ABADHOOT PANDA

Classics Inspirational

3.6  

ABADHOOT PANDA

Classics Inspirational

କାମରିପୁର ସଦୁପଯୋଗ

କାମରିପୁର ସଦୁପଯୋଗ

4 mins
308



ପ୍ରାୟ ତିନି ଦଶନ୍ଧି ପୂର୍ବ ଘଟଣା l ଗୁରୁକୁଳ ଆଶ୍ରମ ହରିଦ୍ୱାର l ଗୈରିକ ବସନ ଧାରୀ ଛାତ୍ରଛାତ୍ରୀଗଣ ଅଧ୍ୟୟନ ରତ l ସମସ୍ତେ କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପୂର୍ବକ ଆଶ୍ରମ ଛାତ୍ରା ବାସରେ ରହୁଥିଲେ l ପ୍ରତ୍ୟେକ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ଅନୁଗତ ଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଓ ମାତା ପିତା ଆବଶ୍ୟକ ସ୍ଥଳେ ଆଶ୍ରମ ଆସି ପିଲାଙ୍କର ଭଲ ମନ୍ଦ ବୁଝୁଥିଲେ l ଗୁରୁ ଗୁରୁମାଙ୍କୁ ଉପଯୁକ୍ତ ଦକ୍ଷିଣା ଦେଇ ଫେରୁଥିଲେ l ପ୍ରତ୍ୟେକ ଶିକ୍ଷାନବିଶ ନିଜର ଅଭିଭାବକମାନଙ୍କ ପ୍ରୋତ୍ସାହନ ଓ ସ୍ନେହାଶିଷ ପାଇ ଆନନ୍ଦରେ ସମୟ ଅତିବାହିତ କରୁଥିଲେ l

ଈଶ୍ବର ଅନ୍ତର୍ଯ୍ୟାମୀ l ମଣିଷର ମନ ଭିତରେ କଣ ଅଛି ସେ ଜାଣନ୍ତି l ସେ ଏକ ଦୌଡ଼ି ରୂପକ ଚୁମ୍ବକୀୟ ଆକର୍ଷଣରେ ମଣିଷର ଅନେକ ଭାବନା ଓ କର୍ମ ସତ୍ତ୍ୱେ ତାକୁ ନିଜ ଅଭିସନ୍ଧି ସନ୍ନିହିତ ଗନ୍ତବ୍ୟ ସ୍ଥଳକୁ ନେଇ ଯାନ୍ତି l ସର୍ବାଦୌ ସେ ମଣିଷର ଅନ୍ତର୍ନିହିତ ମାନସିକତା ଉପରେ ଜୋର ଦେଇଥାନ୍ତି ଯାହାକି ସାଧାରଣ ଲୋକଙ୍କ ଜ୍ଞାତସାରର ସୀମାରେଖାର ବହିର୍ଗତ l ସେମିତି ଗୁରୁକୁଳ ଆଶ୍ରମର ଦୁଇ ଜଣ ମେଧାବୀ ଛାତ୍ର ଛାତ୍ରୀ ହରିଶ ଏବଂ ବେହୁଲାଙ୍କ ଜୀବନ ପଥରେ ହୋଇଥିଲା ଦୃଷ୍ଟିଗୋଚର l ବିଧିର ବିଧାନ ବଡ଼ ବିଚିତ୍ର l ଏକା ଗାଁ ପୁରସ୍ତମ ପୁରର ଥିଲେ ସେମାନେ ବାସିନ୍ଦା l ସେମାନଙ୍କ ପିତା ମାତାମାନଙ୍କ ମଧ୍ୟରେ ଥିଲା କ୍ଷୀର ନୀରର ସମ୍ପର୍କ l ଗାଁର ଇଷ୍ଟ ଦେବୀ ଥିଲେ ଅଧିଷ୍ଠାତ୍ରୀ ବାଲୁକେଶ୍ଵରୀ ଯେଇଁ ସ୍ବର୍ଗୀୟ ମାତାଙ୍କ ଉପରେ ସମସ୍ତଙ୍କ ଅଗାଧ ବିଶ୍ୱାସ l ମହାମାରୀର ପ୍ରକୋପ ତଥା ମୀମାଂସାହୀନ ପାରିବାରିକ ସମସ୍ୟା ଇତ୍ୟାଦି ସର୍ବ ସଙ୍କଟ ହାରିଣୀ ମାତାଙ୍କ ଅଦୃଶ୍ୟ ପ୍ରଭାବରେ କ୍ଷଣିକରେ ଉଭେଇ ଯାଇଥାଏ l ପ୍ରତି ଦୁର୍ଗାପୂଜାରେ ଯାକ ଯମକ ଏବଂ ଆଡମ୍ବରପୂର୍ଣ୍ଣ ବାର୍ଷିକ ମହୋତ୍ସବ ଆଖ ପାଖ ଅଞ୍ଚଳରେ ସୁବିଖ୍ୟାତ l ତେଣୁ ପ୍ରତ୍ୟେକ ସ୍ଥାନୀୟ ବାସିନ୍ଦାଙ୍କ ପରିବାର ମାତାଙ୍କ ନିକଟରେ ଚିର ଆନୁଗତ୍ୟତା ସ୍ୱୀକାର କରି ଆସିଛନ୍ତି ଶହ ଶହ ବର୍ଷ ଧରି l ପୁରାତନ ଗ୍ରାମବାସୀ ନିରକ୍ଷର ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଉଚ୍ଚଶିକ୍ଷିତ ଆବାଳବୃଦ୍ଧବନିତା ସମସ୍ତଙ୍କ ମନପ୍ରାଣ ମାତା ବାଲୁକେଶ୍ଵରୀଙ୍କ ପାଦପଦ୍ମରେ କେନ୍ଦ୍ରୀଭୁତ l

