@N. Harapriya

Romance

4.6  

@N. Harapriya

Romance

ଝିପ୍ ଝିପ୍ ବର୍ଷାରେ ତୁମ ସହ

ଝିପ୍ ଝିପ୍ ବର୍ଷାରେ ତୁମ ସହ

4 mins
325


   ଶୁଭ୍-ଖୁସି...ଖୁସି... ଆରେ ତତେ ଶୁଭୁନି କି? ମୋର ସ୍କୁଲ ପାଇଁ ଡେରି ହେଇଗଲାଣି ମୁଁ ଯାଉଚି।

ଖୁସି-ଆରେ ରହ ମୁଁ ତ ଆସିଲିଣି ତୁ ପଳଉଛୁ କାହିଁକି ?

ମୋ ସାଇନ୍ସ କପି ଟା ପାଉନଥିଲି ସେଥିପାଇଁ ଟିକେ ଡେରି ହେଇଗଲା। ଶୁଭ୍-ହଉ ହେଲା ହେଲା ଏବେ ଚାଲ୍।

ରାସ୍ତାରେ ଯିବା ସମୟରେ .....

ଖୁସି-ଶୁଭ୍ ଆମ ଦୁଇଜଣଙ୍କର ଏଇ ବର୍ଷ ତ ସ୍କୁଲ ଯିବା ସରିଯିବ।ତାପରେ କଲେଜରେ ପଢିବା ପରେ ତୁ କଣ ମୋ ସାଙ୍ଗରେ ଆଉ ଏମିତି ସାଙ୍ଗ ହବୁ?? ନା ମତେ ଆଉ ଆମ ଘର ପାଖରେ ଆସି ଡାକିବୁ ତୋ ସାଙ୍ଗରେ ଯିବା ପାଇଁ?? ମୁଁ ତୋ ପରି ଗୋଟେ ସାଙ୍ଗକୁ ହରେଇବାକୁ ଚାହୁଁନି।

ଶୁଭ୍-କାହିଁକି ଡାକିବିନି କଲେଜରେ ପଢିବା ପରେ କଣ ଆମେ ସାଙ୍ଗ ହବାନି କି?? ହଉ ଏକଥା ସମୟ ଆସିଲେ ଚିନ୍ତା କରିବା। ଏବେ ସ୍କୁଲ ଆସିଗଲାଣି ଶୀଘ୍ର ଚାଲ୍ ନହଲେ ସାର୍ ଙ୍କ ଯାବତୀୟ ପ୍ରଶ୍ନର ଉତ୍ତର ଦବାକୁ ପଡିବ।

କିଛି ଦିନ ପରେ.... ସ୍କୁଲରେ ଶେଷ ପରୀକ୍ଷା ସରିଗଲା।

୨ ମାସ ପରେ.....

ଖୁସି-ଶୁଭ୍ ....ତୁ ଶୋଇଛୁ କଣ ଆଜି ରେଜଲ୍ଟ ଆସିବ ଉଠ୍ ଶୀଘ୍ର।

 ୧ ଘଣ୍ଟା ପରେ ...

ଶୁଭ୍ -ଖୁସି ଦେଖ୍ ଆମେ ଦୁଇଜଣ ସର୍ବାଧିକ ନମ୍ବର ରଖି ଟପ୍ପର ହେଇଛେ।

   ତାପରେ ସାଙ୍ଗ ହୋଇ କଲେଜରେ ପଢିବା ପରେ ଖୁସି ଇଞ୍ଜିନିଅରିଂ ପଢିବା ପାଇଁ ବାଙ୍ଗାଲୋର ପଳେଇଲା।କିନ୍ତୁ ସାଙ୍ଗରେ ନେଇଗଲା ଶୁଭ୍ ସହ ବିତେଇଥିବା ଅନେକ୍ ସ୍ମୃତି। ଓ ଛାଡିଦେଇଗଲା ଶୁଭ୍ ପାଇଁ ଅନେକ୍ ଅକୁହା କଥା। ଯାହା ସେ କେବେବି ଶୁଭ୍ କୁ କହିପାରିନି। ଏୟାରପୋର୍ଟ ରେ ଛାଡିବା ପାଇଁ ଶୁଭ୍ ବି ତା ସାଙ୍ଗରେ ଗଲା। ଖୁସି ଏୟାରପୋର୍ଟ ଭିତରକୁ ଯିବା ପୂର୍ବରୁ ତା ବାପା, ମାଆ ସମସ୍ତଙ୍କ ଠାରୁ ଆଶୀର୍ବାଦ ନେଲା। କିଛି ବାଟ ଚାଲିକି ଯାଇଛି କି ନାହିଁ ଶୁଭ୍ କୁ ଫେରି ଚାହିଁଲା। ଆଉ ଜୋରରେ ଦୌଡିକି ଆସି ଶୁଭ୍ କୁ କୁଣ୍ଢେଇ ପକେଇଲା।

ଶୁଭ୍-ଆରେ ତୁ କାନ୍ଦୁଛୁ କାହିଁକି?? ପାଗିଳି ଟା। ଦେଖିଲ ଆଣ୍ଟି କେମିତି ଛୋଟ ପିଲାଙ୍କ ପରିକା କାନ୍ଦୁଛି। ତୁ ବ୍ୟସ୍ତ ହଅନା। ଆମେ ତତେ ଦେଖା କରିବାକୁ ତୋ ହଷ୍ଟେଲକୁ ଯିବୁ। ବାସ୍ ୩ବର୍ଷର ତ କଥା ତୁ ପୁଣି ଘରକୁ ଫେରି ଆସିବୁନି କି??

 ତାପରେ ସମସ୍ତେ ବୁଝେଇଲା ପରେ ଖୁସି ଫ୍ଲାଇଟ ରେ ବସି ବାଙ୍ଗାଲୋର ପଳେଇଲା।

କିଛି ଦିନ ପରେ ଖୁସି ଶୁଭ୍ କୁ ଫୋନ୍ କଲା....

ଖୁସି-ଶୁଭ୍ କେମିତି ଅଛୁ ??

ଶୁଭ୍-ଭଲ, ଆଉ ତୋ ପାଠ ପଢା ଠିକଠାକ୍ ଚାଲିଛି ତ?

ଖୁସି-ହଁ, ଶୁଭ୍ ମୁଁ ତତେ କିଛି କହିବାକୁ ଚାହୁଁଛି।

ଶୁଭ୍-ହଁ କହ

ଖୁସି-ତୋ କଥା ବହୁତ ମନେ ପଡୁଛି। ତତେ ଦେଖିବାକୁ ବି ବହୁତ୍ ଇଚ୍ଛା ହଉଛି।

ଶୁଭ୍-ବାସ୍ ଏଇ କଥା କହିବାକୁ ଚାହୁଁଥିଲୁ?? ହଉ ମୋର ଟିକେ କାମ ଅଛି ମୁଁ ତୋ ସହ ପରେ କଥା ହଉଛି।

୨ ଦିନ ପରେ ....

ଖୁସି କଲେଜ୍ ରେ କ୍ଲାସ କରୁଥିବା ସମୟରେ ପିଅନ ଆସି କହିଲା କି ତାକୁ କେହି ଜଣେ ଦେଖା କରିବାକୁ ଆସିଛନ୍ତି।

ଖୁସି ବାହାରକୁ ଆସି ଦେଖିଲା ପରେ ତା ଖୁସିର ଆଉ ସୀମା ରହିଲାନି।

ଦୌଡିକି ଯାଇ ଶୁଭ୍ କୁ ଗଭୀର ଆଲିଙ୍ଗନ କରିନେଲା ।

ଖୁସି -ଶୁଭ୍ ତୁମେ ଏଠି?

