STORYMIRROR

Sunanda Mohanty

Drama Tragedy

3  

Sunanda Mohanty

Drama Tragedy

କାର୍ଯ୍ୟ ବ୍ୟସ୍ତତା

କାର୍ଯ୍ୟ ବ୍ୟସ୍ତତା

2 mins
163


ସମୟ ଚାଲିଯାଏ କିଛି ଚିହ୍ନ ଛାଡ଼ିଦେଇ । ଘଟଣା ଦୁର୍ଘଟଣା ଅନେକ ପୋଛି ହୋଇଯାଏ ସମୟ ଚକ ତଳେ ସ୍ମୃତି ହୋଇ ତ ଚିହ୍ନ ଲିଭିଯାଏ ସ୍ମୃତି କିନ୍ତୁ ସତେଜ ଥାଏ ସେଇ ସ୍ମୃତିରୁ ଖିଏ ମନେପକାଇବାକୁ ଯାଇ ଯାହା ମୁହଁ ନାଚି ଉଠୁଥିଲା ସେ ଥିଲା ସାଦାସିଧା ହାତେ ଓଢଣା ପକାଇଥିବା ଶ୍ରୀଅକ୍ଷର ବିବର୍ଜ୍ଜିତା ଦୀନେଶର ମାଆ । ହଁ... ହୁଏତ ଶାଗ ତୋଳି ମାଆ ବୋଲି ହେତୁ ପାଇବା ଦିନଠୁ ସେ ଘୃଣା କରୁଥିଲା ମାଆକୁ । ଅନ୍ୟ ସାଙ୍ଗମାନେ ମାଆ ରୋଜଗାର ପଇସାରେ ଗାଡି (ବାଇକ )ଚଢି, ଗୁଟୁଖା ଖାଇ, ଜୁଆ ଖେଳି ମଜଲିସ କଲାବେଳେ ତା ମାଆ ପଇସା ଦେବା ଦୂରର କଥା ଉପଦେଶ ଛଡ଼ା ଦିଏ କଣ ତାକୁ । ଖାଲି କେମିତି ବଡ଼ମଣିଷଟିଏ ହୁଅରେ ବାବୁ ,ମୋ ଆୟୁଷ ଆଶିଷ ନେଇକି ଦୀର୍ଘଜୀବୀ ହୋଇଥା କହିଲା ବେଳେ ଦୀନେଶ ଘୃଣାରେ ଘର ଛାଡି ପିଙ୍କୁ, ମିଟୁ ସହ ଜୁଆ ଖେଳିବାକୁ ଚାଲିଯାଏ । ସବୁଦିନ ଭଳି ନେହୁରା ହୋଇ ମାଆ କହିଥାଏ, ଯାହା କରୁଛୁ କର ହେଲେ ରାତିରେ କୋଉଠି ରହିଁବୁନି ମୋ ଧନ, ବଡ଼ଲୋକ ପିଲାଙ୍କ ସଙ୍ଗେ ସାଙ୍ଗ ହୋଇ ଦିବା ସ୍ବପ୍ନ ଦେଖିବୁନି ବାବା ।

   ହେଲେ ସେଦିନ ମାଆର ଶାଗ ଭଜା ଓ ପଖାଳ ଦିନେଶକୁ ପିତା ଲାଗିଲା, ମାଆ ହାତ ତିଆରି ରୁଟି ଗୁଡ଼କୁ ଛି ଛାକର କରି ସାଙ୍ଗମାନଙ୍କ ସଙ୍ଗେ ଜୁଆ ଅଡ୍ଡାରେ ରାତି କଟେଇଲା, ଫଳ ହେଲା ପୋଲିସ ବାନ୍ଧି ନେଲା ଆଉ ଦୀନେଶ ଆଖି ଆଗରେ ସାଙ୍ଗ ଦ୍ବୟର ବାପା ମାଆ ମାନେ ଆସି ତାକୁ ବେଲରେ ନେବା ପରିବର୍ତ୍ତେ ଅଧିକ ସଜ୍ଜା କାଟିବାତାକୁ ଆସିବା ଯାକେ ଜେଲରେ ରହିବାକୁ କହିଯିବା ବେଳେ ଦୁଃଖିନୀ ନିରାଶ୍ରୟ ମାଆଟି ତାର ସରପଞ୍ଚଙ୍କୁ ନେଇ ଆସି କାନଫୁଲ ବିକି ପଇସା ଖର୍ଚ୍ଚ କରି ତାକୁ ବେଲରେ ନେଇ, ବାଟ ସାରା ମୋ ସୁନାପୁଅ, ଏଥର ତ ବଦଳି ଯା ଧନ, ମଣିଷ ହେଇ ମୋ ନାମ ରଖ କହିଲା ତ ଦୀନେଶ ସତରେ ବଦଳୀ ଗଲା । ପାଠପଢି ବଡ ଚାକିରୀ କରି ବହୁ ଉପାର୍ଜ୍ଜନ କରୁଛି ସତ ହେଲେ ମାଆର ଖାଲି କାନ ପାଇଁ ସୁନାଫୁଲ ହଲେ କିଣି ମାଆକୁ ଦେବାକୁ ମାଆ ନଥିଲା ଆଉ ପିଲାଦିନର କୁସଙ୍ଗ ଯୋଗୁଁ ସବୁଥାଇବି ଦୁରାରୋଗ ବ୍ୟାଧି ଯୋଗୁଁ ରୁଟି ସଙ୍ଗରେ ଗୁଡ଼ ଖାଇଲା ବେଳେ ମାଆ ଖୁବ ମନେପଡେ ପିଲାଦିନ ଆଉ ବଡ଼ଦିନ ଭିତରେ ଦୀନେଶ କେବଳ ଛଟପଟ ହୁଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama