STORYMIRROR

Sunanda Mohanty

Classics Fantasy Thriller

3  

Sunanda Mohanty

Classics Fantasy Thriller

କାଫେର କଫି

କାଫେର କଫି

3 mins
6


କାଫେରେ କଫି ପିଉ ପିଉ କଫି ଭିତରେ ସ୍ନାତାଙ୍କୁ ତାଙ୍କ ଗାଁର ମହିଳା ଚରିତ୍ରମାନେ ଝୁଣି ପକାଉଥିଲେ ଯେମିତି. ସେତିକି ବେଳେ ଉଦୟନ କଫି ପିଉ ପିଉ ଆଧୁନିକା ନାରୀର ପୋଷାକ, ଚଳଣି ଭିତରେ ତାର ଆଗ, ପଛ ଓ ମଧ୍ୟଭାଗର ଅବୟବର ଭିର୍ନ୍ନ ଭିର୍ନ୍ନ ଭୂଗୋଳକୁ ନେଇ ତର୍ଜ୍ଜମା କରି ଚାଲିଥିଲେ. ସ୍ନାତାଙ୍କୁ କିଛି ଫରକ ପଡୁନଥିଲା. ଉଦୟନ ସବୁବେଳେ ଏମିତି. ସେ ଯେବେ ଗୋଟାକ ପରେ ଗୋଟେ ଦୃଶ୍ୟରେ ନାରୀ ଚରିତ୍ର ସାଙ୍ଗକୁ ତାର ଭୂଗୋଳ ଉପରେ ବେଶୀ ଧ୍ୟାନ ଧାରଣା ରଖି କହୁଥିଲେ ଦେଖନା ସ୍ନାତା, ଏଇ ସେଇ ଯୋଉ ସ୍ତ୍ରୀ ଲୋକ ତା ବେକରେ ଟାଟୁ କରିଛି ସେଇଟା ଯଦି ତା ଛାତିରେ କରିଥାନ୍ତା କେମିତି ହୋଇଥାନ୍ତା?? ବୁଲି ପଡି ସ୍ୱାମୀଙ୍କୁ ଅନାନ୍ତି ସ୍ନାତା, ଛି କି ଅସନା ପ୍ରଶ୍ନ ଏସବୁ !ଠିକ ସେତିକି ବେଳେ ତାଙ୍କୁ ଦେଖାଯାଏ ତାଙ୍କ ବୋଉର ଗୋବର ଲଗା ହାତ ପାପୁଲି. ଖୁଡିଙ୍କର ଦାଣ୍ଡ ଦୁଆର ରଙ୍ଗ କରିବା କଥା ଓ ବାସନ୍ତୀ ମାଉସୀର ଢ଼ିଙ୍କି କୁଟା ପାହାର ସାଙ୍ଗକୁ ନେତି ନାନୀର, ସୁରୁଜ ଆସି ପହଞ୍ଚିବା ଆଗରୁ ମୁରୁଜ ପକା ଦୃଶ୍ୟ. ସେସବୁ ଦେଖିଲେ ତ କାହା ଭିତରେ ନାରୀ ଜାତିର ଅସମ୍ମାନ ହେଲା ଭଳି ପ୍ରଶ୍ନ ଜାଗି ପାରେନା. ତଥାପି ବାପା ଯେବେ କହନ୍ତି ସାବୁନରେ ହାତ ଧୋଇ ଭାତ ବାଢ଼, ସେତେବେଳେ ସୀତା କିନ୍ତୁ କହିଥାଆନ୍ତି ତୋ ହାତରେ ଭାତ ବାଢିବୁନି ବୋଉ ମୋ ପାଇଁ ବରଂ ଖୁଡି ସାବୁନରେ ହାତ ଧୋଇ ଭାତ ବାଢିଲେ ମୁଁ ଖାଇବି.

  ଏବେ ସେ ସୀତାରୁ ସ୍ନାତା. କିନ୍ତୁ ମନ କାହିଁ ଖୋଜେ ସେଇ ବୋଉର ଗୋବର ଲିପା ହାତରେ ଥରେ ହାତ ରଖି ଲିପିବାକୁ ମନ ଭରି ଅଗଣା ଘର କାନ୍ଥ. କଣ ଭାବୁଛ ପ୍ରଶ୍ନ ଉତ୍ତରରେ ଉଦୟନ ଉତ୍ତର ପାଇସାରି କହନ୍ତି ଛି କି ନାଷ୍ଟି ଭାବନା ତୁମର. ବେଳେ ସେ କାନଭାସ ଉପରେ ଚିତ୍ରପଟ ଆଙ୍କୁଥାଆନ୍ତି ଅର୍ଦ୍ଧନଗ୍ନ କୋଉ ମାନସୀ କନ୍ୟାର ତ ସ୍ନାତା ଭାବନ୍ତି ଏ ପୁରୁଷ କଣ ନାରୀଟିଏ ଭିତରେ ଆଗ ପଛ ତନ୍ନଖିବାର କଳା କୌଶଳ ଛଡା ଆଉ କିଛି ଜାଣେ ନାହିଁ ନା ଏହା ଏକ ରୁଗ୍ଣ ମାନସିକତା ଉଦୟନଙ୍କର. ଅବଶ୍ୟ ବୋଉ ଯେବେ ବିଶେଷ ବିଶେଷ ପର୍ବ ପର୍ବାଣୀରେ ଟ୍ରଙ୍କ ସାଇତା ଶାଢ଼ୀ ପିନ୍ଧି ମୁଣ୍ଡର ସିନ୍ଥି ଓ କପାଳରେ ମେଞ୍ଚାଏ ଲେଖାଏଁ ସିନ୍ଦୁର ମାରି ସୂର୍ଯ୍ୟଙ୍କୁ ପାଣି ଦେଉଥାଏ ବାପା କହନ୍ତି ଦେଖ ଦେଖ ତୋ ମାଆକୁ, ସାକ୍ଷାତ ଲଷ୍ମୀଠାକୁରାଣୀଙ୍କ ରୂପ. କିନ୍ତୁ କେତେ ଭିନ୍ନ ସେ ମନ୍ତବ୍ୟ. ସବୁ କପାଳ. ଉଦୟନ ଠିକ ସେତିକି ବେଳେ ପଚାରନ୍ତି ଦେଖିଲ କାଫେ ସେପଟ ରାସ୍ତାକୁ ଲାଗି ଝରଣାରେ ଗୋଡ଼ ଭରି ଯେଉଁ ଶ୍ୟାମାଙ୍ଗୀ ମହିଳା ବସିଛି ତାର ପୃଷ୍ଠ ଭାଗ ଆଉ ଟିକେ ପତଳା ହୋଇଥିଲେ ଭଲ ହୋଇଥାନ୍ତା ନା. କଟମଟ କିନ୍ତୁ ନିରୀହ ଆଖିରେ ଉଦୟନଙ୍କୁ ଚାହିଁ ସେ ନିନ୍ଦୁ ଥାଆନ୍ତି ନିଜ ଭାଗ୍ୟ ନିଜେ ତିଆରି କରିବାକୁ ଆସି ଯୋଜନ ଯୋଜନ ଦୂରରେ ଆଜି ବନିଛନ୍ତି ପ୍ରାଚୁର୍ଯ୍ୟର ରାଣୀ. ଦୁଃଖ କାହିଁକି. ଏତିକି ବେଳେ ନିଜ ସହର ପୁରୀରେ ଡ୍ରେସ କୋଡ଼ ହୋଇଥିବା ଭିଡିଓ ଦେଖି ଆତ୍ମତୃପ୍ତି ଓଠରେ ଖେଳିଯାଏ ତାଙ୍କର. ଉଦୟନଙ୍କୁ କାତର କଣ୍ଠରେ ସେ ନିବେଦନ କରନ୍ତି ମତେ ଗାଁକୁ ନହେଲେ ନାଇଁ, ପୁରୀ ନେଇଚାଲ ଥରେ ଆନ୍ତତଃ ଜଗାଙ୍କୁ ଦର୍ଶନ ପାଇଁ. ଉଦୟନ କହନ୍ତି ତୁମେ ବସଙ୍କୁ ଖୁସି କରିଥିଲେ ମୋ ପ୍ରମୋଶନ ଟା ଏଥର ପକ୍କା ହୋଇଯାଇଥାଆନ୍ତା. ଯଦି ତୁମ ଭକ୍ତି ଅନୁଗ୍ରହରେ ତୁମ ଜଗା ମୋ ପ୍ରମୋଶନ କରାଇ ଦିଅନ୍ତି ତ ପକ୍କା ତୁମକୁ ପୁରୀ ନେଇଯିବି. ଦେଖିବି ସେ ରୂପ ଆକର୍ଷଣରେ ତୁମ ନାରୀ ଜାତି ଭିତରେ ଆଉ କି କି ବିକର୍ଷଣ ହୁଏ. ଆତୁରେ ଜଗାଙ୍କୁ ଡାକୁଥାଆନ୍ତି ସ୍ନାତାଓରଫ ସୀତା.

