ଜୀବନ ସଂଘର୍ଷ ( ଭାଗ: 4 )
ଜୀବନ ସଂଘର୍ଷ ( ଭାଗ: 4 )
ଚତୁର୍ଥ ଭାଗ ( ଦେବ ଓ ମୀରାଙ୍କ ଅଂଶର ସନ୍ତାନ ଆସ୍ଥା )
କାହାଣୀକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି ପୂର୍ବ ଭାଗଗୁଡିକୁ ପଢନ୍ତୁ। ଆଗରୁ ଆମେ ପଢି ଥିଲୁ ଯେ ପରିସ୍ଥିତିରେ ପଡି ମୀରା ଓ ଦେବଙ୍କ ବିବାହ ହୋଇ ଥିଲା। ବାସର ରାତିରେ ମୀରା ନିଜ ଅସ୍ତିତ୍ୱ ବିଷୟରେ କହିଲେ ଯେ ସେ ଜଣେ କିନ୍ନର।ଦୀପ ଓ ରିନିଙ୍କୁ ସେ ପାଳିଛନ୍ତ।ଦେବ ଆଗରୁ ଜାଣିଛନ୍ତି ବୋଲି କହିଲେ। ତାପରେ ଦେବ ବି ନିଜର ଜୀବନର ସତ୍ୟତା କହିଲେ ଯେ ସେ ଯେଉଁ ଦୁର୍ଘଟଣାରେ ନିଜ ଝିଅ ଖୁସି ଓ ସ୍ରୀ ଶୁଭ୍ରାଙ୍କୁ ହରାଇଲେ ସେହି ଦୁର୍ଘଟଣାରେ ସେ ବାପା ହେବାର ଶାରୀରିକ କ୍ଷମତା ବି ହରାଇଛନ୍ତି। ତେଣୁ ମୀରା ଓ ସେ ଦୁହେଁ ଦୁହିଁଙ୍କ ପରିପୂରକ। ସେଥିପାଇଁ ନିଜର ଅସ୍ତିତ୍ୱକୁ ଲୁଚାଇ ସ୍ୱାମୀ ସ୍ତ୍ରୀ ଭାବରେ ଦୁନିଆ ସମ୍ମୁଖରେ ରହିବେ ଏବଂ ରିନି ଓ ଦୀପୁକୁ ଆଇନ ଅନୁଯାୟୀ ଏଡପଟ୍ କରିବେ। ତାପର ଦିନ ଏ ବିଷୟରେ ସେମାନେ ବାପା ଶଙ୍କର ଓ ମାଆ ଆଶାଙ୍କୁ ଜଣାଇବାରୁ ଶଙ୍କର ବାବୁ ଖୁସି ହେଲେ କିନ୍ତୁ ଆଶା ଏହାକୁ ମନରୁ ଗ୍ରହଣ କରି ପାରିଲେ ନାହିଁ। ତାପରେ......