ଦିନକର ଘଟଣା l ସେଦିନ ମାତା ଠାକୁରାଣୀଙ୍କ ଅଷ୍ଟମୀ ପୂଜା l ସେହି ଅବସରରେ ହରିଶ ଏବଂ ବେହୁଲାଙ୍କ ପରିବାର ବର୍ଗ ହରିଶଙ୍କ ଘରେ ଏକତ୍ରିତ l ନିଜ ନିଜର ଆନ୍ତରିକ ଭାବରାଜିକୁ ପରସ୍ପର ମଧ୍ୟରେ ବିନିମୟ କରିବାର ଏକ ସୁବର୍ଣ୍ଣ ସୁଯୋଗ l ହରିଶର ମାତା ଓ ବେହୁଲାର ମାତା କାକ ବନ୍ଧ୍ୟା l ସନ୍ତାନ ଦ୍ବୟ କୌଶୋର ଅବସ୍ଥାରେ ଉପନୀତ l ବର୍ତ୍ତମାନ ହିଁ ଭବିଷ୍ୟତର ମୂଳଡୁଆ l ତେଣୁ ବର୍ତ୍ତମାନକୁ ପ୍ରାଧାନ୍ୟ ଦେଇ ଦୁଇ ଶିକ୍ଷାନବୀଶଙ୍କ ଭବିଷ୍ୟତ ସାଂସାରିକ ଜୀବନ କୁ ସୁଦୃଢ଼ କରିବା ନିହାତି ଆବଶ୍ୟକ ବୋଲି ହରିଶ ଓ ବେହୁଲାଙ୍କ ପିତାମାତାମାନଙ୍କ ବଦ୍ଧପରିକର ଧାରଣା ଯାହା ଏକ ସକାରାତ୍ମକ ସିଦ୍ଧାନ୍ତରେ ଅବଶ୍ୟ ଉପନୀତ ହେବ ଦୀର୍ଘକୋଡ଼ିଏ ବର୍ଷ ପୂର୍ବର ମନସ୍କାମନା ଅନୁଯାୟୀ l ଜଗନ୍ମାତା ବାଲୁକେଶ୍ଵରୀଙ୍କ ପ୍ରତ୍ୟକ୍ଷ ପ୍ରେରଣା ଅଦ୍ୟାବଧି ସେମାନଙ୍କ ପାଶ୍ଚାଧାବନ କରି ଆସିଛି ଛାୟା ସଦୃଶ l ପାରସ୍ପରିକ ପ୍ରତିଶ୍ରୁତି କୁ ସମ୍ପୂର୍ଣ୍ଣ ସନାତନୀ ପଦ୍ଧତିରେ କାର୍ଯ୍ୟଜରି କରି ହରିଶ ଓ ବେହୁଲାଙ୍କୁ ସ୍ୱାମୀ ସ୍ତ୍ରୀର ଦର୍ଜା ଦେବାପାଇଁ ସେମାନେ ସର୍ବଦା ଇପ୍ସିତ l  ଆଜି ବିଜୟା ଦଶମୀ l ଗୁରୁକୁଳ ଆଶ୍ରମ ଶିକ୍ଷାନୁଷ୍ଠାନର ଶେଷ ରଜନୀ l ପିଠା ପଣା ମିଷ୍ଟାନ୍ନ ସେବନ ଉପରାନ୍ତେ ଆସନ୍ତା କାଲିର ସୂର୍ଯ୍ୟ ଉଦୟ ପ୍ରସ୍ଥାନ କିରଣ ଦୁଇ ପରିବାରକୁ କିଛିଦିନ ପାଇଁ କରିବ ବିଚ୍ଛେଦ l ସନ୍ତାନ ଦ୍ବୟ ନିଜର ସ୍ନାତକ ପାଠ୍ୟ ଖସଡ଼ାକୁ ପରପୂର୍ଣ୍ଣ ପୂର୍ବକ ଆଉ ଏକ ବର୍ଷ ପରେ ସ୍ଵଶିରେ ଉପାଧି ଧାରଣା କରି ନିଜ ଦକ୍ଷତାର ପ୍ରମାଣ ଦେବେ ଶିକ୍ଷିତ ସମାଜ ସମ୍ମୁଖରେ l ଆଉମଧ୍ୟ ନିକର ଜୀବିକା ନିଜେ ଉପାର୍ଜନ କରି ହରିଶ ଓ ବେହୁଲା ଚିରାଚରିତ ସାଂସାରିକ ଜୀବନକୁ ଆପଣାଇ ନେବେ ନିଶ୍ଚୟ ଅଦ୍ୟ ରଜନୀର ପାରସ୍ପରିକ ଆଲୋଚନାକୁ ହୃଦୟଙ୍ଗମ କରି l ସେମାନଙ୍କ ଉପରେ ପିତାମାତାଙ୍କ ସମ୍ପୂର୍ଣ୍ଣ ଆସ୍ଥା ଆଉ ଭରସା l ସେମାନଙ୍କ ପୁତ୍ର କନ୍ୟା କଦାପି ଆର୍ଯ୍ୟ ସଂସ୍କୃତିକୁ ପରିତ୍ୟାଗ କରି ଅନାର୍ଯ୍ୟ ପାଶ୍ଚାତ୍ୟ ସଂସ୍କୃତିର ପ୍ରବାହରେ ଭାସମାନ ହୋଇ ପ୍ରାକ ବୈବାହିକ ଯୌନ ସମ୍ବନ୍ଧକୁ ଦେବେନି କେବେ ବି ପ୍ରଶୟ l ବିଦାୟ ରଜନୀ- ଅନ୍ତ-ବିଘୋଷକ ପ୍ରଭାତୀ ବାଳ ସୂର୍ଯ୍ୟ ଯେତେବେଳେ ରକ୍ତିମ ଆଭା ତ୍ୟାଗ କରି ଶୁଭ୍ର ଭାବ ମୂର୍ତ୍ତିରେ ସଂସାର ବିଦିତ ହେଲେ ସେତେବେଳେ ହରିଶ ଓ ବେହୁଲା ନିଜର ପରିବାର ଠାରୁ ବିଦାୟ ନେଇ ବାଷ୍ପୀୟ ଶକଟରେ ଯାତ୍ରା କଲେ ହରିଦ୍ୱାର ଗୁରୁକୁଳ ଆଶ୍ରମକୁ l ପିତାମାତାଙ୍କ ଉପଦେଶ ଶିରୋଧାର୍ଯ୍ୟ ଥିଲା ଦୁଇଜଣ ସହପାଠୀ ଓ ପାଠିନୀଙ୍କ l

