STORYMIRROR

RAJENDRA DASH

Thriller

2  

RAJENDRA DASH

Thriller

ଜାତି ପ୍ରଥା

ଜାତି ପ୍ରଥା

1 min
399

"୧"

"ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ । କେହି ବଡ଼ ଅବା ଛୋଟ ନ'ଥାନ୍ତି, ମଣିଷ ର କାର୍ଯ୍ୟ ଓ ଚିନ୍ତାଧାରା ହିଁ ତାକୁ ବଡ଼ ବା ଛୋଟ କରେଇଥାଏ ।" ଭ୍ରାମ୍ୟମାଣର ଗର୍ଜନ ହିଁ ବିନାୟକ ବାବୁଙ୍କୁ କର୍ମବିରତ କରେଇଥିଲା।

"ହ୍ୟାଲ୍ଲୋ , ନାନୀ, ହାଁ ନାନୀ, କହ, ଦେଖ ନାନୀ ଆମେ ବ୍ରାହ୍ମଣ ଘରର, ମିନୁକୁ ବୁଝେଇ ଦେ। ସେ ଶୁଦ୍ର ଘର ପିଲା କୁ ଭୁଲିଯାଉ । ଆଉ ମମତା ରେ ଅନ୍ଧ ହୋଇ ଯଦି ତୁ ଏଇ ବାହାଘର କରାଉ, ତାହାହେଲେ ମୁଁ ଭୂଲି ଯି ବି ମୋର କେହି ଭଉଣୀ ଥିଲା ବୋଲି । "

ପୁନର୍ବାର ଶ୍ରେଣୀ କକ୍ଷ କୁ ଫେରି ପିଲା ମାନଙ୍କ ଉଦ୍ଦେଶ୍ୟ ରେ ବିନାୟକ ବାବୁ କହିଲେ," ହଁ ପିଲେ, ମୁଁ କଣ କହୁଥିଲି, ଜାତି ଧର୍ମ, ବର୍ଣ୍ଣ ନିର୍ବିଶଷରେ ସମସ୍ତେ ସମାନ, କେହି ବଡ଼ ଅବା ଛୋଟ ନ' ଥାନ୍ତି।"


"୨"

"ହ୍ୟାଲୋ ମା' ବନ୍ୟା, ହଁ ବନ୍ୟା, ବୋହୂ ବୋଲି ଡାକିବା ଏବେ ଯଥାର୍ଥ ଲାଗୁ ନାହିଁ। ଦେଖ ମା' , ଆମେ ହେଲୁ ଛୋଟ ଜାତି, ଆମେ ନିଜ ନିଜ ଜାତିରେ ହିଁ ବାହା ହେଉ, ହେଲେ ସାଗର ତା ଜିଦ୍ ରେ ଅଟଳ, ତୋତେ ହିଁ ବାହା ହେବ ବୋଲି ଅଡି ବସିଛି । ମାସେ ହେଲା ବାପା ପୁଅ ଙ୍କ ଭିତରେ କଥାବାର୍ତ୍ତା ନାହିଁ, ତୁ ଟିକେ ତାକୁ ବୁଝାନ୍ତୁନି ମା ', ତୋ କଥା ସେ କେବେ ଟାଳି ପାରିବନି।"

କିଛି ଦିନ ପ୍ରକାରନ୍ତେ, ସାଗରଙ୍କ ସହ WhatsApp video call ମାଧ୍ୟମ ରେ କଥା ହେଉଛନ୍ତି ବନ୍ୟା । ବର ବେଶ ରେ ସାଗର ଆଜି ଅଧିକ ସୌମ୍ୟ ସୁଦର୍ଶନ ଦିଶୁଥିଲେ । ବାଜା ବଜେଇ ବାଣ ଫୁଟେଇ ରୋଷଣୀ କରି ସୁସଜ୍ଜିତ ଗାଡ଼ି ରେ ଯାଉଥିଲେ ସାଗର । ଆଜି ହୁଏତ ବନ୍ୟା ତାଙ୍କ ପାଇଁ ବଧୂ ବେଶରେ ସଜେଇ ହୋଇ ତାଙ୍କ ରୋଷଣୀର ଅପେକ୍ଷା କରିଥାନ୍ତେ। କିନ୍ତୁ ତାଙ୍କର ଏକ ମାତ୍ର ଭୂଲ୍ ଥିଲା, ଉଚ୍ଚ ଜାତିରେ ଜନ୍ମ ହେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller