STORYMIRROR

Harapriya Nayak

Horror Crime

3  

Harapriya Nayak

Horror Crime

ହଷ୍ଟେଲରେ ଶୀତ ରାତି

ହଷ୍ଟେଲରେ ଶୀତ ରାତି

6 mins
345


     ମୁଁ ମନିଷ୍ ରାୟ। ବାପା-ପରେସ୍ ରାୟ, ଓ ମାଆ -

ବୈଷ୍ଣବି ରାୟ।........... ଘର:ଅନୁଗୁଳ.....

   +୩ ସରିବା ପରେ ମୁଁ ଏମ୍. ବି. ଏ କରିବାକୁ ଚାହୁଁଥିଲି।ଘରେ ଏ ବିଷୟରେ ବାପା,ମା ଙ୍କ ସହିତ କଥା ହେବା ପରେ ବାପାଙ୍କ ପାଖରୁ ପଢିବା ପାଇଁ ମତେ ସମ୍ମତି ମିଳିଗଲା। କିନ୍ତୁ ମାଆର ଗୋଟେ ଜିଦ୍ ମୁଁ ଆଉ ପାଠ ନପଢି ବାପାଙ୍କୁ ଅଫିସ କାମରେ ସାହାଯ୍ୟ କରେ। ମୁଁ ବି ମାଆ କୁ କହିଦେଲି କି ମୋର ଏମ୍ .ବି. ଏ ସରିବା ପରେ ମୁଁ ବାପାଙ୍କୁ ଯାହା ସାହାଯ୍ୟ କରିବା କଥା କରିବି। ଏବେ ତ ଭାଈ ବି ଅଛି ପାଖରେ ସେ ବାପାଙ୍କୁ ସାହାଯ୍ୟ କରିବନି? ତାପରେ ମାଆ ମୋ କଥା ରଖି ପଢିବାକୁ ଅନୁମତି ଦେଲା।

     ଭୁବନେଶ୍ବରରଗାନ୍ଧୀ ଇନଷ୍ଟିଚ୍ୟୁଟ ଫର୍ 

ଟେକନୋଲୋଜି କଲେଜ୍ ରେ ଆଡମିସନ ହେଲା ପରେ ମୁଁ ସେଇ କଲେଜ୍ ର ହଷ୍ରେ୍ଟେଲର ରହି ପଢିଲି। ମୁଁ ହଷ୍ଟେଲରେ ରହିବାର ୨ଦିନ ପରେ ବାରିପଦାର ବିବେକ୍ ତ୍ରିପାଠୀ ମାନେ ମୋ ରୁମେଟ୍  ଆସି ମୋ ପାଖରେ ରହିଲା। ହଷ୍ଟେଲରେ ରେ ରହିବାର ୬ମାସ ହୋଇଯାଇଥାଏ। ଦିନେ କଲେଜରେ କ୍ଲାସ ସରିବା ପରେ ମୁଁ ଆଉ ବିବେକ୍ ଆମ ରୁମ୍ କୁ ଆସୁଥିବା ସମୟରେ ହଷ୍ଟେଲ ଛାତ ଉପରେ କେହି ଜଣେ ବୁଲୁଥିବାର ଦେଖିବାକୁ ପାଇଲି। ସେତେବେଳେକୁ ସମୟ ବୋଧହୁଏ ୫ଟା ପରେ ହେଇଯାଇଥିଲା। ମୁଁ ଯେତେବେଳେ ଛାତ ଉପରେ ସେ ବ୍ୟକ୍ତିକୁ ଦେଖିଲି ସଙ୍ଗେ ସଙ୍ଗେ ବିବେକ୍ କୁ କହିଲି, ଆରେ ବିବେକ ଦେଖ ଛାତ ଉପରେ କିଏ ଜଣେ ବୁଲୁଛି। ବିବେକ ଯେତେବେଳେ ଛାତ ଉପରକୁ ଅନାଇଲା ସେତେବେଳେ କୁ କେହିନଥିଲେ। ଆରେ ତୁ ପାଗଳ ହେଇଗଲୁଣି ନା କଣ ଛାତ ଉପରକୁ ଯିବାକୁ କାହାକୁ ବି ଆଲାଉଡ୍ ନାହିଁ। ଆଉ ଯଦି ବି କେହି ଯାଇଥିବେ ସେ ଏଇ କଲେଜର କେହି କର୍ମଚାରୀ ହେଇଥିବେ। ତୁ ଆଉ ପାଟି ନକରି ରୁମକୁ ଚାଲ୍। ମୁଁ ବହୁତ ଥକି ପଡିଲିଣି ଟିକେ ରେଷ୍ଟ ନେବି। ତାପରେ ଆମେ ଚାଲିବାର ଗତି ଟିକେ ବଢେଇଲୁ। ଆଉ ରୁମ୍ ରେ ଯାଇ ପହଁଚିଗଲୁ।

