Chhabi rani Pati

Inspirational

3  

Chhabi rani Pati

Inspirational

ନିଶ ଉଠା ପାଠ

ନିଶ ଉଠା ପାଠ

5 mins
215


     ମଣିଷ ଟିର ସର୍ବାଙ୍ଗୀନ ଉର୍ଣ୍ଣତି ସାଧନ ଲାଗି ଶିକ୍ଷା ଯେ ଏକମାତ୍ର ଓ ପ୍ରଧାନ ବ୍ୟବସ୍ଥା ! ତାହା , ନିଶ୍ଚିନ୍ତ ଭାବେ ସ୍ୱୀକାର ଯୋଗ୍ୟ । ଶିକ୍ଷା ଆମକୁ ସ୍ୱଚ୍ଛନ୍ଦରେ ଓ ସମ୍ମାନରେ  ବଞ୍ଚିବାର ରାହା ଦେଖାଏ ।  ସୁସ୍ତ - ସଭ୍ୟ ଶିକ୍ଷିତ , ସମ୍ଭ୍ରାନ୍ତ ସମାଜରେ ମୁଣ୍ଡ ଟେକି ବାଟ ଚାଲିବାକୁ ଦିଏ ଅଦମ୍ୟ ସାହସ ଆଉ ଦମ୍ଭ । ସବୁ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ଆମର ଶିକ୍ଷା - ଦୀକ୍ଷା । କଥା ରେ ପରା ଅଛି ---

    " ସ୍ଵ- ଦେଶେ ପୂଜ୍ୟତି ରାଜା

      ବିଦ୍ୱାନ  ସର୍ବତ୍ର ପୂଜ୍ୟତି "।


ତେଣୁ , ଗୋଟେ ବିଦ୍ୱାନ ହେବାକୁ ହେଲେ  ନିଜକୁ ସାରା ଜୀବନ ବିବେକର ଅନୁଶାସନ ରହି ବିଦ୍ୟାର ଅନୁସନ୍ଧାନରେ ଅନିସନ୍ଧିଶଛୁ ହେବାକୁ ହୋଇଥାଏ । ଜିଜ୍ଞାସା ମନୋବୃତିର ଅନ୍ୱେଷଣ ରେ  ପ୍ରତୀକ୍ଷଣ ନିଜକୁ ନିୟୋଜିତ କରିବା ନିତ୍ୟାନ୍ତ ବାଞ୍ଛାନିୟ  ମଧ୍ୟ ହୋଇଥାଏ । ପରାକ୍ରମୀ ରାଜାଟେ ପରି କେବଳ ନିଜ ଦେଶରେ କାହିଁକି !! ବରଂ ; ଦେଶ ବିଦେଶରେ ମଧ୍ୟ ନିଜ ଜ୍ଞାନର ପରାକାଷ୍ଠା ରେ ଭୁୟସୀ ସୁଗନ୍ଧ ବିତରଣ କରି ସୁନାମ ଅର୍ଜନ କରିବା ; ଗୋଟେ ବିଜ୍ଞ ପାଖରେ ଶ୍ରେୟସ୍କର ।


