Harapriya Nayak

Romance Action Classics

4  

Harapriya Nayak

Romance Action Classics

ଆକର୍ଷଣ

ଆକର୍ଷଣ

3 mins
393


ଅବନ୍ତିକା ଅବନ୍ତିକା ଆରେ ମୁଁ ତୁମକୁ ଡାକୁଛି ରୁମ୍ ଭିତରକୁ କୁଆଡେ ଯାଉଛ ? ରୁହ ଏତେବେଳ ପର୍ଯ୍ୟନ୍ତ କୋଉଠି ଥିଲ?? ରାତି ୧୦ଟା ହେଲାଣି ତୁମେ ତ କେବେବି ଏତେ ରାତି ପର୍ଯ୍ୟନ୍ତ ବାହାରେ ରୁହନା। ଆଉ ତୁମ ଅଫିସ ତ ୮ଟାରୁ ବନ୍ଦ ହେଇଗଲାଣି କିନ୍ତୁ ତୁମେ ଏବେ ଘରକୁ ଆସୁଛ? ମୁଁ କେତେ ବ୍ୟସ୍ତ ହେଇପଡିଲିଣି କିଛି ଜାଣି ପାରୁଛ କି ନାହିଁ? ମୁଁ ତୁମ ଅଫିସ ନମ୍ବରକୁ ଫୋନ୍ କରିଥିଲି ସେଠି ବି ତୁମେ ନଥିଲ।ତୁମ ସାଙ୍ଗ ରିଚା କୁ ବି ଫୋନ୍ କରି ଥିଲି ତା ଘରକୁ ବି ଯାଇନଥିଲ। ଶେଷରେ ଭାବିଲି ତୁମେ ତୁମ ଘରକୁ ଯାଇଥିବ ସେଥିପାଇଁ ବାପାଙ୍କୁ ବି ଫୋନ୍ କଲି କିନ୍ତୁ ସେଠିବି ତୁମେ ନଥିଲ ତାହାଲେ ତୁମେ ଥିଲ କୋଉଠି? ଆରେ କିଛି ତ କୁହ?

ଅବନ୍ତିକା-ହିତେସ୍ ମୁଁ ଦେଖିବାକୁ ଚାହୁଁଥିଲି ତୁମେ ମତେ କେତେ ଭଲ ପାଉଛ। ସେଥିପାଇଁ ଅଫିସରୁ ଆସିବାକୁ ଟିକେ ଡେରି କରିଦେଲି।  ହିତେସ୍-କଣ କହିଲ ତୁମେ ଏ ସବୁ ଜାଣିଶୁଣି କରିଛ ? ମୁଁ ଏଠି କେତେ ଟେନସନ୍ ରେ ଅଛି ସେ କଥା ନଭାବି ମୋ ସାଙ୍ଗରେ ମଜାକ୍ କରୁଛ?

ଅବନ୍ତିକା -ମୁଁ ମଜାକ୍ କରୁନି ଆକଚୁଆଲି ଅଫିସରୁ ବସ୍ ଷ୍ଟପ୍ କୁ ଆସିଲା ବେଳକୁ ସବୁ ବସ୍ ଅଲରେଡି ପଳେଇଲାଣି। ସେଥିପାଇଁ ବହୁତ ଅପେକ୍ଷା କରି କରି ଗୋଟେ ଅଟୋ ରେ ଆସିଲି। ସେ ବି ଏତେବାଟ ଆସିବାକୁ ମନା କରୁଥିଲା ମୁଁ ବାଧ୍ୟ କରିବାରୁ ଆସିଲା।ସେଥିପାଇଁ ଟିକେ ଡେରି ହେଇଗଲା। ସରୀ ସରୀ ମୋ ପାଇଁ କେତେ ଟେନସନ୍ ହେଇଗଲ। 