        ଡିସେମ୍ବର ମାସ ଶୀତ ପ୍ରବଳ ଜୋରରେ ହେଉଥାଏ। ସଂଧ୍ୟା ୭ଟା ହେଲାବେଳକୁ ହଷ୍ଟେଲରେ  ପିଲା ମାନଙ୍କ ରୁମ୍ କୁ ଛାଡିଦେଲେ ବାହାରଟା ସଂପୂର୍ଣ୍ଣ ଭାବେ ଶୂନ୍ ଶାନ୍ ଲାଗୁଥାଏ। ରୁମ୍ ଭିତରେ କିଏ ପାଠ ପଢୁଥାଏ ତ କିଏ ଟାଇମ ପାସ୍ କରିବା ପାଇଁ ଫୋନ୍ ରେ ଫିଲ୍ମ ଦେଖି ବଡ ପାଟିରେ ହସୁଥାଏ। ଆଉ କେତେଜଣ ଗୀତ ଲଗେଇ ଡାନ୍ସ କରୁଥାନ୍ତି।ଏ ସବୁ ଶବ୍ଦ ସେତେବେଳେ ହୁଏ ଯେତେବେଳେ କେହି ରୁମ୍ ବାହାରେ ରହି ଶୁଣିବାକୁ ଚେଷ୍ଟା କରେ। ଥଣ୍ଡା ଲାଗୁଥିବାରୁ ପ୍ରାୟତହ ସବୁପିଲା ରୁମ୍ ରେ ରହିଥାନ୍ତି। କେହି କେହି ଟାଇମ ପାସ୍ କରିବା ପାଇଁ ବାହାରେ ଆସି ଟିକେ ବୁଲିଯାଆନ୍ତି।

       ଏମିତି ତ କହିବାକୁ ଗଲେ ବ୍ରାହ୍ମଣ ମାନେ ନନଭେଜ୍ ଖାଆନ୍ତି। କିନ୍ତୁ ବିବେକ୍ ବ୍ରାହ୍ମଣ ହେଲେ ବି ନନଭେଜ୍ ଖାଇବାକୁ ପସନ୍ଦ କରେନି। ସେଥିପାଇଁ ନନଭେଜ୍ ଦିନରେ ରେ ସେ କେବେକେବେ ହୋଟେଲରୁ ରୁ ଖାଦ୍ୟ ଆଣି ଖାଇଦିଏ। ରାତି ୯ଟା ବେଳକୁ ଖାଇବାକୁ ବାହାରିଲୁ।କିନ୍ତୁ ବିବେକ୍ କହିଲା ଆରେ ଆଜି ତ ଶୁକ୍ରବାର ନନଭେଜ୍ ହେଇଥିବ । ମୁଁ ତ ସଂପୂର୍ଣ୍ଣ ଭାବେ ଭୁଲିଯାଇଛି। ଓ ନୋ ମୋର ବି ମନେ ନାହିଁ ନହେଲେ ମୁଁ ଏଇ ପାଖ ହୋଟେଲରୁ ରୁ କିଛି ନେଇଆସିଥାନ୍ତି।


ମନିଷ୍ ତୁ ଯା ଖାଇବୁ। ମୁଁ ଦେଖେ ମୋ ବ୍ୟାଗ୍ ରେ ଯଦି ଘର ତିଆରି ଖାଦ୍ୟ କିଛି ଥିବ ମୁଁ ଖାଇଦେବି। ତୁ ଯା ଖାଇବୁ। ମତେ ବହୁତ ଖରାପ ଆଉ ଦୁଃଖ ବି ଲାଗୁଥାଏ ଯେ ମୁଁ ହଷ୍ଟେଲରେ ରେ ଭଲ ଖାଦ୍ୟ ଖାଇବି ଆଉ ଏଠି ମୋ ସାଙ୍ଗଟା କଣ ଯେ ଖାଇବ?? ତାପରେ ମୁଁ ଖାଇବାକୁ ଚାଲିଗଲି। ଭୋଜନ ସାରି ୧୦ଟା ବେଳକୁ ଆସିଲା ବେଳକୁ ବିବେକ୍ ଶୋଇ ପଡିଥାଏ।ମୁଁ ବି ଆଉ ଅଧିକ ସମୟ ଅନିଦ୍ରା ନରହି ଲାଇଟ୍ ଅଫ୍ କରି ଶୋଇପଡିଲି।

