ଲଜ୍ଜା ର ଗହଣା
ଲଜ୍ଜା ର ଗହଣା
ରୂପେସ୍ ବାବୁ:-ମଲ୍ଲିକା ମଲ୍ଲିକା
ମଲ୍ଲିକା ଦେବୀ:-ଆରେ କଣ ହେଲା କାହିଁକି ଏତେ ବଡ ପାଟି କରୁଛ?
ରୂପେସ୍ ବାବୁ:-ତମକୁ ଖାଲି ମୋ ପାଟିଟା ଶୁଭୁଛି ଆଉ କଣ ହଉଛି ନହଉଛି ସେସବୁ କିଛି ବି ଦେଖା ଯାଉନି।
ମଲ୍ଲିକା ଦେବୀ:-ଆରେ ତମେ ମତେ ଏମିତି ବୁଲେଇ ବଙ୍କେଇ ନକହି କଣ ହେଇଛି ସେକଥା କୁହ।
ରୂପେସ୍ ବାବୁ:-ମୁଁ ତୁମକୁ କେତେ ଥର କହିଛି ନିଲମ୍ ଉପରେ ଲକ୍ଷ୍ୟ ରଖିବା ପାଇଁ?? ସେ ଯେତେ ବଡ ହଉଛି ତା ଆଟିଟ୍ୟୁଡ୍ ସେତିକି ଖରାପ ହେବାରେ ଲାଗିଛି। ମୁଁ ଅଫିସରେ ସବୁ ଲେଡି ଏମ୍ପ୍ଲୋଇଜ୍ ମାନଙ୍କୁ ମନା କରିଛି ଅଫିସକୁ କେହି ବି ଖରାପ୍ ପୋଷାକରେ ଆସିବେନି। ହେଲେ ତମ ଝିଅକୁ ସେଠିକି ଛୋଟ ପୋଷାକ ପିନ୍ଧକି ଯିବା ପାଇଁ କିଏ କହିଲା। ଅଫିସରେ କୌଣସି ଏମ୍ପ୍ଲୋଇ ବି ମୋ କଥାକୁ ଅମାନ୍ୟ କରି ନାହାନ୍ତି। କିନ୍ତୁ ମୋ ନିଜ ଝିଅ ଉପରେ ଯେମିତି ମୋ କଥାର କୌଣସି ଫରକ୍ ପଡୁନି? ଏତେ ଛୋଟ ପୋଷାକ ପିନ୍ଧିକି ଚାଲିଗଲା ଅଫିସକୁ। କ୍ଲାଇଣ୍ଡ ମାନଙ୍କ ଆଗରେ ଲଜ୍ଜାରେ ମୋ ମୁଣ୍ଡ ତଳକୁ ନଇଁଗଲା।ତାକୁ ଭଲରେ ବୁଝେଇ ଦିଅ ଯେମିତି ଏମିତି ଭୁଲ୍ ଆଉ ସେ କେବେ ବି ନକରେ। ନହେଲେ ମୋଠାରୁ ଖରାପ୍ ଆଉ କେହିବି ହେବେନି।
୧ ଘଣ୍ଟା ପରେ
ମଲ୍ଲିକା ଦେବୀ :-ସେଇଠି ରହିଯା ନିଲମ୍ ତୁ ୟେ ଛୋଟ ପୋଷାକ ପିନ୍ଧିକି ଅଫିସକୁ ଯାଇଥିଲୁ??
