Chhabi rani Pati

Romance

5.0  

Chhabi rani Pati

Romance

ଐଶ୍ୱରିକ ପ୍ରେମ

ଐଶ୍ୱରିକ ପ୍ରେମ

7 mins
528



କଥାରେ ଅଛି..... ମୁମ୍ବାଇ କା ଲଡ଼ୁ !! ଯୋ ଖାଏ ପଛତାଏ, ଯୋ ନା ଖାଏ.... ୱ ଭି ପଛତାଏ. ଭାରି ଅପୂର୍ବ ଲାଗେ..... ପ୍ରଥମେ ପ୍ରଥମେ. ଏମିତି ନିଆରା ଆନନ୍ଦ ର ଅନୁଭୂତି କରାଏ ଯେ..... ଦୁନିଆର ସବୁକିଛି ଏହି ପ୍ରେମ ପାଖରେ ତୁଛ ଆଉ ମୂଲ୍ୟହୀନ ଲାଗୁଥାଏ. ମାତ୍ର, ସମୟର ରଥ ଗଡି ଗଡି ....... ଦିନେ ଏମିତି ଯେଗାରେ ଆଣି ଛିଡା କରିଦିଏ ଯେ...... ଯେଉଁଠି, ନାଁ ପାଖରେ କେହି ଥାନ୍ତି.... !!! ନାଁ ହିଁ ଯେଉଁଠୁଁ ଫେରିବା ର ବାଟ..... ଆଉ ମିଳି ଥାଏ !!. ସରିଯାଇଥାଏ ସବୁ ରାସ୍ତା....... ସେତବେଳକୁ. ଶୂନ୍ୟ ଆଖି ଆଉ ରିକ୍ତ ହସ୍ତ ଦୁଇରେ ସ୍ଥାଣୁ ଟିଏ ପରି ଜୀବନ ବିତାଇ ବାକୁ ବାଧ୍ୟ କରିଦେଇ ଥାଏ ପରିସ୍ଥିତି. କଥାରେ ଅଛି..... "ସୁଖ ବୋଲି ଯାହା ଜନ ନେତ୍ରେ ଦିଶେ..... ହାତେ ଆସେ ହାତୁ ପଡିବା ପାଇଁ ସେ ". କୌଣସି ସୁଖ ଯଦିଓ ଏଠି ଚିର ସ୍ଥାୟୀ ନୁହେଁ..... !!! ତଥାପି,,,, ପ୍ରେମ ସୁଖର ଅନୁଭୂତି .... ଏକ ଅଦ୍ଭୁତ ପରିକଳ୍ପନା. ଯାହା ହୃଦୟଙ୍ଗମ ହୁଏ ପରିସ୍ଥିତି ଆଉ ପରିବେଶରୁ. ମନର ଆବେଗ ଆଉ ଭାବାବେଗରୁ ସାମାନ୍ୟତମ ଝଡ଼ରେ ବାୟା ବସାଟି ଭାଙ୍ଗିଗଲା ପରି,, ଭାଙ୍ଗି ଯାଏ..... ଅଦିନିଆ କାଳ ବୈଶାଖୀରେ. ତାହାର କାରଣ ଖୋଜି ବସିଲେ.... ଅନେକ କିଛି ବାହାରେ. ମାତ୍ର,, ଅନେକ ଅଂଶ ରେ କାରଣ ସାଜେ ମୁଖ୍ୟ ସନ୍ଦେହ ଆଉ ଅବିଶ୍ୱାସ ତଥା ଭୁଲ ବୁଝାବଣା ରୁ . ପ୍ରେମର ନିବିଡ଼ ସମ୍ପର୍କ ରେ ଏପରି ଫାଟ ସୃଷ୍ଟି କରେ ଯେ...... ଯାହାର ଭରଣା ସ୍ୱୟଂ ଭଗବାନଙ୍କ ହାତରେ ମଧ୍ୟ ନ ' ଥାଏ. 


         କଲେଜ ଜୀବନର ପ୍ରଥମ ଦିନ. ବହୁତ ନର୍ଭସ ଥିଲା ସ୍ନେହା. ଏପରିକି,, କଲେଜ ଛାଡିବାକୁ ସାଙ୍ଗରେ ଧରିକି ଆସୁଥିଲା ନିଜ ବଡ଼ ଭାଈଙ୍କୁ. କ୍ଲାସ ସରିବା ପର୍ଯ୍ୟନ୍ତ ବାଧ୍ୟ କରୁଥିଲେ କ୍ୟାମ୍ପସରେ ଅପେକ୍ଷା କରିବାକୁ. ଝରକା ଫାଙ୍କରେ ତା ଆଖି ଦୁଇଟି ଖୋଜୁଥିଲା.... ଭାଇର ଉପସ୍ତିତି କୁ. ସତେ ଯେମିତି ଜଙ୍ଗଲର ହିଂସ୍ର ମାନଙ୍କ କବଳରେ,, ସେ' ଥିଲା..... ଇତସ୍ଥତ !!!.ପ୍ରଥମ ଦିନ ପରି ଏମିତି କିଛି ଦିନ ଚାଲିଗଲା. ଅଛପା ରହିଲାନି କାହାପାଖରେ ସ୍ନେହାର ଏପରି ଭୟ ସଂକୁଳ ମନୋବୃତ୍ତି. ଯୋଉଁଥି ପାଇଁ ତାକୁ ହବାକୁ ପଡିଥିଲା ଅନେକ ଉପହାସର ସାମ୍ନା. ଧୀରେ ଧୀରେ ସେ ସାହସ କରି କଲେଜ ଏକା ଆସିବାକୁ ଚେଷ୍ଟା କଲା. କିନ୍ତୁ ସବୁବେଳେ ଚୁପଚାପ ରହୁଥିଲା. ସତେକି କେହି ନିଜର ତାକୁ ରାଣ ଦେଇଛି..... କାହାସହ ନ ମିଶିବାକୁ ବା କଥା ହେବାକୁ. ଫୁର୍ତ୍ତି ଫାଜିଲ ଛାଡ଼ନ୍ତୁ.....ହସ ଖୁସି ରେ ଗପ ସପ ବି କରେନାହିଁ ସେ . କଲେଜ ରେ ପାଠ ପଢା ଛାଡିଦେଲେ ବାକି ଆଉ କୌଣସି ଟି କଥାରେ...... ସ୍ନେହା ରହୁଥିଲେ କଲେଜ ରେ ଅନୁପସ୍ଥିତ. କ୍ଲାସ ରୁମରୁ ଘର ଆଉ ଘରୁ କ୍ଲାସ ରୁମ. ବେଳେବେଳେ କମନ ରୁମ ଛଡା କଲେଜ କ୍ୟାମ୍ପସରେ କି' ଆଉ କେବେ କୋଉଠି କେହି କେବେ ଦେଖିବାକୁ ପାଇନି ତାକୁ. 