ଶୁଭ୍ -ହଁ ଆସିନଥାନ୍ତି କେମିତି ତୁ ମତେ ଦେଖିବାକୁ ଚାହୁଁଥିଲୁ ନା। ଆରେ ଆଉ ଗୋଟେ କଥା ତୋ ମୁହଁରୁ ଶୁଣିଲି। ମତେ ତ ଆଶ୍ଚର୍ଯ୍ୟ ଲାଗୁଛି। ତୁ ମତେ "ତୁମେ" କେବେଠାରୁ କହିବା ଆରମ୍ଭ କଲୁଣି।

ଖୁସି ଲାଜରେ ଆଉ କିଛି କହିପାରୁନଥାଏ କି ଶୁଭ୍ ର ମୁହଁକୁ ବି ଚାହିଁପାରୁନଥାଏ।

ଆଛା ଠିକ୍ ଅଛି ମୋର ମନେ ନଥିଲା ଏଇଟା ତୋର କ୍ଲାସ କରିବାର ସମୟ ବୋଲି। ତୁ କ୍ଲାସ କରିକି ଆସେ ମୁଁ ତତେ ଅପେକ୍ଷା କରିଛି।

କ୍ଲାସ୍ ସରିବା ପରେ ଖୁସି ସିଧା ଯାଇ ଶୁଭ୍ ପାଖରେ ପହଞ୍ଚି ଗଲା।କିନ୍ତୁ ଶୁଭ୍ କୁ ଲାଜରେ କିଛି କହିନପାରି ଚୁପ୍ ହେଇ ବସିଥାଏ।

ଶୁଭ୍-ମୁଁ ହଠାତ୍ ଏଠି ଆସି କେମିତି ପହଁଚି ଗଲି ପଚାରୁଥିଲୁ ନା?? କାଲି ଏଇ କଲେଜ ଠାରୁ ୧ କିମି ଦୂରରେ ମୋର ଗୋଟେ ଇଣ୍ଟରଭ୍ୟୁ ଦବାର ଅଛି। ସେଥିପାଇଁ ମୁଁ ତୋ ପାଖକୁ ଚାଲି ଆସିଲି ତତେ ଦେଖା କରିବାକୁ। ଏବେ ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ତତେ ଦବାକୁ ପଡିବ।

ଖୁସି-କୋଉ ପ୍ରଶ୍ନ ?

ଶୁଭ୍- ତୁ ଜାଣିପାରୁନୁ ନା ଭୁଲିଯିବାର ଅଭିନୟ କରୁଛୁ?

ମତେ "ତୁ" ରୁ ତୁମେ କେବେଠୁ କହିଲୁଣି। ଆରେ କହୁନୁ?

ଖୁସି-ନା ନା ସେମିତି କିଛି ବି ନାହିଁ।

ଶୁଭ୍ -ଠିକ୍ ଅଛି ମୁଁ ଏବେ ଯାଉଛି।

ଖୁସି -କୁଆଡେ ?ଏବେ ତ ଆସିଲ ଆଉ ଏତେ ଶୀଘ୍ର ଚାଲିଯାଉଛ?

ଶୁଭ୍- ହୁଁ....ଏବେ କଣ କହିଲୁ ଆସିଲ, ଚାଲିଯାଉଛ ,କଣ କଣ ତୁ କହିବାକୁ ଚାହୁଁଛୁ? ତୁ ମତେ ଏମିତି କାହିଁକି କହୁଛୁ?

ଖୁସି -କାରଣ ଆଇ ଲଭ ୟୁ ....ହଁ ମୁଁ ତୁମକୁ ଭଲ ପାଏ।

ଏବେ ନୁହେଁ ,ଛୋଟବେଳୁ। ତୁମ ସହ ଖେଳିବା, ପଢିବା, ସାଙ୍ଗ ହୋଇ ସ୍କୁଲ ଯିବା । ଝିପ୍ ଝିପ୍ ବର୍ଷାରେ ତୁମ ସହ ଚାଲି ଚାଲି ସ୍କୁଲ ଯିବା ପାଇଁ ମୁଁ ମୋ ଛତାକୁ ଜାଣିଶୁଣି ଲୁଚେଇଦିଏ। ଆଉ ତୁମ ସହ ତୁମ ଛତା ତଳେ ଚାଲି ଚାଲି ସ୍କୁଲ ଯାଏ। ଚପଳାମି କରିବା ବୟସରେ ମୋ ମନ ଭିତରେ ଏମିତି ଭାବନା କାହିଁକି ଆସୁଥିଲା ମୁଁ ଯାଣିପାରୁନଥିଲି। କିନ୍ତୁ ମତେ ତୁମ ସହ ରହିବାକୁ ବହୁତ ଭଲ ଲାଗୁଥିଲା।ଯେତେବେଳେ ଦଶମରେ ରେ ପଢୁଥିଲେ ସେତେବେଳେ ମୁଁ ଅନୁଭବ କଲି କି ମୋ ମନରେ ତୁମ ପ୍ରତି ଅନେକ୍ ଭଲ ପାଇବା ଅଛି। ସେତେବେଳଠୁ ତୁମକୁ ମୁଁ "ତୁ" ନୁହେଁ" ତୁମେ "କହିବାକୁ ଚାହୁଁଥିଲି।ମୁଁ କେବେ ବି ତୁମଠାରୁ ଅଲଗା ହବାକୁ ଚାହୁଁନଥିଲି। ଯୋଉଦିନ ଏୟାରପୋର୍ଟ କୁ ତୁମେ ମତେ ଛାଡିବାକୁ ଆସିଥିଲ ସେଇଦିନ ମୁଁ ମୋ ମନର ଭାବନାକୁ ତୁମକୁ ଜଣେଦବାକୁ ଚାହୁଁଥିଲି। କିନ୍ତୁ କିଛି କହିନପାରି କାନ୍ଦି ପକେଇଥିଲି। କିନ୍ତୁ ତୁମେ ମୋ ମନର କଥାକୁ କିଛି ବି ବୁଝିପାରିଲନି। ଆଉ ମତେ ତୁମଠାରୁ ଦୂରେଇ ଦେଲ। ବହୁତ ଦୁଃଖ ଲାଗିଥିଲା ସେଦିନ ଥରଟିଏ, ଥରଟିଏ ମୋ ଆଖିକୁ ଚାହିଁ ମୋ ମନର କଥାକୁ ବୁଝିପାରିଥାନ୍ତ ତାହାଲେ ମୁଁ କେବେ ବି ଏତେ ବାଟ ପଢିବାକୁ ଆସିନଥାନ୍ତି। କଥାରେ ଅଛି ଯାହା ଓଠ ନକହିପାରେ ସେ କଥା ଆଖି ଅତି ସହଜରେ କହିଦେଇପାରେ। କିନ୍ତୁ ତୁମେ ମୋ କଥା କେମିତି ବୁଝିପାରିଲନି?

ଶୁଭ୍-ମୁଁ ଜାଣିଛି ଖୁସି ତୁ ମତେ ବହୁତ ଭଲପାଉ।ସେକଥା ବି ମୁଁ ଏବେ ନୁହେଁ ଛୋଟବେଳୁ ଯାଣିଛି। କିନ୍ତୁ ମୁଁ ଜାଣିଛି ବୋଲି ତତେ କେବେ ବି ଜଣେଇବାକୁ ଦେଇନି ।

ଖୁସି -ସତରେ! ତୁମେ ଜାଣିଥିଲ? ଅଥଚ ମତେ ଟିକେ ବି ଆଭାସ ହବାକୁ ଦେଲନି ନାଇଁ? 

ଶୁଭ୍-ଏୟାରପୋର୍ଟ ରେ ବି ମୋ ମନ ବହୁତ ଦୁଃଖ ହେଇଥିଲା। ତୁ ଯେତେବେଳେ ଆସି ମତେ କୁଣ୍ଢାଇ ପକେଇଲୁ ମୁଁ ଚାହୁଁଥିଲି ତୁ ମୋ ପାଖକୁ ସବୁଦିନ ପାଇଁ ଫେରିଆସେ।ତତେ ମୁଁ ମୋ ପାଖରୁ କେବେ ବି ଦୂରେଇ ଦବାକୁ ଚାହୁଁନଥିଲି।  

ସେମିତି ତତେ ମୋ ବାହୁ ବନ୍ଧନରେ ଆବଦ୍ଧ କରି ରଖିଥାନ୍ତି। ତୋ ଆଖିରେ ଆଖି ମିଶେଇ ହଜି ଯାଇଥାନ୍ତି ଗୋଟେ ଅଲଗା ଦୁନିଆକୁ। କିଏ କଣ କହୁଛି ,ନକହୁଛି,କିଏ କଣ ଭାବୁଛି, ନଭାବୁଛି କାହାକୁ ବି ମୁଁ ଖାତିର ନକରି ତୋ ଆଖିରେ ଆଖି ମିଶେଇ କହିଦେଇଥାନ୍ତି ହଁ... ହଁ ଖୁସି ମୁଁ ତତେ ଭଲପାଉଛି।ଯେତିକି ଦିନ ବଞ୍ଚିବି ଏ ଜୀବନକୁ ମୁଁ ତୋ ସହ ବିତେଇଦବାକୁ ଚାହୁଁଛି। କାହିଁ କେତେ ଦିନରୁ ଛାତି ଭିତରେ ଚାପି ରଖିଥିବା କଥାକୁ ମୁଁ ତୋ ଆଗରେ ପ୍ରକାଶ କରିଦବାକୁ ଚାହୁଁଛି।ମୁଁ ତତେ କେତେ ଭଲପାଏ ଆଜି ଜଣେଇ ଦବାକୁ ଚାହୁଁଛି। କିନ୍ତୁ ସେ ସମୟରେ ପରିସ୍ଥିତି ମତେ ବାଧ୍ୟ କରିଥିଲା ଚୁପ୍ ରହିବା ପାଇଁ। ଆଉ ସେଥିପାଇଁ ମୁଁ ମୋ ଭାବନାକୁ ତୋ ଆଗରେ କହିବାକୁ ଅସମର୍ଥ ଥିଲି। ଏୟାରପୋର୍ଟରେ ମୁଁ ତୋ ମନକୁ ତ ବୁଝେଇଦେଲି କିନ୍ତୁ ଘରକୁ ଫେରିଲା ପରେ ମୋ ମନକୁ ମୁଁ ଆଦୌ ବୁଝେଇ ପାରିଲିନି। ତୋ ବିନା ଘର ଭିତରେ ମତେ ପୁରା ଏକା ଏକା ଲାଗୁଥିଲା। ତୁ ମୋ ପାଖରେ ନଥାଇକି ବି ଘରର ଚାରି କାନ୍ଥ ଭିତରେ ତୋ ଡାକିବାର ଆୱାଜ୍ ଗୁଞ୍ଜରିତ ହେଉଥିଲା। ମୁଁ ତତେ ଛୋଟବେଳୁ କେବେବି ମୋ ପାଖରୁ ଦୂରେଇ ଦେଇନଥିଲି। ପ୍ରଥମ ଥର ପାଇଁ ତତେ ଏତେ ଦୂରକୁ ପଠେଇଦେଲା ପରେ ତୋ ଅନୁପସ୍ଥିତିକୁ ମୁଁ ଅନୁଭବ କରିଥିଲି। ଗୋଟେ ମୁହୂର୍ତ୍ତ ନଥିଲା ଯେତେବେଳେ ମୁଁ ତୋ କଥା ଭାବିନି। ଦିନରାତି ମୋ ପାଖରେ ବସି ଅଜଥାରେ ବକ୍ ବକ୍ ହବା, ମୋ ସାଙ୍ଗରେ ବସି ଖାଇବା, ପଢିବା, ମୋ ଦେହ ଖରାପ୍ ହେଲେ ମୋ ପାଖରେ ବସି ମୋର ଯତ୍ନ ନବା, ପରସ୍ପରର ପସନ୍ଦରେ ଜିନିଷ କିଣିବା, କେତେ ସ୍ମୃତି ତୁ ସେଦିନ ଛାଡି ଚାଲିଆସିଲୁ ମୋ ପାଖରେ।