STORYMIRROR

Trushna Das

Drama Tragedy Inspirational

4  

Trushna Das

Drama Tragedy Inspirational

ଜୀବନ ସଂଘର୍ଷ (ଭାଗ: 3 ମିଳନ ରାତି)

ଜୀବନ ସଂଘର୍ଷ (ଭାଗ: 3 ମିଳନ ରାତି)

7 mins
240


ପୂର୍ବ ଭାଗରେ ଆମେ ପଢି ଥିଲେ ଦେବ ଧିରେ ଧିରେ ମୀରାଙ୍କୁ ଭଲ ପାଇଲେଣି। ସେ ମୀରା ପାଇଁ ଯତ୍ନଶୀଳ। ଘର ମାଲିକ ଓ ଅଭୟ ମୀରା ସହ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରିବାରୁ ଦେବ ମୀରାଙ୍କୁ ରକ୍ଷା କରି ଥିଲେ। ମୀରା ଓ ତାଙ୍କ ଛୁଆ ଦୁଇ ଜଣ ଏବେ ଦେବଙ୍କ ଘରେ ଅଛନ୍ତି। ଦେବଙ୍କ ମାଆ ଆଶା ମୀରାଙ୍କୁ ନେଇ ଖୁସି ନୁହଁନ୍ତି। ଅଫିସର ଷ୍ଟାଫ ବି ମୀରା ଓ ଦେବଙ୍କ ସମ୍ପର୍କକୁ ନେଇ ଲୁଚି ଲୁଚି ଫୁସୁରୁଫାସୁରୁ କଲେଣି। ଅଭୟ ମୀରା ଓ ଦେବଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ମୀରା ଓ ଦେବଙ୍କ ଏଡିଟିଂ ଫୋଟୋ ଦେଖାଇ ଅପମାନ କଲେ। ମୀରାଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ଦେବ ମୀରାଙ୍କୁ ବିବାହ କଲେ।ମୀରା ବିବାହ ଆଗରୁ ନିଜ ବିଷୟରେ ସବୁ ଖୋଲି କରି ଦେବଙ୍କୁ କହିବା ପାଇଁ ଚାହିଁ ଥିଲେ।କିନ୍ତୁ ପରିସ୍ଥିତିରେ ପଡି ସେ କିଛି କହି ପାରିଲେ ନାହିଁ। ବିବାହ ମଣ୍ଡପରେ କିନ୍ନରମାନଙ୍କୁ ଦେଖି ମୀରା ଅଚେତ ହୋଇ ଦେବଙ୍କ ହାତ ଉପରେ ପଡି ଗଲେ।। ତାପରେ......


ଦେବ ସାଙ୍ଗେ ସାଙ୍ଗ ମୀରାଙ୍କୁ ନେଇ ସେଠାରୁ ବାହାରିଲେ। ସେ ତାଙ୍କ ବାପା ( ଶଙ୍କର ବାବୁ) ଙ୍କୁ କହିଲେ ମୀରାଙ୍କ ଦେହ ଭଲ ନାହିଁ। ମୁଁ ତାଙ୍କୁ ନେଇ ଘରକୁ ଯାଉଛି। ଘରେ ଡାକ୍ତର ଆସି ଦେଖିବେ।ଆପଣ କିନ୍ନରମାନଙ୍କ କଥା ବୁଝନ୍ତୁ। 


କିନ୍ନରମାନେ ଆଉ ଦେବ ଓ ମୀରାଙ୍କୁ ଦେଖି ଆଶୀର୍ବାଦ କରି ପାରିଲେ ନାହିଁ। 


ଘରେ ମୀରାଙ୍କ ଚେତା ଆସୁ ଆସୁ ସନ୍ଧ୍ୟା ହୋଇ ଯାଇଥିଲା। ଘର ପୁରା ସଜାସଜି ହୋଇ ଥାଏ। ସବୁ ବନ୍ଧୁ ବାନ୍ଧବ ଆସି ସାରି ଥାଆନ୍ତି। ମୀରା ଉଠିବା ପରେ ବିବାହର ବାକି ସବୁ ରୀତି ନୀତି ହେଲା। ମୀରା ଆଉ ଏକୁଟିଆ ଦେବଙ୍କ ସହ ନିଜ ବିଷୟରେ କିଛି କହିବା ପାଇଁ ସୁଯୋଗ ପାଇଲେ ନାହିଁ।


ତାପରେ ଆସିଲା ଦେବ ଓ ମୀରାଙ୍କ ମିଳନ ରାତି। ତିନି ଦିନ ଧରି ମୀରା ଦେବଙ୍କ ସହ ନିଜ ଅସ୍ତିତ୍ୱ ବିଷୟରେ କହି ନ ପାରି ନିଜ କୁ ଧିକ୍କାର କରୁଥିଲେ। ରାତିରେ ମୀରା ନିଜ ରୁମକୁ ଗଲା ବେଳକୁ ଦେଖିଲେ ରୁମଟି ପୁରା ଫୁଲରେ ସଜ ହୋଇଛି।ଦେବଙ୍କ ଦୂର ସମ୍ପର୍କୀୟ ଭଉଣୀ ମୀରାଙ୍କୁ ପୁରା ନବବଧୁ ବେଶରେ ସଜାଇ ରୁମରେ ଛାଡିଲେ। ମୀରା ନିଜକୁ ଅସହାୟ ମନେ କରୁଥିଲେ। ମନେ ମନେ ଭାବୁ ଥାନ୍ତି ଆଜି ପୁଣି ଦେବଙ୍କ ହୃଦୟ ଭାଙ୍ଗିବ। 


ମୀରା ରୁମରେ ଆଖି ଛଳଛଳ କରି ବସି ଥାଆନ୍ତି। ଦେବ ରୁମକୁ ଆସି ମୀରାଙ୍କ ହାତ ଧରି ବସିଲେ। ମୀରା ଦେବଙ୍କ ହାତକୁ ଜାବୁଡି ଧରି କହିଲେ ସାର ଆଜି ଯାହା ହେଲା କିଛି ଠିକ ହୋଇ ନାହିଁ। ଆପଣ ମୋର ଅତୀତ ଓ ଅସ୍ତିତ୍ୱ ନ ଜାଣି ମୋତେ ବିବାହ କରିବା ଠିକ ହେଲା ନାହିଁ। 


ଦେବ କହିଲେ ମୁଁ ସବୁ ଜାଣେ। 


ମୀରା କହିଲେ କଣ ଜାଣନ୍ତି? 


ଦେବ କହିଲେ ଏହି କି ଯେ ତୁମେ ଜଣେ କିନ୍ନର। 


ମୀରା କିନ୍ନର କଥା ଜାଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଆପଣ କେମିତି ଜାଣିଲେ।


ଦେବ କହିଲେ ଦେଖ ତୁମ ସହ ମୋର ବିବାହ ପାଇଁ ବାପା ମୋତେ ଆଗରୁ କହିଥିଲେ। ସେ ଦିନ ଡାକ୍ତରଖାନାରେ କିନ୍ନରଙ୍କୁ ଦେଖି ତୁମେ ଡରି ଯିବା ଓ ତୁମ ଦୁଇଟି ଛୁଆଙ୍କୁ ଦେଖି ମୁଁ ତୁମ ବିଷୟରେ ବୁଝା ବୁଝି କରି ଜାଣିଲି ଯେ ତୁମେ ଜଣେ କିନ୍ନର। ତୁମକୁ ତୁମ ବାପା ମାଆ ତୁମର ଅସ୍ତିତ୍ୱ ଜାଣିଲା ପରେ ମନ୍ଦିର ସାମ୍ନାରେ ଛାଡି ପଳାଇଲେ। ତାପରେ ମନ୍ଦିରରୁ ଜଣେ ଜଣେ ବିଧବା ସ୍ତ୍ରୀ ତୁମକୁ ନେଇ ନିଜ ନାମ ଦେଇ ପାଳିଲେ। ଗତ ବର୍ଷ ତାଙ୍କ ମୃତ୍ୟୁ ପରେ ତାଙ୍କ ଘର ଲୋକ ତୁମର ଅସ୍ତିତ୍ୱକୁ କିନ୍ନରମାନଙ୍କୁ ଜଣାଇଲେ। କିନ୍ନରମାନେ ତୁମକୁ ତାଙ୍କ ସହ ନେଇ ଗଲେ। ତୁମକୁ ସେଠାରେ ଭଲ ଲାଗିଲା ନାହିଁ। କାରଣ ତୁମେ ନିଜର ଗୋଟିଏ ପରିଚୟ ତିଆରି କରି ସ୍ବାଭିମାନରେ ବଞ୍ଚିବା ପାଇଁ ଚାହଁ। ସେଥିପାଇଁ ସେଠାରୁ ଲୁଚି ତୁମେ ପଳାଇ ଆସିଲ।ସେଠାରେ ସେମାନେ ଜାଣନ୍ତି ଯେ ବସ ଦୁର୍ଘଟଣାରେ ତୁମେ ମରି ଯାଇଛ ବୋଲି।ହେଲେ ମୁଁ ବୁଝି ପାରିଲି ନାହିଁ ଯେ ରିନି ଓ ଦୀପୁ କିଏ?


ମୀରା କହିଲେ ସେଦିନ ବସରେ ମୋ ସାମ୍ନା ସିଟରେ ଦମ୍ପତ୍ତି ବସିଥିଲେ। ତାଙ୍କର ଛୁଆ ହେଉଛନ୍ତି ରିନି ଓ ଦୀପୁ। ଯେତେବେଳେ ବସ ଖାଇବା ପାଇଁ ଅଟକିଲା ସେମାନଙ୍କ ମାଆ ବାହାରକୁ ଗଲେ। ମୋତେ କିଛି ସମୟ ପାଇଁ ଛୁଆ ଦୁଇଟିକୁ ଦେଖିବା ପାଇଁ କହିଲେ। ସେଥିପାଇଁ ମୁଁ ସେମାନଙ୍କ ନାମ ଜାଣି ଥିଲି।ତାପରେ ବସ ଅଧା ବାଟରେ ଦୁର୍ଘଟଣାଗ୍ରସ୍ତ ହେଲା। ରିନି ଓ ଦୀପୁର ମାଆ ବାପା ଦୁର୍ଘଟଣାରେ ମୃତ୍ୟୁବରଣ କଲେ। ମୋର ଚେତା ଆସିବାରୁ ମୁଁ ପୋଲିସକୁ ରିନି ଓ ଦୀପର ବାପାମାଆଙ୍କ ଚିହ୍ନଟ କରାଇଲି। ପୋଲିସ ସେମାନଙ୍କ ପରିଚୟ ପତ୍ରରୁ ଜାଣିଲା ଯେ ରିନି ଓ ଦୀପର ଏ ଦୁନିଆରେ ଆଉ କେହି ନାହାଁନ୍ତି।ତାପରେ ମୁଁ ପୋଲିସ ପାଖରେ ଛୁଆ ଦୁଇଟିର ଦାୟିତ୍ବ ନେଇ ସହରକୁ ଆସିଲି। ମୁଁ ଯେମିତି ଅନାଥ..... ସେମତି ରିନି ଓ ଦୀପୁ। ତାପର ଠାରୁ ମୁଁ ତାଙ୍କର ମାଆ ହୋଇ ରହିଲି। 


ଏତିକି ଶୁଣି ଦେବ ବାବୁଙ୍କ ଆଖି ଛଳଛଳ ହୋଇଗଲା। 


ମୀରା ଦେବଙ୍କୁ ପଚାରିଲେ ସାର ଆପଣ ମୁଁ କିନ୍ନର ବୋଲି ଜାଣି ମଧ୍ୟ ମୋତେ ବିବାହ କଲେ କିପରି। 


ଦେବ କହିଲେ ମୀରା ଆମେ ଦୁହେଁ ପରିପୂରକ। ତୁମେ ଜନ୍ମରୁ ଯାହା ମୁଁ ସେ ଦୁର୍ଘଟଣାରେ ସେଇଆ ହୋଇ ଗଲି। ସେ ଦୁର୍ଘଟଣା ମୋ ଠାରୁ ମୋର ସବୁ କିଛି ଛଡାଇ ନେଲା......କହି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। 


ମୀରା ପଚାରିଲେ ସାର ମୁଁ କିଛି ବୁଝି ପାରିଲି ନାହିଁ। 


ଦେବ କହିଲେ ମୁଁ ଆଗରୁ ବିବାହିତା। ତୁମେ ବୋଧେ ଜାଣି ନ ଥିବ। 


ମୀରା କହିଲେ ମୁଁ ଜାଣେ। ସେଦିନ ଆପଣଙ୍କ କଥା ଶଙ୍କର ସାର କହୁ କହୁ ତାଙ୍କ ହାର୍ଟ ଆଟାକ୍ ହେଲା। 


ଦେବ କହିଲେ ଶୁଣ ମୀରା ଜୀବନ ବିଷୟରେ ସବୁ। ବାପା ମାଆଙ୍କୁ ବହୁତ କଥା ଜଣା ନାହିଁ। ମୁଁ ଆଜି ତୁମକୁ କିଛି ବି ଲୁଚାଇବି ନାହିଁ। 


ଦେବ ନିଜ ଆଳମାରୀ ଭିତରୁ ଗୋଟିଏ ଫୋଟୋ କାଢି ଦେଖାଇ ମୀରାଙ୍କୁ କହିଲେ ଦେଖ ମୋର ହସ ଖୁସିର ପରିବାର।ମୋ ବାପା, ମାଆ, ଶୁଭ୍ରା, ମୁଁ ଆଉ ମୋର ଗେଲ୍ହି ଝିଅ ଖୁସି। ହସଖୁସିରେ କଟୁ ଥାଏ ଦିନ। ଶୁଭ୍ରା ବି ମୋ ସହ ଅଫିସ ଯାଉ ଥାଆନ୍ତି। ଅଫିସ କାମରେ ମୁଁ ଟିକେ ବ୍ୟସ୍ତ ରହୁଥାଏ। ଘରକୁ ବେଶୀ ସମୟ ଦେଇ ପାରୁ ନ ଥିଲି। ସେହି ସମୟରେ ଶୁଭ୍ରା ଓ ଲିଙ୍କନର ପ୍ରେମ ସମ୍ପର୍କ ହୋଇ ଯାଇଥାଏ।। ଶୁଭ୍ରା ଗୋଟିଏ ଛୁଆର ମାଆ ହେଲା ପରେ ବି ନିଜର ହିତାହିତ ଜ୍ଞାନ ହରାଇ ବସି ତା ସହ ଖରାପ ସମ୍ପର୍କ ରଖୁ ଥାନ୍ତି। ମୁଁ କିଛି କଥାରୁ ଶୁଭ୍ରା ଉପରେ ସନ୍ଦେହ କରିବାକୁ ଲାଗିଲି। କାରଣ ରାତିରେ ବି ସେ ଫୋନରେ ବ୍ୟସ୍ତ ଥାଆନ୍ତି। ଆଗ ପରି ସେ ମୋ ସହ ସମୟ କାଟିବାକୁ ଭଲ ପାଉ ନ ଥିଲେ। ତାଙ୍କୁ ବହୁତ ଥର ମୁଁ ଲିଙ୍କନ ସହ ବୁଲିବାର ବି ଦେଖୁ ଥାଏ। 


ବାପା ମାଆ ତୀର୍ଥରେ ଯାଇ ଥାନ୍ତି। ମୋର ଶୁଭ୍ରା ଉପରେ ସନ୍ଦେହ ବଢିବାରେ ଲାଗିଲା। ମୁଁ ସେଥିପାଇଁ ମିଛ କହିଲି ସମସ୍ତଙ୍କୁ ଯେ ଅଫିସ କାମରେ ତିନି ଦିନ ପାଇଁ ବାହାରକୁ ଯାଉଛି ବୋଲି।ମୁଁ ଲୁଚି ଲୁଚି ଶୁଭ୍ରା ଉପରେ ନଜର ରଖିଥାଏ। ଦ୍ୱିତୀୟ ଦିନ ମୁଁ ଜାଣିଲି ଯେ ଲିଙ୍କନ ଓ ଶୁଭ୍ରା ଲିଙ୍କନ ରହୁଥିବା ଅଫିସ କ୍ୱାଟରରେ ଅଛନ୍ତି। ମୋ ପାଖରେ ସେ କ୍ୱାଟରର ଚାବି ଥିଲା। ମୁଁ ଚାବି ଖୋଲି ପଶିଲା ବେଳକୁ ଦେଖୁଛି ଖୁସି ବାହାର ରୁମରେ ସଫା ଉପରେ ଶୋଇଛି। ତାପରେ ମୁଁ ଧିର କରି ଲିଙ୍କନ ଶୋଇବା ରୁମକୁ ଖୋଲି ଦୁଇ ଜଣଙ୍କୁ ଯେଉଁ ଅବସ୍ଥାରେ ଦେଖିଲି..... କହି ଦେବ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। 


ମୀରା ବୁଝିଗଲେ କ'ଣ ହେଇଛି। ସେ ପାଣି ଗ୍ଲାସ୍ ନେଇ ଦେବଙ୍କୁ ପିଇବା ପାଇଁ ଦେଲେ।ଦେବ ମୀରାଙ୍କୁ କୁଣ୍ଢାଇ ଛୋଟ ପିଲା ପରି କାନ୍ଦି କାନ୍ଦି କହିଲେ ମୁଁ ଭାବି ନ ଥିଲି ମୋ ଶୁଭ୍ରା ମୋତେ ଏତେ ବଡ ଧକ୍କା ଦେବେ ବୋଲି। ମୋତେ ଦେଖି ଚମକି ଉଠି ପଡିଲେ।ମୁଁ ରାଗରେ ଶୁଭ୍ରାକୁ ଗୋଟିଏ ଚାପୁଡ଼ା ମାରିଲି ଓ ଖୁସିକୁ ଧରି କି ଗାଡିରେ ବସିଲି। ଶୁଭ୍ରା ଦେବ ଶୁଣ କହି ଦୌଡି କି ଆସି ଗାଡିରେ ବସିଲେ। ମୁଁ କହିଲି ଯାହା କଥା ହେବା ଘରକୁ ଗଲା ପରେ। ରାଗରେ ମୁଁ ଗାଡି ଜୋରରେ ଚଳାଉ ଥାଏ। ପଛେ ପଛେ ଲିଙ୍କନ ତା ଗାଡିରେ ଆସୁଥାଏ।ରାସ୍ତାରେ ଘାଟି ପଡିଲା। ବର୍ଷା ଜୋରରେ ହେଉଥାଏ। ହଠାତ ପଛପଟୁ ଗୋଟିଏ ଟ୍ରକ ଭାରସ୍ୟାମ ହରାଇ ଆସି ଲିଙ୍କନ ଗାଡିକୁ ବାଡେଇଲା..... ତାପରେ ଲିଙ୍କନ ଗାଡି ଆସି ମୋ ଗାଡି ସହ ଧକ୍କା ହେଲା। ମୋ ଗାଡି ଦୃତ ଗତିରେ ଥିବାରୁ ଘାଟି ତଳକୁ ଖସିଗଲା ଆଉ ନିଆଁ ଲାଗିଗଲା। ମୁଁ କେମିତି କେ ଜାଣ ଛିଟିକି ରାସ୍ତା କଡ଼ରେ ପଡି ଥିଲି.....ଆଉ ଶୁଭ୍ରା ଓ ଖୁସିର କିଛି ଖବର ମିଳିଲା ନାହିଁ। ଘାଟି ତଳେ ନଦୀ ବି ଥିଲା। ପୋଲିସ କହିଲା ଏତେ ଭୟଙ୍କର ଦୁର୍ଘଟଣାରେ ଲିଙ୍କନ ତ ମରି ଗଲା। ଆଉ ଶୁଭ୍ରା ଓ ଖୁସିର ବଞ୍ଚିବା ସମ୍ଭବନା ନାହିଁ। ଚାରି ଆଡେ ଖୋଜା ଖୋଜି କଲେ। ଶେଷରେ ପୋଲିସ ଶୁଭ୍ରା ଓ ଖୁସିକୁ ମୃତ୍ୟୁ ଘୋଷଣା କଲା।ମୋର ଗୋଟିଏ ଦିନ ପରେ ଚେତା ଆସିଲା। ଡାକ୍ତର ରିପୋର୍ଟରୁ ମୁଁ ଜାଣିଲି ଯେ ମୁଁ ଆଉ କେବେ ବାପା ହୋଇ ପାରିବି ନାହିଁ। ସେ ଦୁର୍ଘଟଣା ମୋର ଅସ୍ତିତ୍ୱକୁ ବଦଳାଇ ଦେଲା।