     ସେ ଥିଲା କଲେଜର ପହିଲି ପହିଲି ଦିନ...... ଆଉ ଇଏ କଲେଜରେ ଶେଷ ଦିନ !!! . ୟା ଭିତରେ ବିତିଗଲା ଦୀର୍ଘ ଦୁଇ ବର୍ଷ. କଲେଜ ରେ ଥାଏ ଇଲେକ୍ସନ ର ବାତାବରଣ. ଚାରିଆଡେ କ୍ୟାମ୍ପନିଙ୍ଗ ଆଉ କୋଳାହଳ. ସେହି ଗହଳି ଚହଳି ଭିତରେ କଲେଜ ହତା ରେ ପଡ଼ିଥିବା କିଛି ପୁସିଙ୍ଗ କାର୍ଡ ଉପରେ ନଜର ପଡ଼ିଯାଏ ସ୍ନେହାର. ଗୋଟେ ବିଡା ତଳୁ ଉଠେଇ ଦେଖେ ତ'........ ଇଏ କଣ ଲେଖା ହୋଇଛି ଏଥିରେ.... !!! "ଆଇ ଲଭ ଇଉ ସ୍ନେହା ", "ଆଇ ଲାଇକ ଇଉ ସ୍ନେହା"......ଗୋଟି ଗୋଟି କରି ଦେଖିବାକୁ ଆଉ ଶକ୍ତି ନ' ଥିଲା ତା'ପାଖରେ. ତା' ପାଦ ତଳୁ ଯେମିତି ଖସି ଖସି ଯାଉଥିଲା ମାଟି ଚେନାକ !!!!. ହଠାତ ମୁଣ୍ଡରେ ଚଡକ ପଡିଲା ପରି ସେ' ହତବାକ ହୋଇ ପଡିଥିଲା ସେ'ଦିନ.ଆଉ ପଡ଼ିଥିବା କାର୍ଡ ଗୋଟେଇ ଦେଖିବ ନା' ଲୋକ ଲଜ୍ୟା ରୁ ନିଜକୁ ଦୁରେଇ ରଖି ସେଠାରୁ ପଳାଇବ..... କିଛି ଚିନ୍ତା କରିପାରୁ ନଥିଲା ସେ. ତଳେ ଲେଖା ଥିବା ନାମ ର ଯୁବକଙ୍କୁ ଖୋଜି ବସିଲା କାହିଁ କେତେ ଆଡେ. ଆଉ ନିରାଶ ରେ ଫେରି ଯାଇଥିଲା ଘରକୁ. ସତେକି ପାଇଥିଲେ କଞ୍ଚା ଚୋବେଇ ପକେଇ ଥାନ୍ତା ରାଗରେ.... !!!.


     ତା' ପରଦିନ ହୁଏ .... ହ୍ୱାଇ ଷ୍ଟାଣ୍ଡ ଫର ମିଟିଙ୍ଗ. ଶହଯେ ସେ' କଲେଜ ଯିବାର ତ' ନୁହେଁ. କିନ୍ତୁ,,, ତା' ମନରେ ଉଠୁଥିଲା ଅନେକ ଅବୁଝା ପ୍ରଶ୍ନ ର ଅଦିନିଆ ଝଡ଼. ଅନେକ ପ୍ରଶ୍ନ ର ସମ୍ଭାର ବୋହି ଚାଲିଲା କଲେଜ. ଯାଇ କ୍ୟାମ୍ପସରେ ନ ପଂହଁଞ୍ଚତେ........ ଶୁଣିଥିଲା ନିଜ ନାମ ର ଆନାଉନ୍ସ ମେଣ୍ଟ. ସମୟ ତାକୁ ଦେଇ ଚାଲୁ ଥାଏ ଝଟକା ପରେ ଝଟକା. ସେ' କିଛି ଭାବିଲା ପୂର୍ବରୁ ସାଙ୍ଗ ମାନେ ଆସି ଘୋଷାରି ନିଅନ୍ତି ଷ୍ଟେଜ ନିକଟକୁ. ସେଠି ସେ ନିଜକୁ ପ୍ରକୃତିସ୍ଥ କରି ଦେଖେ...... ତା ଫର୍ମାଇସର ଗୀତ ଗାଇବାକୁ କେହି ଜଣେ ତାକୁ କରୁଛନ୍ତି ଅନୁରୋଧ. ଆଉ ଅନୁରୋଧ କରୁଥିବା ପିଲା ଜଣଙ୍କ ଆଉ କେହି ନୁହନ୍ତି,,, ବରଂ ଯାହା ଉପରେ ରାଗ ନେଇ ସେଦିନ ସେ କଲେଜ ଧାଇଁ ଯାଇଥିଲେ......ସେହି ଯୁବକ,, ସତୀଶ ପ୍ରସାଦ. ଯାହା ଠାରୁ ଅନେକ ଉତ୍ତର ଆଶାରେ ଧାଇଁଥିଲେ ସେଦିନ ସେ......!! ହେଲେ, କିଛି ପଚାରିବାର ଯେପରି ଆଉ ଯୁ' ନଥିଲା ସେଦିନ ତାଙ୍କ ପାଖରେ . ଚୁପ ରହିବା ଛଡା ଯେପରି ଆଉ କିଛି ଉପାୟ ନ'ଥିଲା. ବରଂ...... ବାରମ୍ବାର ଅନୁରୋଧ କ୍ରମେ ସ୍ନେହା କହିଥିଲେ କିଶୋର କୁମାର ଓ ମହମଦ ରଫି ଙ୍କର ଦୁଇଟି ଗୀତର ମୁଖୁଡା ସାଙ୍ଗ ମାନଙ୍କ ଆଗରେ. ଯୋଉ ଗୀତ କୁ ଅତି ସୁନ୍ଦର ଭାବରେ ଗାଇକି..... ସମସ୍ତ ଙ୍କ ମନକୁ ମୋହି ନେଇ ଥିଲେ ଅତି ସହଜରେ ସତୀଶ ପ୍ରସାଦ. ଏପରିକି ରାଗରେ ଜଳୁଥିବା ସ୍ନେହା ମନରେ ବି' କିଏ ଯେପରି ପାଣି ଢାଳି ଲିଭେଇ ଦେଇଥିଲା ନିଆଁ କୁ..... ଧପକିନା. ତା' ପରେ ସୁଯୋଗ ଅନେକ ପାଇଥିଲେ ବି' ପଚାରି ପାରିନି ସେ ପ୍ରଶ୍ନକୁ ଆଉ କେବେ. ସତେ ଯେପରି,,,, ହଜେଇ ଦେଇଥିଲା ନିଜକୁ ସତୀଶ ଙ୍କର ସେହି ନିରୀହ କଥା କୁହା ଆଖି ଯୋଡିକରେ. ବହୁ ପୂର୍ବରୁ ସତୀଶ ର ଅନେକ ଚେଷ୍ଟା ପରେବି..... ସ୍ନେହା ଦେଇ ନ'ଥିଲେ ଧରା. ସବୁବେଳେ ଏକ ପ୍ରକାର ଆଭଏଡ କରି ଆସୁଥିଲା.  ପ୍ରଥମ ରୁ କେତେଥର ସତୀଶ ପଚାରିଛନ୍ତି....... ଘର କଟକ ନା... !!, ନାମ ଟା ସ୍ନେହା ତା'ହେଲେ, କୋଉଠି ଦେଖିଲା ଦେଖିଲା ପରି ଲାଗୁଚି .....  !!.ଏମିତି କେତେ କଣ. ସ୍ନେହା କିନ୍ତୁ ନିରବ ରେ ସବୁକିଛିକୁ ଅଣ ଦେଖା କରି ଦେଉଥିଲା. କେଇଟା ଦିନ ନୁହେଁ..... ଦୀର୍ଘ ଦେଢ଼ ବର୍ଷ ଧରି. 


     କେଜାଣି କୋଉ ଦୁର୍ବଳ ମୁହୂର୍ତ ର ଅପେକ୍ଷାରେ ଜଗି ବସିଥିଲା ସେହି ପ୍ରେମପକ୍ଷୀ ଟି...ନିଜ କବଳରେ କବଳିତ କରି ରଖିବାକୁ.... !!!. ସ୍ନେହା ର ପଦିଏ କଥା...... ବଦଳେଇ ଦେଇଥିଲା,,,, ସତୀଶ ର ଜୀବନ ଶୈଳୀକୁ. ତୁମକୁ ବହୁତ ସୁନ୍ଦର ଗଳା ଟେ ଦେଇଛନ୍ତି ଈଶ୍ୱର. ତାର ସଦୁପଯୋଗ କରିବ ନିଶ୍ଚିନ୍ତ.  ବହୁତ ଆଗକୁ ଯିବ ଆଉ ନାଁ ବି' କରିବ . ବାସ ଏତିକି କଥା ବଦଳେଇ ଦେଇଥିଲା ସତୀଶଙ୍କ ଜୀବନ ର ଗତିପଥକୁ .ଏତେ ଆକର୍ଷଣ ଥିଲା ଏଇ କଥାପଦ ରେ ଯେ...... ସେବେଠୁ କେବେ ଆଉ ସତୀଶ ଚାହିଁ ନାହାନ୍ତି ପଛକୁ ଫେରିକି. ତା' ପରେ ପରୀକ୍ଷା ହୁଏ. ଆଉ ପରସ୍ପର ଠାରୁ ଦୁରେଇ ଯାନ୍ତି ସ୍ନେହା ଆଉ ସତୀଶ. ସେବେଠୁ ଦେଖା ହୋଇନି କେବେ କୋଉଠି ଦୁହେଁଙ୍କର. କିନ୍ତୁ ମନେ ମନେ ଉଭୟ ଉଭୟଙ୍କୁ ସେମିତି ଝୁରି ହେଉଥାନ୍ତି. ଆଉ ମନର ସାଇତା ସ୍ମୃତିକୁ ସାଉଁଟି ମନ ଭରି ଭଲପାଉଥାନ୍ତି ଦିହେଁ ଦୁହିଁଙ୍କୁ. ଏହିପରି...... ସମୟ ସହିତ ଉଭୟ ଙ୍କର ଗତିପଥ ମଧ୍ୟ ବଦଳି ଯାଏ. ନିଜ ନିଜ ଲକ୍ଷକୁ ନେଇ ବ୍ୟସ୍ତ ହୋଇଯାନ୍ତି ସମସ୍ତେ. ପାଠ ପଢା ଜୀବନ ଥରେ ଗଲେ ଆଉ ଫେରେନା. ଏତିକି ଜାଣିଥିଲା ସ୍ନେହା. ଆଉ ତା'ପରେବି ଘର ଲୋକ ଙ୍କର ଆଶା, ଭରସା ଆଉ ବିଶ୍ୱାସ..... କେତେ କଣ ସାଙ୍ଗରେ ଧରି ବାହାରେ ସେ ପଦା କୁ. ସମସ୍ତଙ୍କ ସ୍ନେହ, ସନମାନକୁ ବଞ୍ଚାଇ ରଖିବା ଯେପରି ତାର ପ୍ରଥମ କର୍ତବ୍ୟ ଠିକ ସେହିପରି ନିଜର, ନିଜ ପରିବାର ମର୍ଯ୍ୟାଦାକୁ ଜଗିବା ତାର ସେତିକି ପ୍ରଧାନ ଦାଇତ୍ୱ.....ଏତିକି ଜାଣିଥିଲା ସ୍ନେହା. ଆଉ ସଜାଗ ଥିଲା ଗୋଟେ ଛାତ୍ର ଜୀବନ ର ମୂଲ୍ୟ ବୋଧକୁ ନେଇ. ଏ'ସବୁ ଭିତରେ କୁଆଡେ ଯେମିତି..... ହଜିଯାଇଥିଲା ସ୍ନେହା ର ସବୁ ସ୍ୱପ୍ନ ଆଉ ଭଲ ପାଇବା. 