ଦେବ ଓ ମୀରା କୋର୍ଟ ଯାଇ ଆଇନତ୍ୱ ବିବାହ କଲେ ଏବଂ ରିନି ଓ ଦୀପୁକୁ ନିଜ ସନ୍ତାନ ରୂପେ ଏଡପଟ୍ କଲେ।
ଆଶାଙ୍କୁ ନେଇ ମୀରା ସବୁବେଳେ ଚିଡଚିଡ ହେଉ ଥାଆନ୍ତି। ସେ ସବୁବେଳେ ମୀରଙ୍କ ଭିତରେ ଥିବା କମି ବାହାର କରିବା ପାଇଁ ଚେଷ୍ଟା କରୁଥାଆନ୍ତି। ହେଲେ ମୀରା ସବୁବେଳେ ଭଲ ବୋହୂ ଭାବରେ ଶାଶୁ ଶଶୁରଙ୍କ ସେବା କରୁ ଥାଆନ୍ତି। ଆଶା ଯାହା କହିଲେ ବି ମୁହଁରେ ଉତ୍ତର ଦିଅନ୍ତି ନାହିଁ। ଆଖି ଛଳଛଳ କରି ରହି ଯାଆନ୍ତି। ଦେବ ଶୁଣି ମାଆଙ୍କୁ ବୁଝାଇବା କଥା କହିଲେ ମୀରା ମନା କରନ୍ତି..... କୁହନ୍ତି ତୁମେ କିଛି କହିଲେ ସେ ଭାବିବେ ମୁଁ ତୁମକୁ ଶିଖାଉଛି ବୋଲି। ମୀରା ଭଲ ସ୍ତ୍ରୀ ଭାବରେ ଦେବଙ୍କୁ ବ୍ୟବସାୟରେ ଆଉ ସବୁ କ୍ଷେତ୍ରରେ ସାହାଯ୍ୟ କରୁଥିଲେ। ମୀରା ଯଦି କିନ୍ନର ନ ହୋଇ ଥାନ୍ତେ ତେବେ ତାଙ୍କ ପାଖରେ ଗୃହଲକ୍ଷ୍ମୀର କୌଣସି ଗୁଣର କମି ନ ଥାଆନ୍ତା। ଦେବ ବି ମୀରାଙ୍କୁ ବହୁତ ଭଲ ପାଇଲେଣି। ଦେବ ଓ ମୀରା ରିନି ଓ ଦୀପୁକୁ ନିଜ ଛୁଆ ପରି ଭଲ ପାଆନ୍ତି ଏବଂ ସେମାନଙ୍କ ପାଳନରେ କୌଣସି ଅଭାବ ରଖି ନାହାଁନ୍ତି।
ଶଶୁର ଶଙ୍କର ବାବୁ ମୀରା ପରି ଏତେ ସୁଶୀଳ ବୋହୂ ପାଇ ସେ ବହୁତ ଖୁସି। ତା ସାଙ୍ଗକୁ ରିନି ଓ ଦୀପୁ ପରି ନାତି ନାତୁଣୀ ପାଇ ଜୀବନରେ ଖୁସିର ଲହରୀ ଖେଳି ଉଠିଛି। ଶଙ୍କର ବାବୁ ଆଶାଙ୍କୁ ବହୁତ ବୁଝାନ୍ତି। ତଥାପି ଆଶା ମୀରା, ରିନି ଓ ଦୀପୁକୁ ନେଇ ଅସନ୍ତୋଷ।
ଶାଶୁ ଆଶାଙ୍କୁ ଖୁସି କରିବା ପାଇଁ ସେ ପ୍ରାଣ ପ୍ରାଣେ ଚେଷ୍ଟା କରିଛନ୍ତି। ପୂଜା ବିଧି, ଘରର କାମ,ସବୁ ଦାୟିତ୍ବ ମୀରା ଭଲ ଭାବରେ ତୁଲାଇଛନ୍ତି। ଥରେ ଆଶାଙ୍କ ଦେହ ବହୁତ ଖରାପ ହେଲା। ଦେବ ଓ ଶଙ୍କର କିଛି କାମରେ କିଛି ଦିନ ପାଇଁ ବାହାରକୁ ଯାଇ ଥାଆନ୍ତି। ସେହି ସମୟରେ ମୀରା ରାତି ଦିନ ଏକ କରି ଆଶାଙ୍କ ସେବା ଯତ୍ନ କଲେ। ଏହା ଦେଖି ଆଶା ମନେ ମନେ ମୀରାଙ୍କୁ ପସନ୍ଦ କରିବାକୁ ଲାଗିଲେ। ଏବେ ଆଉ ଆଗ ପରି ସେ ମୀରାର କମି ବାହାର କରୁ ନ ଥିଲେ।
କିଛି ଦିନ ପରେ ଯେତେବେଳେ ଦେବ ଓ ଶଙ୍କର ଘରକୁ ଫେରିଲେ ସେମାନେ ଆଶା ସହ ରିନି ଓ ଦୀପୁ ଖେଳୁଥିବା ଦେଖି ଖୁସି ଓ ଆଶ୍ଚର୍ଯ୍ୟ ହୋଇ ଗଲେ। ତାପରେ ଆଶା ନିଜେ ମୀରାଙ୍କ ମନ ପସନ୍ଦ ଲଡୁ ତିଆରି କରି ଖୁଆଇବା ଦେଖି ଦେବଙ୍କ ଆଖି ଛଳଛଳ ହୋଇ ଗଲା।
ଆଶା ନିଜେ କହିଲେ ଦେବ ତୁ ମୀରାକୁ ବିବାହ କରିବା ସମୟରେ ମୁଁ ଖୁସି ନ ଥିଲି। କାରଣ ମୁଁ ମୀରା ଏତେ ଭଲ ବୋଲି ଜାଣି ନ ଥିଲି।ଆଜି ଭାବୁଛି ମୀରାଠାରୁ ଭଲ ବୋହୂ ମୁଁ ଖୋଜି ଥିଲେ ବି ପାଇ ନ ଥାଆନ୍ତି। ସେ ସର୍ବଗୁଣ ସମ୍ପୁର୍ଣ୍ଣା ।ଏ କଥା ଶୁଣି ମୀରାଙ୍କ ଆଖିରୁ ଲୁହ ବହି ଗଲା..... କାରଣ ତାଙ୍କ କମି ବିଷୟରେ ସେ ଏ ଯାଏଁ ଆଶାକୁ କିଛି କହି ନାହାଁନ୍ତି।
ଆଶା ଆହୁରି କହୁଥାନ୍ତି ଯେ ମୀରା ମୋ ବୋହୂ ନୁହେଁ ଝିଅ ବୋଲି। ତାପରେ ସେ ମୀରା ଓ ଦେବଙ୍କ ହାତକୁ ମିଶାଇ ତୁମେ ଦୁହେଁ ଖୁସିରେ ରୁହ ବୋଲି କହି ଆଶୀର୍ବାଦ କଲେ।
ଆଜି ଦେବଙ୍କ ମନ ବହୁତ ଖୁସି। ରାତିରେ ଶୋଇବା ରୁମକୁ ଯାଇ ଦେବ ମୀରାଙ୍କୁ ପଛପଟୁ କୁଣ୍ଢାଇ ଧରିଲେ ଏବଂ କହିଲେ ମୁଁ ଆଜି ବହୁତ ଖୁସି ମୀରା। ମୋ ମାଆ ତୁମକୁ ବୋହୂ ରୂପରେ ଗ୍ରହଣ କରି ନେଲେ।
ମୀରା କିଛି କହୁ ନ ଥାଆନ୍ତି। ଦେବଙ୍କୁ ଲାଗିଲା ଯେମିତି ମୀରା କାନ୍ଦୁ ଥିବା ପରି।ସେ ମୀରାଙ୍କୁ ନିଜ ଆଡକୁ ଘୁରାଇ ଦେଖିଲେ ଯେ ମୀରା କାନ୍ଦି କାନ୍ଦି ନିଜ ଆଖି ଲାଲ କରି ସାରିଛନ୍ତି।
ଦେବ ମୀରାଙ୍କ ଲୁହ ନିଜ ହାତରେ ପୋଛି କହିଲେ ଏ କଣ ହେଇଛି..... ଏତେ କାନ୍ଦ କଣ ପାଇଁ?