   ଜଗନ୍ନାଥ ଶୁଣିଛନ୍ତି ସ୍ନାତାଙ୍କ ଡାକ. ଉଦୟନଙ୍କର ଗୋଟେ ନୁହେଁ ବରଂ ଦୁଇଟା ପ୍ରମୋଶନ ହୋଇଛି ଆଉ ଦୁର୍ଗା ପୂଜାରେ ଗାଁକୁ ଆସିଛନ୍ତି ସ୍ନାତା ଓ ଉଦୟନ. ମେଳା ଚାଲିଛି. ଧାର୍ମିକ ପୂଜାରେ ଦେବୀ ଦୁର୍ଗାଙ୍କ ପୂଜା ନବଦିନ ବ୍ୟାପୀ ଉଦୟନ ହଲଚଲ ହେବାର ଜୁ ପାଉନାହାଁନ୍ତି. ସବୁ କାମରେ ହାତ ବଟେଇ ସହଯୋଗ ଓ ସଦିଚ୍ଛାରେ ମନ ପ୍ରାଣରେ ପୁଲକ ଅନୁଭବ କରୁଛନ୍ତି. ଅଦୂରରେ ଝିଅ ବୋହୁମାନଙ୍କ ରୂପ ରଙ୍ଗ ପୃଷ୍ଠ, ମଝି ଇତ୍ୟାଦି କାଳେ ବଖାଣିବେ ଭୟରେ ସ୍ନାତା ଦୂରେଇ ରହୁଥିଲେ ଉଦୟନଙ୍କ ଠାରୁ. ଉଦୟନଙ୍କ ପ୍ରଶଂଶାରେ ଶତମୁଖ ଘର ଲୋକଙ୍କ ସୁନ୍ଦର ସୁନ୍ଦର ମନ୍ତବ୍ୟରେ ବିଚଳିତ ହୋଇପଡ଼ୁ ପଡୁ ସ୍ନାତା ଦେଖିଲେ ହଠାତ ତାଙ୍କ ନୂଆ ଚାଦରଟା ନେଇ ଉଦୟନ ଦେବୀ ପୀଠରେ ଅଳ୍ପ ଅଳ୍ପ ଶୀତରେ ଫୁଙ୍ଗୁଳା ପିଠି ଦେଖାଇ ବସିଥିବା ସାରିଆ ବୁଢୀକୁ ଘୋଡେଇ ଦେଉଛନ୍ତି. ସେଦିନ ଥିଲା ଦଶହରା ପୂଜା. ପୂଜା ସରିବା ପରେ ଭସାଣୀ ପୂର୍ବରୁ ପୁରୀ ଦେଇ ଫେରିବାକୁ ବସିଲେ ସ୍ନାତା. ଫେରିବା ବେଳେ ବାପା ମାଆ ଦାଦା ଖୁଡି ସମସ୍ତେ ସ୍ନାତାଙ୍କୁ କହୁଥିଲେ ମନ ଖୁସି ରଖ ଝିଅ ଉଦୟନ ପରି ସ୍ୱାମୀ ପାଇଛୁ ଦୁଃଖ କଣ?? ଭସାଣୀ ପରେ ଫେରିଥିଲେ ହୋଇନଥାନ୍ତା ଝିଅ. ଉଦୟନ କଣେଇ ଚାହୁଁଥିଲେ ସ୍ନାତାଙ୍କୁ ତ ସ୍ନାତା କହୁଥିଲେ, ତାଙ୍କର ନୂଆ ପ୍ରମୋଶନ ହୋଇଛି କାଳିଆଙ୍କ କରୁଣାରୁ.ନୂଆ ଜାଗାରେ ଜଏନ କରିବାକୁ ହେବ ତ ଜଗନ୍ନାଥ ଦର୍ଶନ କରି ଫେରିବାକୁ ହେବ. ଉଦୟନ କିଛି କହିବା ପୂର୍ବରୁ ସ୍ନାତା ଗାଡିରେ ବସିଥିଲେ. ଉଦୟନ ପୁରୀ ଅଭିମୁଖେ ରାସ୍ତା ନିର୍ଣ୍ଣୟ କରୁ କରୁ କହୁଥିଲେ ଗାଁ ଦେବୀ ପୂଜା ଏତେ ଭଲ ଯେତେବେଳେ ଜଗନ୍ନାଥ କେତେ ଭଲ ହୋଇନଥିବେ. ସ୍ନାତା ହସିଦେଇଥିଲେ ଫିକ କରି, ଆଉ କହିଥିଲେ କଣ କାଫେର କଫି ପରି? ଉଁହୁ, ତାଠୁ ଖୁବ ଭଲ.


Rate this content
Log in

Similar oriya story from Classics