    ସାଗରର ଜୁଆର ପରି ମାଡି ଚାଲେ ବୟସଟା. ମାନେ ନାହିଁ କିଛି ବନ୍ଧ ବାଡ. ଦିନ ଆସେ....... ଯୋଉଠି ବ୍ୟତୀବେସ୍ତ ହୋଇ ପଡନ୍ତି ପରିବାର ଲୋକେ..... ସ୍ନେହା ର ବିବାହ ନେଇ. କଥାରେ ଅଛି.... "ଝିଅ......ଘିଅ ". ପାଠ ପଢା ତ' ସରିଲା . କାହିଁକି ବା ଆଉ ଘରେ ରଖିବେ ଯେ'?? . ଏ 'ସବୁ ଶୁଣି..... ସ୍ନେହା ପଡିଗଲା ଭାରି ଅଡୁଆ ରେ . କଣ କରିବ....??? ଯାହାକୁ ସେ ଏତେ ଦିନ ଧରି ମନରେ ସାଇତି ରଖିଛି..... କହିବ କାହାକୁ !! ଶୁଣିବ ବା କିଏ.... !!. କେମିତି ଜାଣିବ ଯେ 'ଯାହାକୁ ହୃଦୟର ମନ ମନ୍ଦିରରେ ରଖି ସେ' ଏପର୍ଯ୍ୟନ୍ତ ପୂଜା କରି ଆସିଛି...... ସତେରେ କ'ଣ ସେ' ଆଜି ବି ତାକୁ ସେତିକି ଭଲ ପାଉଥିବ..... !!!. ନା ହଜି ଯାଇଥିବ ଆଉ କାହା ପ୍ରେମ ରେ ...!!!. ମୁଁ ସିନା ଝିଅ ଟା ଯେ'...... ତାଙ୍କ ଯାଏ ପହଂଚି ପାରିନି. ହେଲେ,,, ସେ' କୋଉ ବନ୍ଧନ ରେ ଆବଧ ଯେ'......???. ଚାହିଁ ଥିଲେ କ'ଣ ମୋ' ଯାଏଁ ପହଂଚି ପାରିନ'ଥାନ୍ତେ..... ନା' ସେ ଚାହୁଁ ନାହାନ୍ତି... !!!. ଏମିତି ନିଜକୁ ନିଜେ ପ୍ରଶ୍ନ କରି କରି ସିଦ୍ଧାନ୍ତ ନେଲେ ଯେ'..... ନାଇଁ କିଛି ସଠିକ ନ'ଜାଣି କୌଣସି ସିଦ୍ଧାନ୍ତ ରେ ପହଂଚିବା ଠିକ ହେବ ନାହିଁ. ତେଣୁ କଳେ ବଳେ ଖବର ପଠାଇ ସତୀଶ ଙ୍କୁ ଡକେଇ ବାକୁ ଚେଷ୍ଟା କଲେ ସ୍ନେହା. ଏତିକି ଖବର ଦେଲେ ଯେ'.....ସେ' ଥରେ ହେଲେ ଦେଖା କରିବାକୁ ଚାହୁଁଚି ବୋଲି. ଖବର ପାଇଲା କ୍ଷଣି.... ସତୀଶ ମଧ୍ୟ ଆତୁରା ହୋଇ ଧାଁଅନ୍ତି ସ୍ନେହା ଙ୍କୁ ଦେଖା କରିବା ଲାଗି. ସ୍କୁଲ ହତା ର ପରିବେଶ. ସ୍ନେହ କାଙ୍ଗାଳି ସ୍ନେହା କିନ୍ତୁ ଆତ୍ମ ସଂଯମ ର ସହିତ ଦେଖା କରନ୍ତି ସତୀଶ ଙ୍କ ସହିତ . ଏତେ ଦିନ ପରେ.... ପ୍ରାୟ,,, ଦଶ ବର୍ଷ ହୋଇଯିବ ୟା' ଭିତରେ. ଖାଲି ଚାହିଁ ରହିଗଲେ ଉଭୟ ଉଭୟଙ୍କୁ. କାହାରି ହାଲୋ ନାହିଁ କି ' ହାଏ ନାହିଁ..... l ଅକୁହା କାହାଣୀ କହୁଥିଲା ଯେପରି ଅନେକ କିଛି ସେହି ଆଖି ଚାରୋଟି. ଛଳ ଛଳ ଆଖିର ନିଷ୍ପାପ ଚାହାଁଣୀ ହଠାତ ସ୍ୱପ୍ନ ରୁ ଉଠିପଡ଼ି ଥିଲେ ଯେପରି ....!!! l ଛୋଟ ଛୋଟ ପିଲାଙ୍କ କୋଳାହଳରେ ଆନମନା ମନ କୁ ବୋଲ ମନେଇ,,, ସତୀଶ ପଚାରିଲେ.... ଆଉ ପଢା ପଢି କୋଉ ଯାଏଁ ଗଲା...?? ସ୍ନେହା କହିଲା ପି.ଜି ସରିଲା. ସେଠୁ,, ସ୍ନେହା ପଚାରିଲା.... ତୁମେ,,,, କେମିତି ଅଛ...??. କଣ କରୁଛ ଏବେ..??. ସତୀଶ ଥିଲେ ନିରୁତର. ସ୍ନେହା ହାତରୁ ସତେ ଯେପରି ସମୟ ଖସି ଖସି ଆସୁଥିଲା. ରୋକ ଠୋକ ପଚାରିଦେଲା...... ମତେ ଏବେବି ଭଲ ପାଅ.....!!,,,, ବାହା ହେବ ମୋତେ....!!,,, ପ୍ରସ୍ତାବ ଆଣିବ ଆମ ଘରକୁ... !!. ବୋକା ଙ୍କ ପରି ଏବେ ବି' ସତୀଶ ଚାହିଁ ରହି ଯାଇଥିଲେ ସ୍ନେହା ର ମୁହଁକୁ ବଲବଲ କରି ...... ଯେମିତି କି' ଆଗରୁ କେବେ ବି' ଦେଖି ନ'ଥିଲେ.... l ଆଉ ଭାବୁଥିଲେ..... ଏତେ ପାଠ ପଢ଼ିଛି ସ୍ନେହା, ଉଚ୍ଚ ଶିକ୍ଷିତ, ସୁନ୍ଦର, ବଂଶ ଆଭିଯାତ୍ୟ, ଧନୀ ଘରର ଝିଅ..... ମୋତେ କ'ଣ ସେ'....ମାନେ ତାଙ୍କ ଘର ଲୋକେ ପସନ୍ଦ କରିବେ....???. ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ସତୀଶଙ୍କ ମନରେ. ଠିକ ସେମିତି ଭାବୁଥାଏ ସ୍ନେହା..... ମୋ ' ମନର ରାଜ କୁମାରକୁ ଆଉ କେହି ବାନ୍ଧି ନେଇନି ତ' ୟା' ଭିତରେ.... !!. କେତେ ସୁନ୍ଦର ମୋ' ସ୍ୱପ୍ନର ମଣିଷଟା,,,, ସତେରେ କ'ଣ ମତେ ନିଜର କରିବେ..... !!!. ମନା କରିଦେବେନି ତ'.... !!!. ତାରି ଭିତରେ ସତୀଶ କୁହନ୍ତି ...... ସ୍ନେହା,, ତୁମେ ଏତେ ପାଠ ପଢିଛ, ଦେଖିବାକୁ କେତେ ସୁନ୍ଦର. ତୁମକୁ ମୋ' ଠାରୁ ଆହୁରି ଅନେକ ଯୋଗ୍ୟ ବର ମିଳିଜିବେ. ବହୁତ ଖୁସିରେ ରହିବ ତୁମେ. କ'ଣ ହେଲା କେଜାଣି ସ୍ନେହାର,,, ଏତିକି କଥାରେ ..... 

