ପ୍ରତିଭାର ବୀଣାର ଧ୍ୱନି
ପ୍ରତିଭାର ବୀଣାର ଧ୍ୱନି
ଶଙ୍କର ମହାଦେବନଙ୍କ ବ୍ରେଥଲେସ୍ ମ୍ୟୁଜିକ ର ସୁର୍ ରେ ପ୍ରତିଭାର ବୀଣାର ଧ୍ୱନି ଖୁବ୍ ସୁନ୍ଦର ଶୁଭୁଥାଏ। ଷ୍ଟେଜ୍ ତଳେ ବସିଥିବା ଦର୍ଶକ ମାନଙ୍କ କରତାଳିରେ ସଂପୂର୍ଣ୍ଣ ଅଡିଟୋରିୟମ ଟି ପଡୁଥାଏ ଉଠୁଥାଏ। ସମସ୍ତ ଦର୍ଶକ ପ୍ରତିଭାର ବୀଣା ବାଦନକୁ ଦେଖି ୱାହ୍ ୱାହ୍ କହିଚାଲିଥାନ୍ତି। ବଡ ବଡ କଳାକାର ମାନେ ବି ଆସିଥାନ୍ତି ପ୍ରତିଭାର ପୋଗ୍ରାମ ଦେଖିବାକୁ।
୬ମିନିଟ୍ ର ବୀଣା ବାଦନ ପରେ ପ୍ରତିଭା ଆସିଲା ଷ୍ଟେଜ୍ ତଳକୁ। ଭେରି ନାଇସ୍ ଗୋ ଆହେଡ୍, ପରଫରମାନ୍ସ ବହୁତ୍ ଭଲ ଥିଲା ମାଡାମ୍। ଗୁରୁ ମାନଙ୍କ ଠାରୁ ଆଶୀର୍ବାଦ ଓ ଅନ୍ୟ ମାନଙ୍କ ପାଖରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟି ଆସୁଥିଲା ପ୍ରତିଭା ପାଖକୁ।
ଠିକ୍ ସେତିକି ବେଳକୁ ପ୍ରତିଭାର ଫୋନ୍ ରିଂ ହେଲା।
ପ୍ରତିଭା :-ହେଲୋ ହଁ ନିଲ୍ କୁହ ...ହ୍ୱାଟ୍? ........
କିଛି ସମୟ ପରେ ପ୍ରତିଭା ଆସି ତାଙ୍କ ଘର ପାଖରେ ପହଞ୍ଚିଲା।ଗାଡିରୁ ଓଲ୍ହାଇ ଘରର ଅବସ୍ଥା ଦେଖି ମୁଣ୍ଡ ବୁଲେଇହେଇ ପଡିଯିବା ବେଳକୁ ନିଲ୍ ଆସି ଧରିପକେଇଲା। ନିଲ୍ ହେଉଛି ପ୍ରତିଭାର ଛୋଟ ବେଳର ସାଙ୍ଗ। ଯିଏ ୨୭ ବର୍ଷ ହବ ପ୍ରତିଭାର ଶୁଖ ଦୁଃଖ ପ୍ରତି ମୁହୂର୍ତ୍ତରେ ତା ସହ ଠିଆ ହେଇଛି। ଆଉ ପ୍ରତିଭାର ସାହାଯ୍ୟ ପାଇଁ ଜଣେ ବଡ ବିଜନେସ ମ୍ୟାନ ହେଇପାରିଛି।
ପ୍ରତିଭା :- ନିଲ୍ ଆମ ଘର କେମିତି ଜଳିଗଲା। ଆଉ ମାମା, ପାପା ଠିକ୍ ଅଛନ୍ତି ତ କୁଆଡେ ଗଲେ ସେମାନେ।