         କଟକ ଜିଲ୍ଲାର, ବୟାଳିସ ମୌଜା ଉପାନ୍ତରେ ଗାଁ ଟି ର ନାମ କଳପଡା । ସେଠି ବାସ କରୁଥିଲେ, ଜଣେ ଅନାମଧ୍ୟେୟ ପରିବାର । ସମାଜର କୌଣସି ଭାଗ ଦୌଡ଼ରେ ତାଙ୍କର ନଥିଲା ,କିଛି ବି ଯୋଗ ଦାନ । ବାଲ୍ୟରୁ ମାଆ ଛେଉଣ୍ଡ ଥିଲା ବିଚରା ପିଲାଟି । ବାପା , ହିଡ଼ ମୁଣ୍ଡରେ ମାଟି ନଦୀ  " ମୁଣ୍ଡ ଝାଳ ତୁଣ୍ଡରେ ମାରି " ଠେଲି ନେଉଥିଲେ ତିନି ପ୍ରାଣୀର ଛୋଟ ସଂସାର ଟିକୁ। ଗାଈ , ଛେଳି , ମେଣ୍ଢା , ମାଛ , କୁକୁଡ଼ା, ଆଉ କିଛି ବି ନଥିଲା ରୋଜଗାରର ମାଧ୍ୟମ । ରାତି ପହିଲେ , ବାପା ଚାଲିଯାନ୍ତି କାଖରେ ଛତା , ମୁଣ୍ଡରେ ଠେକା ଆଉ କାନ୍ଧରେ କୋଦାଳଟେ ଧରି ଗହୀରି ବିଲକୁ । ବୟସର ଚାପରେ ଆଖିକୁ ଅଦୃଶ୍ୟ ଦେଖାଯାଉଥିବା ବୃଦ୍ଧ ଜେଜେ ମାଆ ପାଖେ ରହିଯାଉଥିଲା ନାତି ପଞ୍ଚୁ । ନାତି ନୁହେଁ ତସତେ ଯେମିତି ବୁଢ଼ୀ ମାର ହାତ ବାରିସୀ । ଠୁକଠାକ ଚାଉଳ ଗଣ୍ଡେ ଫୁଟେଇ ଦେଇ ବାଡିର ଶାଗୁଟାଏ  କି , ବଡ଼ିଟାଏ ଅଥୁବା , କେରାଣ୍ଡି ଟାଏ ପୋଡ଼ିଦେଲେ ସରିଯାଏ ହାତ ପାଟିର ରାଜନୀତି ଟା । ପାଠ ବଢିବାକୁ ପ୍ରବଳ ଇଛା ଥିଲେ ବି ଆର୍ଥିକ ଅନଟନ ଅବା, କୁହାଯାଇ ପରେ ଅଚଳ ଘରର ଆବଶ୍ୟକତା ; ଯାଇପାରେନି ଇସ୍କୁଲକୁ ପଞ୍ଚୁ । ତଥାପି ; ଗାଁ ଦାଣ୍ଡ ଦେଇ ଇସ୍କୁଲକୁ ଯାଉଥିବା ଛୁଆଙ୍କୁ ଦେଖିଲେ , ଚାତକ ପରି ଚାହିଁ ରୁହେ । ଆଖିରେ ଆଖିଏ ସ୍ବପ୍ନ ନେଇ ଖୁସି ହେଇଯାଏ ଭାରି । ସେ ବି ଦିନେ ଏମିତି ପିଠିରେ ବେଗ ପକେଇ ଧାଇଁବ ଇସ୍କୁଲକୁ । ଆଉ ପାଠ ଦିଅକ୍ଷର ପଢି ବଡ଼ ମଣିଷଟେ ହବ । ଜେତେବେଳେ ଗାଁ ଶେଷ ମୁଣ୍ଡରେ ଥିବା ସ୍କୁଲରେ ଘଣ୍ଟା ବାଜିଉଠେ ଭାଙ୍ଗିଯାଇ ସ୍ବପ୍ନ ତାର । ଏମିତି ନୀତି ହୁଏ । ଝାଟି ମାଟିର ଛପର ଦେଇ ଖରା ଯେତେବେଳେ ଅଗଣା ଛୁଏଁ ପଞ୍ଚୁ ଜାଣିପାରେ ଇସ୍କୁଲ ସମୟ । ଆଉ ଲମ୍ବା ତାଳ ଗଛର ଛାଇ ଯେବେ ବାଡ଼ି ଓଳିତଳୁ ଖସିବାକୁ ଲାଗେ ସେଜାଣିପାରେ ଛୁଟି ହେବାର ଓ ପିଲା ଘରକୁ ଫେରିବାର ସମୟ । ଦୌଡ଼ି ଯାଏ ଗାଁ ଦାଣ୍ଡକୁ ତାରିପାରି ଛୋଟ ପିଲାମାନଙ୍କୁ ଦଳ ଦଳ ହୋଇ ଯିବା ଆସିବାର ଲୋଭନୀୟ ଦୃଶ୍ୟକୁ ଉପଭୋଗ କରେ, ବେଶ ମନଭରି । 