ତା' କାନ ମୁଣ୍ଡାଟା ଝାଇଁ ଝାଇଁ ହୋଇଗଲା. ସତେ ଯେପରି ଆଉ କିଛି ଶୁଣିବାକୁ ନ'ଥିଲା ଧର୍ଯ୍ୟ ତା' ପାଖରେ. ଅନେକ ରାଗ ଓ ଅଭିମାନକୁ ସାଉଁଟି କାନ୍ଦି କାନ୍ଦି ଧାଇଁ ଥିଲା ଏକ ମୁହାଁ ହୋଇ ଘରକୁ. ସେବେଠୁ ଶୁଖି ନାହିଁ ଲୁହ ତାର...... ଆଜି ଯାଏଁ. ଆଉ ଶୁଖିବାର ଆଶା ବି' ମଧ୍ୟ ଦେଖା ଯାଏନା ତା' ପାଖରେ . ସେଠୁଁ ପଳେଇ ଆସିଥିଲା ଅନେକ ପ୍ରଶ୍ନକୁ ନିଜ ଭିତରେ ଜାବୁଡି ଧରି.  


      ସେହି ପ୍ରଶ୍ନର ଯନ୍ତ୍ରଣାରେ କାହିଁ କେତେ କାଳୁ ମରୁଛି ଛଟପଟ ହୋଇ ସେ . ଯେମିତି ଜଳୁଥିଲେ..... ମୀରା ଆଉ ରାଧା. ଜୀବନ ଯନ୍ତ୍ରଣା. ଯାହା,,, ଅନାଦି ଅନନ୍ତ କାଳରୁ ଭୋଗୁଛନ୍ତି  ବିରହୀ କପୋତ ଆଉ କପୋତି ଦୁହେଁ . ସେହି ଅକୁହା ବେଦନାର ଅଜସ୍ର କାହାଣୀ ..... ନା' କାହାକୁ ଦେଖାଇ ପାରୁଛନ୍ତି ନା' ନ'କହି  ସହିପାରୁଛନ୍ତି , ନା ରହି ପାରୁଛନ୍ତି ଉଭୟ ...... !!!!  

ଉଭୟ ଙ୍କର ସ୍ବପ୍ନ ସୌଧଟି ଧୂଳିସାଥ ହୋଇଗଲା ନିମିଷକେ ..... ଟିକିଏ ଭୁଲ ବୁଝା ବଣାରେ. କୋଉଁଠି ରହିଗଲା..... କାହାର ଭୁଲ...... !!. ଭାବି ଭାବି ବୟସଟା ପହଂଚି ଗଲାଣି ତାର ଶେଷ ପାହାଚରେ. ଆରମ୍ଭ ଟା ଜଣା ନ'ଥିଲା,,, ଶେଷ ମଧ୍ୟ ଜଣା ନାହିଁ ତଥାପି,,,, ଅଗାଧ ସ୍ନେହ, ନିବିଡ଼ ପ୍ରେମ..... ପରସ୍ପର ଙ୍କର ହୃଦୟରେ ଏବେବି' ଭରି ରହିଛି ଅପୂର୍ବ ଐସୋରିକ..... ଶାଶ୍ୱତ ପ୍ରେମ. ସକଳ ଆତ୍ମୀୟତା ଭିତରେ ବି' ଭରି ରହିଛି ନିବିଡ଼ ସମ୍ପର୍କର ବନ୍ଧନ. ଯାହାର ଇୟତା କଳ୍ପନାତୀତ. ଯେଉଁଥିରେ ନାଁ କେବେ ଥିଲା,,,, ନାଁ କେବେ ଅଛି ଆଉ ନା ରହିବ.... ସ୍ୱାର୍ଥ,ଦ୍ବେଷ , ଆବିଳତା, ସଂକୀର୍ଣ୍ଣତା ଅବା କାମୁକ ଲାଳସାର ଲେସ ମାତ୍ର. ପାଇବା ଆଉ ହରେଇବାର ବହୁ ଉର୍ଦ୍ଧରେ..... ସେ' ସମ୍ପର୍କ. ଯାହା ଥିଲା କୃଷ୍ଣ ଆଉ କ୍ରିଷ୍ଣା ଙ୍କ ଭିତରେ. ଯାହା ଥିଲା ମୀରା ଆଉ ମୁରଲୀ ବଂଶୀଙ୍କର ଭିତରେ. ଯାହା ଥିଲେ ରାଧା ଆଉ ଶ୍ୟାମଙ୍କର ଭିତରେ. ଆଜିବି'ସାଇତି ରଖିଛି ସେହି ଅଭୁଲା ସ୍ମୃତିର ପ୍ରଥମ ପ୍ରେମର ସ୍ମାରକି....... ପୁସିଂ କାର୍ଡ ଟିକୁ. ଯାହାର ମୂଲ୍ୟ କେବଳ ସ୍ନେହା ହିଁ ଜାଣିବ ଆଉ କେହି ନୁହେଁ..... କେବେ ନୁହେଁ. 



Rate this content
Log in

Similar oriya story from Romance