ନିଲ୍:- ମୁଁ ଏ ବିଷୟରେ କିଛି ବି ଜାଣିନି। ତମେ ଆଉ ଡେରି ନକରି ଶୀଘ୍ର ମୋ ସାଙ୍ଗରେ ମେଡିକାଲ ଚାଲ। ଅଙ୍କଲ୍, ଆଣ୍ଟି ସେଇଠି ଅଛନ୍ତି। ମୁଁ ଅଫିସରୁ ଏଠି ଆସି ପହଞ୍ଚିଲା ବେଳକୁ ବହୁତ ଡେରି ହେଇଯାଇଥିଲା ସେଥିପାଇଁ ବିନୟ ଅଙ୍କଲ (ପଡୋଶୀ)ପୋଲିସକୁ ଇନଫରମ୍ କରି ଦେଇଥିଲେ ଆଉ ସେମାନେ ଆମ୍ବୁଲାନ୍ସରେ ମେଡିକାଲ ନେଇଯାଇଛନ୍ତି।
ତା ପରେ ନିଲ୍, ପ୍ରତିଭା ଚାଲିଲେ ମେଡିକାଲକୁ।
ପ୍ରତିଭା :-ମାମା, ପାପା ତମର ଏସବୁ କେମିତି ହେଲା।
ମାମା:-ରୋଷେଇ ଘରେ ଗ୍ୟାସ୍ ଲିକ୍ ହଉଥିଲା। ମୁଁ ତୋ ପାପାଙ୍କୁ ଡାକିବାକୁ ଯାଇ ରୋଷେଇ ଘରକୁ ଆସିଲା ବେଳକୁ ସିଲିଣ୍ଡର ଫାଟିଗଲା।ତୋ ପାପା ଆଉ ମୁଁ କିଛି ଦୂରରେ ଯାଇ ଫୋପାଡ଼ି ହେଇ ପଡିଲୁ। ସବୁ କଥା କହିସାରିଲା ବେଳକୁ ଦୁଇଜଣଙ୍କ ଜୀବନ ଦୀପ ଲିଭି ସାରିଥିଲା।ପ୍ରତିଭା ତା ମାମା, ପାପାଙ୍କୁ ହରାଇ କାନ୍ଦି କାନ୍ଦି ଧର୍ଯ୍ୟହରା ହେଇପଡୁଥାଏ।ନିଲ୍ ମଧ୍ୟ ତା ପାଖରେ ରହି ତାକୁ ସମ୍ଭାଳି ନେଉଥାଏ। ପ୍ରତିଭା ତା ମାମା, ପାପାଙ୍କ ସହ ତା ଘର ବି ହରେଇ ସାରିଥିଲା। ସେଥିପାଇଁ ନିଲ୍ ପ୍ରତିଭାକୁ ନେଇ ତାଙ୍କ ଘରେ ରଖିଲା। କିଛି ଦିନ ପରେ ସବୁ କ୍ରିୟା କର୍ମ ମଧ୍ୟ ସରିଗଲା।
୧ବର୍ଷ ପରେ ନିଲ୍ ପ୍ରତିଭାକୁ ଆଉ ଏକାକି ରହିବାକୁ ନଦେଇ ତାକୁ ବିବାହ କରି ତା ଜୀବନ ସାଥୀ ରୂପେ ସବୁଦିନ ପାଇଁ ନିଜର କରିନେଲା।
ପ୍ରତିଭା ବି ସବୁ ଦୁଃଖକୁ ଭୁଲି ପୁଣି ଥରେ ଆଗକୁ ବଢିବାକୁ ପ୍ରୟାସ କଲା। କିଛିଦିନ ପର୍ଯ୍ୟନ୍ତ ନିଲ୍, ପ୍ରତିଭାଙ୍କ ସଂପର୍କ ଠିକଠାକ ଚାଲିଲା। ନିଲ୍ ଗୋଟେ ବଡ଼ ବିଜନେସ ମ୍ୟାନ ହେଇଥିବାରୁ ପ୍ରତି ମୁହୂର୍ତରେ ଟଙ୍କାର ଦୂରୁପଯୋଗ କଲା। ମଦ ପିଇ ବିଳମ୍ବିତ ରାତିରେ ଘରକୁ ଫେରିଲା।କିନ୍ତୁ ଏ ସବୁ କାମ ପ୍ରତିଭାକୁ ଆଦୌ ଭଲ ଲାଗୁନଥିଲା। କିଛି ଦିନ ପରେ ନିଲ୍ କଂପାନୀ ର ବହୁତ ବଡ ଲସ୍ ହେଇଯିବାରୁ ସେ ମଦ ପିଇ ରାତି ୧୦ଟା ବେଳକୁ ଘରକୁ ଫେରିଲା।ସେତେବେଳକୁ ପ୍ରତିଭା ସବୁ କାମ ସାରି ନିଲ୍ କୁ ଅପେକ୍ଷା କରି ମଧ୍ୟ ସେ ଠିକ୍ ସମୟରେ ନଆସିବାରୁ ପ୍ରତିଭା କିଛି ସମୟ ବସି ବୀଣା ରେ ଅଭ୍ୟାସ କରୁଥିଲା। ନିଲ୍ ଆସିବାରୁ ପ୍ରତିଭା କବାଟ୍ ଖୋଲି ନିଲ୍ କୁ ନିଶାସକ୍ତ ଅବସ୍ଥାରେ ଦେଖିଲା।
ନିଲ୍ ରୁମ୍ କୁ ଆସି ଯେତେବେଳେ ବୀଣା କୁ ଦେଖିଦେଇଛି ତା ପାଦ ରକ୍ତ ଯେମିତି ମୁଣ୍ଡକୁ ତଢିଗଲା ।ରାଗରେ ପ୍ରତିଭା ଉପରକୁ ହାତ ଉଠେଇଦେଲା।
ପ୍ରତିଭା :- ନିଲ୍ ତମେ ମତେ ମାରିପାରିଲ କେମିତି?? ମୁଁ କଣ କଲି ??ମୋର ଭୁଲ୍ କ'ଣ?
ନିଲ୍:-ଭୁଲ୍ କଣ ପୁଣି ପଚାରୁଛ। ହୁଁ.. ମୁଁ ଏପଟେ ମୁଣ୍ଡେ ପାଣିରେ ବୁଡିଲିଣି କିନ୍ତୁ ତୁମର କିଛି ଚିନ୍ତା ନାହିଁ। କେବଳ ଏଇ ବୀଣା ବଜେଇବାକୁ ଛାଡିଦେଇ। ଯେତେବେଳେ ଦେଖିଲେ ଏଇଟାକୁ ଧରିକି ବସିଥିବ। ଆଜି ଏ ସମସ୍ୟାର ସମାଧାନ କରିବାକୁ ପଡିବ।
ପ୍ରତିଭା :-ନିଲ୍ ତମେ ମୋ ବୀଣାକୁ କୁଆଡେ ନେଇକି ଯାଉଛ??
ନିଲ୍:- ଆଜି ମୁଁ ଏଇଟାକୁ ଭାଙ୍ଗି ଦେବି ଛାଡ ମତେ।
ପ୍ରତିଭା :- ନିଲ୍ ମୋ ବୀଣା ମତେ ଦେଇଦିଅ। ତମେ କହିବ ଯଦି କହିବ ଯଦି ମୁଁ ଆଉ କେବେବି ଏ ବୀଣା ବଜେଇବିନି। କିନ୍ତୁ ମୋ ବୀଣାକୁ ଭାଙ୍ଗନି।ମତେ ଦେଇଦିଅ ମୋ ବୀଣା ମୋ ଜୀବନ।ମତେ ଫେରେଇଦିଅ। ନହେଲେ ମୁଁ ମରିଯିବି। ନିଲ୍... ରହିଯାଅ ନିଲ୍...
ନିଲ୍ ପ୍ରତିଭାର ଆଉ କିଛି ବି କଥା ନଶୁଣି ବାଲ୍କୋନିକୁ ଯାଇ ବୀଣାଟାକୁ ତଳକୁ ପକେଇଦେଲା। କିଛି କ୍ଷଣ ଭିତରେ ସୁନ୍ଦର ବୀଣାଟି ଭାଙ୍ଗି ରୁଜି ଚୁନା ହେଇଗଲା।
ତାପରେ ନିଲ୍ ସହ ପ୍ରତିଭାର ବହୁତ୍ ବଡ ଝଗଡା ଆରମ୍ଭ ହେଇଗଲା। ନିଲ୍ ବି ରାଗିକି ପ୍ରତିଭାକୁ ବହୁତ୍ ବାଡେଇଲା। ଆଉ ଆଗପଛ କିଛି ବି ବିଚାର ନକରି ପ୍ରତିଭାକୁ ରାଗରେ ଘରୁ ବାହାର କରିଦେଲା। ବହୁତ ସମୟ ପର୍ଯ୍ୟନ୍ତ ପ୍ରତିଭା କବାଟ ବାଡ଼େଇଲା।କିନ୍ତୁ ନିଲ୍ ଆଉ କବାଟ ଖୋଲିଲାନି। ଏମିତି କେବେ କିଛି ହବ ବୋଲି ପ୍ରତିଭା ସ୍ୱପ୍ନରେ ବି କେବେ ଭାବିନଥିଲା। କିନ୍ତୁ କିଛି ମୁହୂର୍ତ୍ତ ଭିତରେ ପ୍ରତିଭା ଜୀବନରେ ବହୁତ ବଡ ଝଡ ସୃଷ୍ଟି ହେଇଗଲା। ବେସାହାରା, ନିର୍ଜୀବ ପରି ପ୍ରତିଭା ରାସ୍ତାରେ ଚାଲୁଥାଏ। କୁଆଡେ ଯିବ କିଛି ବି ଭାବିପାରୁ ନଥାଏ। ହଠାତ୍ ଗୋଟେ ମନ୍ଦିର ଦେଖି ସେଠିକି ଗଲା। ରାତି ସାରା ସେଇ ମନ୍ଦିରରେ ବସି ବସି ସକାଳ ହେଇଗଲା। ତାପରେ ମନ୍ଦିରରେ ଲୋକ ମାନଙ୍କ ଭିଡ ଲାଗିରହିଲା। ପ୍ରତିଭାକୁ ଦେଖି କେତେ ଲୋକ କେତେ କଥା କହୁଥାନ୍ତି। ହଠାତ୍ ସେମାନଙ୍କ ଭିତରୁ ଜଣେ ସ୍ତ୍ରୀ ଲୋକ ଆସି ପ୍ରତିଭାର ମୁଣ୍ଡକୁ ଆଉଁସି ଦେଲେ। ଆଉ କହିଲେ ମୁଁ ଏବେ ତୁମକୁ କିଛି ବି ପଚାରିବିନି।କାରଣ ମୁଁ ବି ଜଣେ ନାରୀ। ଆଉ ଗୋଟେ ନାରୀର ମନର ପରିସ୍ଥିତି କୁ ମୁଁ ବଝିପାରୁଛି। ମତେ ତୁମର ଜଣେ ସୁଭାକାଂଖୀ ଭାବି ମୋ ସାଙ୍ଗରେ ମୋ ଘରକୁ ଯିବ??
ତାପରେ ପ୍ରତିଭା ଆଉ କିଛି ବି ନଭାବି ତାଙ୍କ ସାଙ୍ଗରେ ଚାଲିଗଲା।
୬ମାସ ପରେ.......