ମୀରା କହିଲେ ତୁମେ ଜାଣିଛ ମାଆ ଆଜି କେତେ ଖୁସି। ସେ ମୋତେ ବୋହୂ ରୂପରେ ଗ୍ରହଣ କରି ସାରିଲେଣି।
ଦେବ କହିଲେ ହଁ ଭଲ ନା।
ମୀରା ହଁ ଯେ ହେଲେ ମାଆ ମୋତେ ସର୍ବଗୁଣ ସମ୍ପୁର୍ଣ୍ଣା କହିଲେ। ହେଲେ ମୁଁ ଯେ.... ଏତିକି କହୁ କହୁ ଦେବ ମୀର ଓଠକୁ ଜୋରରେ ଚୁମ୍ବନ କରି କହିଲେ ମୀରା ମୁଁ ଜାଣେ ସବୁ। ହେଲେ ତୁମକୁ ମୋ ରାଣ ତୁମେ ନିଜ ପାଇଁ ସେ ଶବ୍ଦ କେବେ ବି ବ୍ୟବହାର କରିବ ନାହିଁ।
ମୀରା କହିଲେ ହେଲେ ତୁମ ପାଇଁ ଆଉ ଏ ଘର ପାଇଁ ମୁଁ ଠିକ ନୁହେଁ।
ଦେବ କହିଲେ ଏ ପାଗଳୀ ଚୁପ। ତୁମର ଯେମିତି କମି ଅଛି ସେ ଦୁର୍ଘଟଣାରେ ମୁଁ ବି ଶାରୀରିକ ଅକ୍ଷମ। ତୁମେ ଯଦି ନ ଆସି ଥାଆନ୍ତ ମୋ ଜୀବନକୁ ମୁଁ କଣ ଆଉ ଗୋଟିଏ ଝିଅକୁ ବିବାହ କରି ତା ଜୀବନକୁ ନଷ୍ଟ କରିଥାନ୍ତି। ଆରେ ଆମ ଭାଗ୍ୟ ପରସ୍ପର ସହିତ ଯୋଡ଼ି। ଆମେ ପରା ପରସ୍ପରର ପରିପୂରକ। ତେଣୁ ଦୟା କରି ଆଉ ତୁମ ଅସ୍ତିତ୍ୱ ବିଷୟରେ କାହାକୁ କହିବ ନାହିଁ।
ତାପରେ ଦେବ ମୀରା ଦୁହେଁ ଦୁହିଁଙ୍କୁ ଜାବୁଡି ଧରି ଗେଲ୍ହ କରିବାକୁ ଲାଗିଲେ।
ଏବେ ଦେବ ଓ ମୀରାଙ୍କ ପରିବାର ପୁରାପୁରି ଖୁସି ପରିବାର। ହସଖୁସିରେ କଟୁ ଥାଏ ସମୟ।
ଏମିତି କିଛି ମାସ ଗଲା ପରେ ଦିନେ ଆଶା ମନ୍ଦିରରୁ ଫେରି ଦେବ ଓ ମୀରାଙ୍କୁ ଡାକି ପ୍ରସାଦ ଦେଲେ ଏବଂ କହିଲେ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ତୁମେ ଦୁହେଁ ଜଳଦି ନିଜ ସନ୍ତାନକୁ ଏ ଦୁନିଆକୁ ଆଣ। ମୁଁ ଜାଣେ ରିନି ଓ ଦୀପୁକୁ ଆମେ ଆମ ଛୁଆ ପରି ମାନୁ। ହେଲେ ଘରର ପ୍ରକୃତ ଉତ୍ତରାଧିକାରୀମାନେ ତୁମ ଦୁଇ ଜଣଙ୍କର ଅଂଶକୁ ଏ ଦୁନିଆକୁ ଆଣ।