ଚାହୁଁ ଚାହୁଁ ବିତିଗଲା ଦୁଇବର୍ଷ l ପରୀକ୍ଷା ବେଳ ଆସିଗଲା l ଦୁଇ ଜଣ କୃତୀତ୍ୱ ସହକାରେ ହେଲେ ଉତ୍ତୀର୍ଣ୍ଣ l ସ୍ନାତକ ଉପାଧି ଧାରଣ କରି ଆଗେଇ ଗଲେନିଜ ନିଜ ନିଜର ଜୀବିକା ଅନୁସନ୍ଧାନରେ l ହରିଶ ଓ ବେହୁଲା ନିଜ ଗାଁ ପାଖ ଆଚାର୍ଯ୍ୟ ଆର୍ଯ୍ୟଭଟ୍ଟ ମହାବିଦ୍ୟାଳୟରେ ପ୍ରତିଷ୍ଠିତ ହେଲେ ଯଥାକ୍ରମେ ଅଧ୍ୟାପକ ଓ ଅଧ୍ୟାପିକା ପଦବୀରେ l ସେମାନଙ୍କ ସହକର୍ମୀବୃନ୍ଦ ଅତ୍ୟନ୍ତ ମୁଗ୍ଧ ସେମାନଙ୍କ ମାନବୋଚିତ ଆଚରଣରେ l ଭରା ଯୌବନର ଉପକଣ୍ଠରେ ଉପନୀତ ସେମାନେ l ମନରେ ଥିବା ଶୃଙ୍ଗାରରସର ପ୍ରାବଲ୍ୟତାକୁ ଶକ୍ତିଶାଳୀ କରିଥିଲା ସେମାନଙ୍କ ପିତାମାତାମାନେ ନେଇଥିବା ଗ୍ରାମ ଦେବୀଙ୍କ ସମ୍ମୁଖରେ ଶପଥ l ଦୁଇଜଣଙ୍କୁ ପବିତ୍ର ବିବାହ ବନ୍ଧନରେ ବାନ୍ଧିଦେବାକୁ ଆଜୀବନ l ଆଜି ହରିଶ ଓ ବେହୁଲା ପ୍ରାପ୍ତ ବୟସ୍କ l ଏଇଟା ହିଁ ଉପଯୁକ୍ତ ସମୟ l ସମ କର୍ମକ୍ଷେତ୍ର ଓ ସହ କର୍ମଚାରୀ ଥିଲେ ସୁଦ୍ଧା ସେମାନେ ଭିନ୍ନ ସରକାରୀ ଉପନିବେଶରେ ବାସ କରୁଥିଲେ l ଅଦ୍ୟାବଧି କନ୍ଦର୍ପର ଫୁଲଶର ବିଫଳ ହୋଇଥିଲା ସେମାନଙ୍କୁ ବିଦ୍ଧ କରିବାରେ l କଦାପି ବିଚଳିତ ନଥିଲେ ସେମାନେ l ଆର୍ଯ୍ୟ ଭାବଧାରାର ନୈତିକତାକୁ ସେମାନେ ମନପ୍ରାଣରେ ପୋଷଣ କରିଚାଲିଥିଲେ l ସୁସ୍ଥ ପ୍ରଣୟର ଥିଲେ ସେମାନେ ପୂଜାରୀ l ସେମାନଙ୍କ ଉଦ୍ଦେଶ୍ୟ ଥିଲା ବଳିଷ୍ଠ ସନ୍ତାନ ମାନଙ୍କୁ ଭୂମିଷ୍ଠ କରିବା କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି l ଆତ୍ମ ସଂଯମର ଉଚ୍ଚତମ ସୋପାନଙ୍କୁ ଉନ୍ନୀତ ହୋଇ ମାନବ ସମାଜକୁ ଦିଗଦର୍ଶନ ଦେବା l ବିବାହ ପୂର୍ବରୁ ଶାରୀରିକ ମିଳନ ବର୍ଜନ l ଯାହାବି ହେଉ ବିବାହ ତିଥି ସନ୍ନିକଟ ହେଲା l ସେମାନଙ୍କ ପିତା