 ତାପରେ ହିତେସ୍ ଅବନ୍ତିକାକୁ କୁଣ୍ଢେଇ ପକେଇଲା।

ଜାଣିଛ ମୁଁ ଯୋଉଦିନ ତୁମକୁ ପ୍ରଥମ ଥର ଦେଖିଲି ସେଦିନ ତୁମେ ବହୁତ ସୁନ୍ଦର ଦେଖାଯାଉଥିଲ। ଖାସ୍ କରି ତୁମର ଏଇ କଳା, ଲମ୍ବା, ଘନକେଶ। ଏଇ କେଶ ହିଁ ତୁମର ପ୍ରକୃତ ଆକର୍ଷଣ ଥିଲା। ଯାହା ପାଇଁ ମତେ ତୁମ ପାଖକୁ ଆସିବାକୁ ବାଧ୍ୟ କରିଥିଲା। ଆଉ ତୁମ ଚେହେରା ଏତେ ସୁନ୍ଦର ଥିଲା ତାହା ଅବର୍ଣ୍ଣନୀୟ। ଯେ କେହି ବି ତୁମ ପ୍ରତି ଆକର୍ଷିତ ହବା ସ୍ୱଭାବିକ। ମୁଁ ସେଦିନ ଅଫିସ ଯାଉଥିଲି ସେହି ସମୟରେ ତୁମେ ତୁମ ବାଲକୋନିରେ ଠିଆ ହୋଇ ବାହାରର ଦୃଶ୍ୟକୁ ଅନୁଭବ କରୁଥିଲ। ଶୀତ ଶକାଳରେ ଝାପ୍ସା କୁହୁଡିକୁ ଅତିକ୍ରମ କରି ସୂର୍ଯ୍ୟାଲୋକ ତୁମର ଏଇ ମୁହଁରେ ଆସି ପଡୁଥିଲା। ସେଥିପାଇଁ ତୁମର ଏଇ ଅପରୂପ ସୌନ୍ଦର୍ଯ୍ୟରେ ମୁଁ ଆକର୍ଷିତ ହେଇ ଉଠିଥିଲି। ଠିକ୍ ସେତିକି ବେଳକୁ ତୁମ ନଜର ମୋ ଉପରେ ପଡିଗଲା। ତୁମେ ମତେ ଦେଖି କଣ ଭାବିଲ କେଜାଣି ଘର ଭିତରକୁ ପଳେଇଲ। ଯେହେତୁ ମୁଁ ତୁମ ଘର ବାଟଦେଇ ଯାଏ ସେଥିପାଇଁ ତୁମ ସହ କେତେବେଳେ କେମିତି ଦେଖାହେଇଯାଏ। କିଛି ଦିନ ପରେ ତୁମେ ନିଜେ ମୋ ଯିବା ବାଟରେ ଆସି ଅପେକ୍ଷା କରିଥିଲ। ଆଉ ତୁମକୁ ମୁଁ ଚାହିଁବାର କାରଣ ମତେ ପଚାରିଲ। ଆଉ ମୁଁ ବି ନିଶଙ୍କୋଚରେ ମୋ ହୃଦୟର କଥାକୁ ତୁମ ଆଗରେ ପ୍ରକାଶ କରିଦେଲି। ଧୀରେ ଧୀରେ ଆମେ ଦୁହେଁ ଭଲ ସାଙ୍ଗ ହେଇଗଲେ। ତାପରେ ଆମ ସଂପର୍କକୁ ଆଗକୁ ବଢ଼ାଇବା ପାଇଁ ତୁମେ ତୁମ ଘରେ ଆଉ ମୁଁ ଆମ ଘରେ ପରସ୍ପର ବିଷୟରେ ଜଣେଇବା ପରେ ଆମ ଦୁଇଜଣଙ୍କ ବିବାହ ହେଲା। ବର୍ଷେ ପୂର୍ବରୁ ମୋ ମନରେ ତୁମ ପ୍ରତି ଯେତିକି ଭଲ ପାଇବା ଥିଲା ଏବେ ମଧ୍ୟ ମୋ ମନରେ ତୁମ ପ୍ରତି ଯଥେଷ୍ଟ ଭଲ ପାଇବା ଅଛି।ପ୍ଲିଜ୍ ଆଉ କେବେବି ପରୀଯେତେବେଳେ ସ୍ୱିଚ୍ଡଅପ୍ କହିଲା ମୁଁ ତ ପୁରା ବ୍ୟସ୍ତ ହେଇଯାଇଥିଲି। କିଛି ଅସୁବିଧାରେ ପଡିଯାଇନ ତ?? ମୋ ମୁଣ୍ଡ ଭିତରଟା ପୁରା ବ୍ଲାଙ୍କ ହେଇଗଲା। ତାପରେ ମୁଁ ସମସ୍ତଙ୍କୁ ଫୋନ୍ କଲି କିନ୍ତୁ ତୁମ ବିଷୟରେ କାହା ପାଖରୁ କିଛି ବି ଖବର ପାଇଲିନି।  ଅବନ୍ତିକା-ମୋ ସାଙ୍ଗରେ ବୋଧହୁଏ ଆଜି ଏମିତି ହବାର ଥିଲା। ବସ୍ ମିଳିଲାନି, ଫୋନ୍ ବି ଠିକ୍ ସମୟରେ ସ୍ୱିଚଡ୍ଅପ୍ ହେଇଗଲା। ହିତେସ୍ -ସମୟ ସବୁବେଳେ ସମସ୍ତଙ୍କ ପାଇଁ ଠିକ୍ ନଥାଏ ଅବନ୍ତିକା। କେତେବେଳେ କାହା ସାଙ୍ଗରେ କଣ ଘଟିଯିବ କିଛି ବି ଜଣାନାହିଁ। ସେଥିପାଇଁ ସବୁବେଳେ ସେଫ୍ ରହିବାକୁ ଚେଷ୍ଟା କର। କାରଣ ସବୁବେଳେ ତ ମୁଁ ତୁମ ସାଙ୍ଗରେ ରହିବିନି ନା। 

ଅବନ୍ତିକା -ସରୀ ମୋ ପାଇଁ ଆଜି ତୁମକୁ ବହୁତ ଟେନସନ୍ ହବାକୁ ପଡିଲା। ମତେ ଜୋରରେ ଭୋକ ହେଲାଣି ଚାଲ ଖାଇବା।  ହିତେସ୍-କିନ୍ତୁ ତୁମ ଟେନସନ୍ ରେ ମୁଁ ଖାଇବାକୁ କିଛି ବି କରିନି। 

ଅବନ୍ତିକା -ନୋ ପ୍ରୋବ୍ଲେମ୍ ଚାଲ ସାଙ୍ଗ ହୋଇ ଖାଇବା ବନେଇବା।

ହିତେସ୍-ଓକେ ମାଇଁ ଆକ୍ଟ୍ରାକଟିଭ୍ ୱାଇଫ୍।


Rate this content
Log in

Similar oriya story from Romance