Chhabi rani Pati

Classics

5.0  

Chhabi rani Pati

Classics

ମହନୀୟl ର ମହଣେ ପ୍ରତୀକ "ନାରୀ "

ମହନୀୟl ର ମହଣେ ପ୍ରତୀକ "ନାରୀ "

7 mins
529


ନାରୀ.......!!! କେତେ ମହିୟାନ-ମହିୟସୀ ଓ ପ୍ରେମମୟି, ବଳିଷ୍ଠ - ଜୀବନ୍ତ ପ୍ରତିମାଟିଏ .....!!। ଏ' ସଂସାରରେ ଆତଯାତ ଅନନ୍ତ କୋଟି ଜୀବ ଜଗତ ମଧ୍ୟରୁ .....ସ୍ନେହମୟୀ ତଥା ବାତ୍ସଲ୍ୟ ମମତାମୟୀ ର ମୂର୍ତ୍ତିମନ୍ତ ପ୍ରତିକଟି , ସୃଷ୍ଟିରେ ପ୍ରାୟତଃ .....ଅପୂରକ , ଅନନ୍ତ ଏବଂ ଅନନ୍ୟ ମଧ୍ୟ । ବିପୁଳ ତଥା ଅସରନ୍ତି ଶ୍ରଦ୍ଧାର ଧାରା ଶ୍ରାବଣରେ ଗଢ଼ି ଉଠିଥାଏ ତା' ସୃଷ୍ଟି ସମ୍ଭାର । ଦେବୀ ରୂପା ସେହି ଅଭୟ ବରଦାୟିନୀ କରୁଣାମୟୀ ଶିଖାଏ ଆଉ ଦେଖାଇଥାଏ ସବୁରିକୁ ବଞ୍ଚିବାର ସବୁ ରାହା । ସେଇ ନାରୀ .....!!!,,,, କେବେ କ'ଣ କାହା' ସରଳ ବିଶ୍ୱାସରେ ବିଷ ଭରି .....ସତରେ କ'ଣ ହୋଇପାରେ ସୁଖୀ ....!! କାହା ପ୍ରଗତିର ପ୍ରତିବନ୍ଧକ ସାଜି;ସତରେ କ'ଣ ଲକ୍ଷ ସିଦ୍ଧ କରିପାରେ ... ନିଜ ଭାଗ୍ୟର ଦୌଡ଼ରେ..... !! କାହାରି ଅନାବିଳ ପ୍ରେମର ପ୍ରଚ୍ଛଦ ପଟରେ ଅକ୍ଳେଶରେ ଆଙ୍କି ଦେଇପାରେ,,,ଅନାବନା ଭାବନାରେ.... ଏତେ ବଡ଼ ବଡ଼ କଳଙ୍କିତ ଅଧ୍ୟାୟ....!! । ଏମିତି, ଅନେକ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ; ଅବିଳମ୍ବେ ଆସିଯାଏ .....ବୟସର ଅପରାହ୍ନ। ଥାଏ ଅପେକ୍ଷ ରତ,,,, ସେହି କଳା ରାତ୍ରୀକୁ । ଯାହାର ସକାଳ ନା' କେବେ ହୋଇଛି .... ନା' କେବେ ହବ !!!! ପାଇବା , ହରାଇବାର ହିସାବ ଖାତା ....... ତା'ପାଇଁ ହଜି ଯାଇଥାଏ ସବୁଦିନ ପାଇଁ ଇତିହାସର କାଳଗର୍ଭ- ଗହ୍ବର ଭିତରେ । ସବୁ ନିରର୍ଥକ ଏବଂ ହୋଇଯାଏ ମୂଲ୍ୟହୀନ । ଭାବିବସେ ; ଅନେକ ଅସମ୍ଭବକୁ ସମ୍ଭବ କରିବାର ଅଦମ୍ୟ ପ୍ରୟାସେ..... କଳ-ବଳ-କୌଶଳର ବିଚିତ୍ର ଘଟଣା ଦୁର୍ଘଟଣାବଳୀକୁ । ସେଥି ଭିତରୁ ....କିଛି ; ନିମିଷକେ ସୁଖ ଦେଇ ହଜିଯାନ୍ତି....କାହିଁ କେଉଁ ଅଜଣା ଅଦେଖା ହାତରେ । ସବୁବେଳେ ଦେଇ ଚାଲୁଥାନ୍ତି...... କାଳ ବୈଶାଖୀର ଝଡ଼ବର୍ଷା ପରି କୁଢ଼ କୁଢ଼ ଅବସୋସ ,ଅନୁତାପ , ଆଉ ଦୁଃଖ କେବଳ ଦୁଃଖ....!!! ।


              ଯୌବନର ମଧ୍ୟ ପ୍ରଣୟରେ ପାଦ ରଖିବାକୁ ସଂକୋଚ କରେ ବିବେକି ମଣିଷଟେ । "ପ୍ରେମର ବୟସ ନ'ଥାଏ....ନ'ଥାଏ ମଧ୍ୟ ଆୟୁଷ" ତଥାପି,,,,ଖଟାଏ.... ବିବେକ ବୁଦ୍ଧି । ସଂସ୍କାରି ସମାଜର ନାଲି ଆଖିକୁ ଡରି ନେଇଯାଏ ସେଥିରୁ କ୍ଷାନ୍ତ । ସେ' ସ୍ତ୍ରୀ ଅବା ହେଉ ପୁରୁଷ ....ସଂସାର ବନ୍ଧନରେ ଥରେ ବାନ୍ଧି ହୋଇଗଲେ ହେଁ.... ଧରି ନିଏ ତା'ପାଇଁ ତା'ଜୀବନ ସାଥିଟି ହେଉଛି ..... ହର୍ତ୍ତା , କର୍ତ୍ତା ପୁଣି ଦଇବ ବିଧାତା । ସକଳ ଇଛା ଅସୁୟାର ଅଭିଳାଷକୁ ଜଳାଞ୍ଜଳି ଦେଇ ଗଢିଥାଏ ସୁନାର ସଂସାରଟି । ଅଭିଆଡ଼ି ବେଳର ସ୍ବେଚ୍ଛାଚାରୀ ମନବୃତ୍ତିକୁ ବିବେକର ଲଗାମରେ କଷି ଧରି ରଖେ ନିଜ ଅକ୍ତିଆରରେ । ବିବାହର ପବିତ୍ର ବନ୍ଧନକୁ ପବିତ୍ର ମାନସିକତାରେ ଉଜ୍ଜୀବିତ କରିବା ଲାଗି ଚେଷ୍ଟା ଜାରି ରଖିଥାଏ ନିରନ୍ତର । ମାତ୍ର ,, ସଫଳତା , ବିଫଳତା.... ଧାର୍ଯ୍ୟ କରେ ସମୟ ନିର୍ଘଣ୍ଟ । ଯୋଉ ସମୟ ; ଯାହାର ଅଧୀନରେ....... ଏ' ସାରା ଦୁନିଆଁ । ତାରି ଆଦେଖା ହାତରେ ଛାଡିଦିଏ.....ନିଜର ଭାଗ୍ୟ ଆଉ ଭବିଷ୍ୟ । ଏଇ ଭାବନେଇ ଶାନ୍ତ୍ୱନା ଦେଇଚାଲେ ନିଜକୁ .....


"ଦଇବ ଦଉଡି..... ମଣିଷ ଗାଈ,                          ଜେଣିକି ଟାଣିବ....ସେଣିକି ଯାଇ"


ମୌସୁମୀର ଅନୁକୂଳରେ ଯାତ୍ରା କରିବାକୁ .... ସେ' ହୋଇଯାଏ ଏକପ୍ରକାର ବାଧ୍ୟ । ପ୍ରତିକୂଳରେ ଛତା ଦେଖାଇବାର ପରିସ୍ଥିତି ଯେ' କେତେ ଭୟାନକ ......!! ସେଥିପ୍ରତି ବେଶ ହୃଦଙ୍ଗମ କରିପାରେ; ସଚେତନତାର ସହିତ । ସେହି ଚିନ୍ତା ଚେତନାରେ ହଯାଇଦେଇ ; ଟେକିଦିଏ ନିଜକୁ ଭାଗ୍ୟର ହାତରେ ।


    ଆମ ମହନୀୟ ଭାରତୀୟ ..... ପରମ୍ପରା , ଜାତି , ସଂସ୍କୃତି ଓ ସଭ୍ୟତାର ମହିୟସୀ କରୁଣାମୟୀ ନାରୀ ଚରିତ୍ର ଙ୍କର ଦୟା, କ୍ଷମା , ତ୍ୟାଗ ,ସମର୍ପଣ ର ଗାଥା କିଛି କମ ନାହିଁ .....ତଥାପି,, ଅନେକ ଅଛନ୍ତି.... ଯେଉଁମାନେ ; ଅନ୍ୟର ଅଧିକାରକୁ ଜୋର ଜବରଦସ୍ତି ଝାମ୍ପି ନିଅନ୍ତି .....ନିଜର ଅନୈତିକ କାର୍ଯ୍ୟ ସିଦ୍ଧି ଉଦ୍ଦେଶ୍ୟରେ । ଲଗାଇ ଦିଅନ୍ତି କେତେ କେତେ ସଂସାରରେ....... ଏକପ୍ରକାର ଅଲିଭା ଆଉ ଅଶାନ୍ତି ର ନିଆଁ। ଭରିଦିଅନ୍ତି ଅସରନ୍ତି ଦୁଃଖ । କିନ୍ତୁ ,, ଅନୁଶୋଚନା କି' ଅନୁତାପ ନ'ଥାଏ.......ତାଙ୍କ ଜୀବନର ସମ୍ବିଧାନରେ । ଅବିବେକ,ଅମଣିଷଟେ ପରି ବିକ୍ରି ହୋଇ ଯାଆନ୍ତି ମଧ୍ୟ ,ଏହି ଦୁଶ୍ଚରିତ୍ରl - ଚରିତ୍ର ମାନଙ୍କ ହାତରେ .....କିଛି ପୁରୁଷ । ହଜାଇ ଦିଅନ୍ତି, ନିଜର ଅସ୍ତିତ୍ୱ ଆଉ ଦାଇତ୍ୱ ବୋଧକୁ । ଛାଡି ଦେଇ ଯାନ୍ତି..... ରକ୍ତର ସବୁ ସମ୍ପର୍କକୁ । ସୁସ୍ତ ସମାଜ ତଥା, ପବିତ୍ର ବନ୍ଧନକୁ। ନିଲଠାଙ୍କ ପରି ନିଜ ଅସହାୟତାର ଦ୍ୱାହି ଦେଇ.....ହୋଇ ଯାଆନ୍ତି ଅଫେରା ପଥର ପଥିକ। ବାପା - ମାଆ - ସ୍ତ୍ରୀ - ପିଲା ଛୁଆଙ୍କର ତ୍ୟାଗ, ସ୍ନେହଁ , ପ୍ରେମ , ନିଷ୍ଠା, ସମର୍ପଣ ଆଉ ଭଲପାଇବାକୁ ଗୋଡ଼ରେ ଆଡେଇ ଦେଇ ........ ସତେ ଯେମିତି ହୋଇଯାନ୍ତି "ସାତପର" । ଏମିତି କିମିୟା କରି ହଜେଇ ଦେଇ ପାରେ ମଧ୍ୟ; ପର ପୁରୁଷର ଚିନ୍ତା ଚେତନାକୁ......" ଗୋଟେ ନାରୀର ପ୍ରକୃତି ଓ ପ୍ରବୃତ୍ତି " .... !!!! ପୁରୁଷଟି ସବୁ ଦେଖୁଥିଲେ ବି' ହୋଇଯାଏ ଅନ୍ଧ ......!! କରିପାରେ , କିଛି ନ' ଦେଖିବାର ଭଲ ଅଭିନୟ । ତା' ସାମ୍ନାରେ ଘଟୁଥିବା ସତ୍ୟତା.....ତାକୁ ଲାଗେ ପ୍ରହେଳିକା ସଦୃଶ୍ୟ ଓ ମୂଲ୍ୟହୀନ। ମୂଲ୍ୟବାନ ହୋଇଉଠେ କେବଳ ଆଉ କେବଳ ...... ଅଳକାନନ୍ଦାର ଝଲସାରେ.... ନାଚି ଉଠୁଥିବା ସେହି ଉଦ୍ଦେଶ୍ୟ ଭିତ୍ତିକ ସ୍ୱାର୍ଥ ରହିତ ପ୍ରେମଟି ।ପ୍ରୟିତ ହେଉଥିବା ସ୍ବର୍ଗୀୟ ସୁଖର ଆନନ୍ଦରେ ବିଭୋର ହୋଇପଡେ ସେ' । ନିଜ ମାନବିକ ମୂଲ୍ୟବୋଧକୁ ହଜାଇ .....ଏହି, କ୍ଷଣସ୍ଥାୟୀ ପରକୀୟ ପ୍ରୀତିର ଜାଲରେ ଛନ୍ଦି ହୋଇ, ହରେଇ ବସେ ସବୁକିଛି । ସ୍ୱାର୍ଥ ସିଦ୍ଧି ପରେ,,,, ଖାଏ ଯେତେବେଳେ ଶକ୍ତ ପଦାଘାତ .....ହରାଇ ବସେ  ନିଜର ମାନସିକ ଭାରସାମ୍ୟ !!! । ହୋଇଯାଏ ପାଗଳ ଅବା, ନିଶା ଗ୍ରସ୍ତ ଅମାନୁସିକ ବ୍ୟକ୍ତିଟିଏ । ଯିଏ କି ହିଂସ୍ର ଜଙ୍ଗଲୀ ପଶୁ ମାନଙ୍କଠାରୁ ବି' ଅଧିକ ଭୟଙ୍କର । ଅଥବା, ରାସ୍ତା କଡରେ ପଡି ରହିଥିବା ପରିତ୍ୟକ୍ତ ପଥରଟେ । ଯାହାକୁ ମନଇଚ୍ଛା ଯେ' ଯେତେବେଳେ ପାରେ ,ମାରି ଚାଲିଯାଏ ଗୋଇଠାଟେ ।


  ଇନ୍ଦ୍ରପୁରୀର ସ୍ବପ୍ନ ଦେଖାଇଥିବା ନାରୀଟି ସବୁ ସୁଖ,ସ୍ୱାଚ୍ଛନ୍ଦର ସ୍ୱପ୍ନକୁ ଶୋଷି ନେଲା ପରେ.... ଶେଷରେ ଖୋଜି ବୁଲେ ଆଉ ଏକ ସରଳ, ପରାକ୍ରମୀ...... କା'ପୁରୁଷ । ନିଜର କାମନା ବାସନାର ଚରିତାର୍ଥ କରିବାକୁ ଯାଇ ସଜାଇ ବସେ ପୁଣି ଏକ ରଙ୍ଗମହଲ । ଛଳନା ପ୍ରେମର ଅଡୁଆ ସୂତାରେ ଛନ୍ଦି...... କବଳିତ କରି ଛାଡେଇନିଏ ପୁରୁଷର ଜୀବନ ଓ ଜୀବିକା । ଛଡାଇ ନେଇ ହାଯାଇଦିଏ ପରିବାରର ସକଳ ସୁଖ , ଶାନ୍ତି ....ଇତ୍ୟାଦି, ଇତ୍ୟାଦି । ପୁରୁଷଟି କାମାନ୍ଧରେ ଅନ୍ଧ ହୋଇ ; ଫନ୍ଦି ଫିକରରେ ଫସିଯାନ୍ତି .........ସେ'ହି ମାୟାବିନୀ ମୋହିନୀ କନ୍ୟା ମାନଙ୍କର ମାୟାଜାଲରେ । 


 "ନାରୀଟିଏ ସାଜେ ନାରୀ ପାଇଁ ଅରି ,        ନାରୀ ହିଁ ନାରୀର ବଇରୀ" ।


 ପୁରୁଷ ତ, ତା' ହାତ ମୁଠାର ଚାବିଦିଆ କଣ୍ଢେଇଟିଏ ମାତ୍ର । ଗୋଟେ ନାରୀକୁ ବିରହ ନିଆଁରେ ଝାସିଦେଇ..... ତୋଳିବାକୁ ବାହାରିଯାଏ ବାଲୁକାମୟ କଳ୍ପନାରେ ପ୍ରୀତିର ନଅରଟିଏ । ଯାହା ଅଧର୍ମ , ଅସତ୍ୟ , ଅବାସ୍ତବ.....!!! । ନିମିଷକେ ଚୁରମାର ହୋଇଯାଏ ସବୁ ମରିଚିକାର ସ୍ବପ୍ନ । ଯେଉଁଥିରେ ନ'ଥାଏ ନିଷ୍ଠା,ସମର୍ପଣ । ଅବା, ଯେଉଁ ବନ୍ଧନ କୌଣସି ନିର୍ଦ୍ଧିଷ୍ଟ ନୀତି,ନୟମ ଓ ଶୃଙ୍ଖଳାର ବଶବର୍ତ୍ତୀ ନୁହେଁ । ବରଂ ସ୍ୱାର୍ଥନ୍ବେସୀର ଅଭିପ୍ସରେ ପରିପୂର୍ଣ । କୁହୁଡି ଘେରାରେ ଆଚ୍ଛାଦିତ ମାୟା ମରିଚିକାର ପ୍ରହେଳିକା ସଦୃଶ୍ୟ ମାତ୍ର ......!!!!!!।


        ନିଦ ଭାଜେ । ସମୟ ଆସେ, ମଣିଷ ବୁଝି ପାରେ ନିଜର ଭୁଲ । ମାତ୍ର , ଫେରିବାକୁ ପାଏ ନାହିଁ ବାଟ । ଯଦିଓ ଫେରିଆସେ .....ତା'ର କୁଟା କାଠିର ସଂସାର କୁଡ଼ିଆ ଭିତରକୁ .......!!! .କିନ୍ତୁ, ସରି ଯାଇ ଥାଏ ଜୀବନର ଅନେକ ମୂଲ୍ୟବାନ ସମୟ , ହଜି ଯାଇଥlଏ ଯୌବନ । ଲିଭି ଯାଇଥାଏ ଜୀବନର ସୁଖ, ଆଖିର ଲୁହରେ ଭିଜି ଭିଜି ଘୁଷୁଡି ଯାଇଥାଏ ....... ସୁଖ ସ୍ବପ୍ନର ସ୍ତୁପ ସୁନ୍ଦର ତାଜମହଲଟି । ସମ୍ପର୍କର ଅଫିଟା ଆସନ୍ତି ର ଗଣ୍ଠିକୁ ଫିଟେଇବାର ଅକ୍ଲାନ୍ତ ଚେଷ୍ଟାରେ ବଞ୍ଚିବାକୁ ହୁଏ ଜୀବନଟା କୁ....ଜୀଇଁ ବାକୁ ହୁଏ କେବଳ ବୟସଟାକୁ । ମାରିବାକୁ ଥାଏ ଅବଶିଷ୍ଟ ନିଶ୍ୱାସ .....ଅନିଚ୍ଛା ସତ୍ୱେ । ବଞ୍ଚିବାକୁ ତ'ହୁଏ.... କିନ୍ତୁ , ହଜି ଯାଇଥିବା ସବୁ ଆଶା , ଅଭିଳାସରେ....... ସୁକୁ ସୁକୁ ହେଉଥିବା ଜୀବନ୍ତ ଶବକୁ ବୋହି......ମରି ମରି । ବିଶ୍ୱାସ - ଭରସାର ବସାରେ...... ଯାହା ପାଇଁ କରିଥାଏ କେତେ ବ୍ରତ , ଉପବାସ ଓ ମନାସି ଥାଏ ମାନସିକ ..... ଜାଳିଥାଏ, ରାତି ଉଜାଗରୀ ଅଖଣ୍ଡର ଦୀପ.....!!! ,,,, ସ୍ତ୍ରୀ ଟି ମନରେ ଉତୁରି ପଡୁଥିବା ରାଗ ,ମାନ ,ଅଭିମାନରେ ....ସ୍ୱାମୀଟି' ଥିବା ନ'ଥିବା ହୋଇଯାଏ ତା'ପାଇଁ ସବୁ ସମାନ । କାରଣ,,, ଦେହର ଭୋକ କୁ ଶାନ୍ତ କରିବାକୁ ଯାଇ...... ସୃଷ୍ଟିର ସମସ୍ତ ଜୀବଜଗତ ରଖିଥାନ୍ତି ଶାରୀରିକ ସମ୍ପର୍କ । କିନ୍ତୁ , ସେ' ସମ୍ପର୍କରେ ମଣିଷ ହୋଇ ଯଦି ନ'ଥାଏ....... ସାନ୍ତ୍ୱନା , ସମବେଦନା , ଉତ୍ସର୍ଗୀକୃତ ପ୍ରେମ ସଦ୍ଭାବନାର ମଧୁର ମୁହୂର୍ତ୍ତ ....!!! ସେ କି' ପ୍ରକାର ସମ୍ପର୍କ.......!!! ସେ' କି' ପ୍ରକାର ସଂସାର ବନ୍ଧନ....!! ।


