STORYMIRROR

Suchismita Sahoo

Children

3  

Suchismita Sahoo

Children

ଜହ୍ନର ଆଲୋକ

ଜହ୍ନର ଆଲୋକ

2 mins
211

ସରିତାଙ୍କର ଗୋଟିଏ ବୋଲି ପୁଅ କାହ୍ନା, ସ୍କୁଲ ରେ ପଢେ। ସବୁଦିନ ସନ୍ଧ୍ୟାରେ ମା ଓ ପୁଅ ଦୁହେଁ ମିଶି ପାଖ ପାର୍କ କୁ ବୁଲିବାକୁ ଯାଆନ୍ତି। ଆଜି ପାର୍କରେ ଚଲାବୁଲା କରି ଘରକୁ ଫେରିବା ବାଟରେ ମା ଲକ୍ଷ୍ୟ କଲେ ଯେ, କାହ୍ନା ଆକାଶକୁ ଧ୍ୟାନ ର ସହ ଚାହିଁ କଣ ଗୋଟେ ଭାବୁଛି। ସରିତା ପୁଅର ମୁଣ୍ଡରେ ଟିକେ ହାତ ବୁଲେଇ ଦେଇ ପଚାରିଲେ, ବାବାରେ ଆକାଶରେ କଣ ଦେଖୁଛୁ?, ଆକାଶକୁ ଚାହିଁ କଣ ଭାବୁଛୁ? ମା ଙ୍କ କଥା ଶୁଣି, କାହ୍ନା ର ଧ୍ୟାନ ଭଙ୍ଗ ହେଲା ଓ ସେ ତତକ୍ଷଣାତ ମାଆ ଙ୍କୁ ପ୍ରଶ୍ନ କଲା, ମା, ଏ ଆକାଶର ଜହ୍ନ ଏତେ ସୁନ୍ଦର, ଉଜ୍ବଳ ଓ ଶୀତଳ କାହିଁକି? ମୁଁ ଏତେ ସମୟ ଧରି ଜହ୍ନକୁ ଦେଖୁଥିଲି ଆଉ ଜହ୍ନର ଆଲୋକ ବିଷୟରେ ଭାବୁଥିଲି। କାହ୍ନା ର ପ୍ରଶ୍ନ ଶୁଣି ସରିତା ଟିକେ ହସିଦେଇ କହିଲେ, ରହ ତତେ ବୁଝେଇ କହୁଛି, ମନ ଦେଇ ଶୁଣ। ପ୍ରକୃତରେ ଜହ୍ନର ନିଜର ଆଲୋକ ନାହିଁ। ସେ ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ। ମା ଙ୍କ କଥା ନ ସରୁଣୁ, କାହ୍ନା ବିସ୍ମୟ ହେଇ ପୁଣି ପ୍ରଶ୍ନ କଲା, ସୂର୍ଯ୍ୟର ଆଲୋକରେ ଜହ୍ନ ଆଲୋକିତ ହୁଏ! ଏହାର ଅର୍ଥ କଣ ମା। ବୁଝେଇ କୁହନା। ସରିତା କହିଲେ, ହୋଉ ଘରକୁ ଚାଲେ, ତତେ ସବୁ କଥା ବୁଝେଇ କହୁଛି। ଘରେ ପହଞ୍ଚି, ସରିତା କାହ୍ନା ହାତରେ ଗୋଟେ ବଲ ଧରେଇ ଦେଇ ତାକୁ ଗୋଟେ ଦର୍ପଣ ପାଖେ ଛିଡା କରିଦେଲେ ଆଉ ନିଜ ହାତରେ ଗୋଟେ ଟର୍ଚ୍ଚ ଧରିଲେ। ଘରକୁ ଅନ୍ଧକାର କରିଦେଲେ। ଅନ୍ଧାରରେ ଦର୍ପଣ କି ବଲ କିଛି ଦିଶୁନଥିଲା। ବର୍ତ୍ତମାନ ସରିତା, ଦର୍ପଣ ଉପରେ ଟର୍ଚ୍ଚ ଆଲୋକ ପକାନ୍ତେ, ଉଭୟ ଦର୍ପଣ ଓ ବଲ ଆଖିକୁ ଦିଶିଲା। ସେଇଠୁ ସରିତା ବୁଝେଇଲେ ଯେ, ଦର୍ପଣ ର ନିଜର ଆଲୋକ ନଥିଲା। କିନ୍ତୁ ଟର୍ଚ୍ଚ ର ଆଲୋକ ଦର୍ପଣ ଉପରେ ପଡିବା ମାତ୍ରେ, ଆଲୋକ ରଶ୍ମି ଦର୍ପଣରୁ ପ୍ରତିଫଳିତ ହୋଇ ବଲ ଉପରେ ପଡ଼ିଲା। ତେଣୁ ଆମେ ଉଭୟ ବଲ ଓ ଦର୍ପଣ ଦେଖି ପାରିଲୁ। ଏଠାରେ ଟର୍ଚ୍ଚ ହେଉଛି ସୂର୍ଯ୍ୟ, ଦର୍ପଣ ହେଉଛି ଜହ୍ନ ଆଉ ବଲ ହେଉଛି ଆମ ପୃଥିବୀ। ସୂର୍ଯ୍ୟର ଆଲୋକ ଜହ୍ନ ଉପରେ ପଡେ। ଜହ୍ନ ରୁ ଆଲୋକ ରଶ୍ମି ପ୍ରତିଫଳିତ ହୋଇ ପୃଥିବୀ ଉପରେ ପଡେ। ତେଣୁ ଆମକୁ ଜହ୍ନ ଉଜ୍ବଳ ଦିଶେ। କିନ୍ତୁ ଜହ୍ନ ଉପରେ ପଡୁଥିବା ସୂର୍ଯ୍ୟ ଆଲୋକ ର ମାତ୍ର ୭% ଆଲୋକ ରଶ୍ମି ପ୍ରତିଫଳିତ ହୋଇ ପୃଥିବୀ ଉପରେ ପଡେ। ବଳକା ୯୩% ଆଲୋକ ରଶ୍ମି ଜହ୍ନ ଦ୍ୱାରା ଶୋଷିତ ହେଇଥାଏ। ତେଣୁ ଜହ୍ନର ଜ୍ୟୋସ୍ନା ଆମକୁ ଶୀତଳ ଲାଗେ। ଏବେ ବୁଝିଲୁ ତ ଜହ୍ନ ଆଲୋକ ବିଷୟରେ। ମା ଙ୍କଠୁ ଉତ୍ତର ଶୁଣି କାହ୍ନା ବହୁତ ଖୁସି ହେଇଗଲା ଓ ଖୁସିରେ ମା ଙ୍କ ଗାଲରେ ଚୁମାଟିଏ ଦେଇ ଧନ୍ୟବାଦ ଜ୍ଞାପନ କଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children