   

  ରାତି ୨ଟା ହେଇଥାଏ ହଠାତ୍ ମୋ ନିଦ ଭାଙ୍ଗିଗଲା।ମୁହଁରୁ ଧୀରେ କି କମ୍ବଳଟା ବାହାର କରି ଯାହା ଦେଖିଲି ମୁଁ ଆଉ ନିଜ ଆଖିକୁ ବିଶ୍ୱାସ କରିପାରିଲିନି। ବିବେକ୍ ଲାଇଟ ଅନ୍ କରି ଗୋଟେ ପ୍ଲେଟ୍ ରେ କେବଳ ଚିକେନ୍ ଲେଗ୍ ପିସ୍ ଧରି ଜୋରରେ ଖାଇଯାଉଛି। ଯେମିତି କୋଉ କାଳରୁ ଖାଇନି। ସେ ମଧ୍ୟ ବିବେକ୍ ପରି ଲାଗୁନଥାଏ।ଲାଗୁଥାଏ ଯେମିତି ବିବେକ୍ ରୂପରେ ଆଉ କେହି। ବିବେକ୍ ର ଏମିତି ରୂପ ଦେଖି ମୁଁ ଭୟରେ ଥରୁଥାଏ। ଯୋଉ ବିବେକ୍ କେବେବି ନନଭେଜ୍ ରେ ହାତ ଦେଇନଥିଲା ସେ ପୁଣି ଚିକେନ୍ ଖାଉଥାଏ ତାପରେ ମଦ୍ୟ ବି ପିଉଥାଏ। ପାଗଳଂକ ପରି ବ୍ୟବହାର କରୁଥାଏ। ତାପରେ ଖାଇବା ପାଖରୁ ଉଠି ରୁମ୍ ଭିତରେ ଚଳପ୍ରଚଳ ହେଇ ପୁଣି ପ୍ଲେଟ ପାଖରେ ବସି ପଡିଲା। ମୁଁ ବି ଭାବୁଥାଏ ସେ ଏମିତି କାହିଁକି ହେଉଛି ଯାଇକି ପଚାରିବି କି?? ତାପରେ ଭାବିଲି ନାଁ ବିବେକ୍ ର ମାନସିକ ଅବସ୍ଥା ଠିକ୍ ଲାଗୁନି ସେ ଯଦି ମତେ ଦେଖିବ ମୋ ଅବସ୍ଥା କଣ କରିବ ସେ କଥା ଭଗବାନଙ୍କୁ ଜଣା।