ଡାକ୍ତରଙ୍କୁ ମୋର ଏ ଅବସ୍ଥା ବିଷୟରେ କାହାକୁ ବି କହିବା ପାଇଁ ମୁଁ ମନା କଲି। ତାପରେ ବାପା ମାଆ ଆସିଲେ। ହେଲେ ମୁଁ ନିଜ ଦୁଃଖରେ ଏମିତି ବୁଡି ଗଲି ଯେ ଆଉ କଣ କହିବି। ନିଜ ଦୁଃଖକୁ ଭୁଲିବା ପାଇଁ ମଦର ଆଶ୍ରୟ ନେଲି। ଶେଷରେ ସହର ଛାଡ଼ି ବିଦେଶକୁ ପଳାଇଲି। ତାପରେ ବାପାଙ୍କ ଦେହ ଖରାପ ହେବାରୁ ପୁଣି ମୁଁ ଫେରି ଆସିଲି। ଆସିଲା ପରେ ମୁଁ ବାପାଙ୍କ ଠାରୁ ତୁମ ସହ ବିବାହ ପ୍ରସ୍ତାବ ଶୁଣିଲି। ତୁମର ଅଭୟ ସହ ବନ୍ଧୁତ୍ୱ ମୋତେ ଭଲ ଲାଗୁ ନ ଥିଲା। ମୋତେ ଲାଗୁଥିଲା ତୁମେ ବି ଶୁଭ୍ରା ପରି।ସେଥିପାଇଁ ମୁଁ ତୁମ ଉପରେ ରାଗରେ ଗରଗର ହେଉଥିଲି। ବାପାଙ୍କ ପ୍ରତି ତୁମର ଯତ୍ନଶୀଳ ଭାବ ଦେଖି ମନରେ ମୋର ତୁମ ପାଇଁ ପ୍ରେମ ଭାବ ସୃଷ୍ଟି ହେଲା। ତାପରେ ତୁମକୁ କିନ୍ନର ସହ ଦଖିଲା ପରେ ଓ ରିନି ଓ ଦୀପୁ କିଏ ଜାଣିବା ପାଇଁ ମୁଁ ତୁମ ବିଷୟରେ ବୁଝାବୁଝି କଲି ଆଉ ତୁମର ଅସ୍ତିତ୍ୱ ବିଷୟରେ ଜାଣିଲି। ପଚିଶି ବର୍ଷର ବାର୍ଷିକ ଉତ୍ସବରେ ଯେତେବେଳେ ତୁମ ଉପରେ ସମସ୍ତେ ଆଙ୍ଗୁଳି ଉଠାଇଲେ ତୁମ ଅସ୍ତିତ୍ୱ ସମସ୍ତଙ୍କ ସାମ୍ନାକୁ ନ ଆସିବାକୁ ଦେବା ପାଇଁ ମୁଁ ତୁମକୁ ବିବାହ କଲି।ତାପରେ ତୁମେ କିନ୍ନରଙ୍କୁ ଦେଖି ଅଚେତ ହୋଇ ଗଲ। ମୁଁ ତୁମ ଅସ୍ତିତ୍ୱ ଜାଣି ଥିବାରୁ କିନ୍ନମାନଙ୍କୁ ନ ଦେଖେଇବା ପାଇଁ ସାଙ୍ଗେ ସାଙ୍ଗ ତୁମକୁ ଧରି ଘରକୁ ପଳାଇ ଆସିଲି।


ମୀରା କହିଲେ ହଁ। କିନ୍ନରଙ୍କୁ ଦେଖିଲେ ମୋତେ ଡର ଲାଗୁଛି। କରଣ କେହି ଯଦି ମୋ ଅସ୍ତିତ୍ୱ ଜାଣି ଥିବେ ଏବଂ ସେମାନେ ପୁଣି ମୋତେ ନେଇ ଯିବେ। ଆଉ ମୁଁ ରିନି ଓ ଦୀପୁଠାରୁ ଅଲଗା ହୋଇ ଯିବି।ସେଦିନ କିନ୍ନରମାନେ ମୋତେ ଡାକ୍ତରଖାନାରେ କଣ ପଚାରୁ ଥିଲେ କେ ଜାଣି ମୁଁ ତାଙ୍କୁ ଡରି ଯାଇ ତାଙ୍କ ହାତ ଧରି ଡେରି ହେଉଛି କହି ପଳାଇ ଆସିଲି। ଆଉ ବାହାଘର ମଣ୍ଡପରେ ସେମାନଙ୍କୁ ଦେଖି ଡରରେ ଅଚେତ ହୋଇ ଗଲି। 


ଦେବ କହିଲେ ଡର ନାହିଁ ଏବେ ମୁଁ ଅଛି ନା ତୁମ ସହ।ମୁଁ ସବୁ ବେଳେ ତୁମ ସାଙ୍ଗ ଦେବି। ମୋର ସ୍ତ୍ରୀ ରୂପରେ ଏମିତି ଗୋଟିଏ ସାଥି ଦରକାର ଯିଏ ମୋତେ ଆଉ ପରିବାରକୁ ବୁଝିବ...... ଆଉ ମୋତେ ଧକ୍କା ଦେବ ନାହିଁ। ମୋ ବାପା ମାଆଙ୍କ କଥା ବୁଝିବ। ଆଉ ଜାଣେ ତୁମେ ମୋର ସେଇ ସାଥି ହୋଇ ପାରିବ ଯିଏ ସୁଖ ଦୁଃଖରେ ମୋ ସାଙ୍ଗ ହୋଇ ରହିବ।


ଦେବ ମୀରାଙ୍କ ଆଖିରେ ଆଖି ମିଶାଇ ପଚାରିଲେ ତୁମେ ମୋର ଜୀବନସାଥି ହୋଇ ପାରିବ ନା? 


ମୀରା ମୁଣ୍ଡ ହଲାଇ ହଁ ସାର କହିଲେ। 


ଦେବ ମୀରାଙ୍କୁ କୁଣ୍ଢାଇ କହିଲେ ମୋତେ ଆଉ ସାରା ନୁହଁ ଦେବ କହି ଡାକ।ଆମେ ପରା ସ୍ୱାମୀ ସ୍ତ୍ରୀ। ଆଉ ବାପା ମାଆଙ୍କୁ ସାର ମ୍ୟାଡମ ନୁହେଁ ବାପା ମାଆ କହି ଡାକ। କାଲି ଆମେ କୋର୍ଟ ଯାଇ ବିବାହକୁ ଆଇନ ଅନୁଯାୟୀ କରିବା ଏବଂ ରିନି ଓ ଦୀପୁକୁ ଆମ ସନ୍ତାନ ରୂପରେ କୋର୍ଟରେ ଏଡପଟ୍ କରିବା।ଆମ ଦୁଇ ଜଣଙ୍କ ଅସ୍ତିତ୍ୱ ଆମ ଦୁଇଜଣଙ୍କ ମଧ୍ୟରେ ହିଁ ରହିବା।ଆମେ ଆଉ କାହାକୁ କିଛି ଜଣାଇବା ନାହିଁ କହି ସେ ସମ୍ମାନର ସହ ମୀରାଙ୍କ ମୁଣ୍ଡରେ ଚୁମ୍ବନ କରି କୁଣ୍ଢାଇ ଧରିଲେ। ମୀରା ଦେବଙ୍କୁ ନିଜ ସ୍ୱାମୀ ରୂପରେ ପାଇ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଲେ। 


ତାପର ଦିନ ସକାଳୁ ଘରେ ପୂଜା ସାରିଲା ପରେ ଦେବ ଜଳଖିଆ ଖାଇବା ସମୟରେ ବାପା ମାଆଙ୍କୁ କୋର୍ଟ ଯିବା ବିଷୟରେ କହିଲେ। ଶଙ୍କର ବାବୁ ଖୁସି ହୋଇ ଗଲେ। ହେଲେ ଆଶା ମୀରା ଓ ତାଙ୍କ ଦୁଇ ସନ୍ତାନକୁ ମନରୁ ଗ୍ରହଣ କରି ପାରୁ ନ ଥିଲେ।


କ୍ରମଶଃ.........।


Rate this content
Log in

Similar oriya story from Drama