           ଦିନେ ନତ କରି ଆସି ବସିଗଲା ଘର ଓଳିତଳେ । ବୁଢ଼ୀ ମାଆ ଟି ନିଇତି ଦେଖେ ; ଆଉ , ସବୁ ବୁଝି ମଧ୍ୟ ପାରେ । ତଥାପି ବଫେଇ ହୋଇ ପଚାରେ କିରେ ପଞ୍ଚୁଆ , କଣ ହେଇଛି କିରେ ? କଣ ପାମ୍ପେଡା ଶୁଖୁଆ ପରିକା ମୁହଁ ଟା କରି ବଇଛୁ ? ଭୋକ ହେଲାଣି କିରେ ବାପା ? ଏତିକିରେ ଭୋ , ଭୋ ହେଇ କାନ୍ଦି ଉଠିଲା ପଞ୍ଚୁ । କ୍ଷମତା ସିନା ନାହିଁ!! ହେଲେ, ଅଛି ପ୍ରବଳ ଇଛା । ପାଠପଢିବାକୁ ଢେର ସ୍ପୃହା । ଆଉ ସହିପାରିଲାଣି ବୁଢ଼ୀ ମାଟି । ଚିନ୍ତା କରି ଶେଷରେ ଶିଖାସିଖି ହୋଇଗଲେ ନାତି, ଜେଜେ ମାଆ ଦୁହେଁ । ଦାଣ୍ଡରେ ଜଗି ବସିଥାନ୍ତି । ସେଇବାଟ ଦେଇ ଆସୁଥାନ୍ତି ଇସ୍କୁଲ ଦିଦି ଜଣେ । ବୁଢ଼ୀ ମାଆଟି ଗୋଟେ ବାଡ଼ି ଲାଉ ଆଉ , ପାଣି କଖାରୁ ନେଇ ଥୋଇଦେଲେ ଦିଦିଙ୍କ ଆଗରେ । ଦିଦି ପଚାରିଲେ କଣ ବିକିବ କି ? ହେଲେ , ମୁଁ ତ ସ୍କୁଲକୁ ଯାଉଛି । ଫେରିଲା ବେଳେ ତୁମ ଘରୁ ଯାଇଁ ନେଇଆସିବି । ପାଟିରୁ କଥା ନସରୁଣୁ ଜେଜେ ମାଆ ଯାଇ ଧରି ପକାଇଲା ଦିଦିଙ୍କର ପାଦକୁ । ମୋ ନାତି ଛୁଆଟାର ପାଠ ପଢିବାକୁ ଢେର ଇଛା । ମାତ୍ର ଏଇମିତି ଅସୁବିଧା ଯୋଗୁ ସେ  ପାଠ ପଢିପାରୁ ନାହିଁ ଦିଦି । ତେମେ ଅପଣେ ଚାହିଁଲେ ! କିଛି କର ଦିଦି ! ମୁଁ, ପଇସା ନହେଲେ ନାହିଁ , ମୋ ବାଡ଼ି ଘରେ ଯାହା ଶାଗ ମୁଗ ଅଛି ମୁଁ ଥୋଇଦେଇ ଆସିବି ତୁମ ଅଗଣାରେ । ଦିଦି ପିଲାଟିର ଅଦମ୍ୟ ଇଛା ଦେଖି କହିଲେ ଠିକ ଅଛି । ତାର ଯଦି ଏତେ ଆଗ୍ରହ  ମୁଁ ତାକୁ ବହି,ସିଲଟ , ଖାତା କଲମ ସବୁ ଆଣି ତୁମ ଘରେ ଦେଇଆସିବି । ଆଉ ସ୍କୁଲକୁ ଯିବା ଆସିବା ବେଳେ ଟିକେ ଟିକେ ପାଠ ବତେଇ ମଧ୍ୟ ଦେବି । ଏଥର ଗୋଡ଼ ଛାଡ ମାଉସୀ । ଏତିକିରେ କୁରୁଳି ଗଲା ପଞ୍ଚୁ ର ବେକାବୁ ମନଟା । ଆଉ ଦୁହେଁ ଙ୍କର ଶୁଖିଲା ଓଠରୁ ଝରିଗଲା ଦରଫୁଟା ହସ ଚେନାକ । ସେହିପରି ଚଳାନ୍ତି ଦୀର୍ଘ ଏକ ବର୍ଷ । ତାପରେ ଦିଦି ଚାଲିଯାନ୍ତି ଅନ୍ୟତ୍ର ବଦଳି ହୋଇ । ଆଉ , ବନ୍ଧା ହୋଇଯାଏ ପଞ୍ଚୁର ପାଠ ବସ୍ତାନୀ । ସେବି, ଧୀରେ ଧୀରେ ବାପାଙ୍କ ପଛେ ପଛେ ବିଲକୁ ଗଡେସମୟ ଚକ୍ରରେ ।