             ଯାହାର ଅସ୍ତିତ୍ୱ ଓ ବ୍ୟକ୍ତିତ୍ୱକୁ ଜ୍ଵଳନ୍ତ ଅଗ୍ନିକୁ ନିକ୍ଷେପ କରି ,,, ସମାଲୋଚନାର ସରବ୍ୟ ଭୟରେ ଉଦ୍ଧାର କରିବାର ଆଖିଦୃଶିୟା ପ୍ରୟାସ କରିଥାଏ ପୁରୁଷ....!! ଆଉ , ମୃତ୍ୟୁର ସମନ ଦେଇ ; ଜୀବନ ଯାକର ଜୀବନ୍ତ ମରଣ ପରି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦରମାର କରି ଛାଡିଦେଇ .....ମଜା ଦେଖୁଥାଏ .......ଅତ୍ତି ଅମାନୁସିକତାର ମାନସିକତା ନେଇ......!!! । ଅନୈତିକ ଭାବେ ଗୋଟେ ନାରୀ ସବୁ ସୁଖ ସୁବିଧା ସାଉଁଟିଲା ବେଳେ .....ଅଧିକାରୀ କୃତ ଅର୍ଦ୍ଧାଙ୍ଗିନୀଟି ବଞ୍ଚେ ଅତି ଦୟନିୟ ଭାବେ.....!! । ଯାହାର ସାରମର୍ମ,, ହୃଦୟ ବିଦାରକ ଓ ଭାବଗର୍ଭକ ନିଶ୍ଚିନ୍ତ । ପ୍ରେମ ତ' ତ୍ୟାଗ ଓ ସମର୍ପଣ ର ପ୍ରତୀକ । ସତରେ କ'ଣ ଏପରି ଚିତ୍ରରେ ଦୃଶ୍ୟମାନ ଚରିତ୍ର ମନେ କରିଥାନ୍ତି ପ୍ରେମ .....???? । ନାଁ,,,ସେମାନେ କେବେ କାହାରି ବି' ନୁହଁନ୍ତି । କେବଳ ନିଜ ସ୍ୱାର୍ଥର । କିନ୍ତୁ , ପୁରୁଷଟି ବୁଝିପାରେନି ମାୟାବିନୀ ର ମାୟା । ତା'ରି ଚାରିପଟେ ଘୁରି ବୁଲୁଥାଏ ଅପ୍ରାପ୍ତିର ଦବାନଳରେ ନିଜ ଦୈହିକ ଲାଳସାର ଚରିତାର୍ଥ ଉଦ୍ୟେସ୍ୟରେ । ଦୁଃଖ ଦୁର୍ଦଶାରେ ପାଗେଳିଟେ ପରି କାଳତିପାତ କରୁଥିବା ସ୍ତ୍ରୀ ଟିର ଦେଖି ପାରେନି ଶିରି ....ସେହି ସ୍ୱାମିଟି। ସେଠି, ବିଚରା ସ୍ତ୍ରୀ ଟି ବି' ଭାବି ପାରେନି କିଛି । କ'ଣ କରିବ ସେ....???? ବାଟଭୁଲା ସ୍ୱାମୀ କୁ ଫେରେଇ ଆଣିବା ପାଇଁ ଅଣ୍ଟାରେ ଲୁଗା ଭିଡିବ ......!! ଏକ ଅଜଣା ଭୟରେ ଥରିଉଠେ ଦେହ । ଲୋକ ଲଜ୍ୟା ର ଡର । କ'ଣ ଭାବିବ ସମାଜ....! ସତରେ କଣ ମୁଁ ମୋ' ସ୍ୱାମୀଙ୍କୁ ଗୋଟେ ସ୍ତ୍ରୀ ର ସବୁ ସୁଖ ସନ୍ତୁଷ୍ଟି ଦେବାରେ ଅକ୍ଷମ .....!! ମନ ଆଉ ମସ୍ତିକ ଭିତରେ ଚାଲେ ରୀତିମତ ' ଦ୍ଵନ୍ଦ '। ପେଷି ହୋଇଯାଏ ବିଚାରିଟି ର ଜୀବନ ଯୌବନ ।


   "ଆଲୋ ସଖି ଆପଣା ମହତ ଆପେ ରଖି "


  ଏହା ଭାବି ଜୀବନ ସଂଘର୍ଷରେ ଚୁପ ହୋଇଯାଏ ଧୀରେ ଧୀରେ । ଆଉ ଗୁମୁରି ଗୁମୁରି କବାଟ କୋଣ ରେ କାନ୍ଦିବା ଛଡା ପାଏନାହିଁ ଉପାୟ କିଛି।


"ସ୍ୱାମୀ ପଛେ ମରୁ ....... ସୁତୁଣୀ ରାଣ୍ଡ ହେଉ"


 ଏଭଳି ଆକ୍ରୋସର ଶିକାର ମଧ୍ୟ ହୋଇଯାଏ ସମୟlନୁକ୍ରମେ । "ଚୋର କୁ ମାନ କରି ଖାପରାରେ ଖାଇଲା " ପରି ଭାବିବସେ "ଘର ପଛେ ପଡୁ.....ହେଲେ, ମୂଷା କେଞ୍ଚେ ପାଉ" ଏପରି ନା' , ନା' ବିଷାକ୍ତ ଭାବନାରେ କବଳିତ କରି ଦେଇଥାଏ ତାର ସ୍ଥିତି , ଅବସ୍ଥିତି ଆଉ ପରିସ୍ଥିତି । ଏହିପରି ପ୍ରତିହିଂସା ଓ ପ୍ରତିଶୋଧ ର ବନହିଁରେ ଜଳି ଉଠେ ତା' ନିଜ ଜୀବନ ।