      ତାପରେ ବିବେକ୍ ପ୍ଲେଟ ଟିକୁ ହାତରେ ଠେଲି ଦେଇ ରୁମ୍ ଭିତରେ କିଛି ଗୋଟେ ଖୋଜିବାକୁ ଲାଗିଲା।ହଠାତ୍ ତା ହାତରେ ପାଠ୍ୟ ସାମଗ୍ରୀ ବ୍ଲେଡ କଟର୍ ପଡିଗଲା।ତାକୁ ଆଣି ତା ହାତକୁ କାଟିପକାଇ ରକ୍ତ କୁ ପିଇଲା। ସେତେବେଳକୁ ମୋ ମୁଣ୍ଡ ଆଉ କାମ କଲାନି। ପାଟି ଚୁପ୍ କରି କମ୍ବଳ ଭିତରେ କାନ୍ଦୁଥାଏ। କିଛି ସମୟ ପରେ ସାହସ୍ କରି ଧଡପଡ ହେଇ ଉଠିପଡି ବିବେକ୍ କୁ ବଡ ପାଟିରେ ଡାକିଲି। ତା ପାଖକୁ ଗଲା ବେଳକୁ ସେ ରାଗିକି ହିଂସ୍ର ହେଇଗଲା। ମତେ ମଧ୍ୟ ମାରିବାକୁ ଗୋଡେଇଲା। ମୁଁ ଡରରେ ରୁମ୍ କବାଟ୍ ଖୋଲି ବାହାରକୁ ଦୌଡିଲି। ପାଖ ପିଲାମାନଙ୍କ ରୁମ୍ କବାଟ୍ ବାଡେଇଲି। କିନ୍ତୁ ରାତି ଅଧିକ ହୋଇଯାଇ ଥିବାରୁ ସବୁ ଶୋଇପଡିଥିଲେ ସେଥିପାଇଁ କେହିବି କବାଟ୍ ଖୋଲିଲେନି। ମୁଁ ଯେତିକି ଜୋରରେ ଦୌଡୁଥାଏ ବିବେକ୍ ମଧ୍ୟ ସେତିକି ଜୋରରେ ଦୌଡୁଥାଏ। ବଞ୍ଚାଅ ବଞ୍ଚାଅ କହି ଦୌଡିଲା ବେଳେ ବୋଧହୁଏ ଆମ ପାଖ ୨ଟା ରୁମ୍ ଛାଡିକି ଅବିନାଶ ଭାଈ ରୁହନ୍ତି ସେ ମୋ ପାଟି ଶୁଣିଥିଲେ ନା କଣ ରୁମ୍ କବାଟ୍ ଖୋଲି ଆମକୁ ଦେଖିବା ମାତ୍ରେ ଆମ ପଛେ ପଛେ ଦୌଡିଲେ। ମୁଁ ଦୌଡିବା ଭିତରେ ଗୋଟେ ସ୍ଥାନ ରେ ଝୁଣ୍ଟି ପଡିବାରୁ ପଡିଗଲି। ବିବେକ୍ ଆସି ମୋ ଡାହାଣ ଗୋଡକୁ ଧରିପକାଇଲା। ତାପରେ ମୋ ମୁଣ୍ଡକୁ କାନ୍ଥରେ ବାଡେଇବାକୁ ଯାଉଛି ତ ଅବିନାଶ ଭାଈ ଆସି ତା ହାତକୁ ଧରି ପକେଇଲେ। ତାପରେ ବିବେକ୍ କୁ ଜୋରରେ ଗୋଟେ ଚଟ୍କଣି ମାରିଲେ ଯେ ସେ ବେହୋସ୍ ହେଇ ପଡିଗଲା। ସଙ୍ଗେ ସଙ୍ଗେ ଦୁଇ ଜଣ ମିଶି ବିବେକ୍ କୁ ରୁମ୍ କୁ ନେଇଗଲୁ।


ତା ପରଦିନ ସକାଳୁ ଅବିନାଶ ଭାଈ ତାଙ୍କର ଜଣେ ପରିଚିତ ବାବାଙ୍କୁ ଫୋନ୍ କରି ସବୁ କଥା ଜଣେଇଲେ। ଓ ବାବା କିଛି ସମୟ ଭିତରେ ଆସି ହଷ୍ଟେଲ ରେ ପହଁଚିଲେ। ବାବା ଆସିବା ବେଳକୁ ବିବେକ୍ ହୋସ୍ କୁ ଆସିନଥାଏ। ବାବା ଆସି ବିବେକ୍ କୁ ଦେଖିବା ମାତ୍ରେ ତାଙ୍କୁ ଆଭାସ ହେଲା କି ବିବେକ୍ ଉପରେ ଏକ ଆତ୍ମା ସବାର୍ ହେଇଛି। ସଙ୍ଗେ ସଙ୍ଗେ ବିବେକ୍ ହାତରେ ଗୋଟେ ନାଲି ଧାଗା ବାନ୍ଧି ଦେଇ ଗଙ୍ଗା ଜଳ ସିଞ୍ଚନ କରିଲା ପରେ ଆମକୁ ବିବେକ୍ ର ଗୋଡ ହାତ ବାନ୍ଧି ଦବା ପାଇଁ ଆଦେଶ ଦେଲେ। କିଛି ସମୟ ପରେ ବିବେକ୍ ଯେତେବେଳେ ହୋସ୍ କୁ ଆସିଲା ଗୋଡ ହାତ ବାନ୍ଧି ହୋଇ ଥିବାରୁ ଛାଟିପିଟି ହୋଇ କହିଲା ମୋ ହାତ ଗୋଡ଼ କିଏ ବାନ୍ଧିଛି???? ଶୀଘ୍ର ଖୋଲିଦିଅ ନହେଲେ ଗୋଟି ଗୋଟି କରି ସମସ୍ତଙ୍କୁ ମାରିଦେବି। ତାପରେ ବାବା କହିଲେ ଆମେ ତୋର କିଛି ବି କରିବୁନି,ତୋତେ ବନ୍ଧନ ମୁକ୍ତ ବି କରିଦବୁ। କିନ୍ତୁ ତୁ କିଏ କାହିଁକି ବିବେକ୍ ଶରୀର ରେ ପ୍ରବେଶ କରିଛୁ ଆଉ ମନିଷ୍ କୁ ମଧ୍ୟ ମାରିବାକୁ ଚାହୁଁଥିଲୁ ତାର କାରଣ ଜଣେଇବାକୁ ପଡିବ।

