା ......ଶୁନୁନାହିଁ କେନ୍ତା ,, ଫୋନ ବାଜୁଛେରେ ,, ଉଠାରେ ଫୋନ ,, ବାବୁ ରାଗିବେ ରେ ,, ଫୋନ ଉଠା........ ଏତିକିରେ ନିଦ ଭାଜିଯାଏ । ହାତରେ ଫୋନ ଥାଏ ,,,, କିନ୍ତୁ ଭାଷା ପାଉନ'ଥାନ୍ତି କିଛି । ନିର୍ବିକାର ଭାବେ ଚାହିଁ ରହିଥାନ୍ତି ଶୂନ୍ୟକୁ । ତା'ପରେ ଷ୍ଟାପ ଙ୍କ ସାହାଯ୍ୟ ସହଯୋଗରେ ପହଞ୍ଚନ୍ତି ତାଙ୍କର ପ୍ରାଣ ପ୍ରିୟା....... ନିମି ପାଖରେ । ଚାରିଆଡେ ଶୋକାକୁଳ ପରିବେଶ । ସବୁ ଅପେକ୍ଷାର ଅନ୍ତ ଘଟାଇ ଚିର ନିଦ୍ରାରେ ସୋଇଯାଇଥାନ୍ତି ନିମି । ବୁଦ୍ଧି ବଣା ହୋଇଗଲାଣି ସେତବେଳକୁ ଅବଦୁଲା ଙ୍କର । କେମିତି ହେଲା .....??? କାହିଁକି ହେଲା........?? ଏପରି କ'ଣ ହେଲା......?? କିଏ କଲା....???। ଏତେ ପ୍ରଶ୍ନର ଗୋଟିଏ ଉତ୍ତର ଆସିଲା ; କିଛି ପଡ଼ୋଶୀଙ୍କ ପାଖରୁ .....କାଲି ଅଧରାତିରେ ଘର ସାମ୍ନାରେ ଠିଆ ହେବାର ଦେଖାଯାଇଛି ଗୋଟେ ସ୍କରପିଓ କୁ । ବାସ , ଏତିକିରେ ଟେକିନେଲେ ପୋଷ୍ଟ ମଟମ ପାଇଁ ନିମିଙ୍କୁ । ସତ୍ୟତା କାହାରିକି କିଛି ବି' ଜଣା ପଡ଼ିଲାନି ଆଜିଯାଏ । କଣ ଘଟିଛି ତା'ସହିତ..... !! ଯିଏ କହିପାରିଥାନ୍ତା..... ସେ'ତ ଆରପାରିରେ । " ଟଙ୍କା କରେ ମୁହଁ ବଙ୍କା " ପୋଲିସ ର ଇନକ୍ବାରି ଟଙ୍କା ପାଖରେ ସବୁ ଯେ'ପରି ଠପ ହୋଇଗଲା । ସମାଜ , ଧର୍ମ , ଜାତି , ପ୍ରଥା , ଘର , ପରିବାର .....ଏ 'ମୃତ୍ୟୁ ପାଇଁ ଦାୟୀ ସେ'କାହାକୁ କରିବେ.... ??? । ଏଥିପାଇଁ କେବଳ ନିଜକୁ ଦାୟୀ ମାନି ବାତୁଳା ପରି ହେଉଥାନ୍ତି ଅବଦୁଲା । ତାଙ୍କ ବିକଳ ଚିତ୍କାରରେ ଫାଟି ପଡୁଥିଲା ସେଠାକାର ଗଗନ ପବନ । ରହସ୍ୟ ହୋଇ ରହିଗଲା ନିମିର ମୃତ୍ୟୁ ର ଷଡଯନ୍ତ୍ର ଆଉ ଷଡଯନ୍ତ୍ରକାରୀ । କେତେଥର ଫାଇଲ ରିଓପନ କରିଛନ୍ତି ଅବଦୁଲା । ହେଲେ ; ନିଜ ଛାତି ଫୁଲେଇ ଶତ୍ରୁର ସାମ୍ନା କରୁଥିବା ମଜବୁତ ମଣିସଟା ଧୀରେ ଧୀରେ ହୋଇଯାଏ ନିରବ ଆଉ ଅବାକ । ଚାକିରୀ ସରିଯାଏ । ଅବଦୁଲା ଅହମଦ ଫେରିଆଶାନ୍ତି ନିଜ ଜନ୍ମ ଭୂମିର ମାଟି ମାଆ କୋଳକୁ ......ଜୀବନର ସବୁକିଛି ହରାଇ । ସଞ୍ଚିତ ଧନରେ ଅବସର ପରେ ଖୋଲନ୍ତି ନିମି ନାମରେ ଗୋଟେ ଚ୍ୟାରେଟେବୁଲ ଟ୍ରଷ୍ଟ । ତାଙ୍କ କାର୍ଯ୍ୟ ଆଉ ଉଦେଶ୍ୟ ରେ ଅନୁପ୍ରାଣିତ ହୋଇ ଲମ୍ବି ଆସେ ଅନେକ ଲୋକ ଙ୍କ ...... ସହଯୋଗର ହାତ ।  ନିଜ ନିମିର ତ୍ୟାଗ ଓ ସମର୍ପିତା ବଳିଦାନ ପ୍ରେମର ସ୍ମୃତିକୁ ସାଉଁଟି ଅବଦୁଲା କାଟିଦିଅନ୍ତି ନିଜର ଅବଶିଷ୍ଟ ଦିନ ମାନ । ଉତ୍ସର୍ଗ କରିଦିଅନ୍ତି ନିଜକୁ ସମାଜର ଅବହେଳିତ ମାନଙ୍କ ଉଦ୍ଧେଶ୍ୟରେ । ସବୁ ପୁଣି ପୂର୍ବ ପରି ......ମାତ୍ର,,,,, ଚଳ ଚଞ୍ଚଳ କାଶ୍ମୀରର କାଳ ଗର୍ଭରେ ଲୁଚି ଯାଏ ......ଗୋଟେ ନିରୀହ କାଶ୍ମୀ ତରୁଣୀର ପ୍ରେମ କାହାଣୀ ।



Rate this content
Log in

More oriya story from Chhabi rani Pati

Similar oriya story from Romance