ନିଲ୍ ଗୋଟେ ଦୋକାନରେ ବସି ଚା ପିଉଥାଏ। ହଠାତ୍ ନଜର ପଡିଲା ଜଣେ ବ୍ୟକ୍ତି ପଢୁଥିବା ପେପର୍ ଉପରେ।
ଫ୍ରଣ୍ଟ ପେଜରେ ପ୍ରତିଭାର ଫୋଟୋ ସହ ବଡ ବଡ ଅକ୍ଷରରେ ଲେଖା ହୋଇଛି।
ପ୍ରତିଭାସ୍ ଲାଇଭ୍ କନସର୍ଟ ଟୁଡେ -ଏଇଟ୍ ପିଏମ୍।
ସଙ୍ଗେ ସଙ୍ଗେ ନିଲ୍ ସେ ବ୍ୟକ୍ତିଙ୍କ ଠାରୁ ପେପର ଟିକୁ ଆଣି କନସର୍ଟ ହବାକୁ ଥିବା ସ୍ଥାନରେ ଯାଇ ରାତି ୮ଟା ବେଳକୁ ପହଁଚିଗଲା।
୮-୯ଟା ୧ଘଣ୍ଟା ପରେ ପ୍ରତିଭା ପୋଗ୍ରାମ ସାରି ଷ୍ଟେଟ୍ ଉପରୁ ତଳକୁ ଆସିଲା ବେଳକୁ ହଠାତ୍ ତା ଆଗରେ ନିଲ୍ କୁ ଦେଖି ନିସ୍ତବ୍ଧ ହେଇ ଠିଆ ହେଇଗଲା। ତାପରେ ପ୍ରତିଭା ଅଣଦେଖା କଲା ପରି ସେଠାରୁ ଚାଲିଗଲା ବେଳକୁ....
ନିଲ୍:- ରହିଯାଅ ପ୍ରତିଭା ମୋ କଥା ଟିକେ ଶୁଣ। ଦୟାକରି ମୋ କଥା ଟିକେ ଶୁଣ।
ପ୍ରତିଭା ନିଲ୍ କୁ ଅଣଦେଖା କରି ଭିଆଇପି ରୁମ କୁ ଚାଲିଗଲା ପରେ ବି ସେଠିକି ନିଲ୍ ଯାଇ ପ୍ରତିଭା ସହ କଥା ହବାକୁ ଅନେକ ଥର ଚେଷ୍ଟା କଲା ପରେ ପ୍ରତିଭା ନିଲ୍ ସାଙ୍ଗରେ କଥା ହେଲା।
ପ୍ରତିଭା :-କାହିଁକି ଏଠିକି ଆସିଛ?? ମୋ ପାଖରେ ତୁମର କି କାମ? ଶୀଘ୍ର କୁହ ଆଉ ଏଠୁ ଯାଅ।
ନିଲ୍ :-ମତେ କ୍ଷମା କରିଦିଅ ପ୍ରତିଭା। ମୁଁ ମୋ ଭୁଲ୍ ବୁଝିସାରିଛି। ସେଦିନ କଂପାନୀର ବହୁତ୍ ବଡ ଲସ୍ ହେଇଯାଇଥିଲା। କୋଟି କୋଟି ଟଙ୍କା ମୁଁ ହରେଇଥିଲି। ସେଇ ରାଗରେ ମୁଁ ମଦ ପିଇକି ଘରକୁ ଆସିଥିଲି। ଆଉ ରାଗରେ ତୁମ ପ୍ରତି ବହୁତ ବଡ ଅନ୍ୟାୟ କରିଦେଇଚି। ସେ କୋଟି କୋଟି ଟଙ୍କା ଠାରୁ ତୁମେ ମୋ ପାଇଁ ମୂଲ୍ୟବାନ୍ ଥିଲ। ସକାଳକୁ ଉଠି ସେ କଥା ବୁଝିଲା ବେଳକୁ ବହୁତ ଡେରି ହୋଇଯାଇଥିଲା। ତୁମକୁ ବହୁତ ଜାଗାରେ ଖୋଜିଲି କିନ୍ତୁ ପାଇଲିନି। ମୋ ଭୁଲ୍ ପାଇଁ ଆଜି ମୁଁ ଅନୁତପ୍ତ। ତୁମ ଗୋଡ ଧରୁଛି ମତେ କ୍ଷମା କରିଦିଅ।
ପ୍ରତିଭା :-ଆରେ ଆରେ ୟେ କଣ କରୁଛ??