    ତାପରେ ସେ ଦୁଷ୍ଟ ଆତ୍ମା ସବୁ ସତ କଥା କହିଲା.....

    ମୁଁ ରୋହନ୍ ଶର୍ମା,ସ୍କୁଲ୍ , କଲେଜରେ ଟପର ଥିଲି। ତାପରେ ଏମ୍ ବି ଏ କରିବା ପାଇଁ ଏ କଲେଜ୍ କୁ ଆସିବା ପରେ ବି ଭଲ ପାଠ ଓ ମୋ ବ୍ୟବହାର ଦେଖି ସବୁ ସାର୍, ମାଡାମ ମତେ ବହୁତ୍ ଭଲ ପାଉଥିଲେ। ମୁଁ ସମସ୍ତଙ୍କର ଫେଭୋରାଇଟ ଷ୍ଟୁଡେଣ୍ଟ ହେଇଯାଇଥିଲି। ମୋ ମନରେ କାହା ପ୍ରତି ରାଗ କିମ୍ବା ହିଂସାଭାବ ନଥିଲା।ସବୁ ପିଲାଙ୍କ ସହ ମିଶୁଥିଲି। ସେଥିପାଇଁ ମୁଁ ଜାଣିପାରି ନଥିଲି ଯେ କିଛି ପିଲା ମତେ ଇର୍ଷା କରୁଥିଲେ। ଆଉ ମତେ ମାରିବାକୁ ଷଡଯନ୍ତ୍ର ମଧ୍ୟ କରିଥିଲେ। ଦିନେ ମୁଁ ରୁମ୍ ରେ ଏକା ଥାଏ। କାରଣ ମୋ ରୁମେଟ୍ ଛୁଟିରେ ତା ଘରକୁ ପଳେଇଥିଲା। ହଠାତ୍ ରାତି ୧୨:୩୦ରେ ମୋ ରୁମ୍ ର କବାଟ୍ କେହିଜଣେ ଠକ୍ ଠକ୍ କରିବାର ଶବ୍ଦ ହେଲା। ମୁଁ ଯାଇ କବାଟ ଖୋଲି ଦେଖିବାରୁ ମନୋଜ୍,ରାଜୀବ୍,ରିଷି ତିନି ଜଣ ମୋ ରୁମ୍ ବାହାରେ ଆସି ଠିଆ ହୋଇଛନ୍ତି। ମୁଁ ତାଙ୍କୁ ପଚାରିଲି ଆରେ ତମେ ୩ ଜଣ ଏଠି???କଣ କିଛି କାମ ଥିଲା କି ମୋ ପାଖରେ?? ତାପରେ ମତେ ରୁମ୍ ଭିତରକୁ ଠେଲି ଦେଇ ସେ ୩ ଜଣ ଭିତରକୁ ଆସି କବାଟ୍ ବନ୍ଦ କରି ଦେଲେ। ଗୋଟେ ବ୍ୟାଗ ମଧ୍ୟ ଆଣିଥିଲେ ତା ଭିତରେ ଚିକେନ ଫ୍ରାଏ, ଛୁରୀ, ୱାଇନ୍ ଆଉ ରଶି ଥିଲା। ତାପରେ ମତେ ଚେୟାର ରେ ବସେଇ ବାନ୍ଧି ଦେଲେ। ମୁଁ ବି ସେମାନଙ୍କୁ ପଚାରିଲି ମୋ ସହିତ କାହିଁକି ଏମିତି କରୁଛ?? ମୋର ଭୁଲ୍ କଣ?? ମତେ ଛାଡିଦିଅ।ତାପରେ ରିଷି କହିଲା..