ନିଲମ୍ :-ମୁଁ କୁଆଡେ ଗଲି କି ନଗଲି ସେଥିପାଇଁ ତମେ ଚିନ୍ତିତ ହବା ଦରକାର ନାହିଁ।
ମଲ୍ଲିକା ଦେବୀ:-ମୁଁ ତତେ ଯାହା ପଚାରିଲି ତାର ଉତ୍ତର ମତେ ଦରକାର।
ନିଲମ୍ :-ମୁଁ କାହିଁକି ତୁମକୁ କହିବି ଯେ ମୁଁ କୁଆଡେ ଯାଇଥିଲି। ତମେ କିଏ କି? ମୁଁ ତୁମକୁ କିଛି ବି ଏକ୍ସପ୍ଲାନେସନ୍ସ ଦବାକୁ ଚାହୁଁନି।
ମଲ୍ଲିକା ଦେବୀ :-ନିଲମ୍ ତୁ ତୋ ସୀମା ଲଙ୍ଘନ କରିଯାଉଛୁ। ତୋ ମାଆ ହିସାବରେ ତୋର ପ୍ରତେକ କଥା ମୋର ଜାଣିବା ଦରକାର।
ନିଲମ୍ :-ହୁଁ.. ହେଇ ଲିସେନ୍ ତମେ ମୋ ମାଆ ନୁହେଁ। ଡାଡିଙ୍କୁ ତମ ପ୍ରେମ ଜାଲରେ ଫସେଇ ତମେ ତାଙ୍କ ସ୍ତ୍ରୀ ହେଇଥାଇପାର କିନ୍ତୁ ମୋ ହୃଦୟରେ କି ମୋ ମମିଙ୍କ ସ୍ଥାନ କେବେବି ନେଇପାରିବନି। ଆଉ ଗୋଟେ କଥା, ଯଦି ବି ମୋ ବ୍ୟବହାର ତୁମକୁ କିଛି ବଦଳି ଗଲା ପରି ଲାଗୁଛି ତାହାଲେ ସେଥିପାଇଁ ଦାୟୀ ହଉଛ ତମେ ଦୁଇଜଣ। ଡାଡି କେବଳ ତୁମକୁ ଆଉ ତାଙ୍କ ଅଫିସକୁ ଭଲ ପାଆନ୍ତି। ମତେ ତ ସେ କେବେଠାରୁ ନିଜଠୁ ଅଲଗା କରିସାରିଛନ୍ତି।
ମଲ୍ଲିକା ଦେବୀ :-ନିଲମ୍ ତୁ ଯେମିତି ଭାବୁଛୁ ସେମିତି କିଛି ବି ହେଇନି। ତୋ ଡାଡି ଆଉ ମୁଁ ତତେ ଏବେ ବି ଭଲପାଉଛୁ। ସେଥିପାଇଁ ମୁଁ କେବେବି ମୋ ନିଜ ସନ୍ତାନକୁ ୟେ ଦୁନିଆକୁ ଆସିବାକୁ ଦେଇନି। ସେ ଆସିଲେ କାଳେ ତୋ ଅଧିକାର ଆଉ ଆମର ତୋ ପ୍ରତି ଭଲପାଇବା କମ୍ ହେଇଯିବ ସେଥିପାଇଁ
ତୁ ମତେ ତୋ ମାଆ ବୋଲି ସ୍ୱୀକାର କରୁନୁ ମୁଁ ଯାଣିଛି କିନ୍ତୁ ମୁଁ ତତେ ମୋ ସାବତ ଝିଅ ବୋଲି କେବେବି ଭାବିନି। ନିଲମ୍ ଯାଣିଛୁ ତୁ ଯେତେବେଳେ ଛୋଟଟେ ହେଇଥିଲୁ ତୋ ପାଇଁ ମୁଁ ବହୁତ ଗୁଡେ ସ୍ୱେଟର୍ ତିଆରି କରିଥିଲି,ଯେତେବେଳେ ବି ମାର୍କେଟ୍ ଯାଉଥିଲି ତୁ ଖେଳିବା ପାଇଁ ପାଇଁ କେତେ ସୁନ୍ଦର ସୁନ୍ଦର କଣ୍ଢେଇ ଆଉ ତୋର ଯେତେବେଳେ ଯାହା ବି ଦରକାର ହଉଥିଲା ସବୁ ଆଣୁଥିଲି କିନ୍ତୁ ତୁ ସେ ସବୁ ଜିନିଷ ନବା ତ ଦୂରର କଥା ମୁଁ ଆଣିଥିବା ଜିନିଷକୁ କେବେ ଥରେ ଚାହୁଁନଥିଲୁ। ତୋ ମନରେ ମୋ ପ୍ରତି ଘୃଣାଭାବ ଦେଖି ମୁଁ ଆଜି ପର୍ଯ୍ୟନ୍ତ ସେ ସ୍ୱେଟର ଆଉ ସେ ସବୁ ଖେଳଣାକୁ ତତେ ଦେଇପାରିନି। ତତେ ମୁଁ ବହୁତ ଭଲପାଏ ରେ ମା। କିନ୍ତୁ ଏ କଥା ତତେ କେବେବି କହିପାରିନି। ତୁ ଯେତେବେଳେ କିଛି ଭୁଲ କରୁଛୁ ମତେ ଲାଗୁଛି ଯେମିତି ତତେ ଆକଟ କରିବାର ଟିକେ ବି ଅଧିକାର ମୋ ପାଖରେ ନାହିଁ। ମୁଁ ତୋ ମାଆର ସ୍ଥାନ କେବେ ବି ନେଇନି କି ନବା ପାଇଁ ବି ଚାହୁଁନି। ବାସ୍ ତତେ ମୋ ଝିଅ ଭାବରେ ପାଇବାକୁ ଚାହୁଁଛି। ତତେ ମୋର ଗୋଟେ ଅନୁରୋଧ ତୁ ଆଉ କେବେବି ଏମିତି ଛୋଟ ପୋଷାକ ପିନ୍ଧିକି କୁଆଡେ ବି ଯିବୁନି କାରଣ ପୋଷାକ ହି ଆମ "ଲଜ୍ଜାର ଗହଣା।" ଯଦି ତୁ ପୋଷାକ ପରିଧାନ ଠିକ୍ ରଖିବୁ ତାହାଲେ ସେଇ ପୋଷାକ ହିଁ ଆମ ଦେହରେ ଅସଲ ଗହଣା ପରି ଶୋଭା ପାଇବ। ତୋର ମାନ୍ ସମ୍ମାନ ସବୁ ଏଇ ଗହଣା ରୂପି ପୋଷାକରେ ଅଛି। ତୁ ମୋର ୟେ ଅନୁରୋଧକୁ ରଖିବୁ କି ନାହିଁ ସେ କଥା ତୋ ଉପରେ ନିର୍ଭର କରୁଛି।
ମଲ୍ଲିକା ଦେବୀ ସବୁ କଥା କହିସାରି ଚାଲିଯିବା ବେଳକୁ ନିଲମ୍ ଯାଇ ମଲ୍ଲିକା ଦେବୀଙ୍କୁ କୁଣ୍ଢେଇ ପକେଇଲା।
ନିଲମ୍:- ସରୀ ମମି ଆମ୍ ରିୟଲି ସରୀ ମୁଁ ଜାଣିନଥିଲି ମୋ ପ୍ରତି ତମ ମନରେ ଏତେ ଭଲ ପାଇବା ଅଛି। ତୁମ ମନକୁ କଷ୍ଟ ହେଲା ପରି ବହୁତ କଥା କହିଦେଇଛି ସେଥିପାଇଁ ମତେ କ୍ଷ୍ୟମା କରିଦିଅ।
ମଲ୍ଲିକା ଦେବୀ :-ୟେ କଣ ମୋ ରାଜକୁମାରୀ ଆଖିରେ ଏତେ ଲୁହ।ନା ନା ୟେ ଲୁହ ତୋ ଆଖିରେ ଟିକେ ବି ଭଲ ଲାଗୁନି। ମୋ ଝିଅ ସବୁବେଳେ ହସୁଥାଉ ମୋର କେବଳ ଏତିକି ଇଚ୍ଛା। ତୋ ଆଖିରେ ଯେମିତି ଆଉ କେବେବି ଲୁହ ନଦେଖେ।
ନିଲମ୍ :-ଠିକ୍ ଅଛି ମମି ଆଉ ହଁ ମୋ ସ୍ୱେଟର୍ ମତେ ଦବନି?
ମଲ୍ଲିକା ଦେବୀ :-କାହିଁକି ଦେବିନି ଏବେ ମୁଁ ନେଇକି ଆସୁଛି।
ନିଲମ୍ ସୋଫା ଉପରେ ବସିପଡିଲା ବେଳକୁ ରୂପେସ୍ ବାବୁ ଆସି ଡୋର୍ ପାଖରେ ଠିଆ ହେଇଥିବାର ନିଲମ୍ ଦେଖିଲା।
ନିଲମ୍:-ଡାଡି ତମେ? ଆମ୍ ସରୀ ଡାଡି ମତେ ମୋ ଭୁଲ୍ ପାଇଁ କ୍ଷମା କରିଦିଅ।
ରୂପେସ୍ ବାବୁ :-ନା ତୁ ମତେ କ୍ଷମା କରିଦେ। କାରଣ କିଛି ବର୍ଷ ହେବ ମୁଁ ତତେ ଟିକେ ବି ସମୟ ଦେଇପାରୁନଥିଲି। ସେଥିପାଇଁ ତୋ ମନରେ ମୋ ପ୍ରତି ବହୁତ ରାଗ ଅଭିମାନ ଥିଲା। ମୁଁ ବି ତୋ ରାଗ ଅଭିମାନକୁ କେବେ ଦେଖିବାକୁ କି ଜାଣିବାକୁ ଚେଷ୍ଟା କରିନି।ସେଥିପାଇଁ ମୁଁ ତୋ ପାଖରେ ଦୋଷୀ।
ନିଲମ୍ :-ନାଇ ଡାଡି ନାଇ ତମେ ସେମିତି କୁହନି। ମୁଁ ତ ଆଜି ବହୁତ ଖୁସି ମତେ ପୁଣି ଥରେ ମୋ ଡାଡି, ମମି ଆଉ ତାଙ୍କ ଭଲ ପାଇବା ମିଳିଯାଇଛି। ମତେ ତ ଆଉ କିଛି ବି ଦରକାର ନାହିଁ।
ମଲ୍ଲିକା ଦେବୀ :-ତୋ ସ୍ୱେଟର୍ ବି ଦରକାର ନାହିଁ?
ନିଲମ୍ :-ନିଶ୍ଚିତ ଦରକାର ଅଛି ନା ସେଇ ଜିନିଷଟାକୁ କେତେବେଳେ ମନା କଲି ।