      ସାମ୍ବିଧାନିକ ଧାରା ର ନୀତି ନିୟମ ଆଦର୍ଶ ର କୋଉ ପରିପ୍ରେକ୍ଷୀରେ ଏପରି ନିଷ୍ପତି ନିଆ ଯାଇଛି .....ଯେ' ଅନୈତିକ ବୋଲି କିଛି ସମ୍ପର୍କ ନାହିଁ ....ତାହା କେତେଦୂର ଯଥାର୍ଥ ଆଉ ପ୍ରଯୁଜ୍ୟ ???? ତାହା , ମୁଁ ଜାଣେନା । ହଁ, ଏତିକି ଜାଣେ , ଜୀବନ ଜୁଆରରେ ସବୁବେଳେ ଝାସ ଦିଏ ନିରୀହ ଆଉ ସରଳ ବିଶ୍ୱାସୀଟି । ସେ'ପୁରୁଷ ହେଉ...... କି' ନାରୀ। ମୋ'ର କୌଣସି ଇଙ୍ଗିତ ନାହିଁ କୋଉ ଲିଙ୍ଗ ଅବା କାହାରି ବ୍ୟକ୍ତିଗତ ଜୀବନ ପ୍ରସଙ୍ଗ ଉପରେ । ବରଂ ସଚେତନତାର ବାର୍ତା ମୋର ଏହା କି' ' ......ସାବଧାନ ,, ସାବଧାନ ମୋର ସରଳ, ନିଷ୍କପଟ ସାଧୁ- ସୁଧି ବୃନ୍ଦ .....ଏ'ଭଳି ନଷ୍ଟ ଚରିତ୍ରର ଲମ୍ପଟ ପୁରୁଷ ଓ ବରଙ୍ଗନା ମାନଙ୍କୁ । ସତ୍ୟ ଯୁଗର ରାମରାଜ୍ୟରେ ରାବଣ ବି' ଥିଲେ ,,, ଆଉ ମନ୍ଥରା - ସୃପଣେଖା ପରି କୁଟିଳ ରକ୍ଷାସି ବି' । ମା'ପେଟରୁ କେହି ଖରାପ ହୋଇ ଜନ୍ମ ହୋଇନଥାନ୍ତି । ପରିବେଶ , ପରିସ୍ଥିତି ଆଉ ପ୍ରକୃତି ଆମ ମାନଙ୍କୁ ବିଶ୍ୱ ଦରବାରରେ ଭଲ ମନ୍ଦ କରି ଠିଆ କରେଇ........ ନୂତନ ପରିଚୟ ପ୍ରଦାନ କରାଇ ଦେଇଥାଏ । ନିଜେ ସଚେତନ ରହିବା ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିବା । "ଆପଣା ହସ୍ତେ ଜିହ୍ଵା ଛେଦି କିଏ ବା' ଅଛି ତା'ର ପ୍ରତିବାଦୀ" ଏପରି ପରିସ୍ଥିତି କେବେ ସୃଷ୍ଟି ହେବାକୁ ଦେବାନାହିଁ । ସତର୍କ ରହିବା, ସତର୍କ କରିବା ......... ."ବିଷ କୁମ୍ଭମ ପ୍ରୟୋ ମୁଖମ" ଭଳି ମିଠା ଛୁରୀ ଙ୍କୁ ।ଏ'ସମାଜକୁ ସୁସ୍ତ ,ସୁନ୍ଦର, ଓ ସମୃଦ୍ଧ କରି ଗଢି ତୋଳିବାକୁ ପ୍ରୟାସ ଜାରି ରଖିବା । ଧନ୍ୟବାଦ। ( ଜୟ ଜଗନ୍ନାଥ )


Rate this content
Log in

Similar oriya story from Classics