ତୋ ସାଙ୍ଗରେ ବିତେଇ ଥିବା ପ୍ରତିଟି ମୁହୂର୍ତ୍ତ ମୋ ଆଖି ଆଗରେ ନାଚି ଉଠୁଥିଲା। ମୁଁ ତୋ ଭଲ ପାଇବାକୁ ସେଇଦିନ ବୁଝିପାରିଥିଲି ଯୋଉଦିନ ତୁ ତୋ ବ୍ୟାଗ୍ ରେ ଛତା ଆଣିକି ବି ମତେ ମିଛ କହିଥିଲୁ ଯେ ତୁ ଛତା ଆଣିବାକୁ ଭୁଲିଯାଇଛୁ। ଆଉ ମୋ ସାଙ୍ଗରେ ମୋ ଛତା ତଳେ ଚାଲି ଚାଲି ସ୍କୁଲ ଯାଇଥିଲୁ। ତୁ ମୋ ସାଙ୍ଗରେ ଗଲାବେଳେ ତୋ ଓଠରେ ଆଉ ଏଇ କଜଳ ଭରା ଢଳ ଢଳ ଆଖିରେ ଗୋଟେ ଅଲଗା ପ୍ରକାରର ଖୁସି ଦେଖିବାକୁ ପାଇଥିଲି। ସ୍କୁଲରେ ପହଁଚିଲା ପରେ ତୋ ଅନୁପସ୍ଥିତିରେ ତୋ ବ୍ୟାଗ୍ ରେ ଛତା ଅଛି ବୋଲି ଦେଖିନେଇଥିଲି। ମୁଁ ଜାଣିଥିଲି ଦୁନିଆ ପଛେ ଏପଟ ସେପଟ ହେଇଯାଉ କିନ୍ତୁ ତୁ ବିନା ଛତାରେ ବର୍ଷାରେ ଭିଜିକି କେବେବି କୁଆଡେ ଯିବୁନି। କିନ୍ତୁ  ମୁଁ ତତେ ବହୁତ ଉଚ୍ଚରେ ଦେଖିବାକୁ ଚାହୁଁଥିଲି। ତୁ ଭଲ ପାଠ ପଢିବୁ ଆଉ ଭଲ ଚାକିରିଟିଏ କଲେ ମୁଁ ବହୁତ ଖୁସି ହେବି।ସେଇ ଦିନ ମୁଁ ମୋ ଭଲପାଇବାକୁ ତୋ ଆଗରେ ଜଣେଇବି।  ଆଉ  ଅଙ୍କଲ, ଆଣ୍ଟି ବି ତୋ ପାଠ ପଢା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି ତାଙ୍କ ଇଚ୍ଛାକୁ ବି ପୂରଣ କରିବା ତୋର ବି ଦାୟିତ୍ୱ। ସେଥିପାଇଁ  ମୁଁ ତତେ ମୋ ଭଲପାଇବାକୁ କେବେ ଅନୁଭବ ହବାକୁ  ଦେଇନି। କିନ୍ତୁ ୟେ ମନଟା ଭାରି ଦୁଷ୍ଟ, ଆଜି ପର୍ଯ୍ୟନ୍ତ ଚୁପ୍ ହୋଇ ଥିଲା। କିଛି ବି କହୁନଥିଲା ଆଜି କେମିତି ଆସି ସବୁ କଥା ଜଣେଇଦେଲା ଦେଖିଲୁ । ସତରେ ୟେ ଭଲ ପାଇବାଟା କଣ କେଜାଣି ମନ ବି ନିଜ ଆୟତରେ ରହୁନି।
... ଆଇ ଲଭ ୟୁ ଖୁସି

                              

  ନିଜ ଭଲପାଇବାର ଭାବନାକୁ ପ୍ରକାଶ କରି ଅଜାଣତରେ ଦୁଇଜଣଙ୍କ ଓଠରେ ଟିକେ ହସ ଆଉ ଆଖିରେ ବୁନ୍ଦାୟେ ଲୁହ ଝରିଯାଉଥିଲା।ତାପରେ ପରସ୍ପର ପାଖକୁ ଆସି କୁଣ୍ଢେଇ ପକେଇଲେ। ଆଉ ଦୁଇ ଜଣଙ୍କର ଭଲପାଇବାର ମହକ ଚାରିଆଡେ ମହକି ଉଠୁଥିଲା। ପ୍ରଥମ ପ୍ରେମର ପ୍ରଥମ ସ୍ପର୍ଶ। ଖୁବ୍ ସୁନ୍ଦର ଅନୁଭୂତିଟିଏ ସୃଷ୍ଟି କରିଥିଲା ଦୁଇଜଣଙ୍କ ଜୀବନରେ।


🦋 N. Harapriya 🦋

          



Rate this content
Log in

Similar oriya story from Romance