ମାତା ସେମାନଙ୍କ ନିକଟକୁ ଆସନ୍ତା ବଡ଼ ଦିନ ଛୁଟିରେ ନିଜ ଗାଁକୁ ଆସିବାକୁ ପ୍ରେରଣ କଲେ ତାରବାର୍ତ୍ତା l ଗୁରୁଜମାନଙ୍କ ନିର୍ଦ୍ଦେଶକୁ ପାଳନ କରି ଯାତ୍ରା ଆରମ୍ଭ କଲେ ସ୍ୱୀକୃତିପ୍ରାପ୍ତ ଦୁଇ ସୁସ୍ଥ ପ୍ରଣୟୀ ଓ ପ୍ରଣୟିନୀ, ହରିଶ ଓ ବେହୁଲା l ପୁରସ୍ତମ ପୁରରେ ପହଞ୍ଚିଥିଲା ବାଷ୍ପୀୟ ଶକଟ l ସେମାନେ ସକୁଶଳେ ନିଜ ଭିଟାମାଟିରେ ପହଞ୍ଚିଲା ପରେ ସାହି ପଡ଼ିଶା ଜ୍ଞାତି କୁଟୁମ୍ବ ସମସ୍ତେ ଲାଗିପଡ଼ିଲେ ବୈବାହିକ ପର୍ବର ଯୋଗାଡ଼ ଯନ୍ତ୍ରରେ l ଆର୍ଯ୍ୟନୀତି ନିୟମ ଅନୁଯାୟୀ ଗ୍ରାମଦେବୀ ମାତା ବାଲୁକେଶ୍ଵରୀଙ୍କ ପବିତ୍ର ପୀଠରେ ନିରାଡ଼ମ୍ବର ଭାବେ ସମାପନ ହେଲା ବିବାହ କାର୍ଯ୍ୟ ଯାହା ଏକ ଆଦର୍ଶ ବିବାହ l ଭୁରି ଭୁରି ପ୍ରଶଂସାର ସ୍ରୋତ ସେମାନଙ୍କ ଗୁରୁଜନମଣ୍ଡଳୀଙ୍କ ସାମାନ୍ୟ ଆତ୍ମସନ୍ତୋଷକୁ ରୂପାନ୍ତରିତ କରିପାରିଥିଲା ଏକ ପୂର୍ଣ୍ଣାତ୍ମା ଶାଶ୍ୱତ ଆନନ୍ଦରେ l ଗୁରୁଜନଙ୍କ ଶୁଭ ଆଶୀଷଶିକ୍ତ ନବ ଦମ୍ପତି ଅତିବାହିତ କରିପାରିଥିଲେ ଏକ ଆଦର୍ଶ ଦାମ୍ପତ୍ୟ ଜୀବନ ଓ ପାଞ୍ଚ ବର୍ଷ ଅବଧିପରେ ଏକ ପୁତ୍ର ଓ ଏକ କନ୍ୟା ସନ୍ତାନର ପିତାମାତାରୂପେ ନିଜ ପୂର୍ବପୁରୁଷଙ୍କ ଦିବଂଗତ ଅତ୍ମାଗୁଡ଼ିକୁ ବିଶେଷ ଭାବେ ପରିତୃପ୍ତ କରିବାରେ ସିଦ୍ଧତ୍ୱ ଲାଭ କରିଥିଲେ ଅଧ୍ୟାପକ ଦମ୍ପତି ଶ୍ରୀଯୁକ୍ତ ହରିଶ ଏବଂ ଶ୍ରୀମତୀ ବେହୁଲା ସେହି ଗରୀୟାନ ଆଶୀର୍ବାଦର ଅମୃତ ଫଳ ସ୍ବରୁପେ l ଆଉମଧ୍ୟ ଜଗତକୁ ଦର୍ଶାଇ ପାରିଥିଲେ ଯେ ମଣିଷର ଷଡ଼ ରିପୁ ମଧ୍ୟରେ କାମ ରିପୁର ସଦୁପଯୋଗର ଯଥାର୍ଥ ସଂଜ୍ଞା କଣ l

                    ************

            


Rate this content
Log in

Similar oriya story from Classics