ତୁ କଣ ଭାବୁଛୁ ଆମେ ସବୁ ତୋ ସାଙ୍ଗ??ନା...ନା ...ନା... ତୁ ଭୁଲ୍ ଭାବୁଛୁ ଆମେ ତୋ ଶତ୍ରୁ। ତତେ ମାରିବାକୁ ଆସିଛୁ।ଆଜି ତୋ ଜୀବନ ଦୀପ ସବୁଦିନ ପାଇଁ ଲିଭିଯିବ।( ୱିଥ୍ ଏଭିଲ୍ ସ୍ମାଇଲ୍ ) ହା....ହା... ହା...

ତୋ ପାଇଁ ଆମେ ୩ଜଣ ସବୁବେଳେ କ୍ଲାସ ରେ ଅପମାନିତ ହଉଥିଲୁ କାରଣ ଆମେ ଯେତେ ଭଲ ପଢିଲେ ବି ତୋ ତଳେ ଥିଲୁ ନା। ତୁ ଯେତେବେଳେ ସମସ୍ତଙ୍କ ଫେଭୋରାଇଟ ଆମକୁ ଆଉ କିଏ ପଚାରେ। ସୋ ତତେ ଆଜି ତୋ ସାଙ୍ଗ ମାନଙ୍କ ପାଇଁ ବଳିଦାନ ଦବାକୁ ପଡିବ।

ରିଷି : ରାଜେଶ୍,ମନୋଜ୍ ଦେଖୁଚ କଣ ବେ,ଆମ ସାଙ୍ଗଟାକୁ ଭୋକ ହେଉଛି ତାକୁ ଟିକେ ଚିକେନ୍, wine ଭୋଜନ କରେଇ ଦିଅ।


ତାପରେ ରାଜେଶ୍, ମନୋଜ ଜବରଦସ୍ତ ମୋ ପାଟିରେ ଚିକେନ୍ ୱାଇନ ଆଣି ପଶେଇଦେଲେ। ଏତେ ସବୁ କରିବା ପରେ ବି ମନ ଶାନ୍ତି ହେଲାନି ଯେ ଛୁରୀ ରେ ମୋ ହାତ,ବେକ,ଗୋଡ ସବୁ ସ୍ଥାନକୁ କାଟି ପକାଇଲେ। ସେତେବେଳକୁ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥାଏ। ଶେଷରେ ଆଉ ଗୋଟିଏ ରଶି ଆଣି ମୋ ବେକରେ ବାନ୍ଧି ମୋତେ ମାରିଦେଲେ। ତା ପରେ ମୋ ମୃତ୍ୟୁକୁ ସମସ୍ତଙ୍କ ଆଗରେ ଆତ୍ମହତ୍ୟାର ରୂପ ଦେଇ ଫ୍ୟାନରେ ଝୁଲେଇ ଦେଲେ। ଯେମିତି ସମସ୍ତେ ଭାବିବେ ମୁଁ ଆତ୍ମହତ୍ୟା କରିଛି। କିନ୍ତୁ ମୋ ଆତ୍ମା ଶାନ୍ତି ପାଇଲାନି। ମୁଁ ଜଣେ ଜଣେ କରି ସେ ୩ଜଣଙ୍କୁ ମାରିଦେଲି। ଆଉ ଏ ରୁମ୍ ରେ ଯିଏ ବି ରହିଲେ ମୁଁ କାହାକୁ ବି ଏଠି ରହିବାକୁ ଦେଲିନି। ଆଉ କାଲି ଏ ବିବେକ୍ ଆଉ ମନିଷ୍ ର ପାଳି ଥିଲା। ସେମାନେ ଏ ରୁମ୍ ରେ ରହିବା ଦିନଠାରୁ ମୁଁ ସେମାନଙ୍କୁ ମାରିବାକୁ ଚେଷ୍ଟା କରୁଥିଲି। ଏ ସବୁ କଥା କହି ସାରିବା ପରେ ବିବେକ୍ ସଂପୂର୍ଣ୍ଣ ଭାବେ ଶାନ୍ତ ହେଇଗଲା।


    ତାପରେ ବାବା ବିବେକ୍ କୁ ବସେଇ ଗୋଟେ ପୂଜା କଲା ପରେ ରୋହନ୍ ର ଆତ୍ମାକୁ ଶାନ୍ତି ମିଳିଲା। ଆଉ ସେ ରୁମ୍ ରୁ ରୋହନ ର ଆତ୍ମା ସବୁଦିନ ପାଇଁ ଚାଲିଗଲା।

           


Rate this content
Log in

Similar oriya story from Horror