         ବଡ଼ ହେଲା । ଗାଁ ଗଣ୍ଡାରେ ହାଟ , ବାଟ , ଘାଟରେ ସାଙ୍ଗସାଥିଙ୍କ ସହିତ ଉଠିବା ବସିବାକୁ  ଭାରି ଲାଜ ଲାଗେ ତାକୁ । ଅନ୍ୟମାନେ ମଧ୍ୟ ପସନ୍ଦ କରନ୍ତିନି ତା ସହିତ ମିଶିବାକୁ । ଓଲଟା କହିବି ଦିଅନ୍ତି ମୁର୍ଖଟା ବୋଲି । ତଥାପି , "ମଣିଷ ତ ଗୋଟେ ସାମାଜିକ ପ୍ରାଣୀ " ନା, କେତେ ଦିନ ଅବା ଏକା ଏକା ରଖିପାରିବ ସେ ନିଜକୁ ! ତାର ଦିଦି ଙ୍କ କଥା ମନେ ପଡ଼ିଲା -----       " ଇଛା ଥିଲେ ଉପାୟ ଆପେ ଆପେ ଆସେ " ତେଣୁ , ସେ ଅଣ୍ଟାରେ ଜୋର ଭିଡ଼ିଲା । ପାଠ ପଢିବ । ମନସ୍ତ କଲା ଯେ ଏବେବି ଡେରି ହୋଇ ଯାଇନିସେ ନିଶ୍ଚିନ୍ତ ପଢିବ ।  ସାଙ୍ଗ ସାଥି " ନିଶ ଉଠା ପାଠ ଆଉ, ଛତୁ ଫୁଟା ପାଠ " କହି ବେଶ ପରିହାସ କଲେ ତାକୁ । ସେତିକିରେ ସେ ହାରିନଯାଇ ବରଂ ଉତ୍ତର ଦେଲା ସେମାନଙ୍କୁ ଯେ"ପାଠ ପଢ଼ିବାର କୌଣସି ବୟସ ନଥାଏ "। ଶୁଣିଲା , ସରକାରଙ୍କ " ସର୍ବଶିକ୍ଷା ଅଭିଯାନ --- ସଭିଏଁ ପଢିବେ , ସଭିଏଁ ବଢ଼ିବେ " ।  ତେଣୁ , ଦିନଯାକର କଠିନ ଝାଳ ବୁହା ବିଲ ବାଡିର ପରିଶ୍ରମ ସାରି ସଞ୍ଜ ହେଲେ ବସି ଯାଉଥାଏ ବହି ପତ୍ର ନେଇ ଡିବିରି ଲଣ୍ଠନ ଆଗରେ । ଚେଷ୍ଟା କରୁଥାଏ କି, ଖେଳିଯାଏ ସାରା ଗାଁ ରେ ଏହି କଥାଟି । ଜଣେ ଭଦ୍ର ଶିକ୍ଷିତ ମହାନୁଭାଵ ବଢ଼ାନ୍ତି ତାଆଡ଼କୁ ସହଯୋଗର ହାତ । ଦେଖାନ୍ତି ରାସ୍ତା । ନିଜ ନିଷ୍ଠା ଓ ଦୃଢ଼ ନିଶ୍ଚିତ ମନୋବଳରେ ସେହି ପଥ ପ୍ରଦର୍ଶକ ଅଭିଜ୍ଞ ମହାଶୟଙ୍କ ଅଭିଜ୍ଞତାକୁ ପାଥେୟ କରି ବଢି ଚାଲେ ଆଗକୁ ଆଗକୁ । ଯଦିଓ ଅଗଧାଡ଼ିର ଶିକ୍ଷିତ ସଭ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରେନି ନିଜକୁ ତଥାପି ; ଶିଖିଯାଏ , ନିଜ ପାଇଁ ନିଜେ ବଞ୍ଚିବାର ଉପାୟ ମାନ । ଅନ୍ୟ ପାଖରେ ମୁଣ୍ଡ ବିକି, ବେଠି ଖଟି , ଗୋଲାମି କରିବା ଠୁଁ  ଯେପରି ପାଇଯାଏ ତ୍ରାହି । ଠିକେନି କି କାହାରିକୁ ଠକେନି । ସ୍ୱାଭିମାନର ସହ ବଞ୍ଚେ ଆଉ ବଞ୍ଚିବାକୁ ଦିଏ । ସେ ନିଜର ସୃଷ୍ଟି କରିପାରିଛି ଏକ ପ୍ରକାର ସ୍ୱତନ୍ତ୍ର ପରିଚୟ । ହାତରେ ହାତ ମିଶାଇ ଚାଲିବାକୁ କୁଣ୍ଠାବୋଧ କରୁଥିବା ପରିଚିତ ମନେ ଆଜି ଆଉ ଅପରିଚିତ ନୁହଁନ୍ତି ବରଂ କାନ୍ଧରେ ମିଶାଇ ଦେଉଛନ୍ତି ଆଉ ଏକ କାନ୍ଧଟେ । ସ୍ୱଛନ୍ଦରେ ନିଜର ବି  ଖୋଲି ବସିପାରିଛି ଛୋଟ ମୋଟ ବ୍ୟବସାୟ ପ୍ରତିଷ୍ଠାନଟେ । ବୃଦ୍ଧ ପିତାଙ୍କ ସହିତ ସ୍ତ୍ରୀ ଆଉ ଗୋଟେ ଝିଅର ଛୋଟ ସୁଖୀ ସଂସାରଟିକୁ ନେଇ ସେ ଅଛି ବେଶ ଆନନ୍ଦରେ । 


Rate this content
Log in

Similar oriya story from Inspirational