ମୋ ଗୋଡ ଛାଡ.....................
ସେଦିନ ରାତିରେ ମୁଁ ଆସି ଗୋଟେ ଶିବ ମନ୍ଦିର ରେ ବସିଥିଲି। ରାତି ଯାଇ ସକାଳ ହେଇଗଲା। ହଠାତ୍ ଜଣେ ସହାୟିକା ଆସି ଦେବୀ ପରି ମତେ ସାହାଯ୍ୟ କଲେ। ତାଙ୍କ ସହିତ ମତେ ତାଙ୍କ ଘରକୁ ନେଇଗଲେ। ତୁମ ଠାରୁ ଖାଇଥିବା ମାଡ, ଗାଳି, କଟୁକଥା, ଓ ମୋ ବୀଣାକୁ ଭାଙ୍ଗି ଦେଇଥିବା ଘଟଣାକୁ ଭୁଲିବାକୁ ମତେ ବହୁତ୍ ଦିନ ଲାଗିଗଲା।ସେ ଦିଦି ଯିଏ ମତେ ମନ୍ଦିରରୁ ଆଣି ତାଙ୍କ ଘରେ ମତେ ଆଶ୍ରୟ ଦେଇଥିଲେ ତାଙ୍କୁ ମୁଁ ମୋ ଜୀବନରେ ଘଟିଯାଇଥିବା ସବୁ ଘଟଣାକୁ କହିଲି। ସେ ବି ମୋ ପାଇଁ ଗୋଟେ ନୁଆ ବୀଣା ଆଣିଦେଲେ ଯାହା ପାଇଁ ମୁଁ ଆଜି ପୁଣି ଥରେ ଏଇ ସ୍ଥାନରେ ପହଞ୍ଚି ପାରିଛି।ମୋ ମତରେ ସେ ଜଣେ ଦେବୀ ଯିଏ ମୋ ଅସହାୟ ଅବସ୍ଥାରେ ମତେ ତାଙ୍କ ଘରେ ଆଶ୍ରୟ ଦେଲେ ଆଉ ମତେ ପୂର୍ବ ଅବସ୍ଥାକୁ ଫେରେଇ ଆଣିବାକୁ ମତେ ବହୁତ ସାହାଯ୍ୟ କରିଛନ୍ତି ଠିକ୍ ମୋ ବଡ ଭଉଣୀ ପରି।ସାହାଯ୍ୟର ରୂଣ ଜୀବନ ଥିବା ପର୍ଯ୍ୟନ୍ତ ମୁଁ କେବେ ବି ସୁଝି ପାରିବିନି।
ତାପରେ ନିଲ୍ ପ୍ରତିଭାକୁ ତା ସାଙ୍ଗରେ ଯିବା ପାଇଁ ବହୁତ ଅନୁରୋଧ କଲା।
ନିଲ୍:-ମୋ ଭୁଲ୍ କୁ ସୁଧାରିବା ପାଇଁ ମତେ କଣ ଥରଟିଏ ବି ସୁଯୋଗ ମିଳିବନି? ପ୍ଲିଜ୍ ପ୍ରତିଭା ମୋ ସାଙ୍ଗରେ ଫେରିଚାଲ ତୁମ ଘରକୁ। ତୁମେ ସେ ଘରର ଲକ୍ଷ୍ମୀ ।ମୁଁ ତୁମକୁ ହାତ ଯୋଡୁଚି ଦୟାକରି ମୋ ସାଙ୍ଗରେ ଚାଲ।
ତୁମ ସାଙ୍ଗରେ ଆଉ କେବେ ବି ଅନ୍ଯାୟ କରିବିନି। ମୋର ତୁମ ପାଖରେ ପ୍ରତିଶୃତି ରହିଲା। ପ୍ରକୃତରେ ସତ ଭଲ ପାଇବା ଆଗରେ ସବୁକିଛି ହାର୍ ମାନିଯାଏ। ପ୍ରତିଭା ନିଲ୍ କୁ କ୍ଷମା କରିଦେଲା। ଆଉ ତା ପରଦିନ ନିଲ୍ ସହ ତା ଘରକୁ ଗଲା। ନିଲ୍ ପ୍ରତିଭା ଆସିବା ଖୁସିରେ ଘରଟିକୁ ବହୁତ ସୁନ୍ଦର ଭାବେ ସଜେଇ ଦେଇଥାଏ।
ପରଦିନ ସକାଳ ୭ଟା ......
ନିଲ୍ :-ପ୍ରତିଭା ଉଠ। ଶୀଘ୍ର ଫ୍ରେସ୍ ହେଇଯାଅ। ଗୋଟେ ଜାଗାକୁ ଯିବାର ଅଛି।
ତାପରେ ପ୍ରତିଭା ପ୍ରସ୍ତୁତ ହେଇକି ଆସିଲା।
ପ୍ରତିଭା :-କୁଆଡେ ଯିବା ସେକଥା ତ କୁହ।
ନିଲ୍:-ସରପ୍ରାଇଜ୍ ଅଛି କହି ହବନି।
ପନ୍ଦର ମିନିଟ୍ ପରେ........
ପ୍ରତିଭା :-ଆରେ ମୋ ଆଖି କାହିଁକି ବନ୍ଦ କରୁଛ?
ତାପରେ ନିଲ୍ ସରପ୍ରାଇଜ୍ ଦବା ସ୍ଥାନକୁ ନେଇଗଲା।
ପ୍ରତିଭା ସେଠି ପହଁଚିକି ଯେତେବେଳେ ଆଖି ଖୋଲିଲା ପୁରା ଆଶ୍ଚର୍ଯ୍ୟ ହେଇଗଲା।
ପ୍ରତିଭା :-ପ୍ରତିଭା ବୀଣା ଏକାଡେମୀ!
ନିଲ୍ :-ତୁମେ ମୋ ପାଖରେ ଥିଲା ବେଳେ ତୁମ ଉପସ୍ଥିତି ଓ ତୁମେ ଭଲ ପାଉଥିବା ଜିନିଷ ଏଇ ବୀଣାର ମହତ୍ୱକୁ ମୁଁ ବୁଝିପାରୁ ନଥିଲି। ତୁମେ ଯିବା ପରେ ତୁମ ଅନୁପସ୍ଥିତି ମତେ ସବୁ ବୁଝେଇ ଦେଇଛି। ଏବେ ଭିତରକୁ ତ ଚାଲ।
ରୁମ୍ ଭିତରକୁ ଗଲା ପରେ ପ୍ରତିଭା ଗୋଟେ ନୁହଁ ଅନେକ୍ ଗୁଡିଏ ବୀଣା ଦେଖି ବହୁତ ଖୁସି ହେଇଗଲା। ପ୍ରତିଭା ନିଜର ଖୁସିକୁ ଆଉ ବ୍ୟକ୍ତ କରିନପାରି ନିଲ୍ କୁ ଧନ୍ୟବାଦ କହି ଖୁସିରେ କୁଣ୍ଢେଇ ପକେଇଲା।
ପ୍ରଥମ ଥର ପାଇଁ ନିଲ୍ ପ୍ରତିଭାକୁ ବହୁତ ବଡ ଉପହାର ଦେଲା ଯୋଉ ଉପହାର ଭିତରେ ପ୍ରତିଭାର ଜୀବନ ଲୁଚି ରହିଛି।