ଏତିକି ଶୁଣି ମୀରା ଆଖି ଛଳଛଳ କରି ପଳାଇଲେ।
ଆଶା କହିଲେ ଦେବଙ୍କୁ ଦେଖିଲୁ ତ ମୀରା ଲାଜରେ ପଳାଇଲା। ଶୁଣ ଦରକାର ପଡିଲେ ମୋତେ କହିବୁ ମୁଁ ମୀରାକୁ ନେଇ କି ଡାକ୍ତରଙ୍କୁ ଦେଖାଇବି। ଦେବ କିଛି ନ କହି ଚୁପ ରହିଲେ।
ତାପରେ ସେ ନିଜ ରୁମକୁ ଯାଇ ଦେଖନ୍ତି ତ ମୀରା ଛୋଟ ପିଲା ପରି କାନ୍ଦୁ ଥାଆନ୍ତି। ନିଜକୁ ରାଗି ହେଉ ଥାଆନ୍ତି।
ଦେବ ଯାଇ ମୀରାଙ୍କୁ ବହୁତ ବୁଝାଇଲେ ଏବଂ କହିଲେ ବ୍ୟସ୍ତ ହୁଅ ନାହିଁ ଆମେ କିଛି ନା କିଛି ଉପାୟ ବାହାର କରିବା।
କିଛି ମାସ ଭିତରେ ଆଶାଙ୍କ ନିଜ ନାତି ନାତୁଣୀ ପାଇବାର ଜିଦ ବଢିବାରେ ଲାଗିଲା। ସେ ମୀରାଙ୍କୁ ମଧ୍ୟ ନେଇ ଡାକ୍ତର ପାଖକୁ ଯିବା ପାଇଁ ମଧ୍ୟ ଜିଦ କଲେ।
ଦେବ କିଛି ଉପାୟ ନ ପାଇ ହଠାତ୍ ଦିନେ ଆଶା ଓ ଶଙ୍କରଙ୍କୁ କହିଲେ ସେ ବ୍ୟବସାୟକୁ ବିଦେଶରେ ବିସ୍ତାର କରୁଛନ୍ତି। ସେଥିପାଇଁ ସେ କିଛି ମାସ ପାଇଁ ବିଦେଶକୁ ଯିବେ। ଆଶା ନାତି ନାତୁଣୀ ପାଇବା ଉଦ୍ଦେଶ୍ୟରେ ସେ ମୀରାକୁ ବି ଦେବ ସହ ଯିବା ପାଇଁ କହିବେ ଯେ ମୀରା ବି ଯାଉ ତୋତେ କାମରେ ସାହାଯ୍ୟ କରିବ।ଆଉ ଛୁଆମାନଙ୍କୁ ମୁଁ ଏଇଠି ସମ୍ଭାଳି ନେବି।
ତାପରେ ଦେବ ଓ ମୀରା ବିଦେଶ ଗଲେ। ମାଆର ବାରମ୍ବାର ଜିଦକୁ ପୂରଣ ଓ ମୀରାଙ୍କ ଏବଂ ନିଜର ଅସ୍ତିତ୍ୱ ଲୁଚାଇବା ପାଇଁ ବିଦେଶରେ ଡାକ୍ତର ସହ କଥା ହେଲେ ଯେ କାହାରି ଯଦି ସନ୍ତାନ ଦରକାର ନ ଥାଏ ତେବେ ତାକୁ ନଷ୍ଟ ନ କରି ଦେବଙ୍କୁ ଜଣାଇବେ। ସେ ସେହି ଛୁଆକୁ ନେବେ।ଦୁଇ ମାସ ପରେ ଦିନେ ଡାକ୍ତର ଦେବ ଓ ମୀରାଙ୍କୁ ଡାକି ଗୋଟିଏ ଧନୀ ଘରର ଝିଅ ବିଷୟରେ କହିଲେ ଯିଏ କି ବିବାହ କରି ନାହିଁ କିନ୍ତୁ ଗର୍ଭବତୀ ଅଛି। ତା ପ୍ରେମିକ ତାକୁ ଧକା ଦେଲା। ଗର୍ଭପାତ ବି କରି ହେବ ନାହିଁ କାରଣ ଝିଅ ଜୀବନ ପ୍ରତି ବିପଦ ଅଛି। ଝିଅ ବି ସେ ଛୁଆ ଚାହୁଁ ନାହିଁ। ଏ କଥା ଶୁଣି ମୀରା ଓ ଦେବ ସେ ଛୁଆକୁ ନେବେ ବୋଲି କହିଲେ ଏବଂ ଡାକ୍ତରଙ୍କୁ ଅନୁରୋଧ କଲେ ଯେ ଛୁଆର ବାପା ମାଆଙ୍କ ନାମ ଯେମିତି ସେମାନଙ୍କ ନାମ ରହିବ।
ଯୋଜନା ଅନୁଯାୟୀ ଦେବ ଆଶାଙ୍କୁ ଫୋନ କରି କହିଲେ ଯେ ମୀରା ଗର୍ଭବତୀ ଅଛନ୍ତି ବୋଲି। ଏ କଥା ବିଦ୍ୟାଳୟର ଆଶା ବହୁତ ଖୁସି ହୋଇ ଗଲେ। ହେଲେ ଶଙ୍କର ବାବୁଙ୍କ ଦେହ ଭଲ ନ ଥିବାରୁ ସେ ଆଉ ଦେବ ଓ ମୀରାଙ୍କ ପାଖକୂ ଯାଇ ପାରିଲେ ନାହିଁ। ସବୁ କିଛି ଯୋଜନା ଅନୁଯାୟୀ ହେଉଥାଏ। ଯଥା ସମୟରେ ସେ ଝିଅଟିର ଗୋଟିଏ ଝିଅ ଜନ୍ମ ହେଲା। ତାର ନାମ ଆସ୍ଥା ରଖିଲେ। ଦେବ ଆସ୍ଥାର ଫୋଟୋ ଆଶା ଓ ଶଙ୍କର ବାବୁଙ୍କୁ ଦେଇ କହିଲେ ଆମ ଘରକୁ ଆମର ଲକ୍ଷ୍ମୀ ଆସ୍ଥା ଆସିଛି।
କିଛି ଦିନ ପରେ ଦେବ ଓ ମୀରା ଆସ୍ଥାକୁ ନେଇ ଘରକୁ ଫେରିଲେ। ମୀରା ଯଦିଓ ଆସ୍ଥାକୁ ଜନ୍ମ ଦେଇ ନ ଥିଲେ ତଥାପି ଆସ୍ଥାର ପ୍ରକୃତ ମାଆ ସହ ରହି ବାହାରୁ ହେଲେ ବି ତାକୁ ଅନୁଭବ କରିଥିଲେ। ଘରକୁ ଆସ୍ଥା ସହ ପହଞ୍ଚିବା ବେଳକୁ ଦେଖନ୍ତି ଯେ ଘର ପୁରା ସଜା ହୋଇଛି।ଆଉ ପାର୍ଟି ବି ରଖା ହୋଇଛି।ଆସ୍ଥାକୁ ଧରି ଆଶା କହିଲେ ଦେଖନ୍ତୁ ଆମ ବଂଶର ଉତ୍ତରାଧିକାରୀ ଆମ ଦେବ ଓ ମୀରାଙ୍କ ଅଂଶର ସନ୍ତାନ ଆସ୍ଥା କହି ସମସ୍ତଙ୍କୁ ଦେଖାଇଲେ।
ଘରେ ଏବେ ଖୁସିର ବାତାବରଣ। ଦେବ ଓ ମୀରାଙ୍କ ଅସ୍ତିତ୍ୱ କୁ ନେଇ ଆଉ ଡର ବି ନାହିଁ। ଘରେ ହସଖୁସିରେ ସମୟ କଟୁ ଥାଏ। ହେଲେ ଶଙ୍କର ବାବୁଙ୍କ ଦେହ ଖରାପ ରହୁଥିବାରୁ ଟିକିଏ ଚିନ୍ତା ସେମାନଙ୍କ ଥାଏ।
କ୍ରମଶଃ...

