Jyotiranjan Sahu

Thriller Others

2  

Jyotiranjan Sahu

Thriller Others

ଇମିଟେସନ

ଇମିଟେସନ

3 mins
253


" ବୁଝିଲୁ ମା' ! ମୁଁ ସେ କାଳି କୁତୁରି ଝିଅଟାକୁ ଜମାରୁ ବାହା ହେବିନି । ତୁ ବାପାକୁଂ ସିଧା ସିଧା କହିଦେ ବୁଲୁ କହୁଛି ସିଏ ସେ କାଳି ଝିଅଟାକୁ ବାହା ହେବନି । ତୁ ଜାଣିଛୁ ମୋ ଅଫିସ୍ ରେ ମୋ କ୍ରେଜ୍ କେତେ ! ଏ ଝିଅଟାକୁ ବାହା ହେଲାପରେ ମୋ ଷ୍ଟାଫ୍ ସବୁ ମୋତେ କ'ଣ କହିବେ ଜାଣିଛୁ ! ତୁ ବାପାକୁଂ କହ ସେ ଯଦି ମୋ ପାଇଁ ଝିଅ ନପାଉଛନ୍ତି ତାହା ହେଲେ ମୁଁ ପସନ୍ଦ କରିଥିବା ଝିଅକୁ ଥରେ ଦେଖିଆସନ୍ତୁ ! ଆମ ଚୌଧୁରୀ ଘରକୁ ବେଶ୍ ମାନିବ " ! ଅଭିମାନିଆ ସ୍ବର ରେ ମାକୁଂ କହୁଥାଆନ୍ତି ବୁଲୁ ବାବୁ । ତାଂକ କଥା ଶୁଣି ମା' କହିଲେ " ତୁ ସତରେ ନିଜେ ଝିଅ ଦେଖିଛୁ ! ଦେଖିବାକୁ କେମିତି ! ଗୋରା ତକତକ ତ " ! ମା' କଥାରେ ଉତ୍ଫୁଲ୍ଳିତ ବୁଲୁ ବାବୁ କହିଲେ " ମୁଁ କ'ଣ ତୋପାଇଁ ଯାଇ ତାଇ ବୋହୂ ବାଛିଥିବି ବୋଲି ଭାବୁଛୁ ! ପୁରା ଗୋରା ତକତକ । ତହସିଲଦାର ଝିଅ ସିଏ । ଦେହରେ ମାଛି ବସିଲେ ବି ଖସିଯିବ ପରା " । ଏହାପରେ ତାଂକ ମା' ବୁଲୁ ବାବୁକଂ ବାପାକୁଂ ଯାଇ କହିଲେ " ହେଇଟି ଶୁଣିଛ ! ବୁଲୁ ଆମର ଗୋଟିଏ ଲକ୍ଷ୍ମୀ ପ୍ରତିମା ଝିଅଟିଏ ଦେଖିଛି । ଚାଲ ଦେଖି ଆସିବା " । ବୁଲୁ ବାବୁକଂ ବାପା ପ୍ରଥମେ ତ ବିଶ୍ବାସ କରିପାରିଲେନି ଯେ ପୁଅ ତାଂକର ଏଭଳି କିଛି କରିଥିବ ! ତେବେ ତାଂକ ମା'କୁଂ ଏତିକି କହିଲେ " ବୁଝିଲ ଉମା ! ମୁଁ ପସନ୍ଦ କରିଥିବା ଝିଅଟି କାଳି ହୋଇପାରେ ! କିନ୍ତୁ ଖୁବ୍ ଗୁଣବନ୍ତୀ । ଜାଣିରଖ ଯେମିତି ଆଖିକୁ ଚକଚକ ଦିଶୁଥିବା ସବୁ ହଳଦିଆ ଜିନିଷ ଖାଣ୍ଟି ସୁନା ନୁହେଁ ସେମିତି ଲକ୍ଷ୍ମୀ ପ୍ରତିମା ଭଳି ରୂପ ହୋଇଗଲେ ସବୁ ନାରୀ କେବେ ଲକ୍ଷ୍ମୀ ହୋଇଯାଆନ୍ତି ନି " !

" ତୁମେ ଠିକ୍ କହିଛ ବାପା ! ତୁମେ ପୁରାପୁରି ଠିକ୍ କହିଛ ..." କହି ବିଳିବିଳାଇ ଉଠିଲେ ବୁଲୁ ବାବୁ । ' ଆରେ ମୁଁ କଣ ସ୍ବପ୍ନ ଦେଖୁଥିଲି ! ହଁ ବୋଧହୁଏ ସ୍ବପ୍ନ ଦେଖୁଥିଲି ' ବୋଲି ମନେମନେ ଭାବୁଥିଲେ ବୁଲୁ ବାବୁ । ମନଟା କାହିଁକି କେଜାଣି ତାଂକର ଟିକିଏ ଉଦାସ ହୋଇପଡିଲା । ସେତିକିବେଳେ ବୁଲୁ ବାବୁକଂ ଧର୍ମ ପତ୍ନୀ ଆସି ପଚାରିଲେ " କ'ଣ ଯିବନି କି ଦୋକାନ ? ଗହଣା ଯେମିତି ରେଟ୍ ହେଲାଣି ! ଅରିଜିନାଲ ସୁନା ସବୁବେଳେ ପିନ୍ଧିହେବନି । ବଜାର ହାଟରେ ଚୋରକୁଂ ଡର । ମୋର ଦୁଇ ଦୁଇଟା ହାର ମର୍ଣ୍ଣିୱାକ ଗଲାବେଳେ ଚୋରି ହେଲାଣି । ଡେଲି ଇଉଜ୍ ପାଇଁ କିଛି ଇମିଟେସନ ଗହଣା ନେଇଆସିବା । ନା କଣ କହୁଛ " ! ମୁଣ୍ଡ ହଲାଇ ନିଜର ସମ୍ମତି ପ୍ରକାଶ କଲେ ବୁଲୁ ବାବୁ । କାର୍ ରେ ଗଲା ବେଳେ ଭାବୁଥାଆନ୍ତି ' ଏହା ଭିତରେ ତିରିଶି ବର୍ଷ ବିତିଗଲାଣି ଆମ ବିବାହକୁ । ଯେଉଁ ମା'ର ଜିଦିରେ ତୁମେ ଚୌଧୁରୀ ଘର ବୋହୂ ହେଲ ; ସେଇ ମା' ବି ମଲାବେଳେ ନା ବୋହୂ ସେବା ଟିକିଏ ପାଇଲା ନା ପୁଅ ହାତରୁ ପାଣି ଟୋପେ ପିଇଲା !! ଠିକ୍ ଏଇ ଇମିଟେସନ ଗହଣା ପରି ମୋ ପରିବାର ପ୍ରତି ତୁମ ଭଲପାଇବାଟା ବି ନକଲି ଥିଲା । କିଛି ଦିନର ବ୍ୟବହାର ପରେ ଇମିଟେସନ ଗହଣା କୁ ଯେପରି ଡଷ୍ଟବିନ ର ରାସ୍ତା ଦେଖାଇ ଦିଆଯାଏ ତୁମକୁ ବି ମୁଁ ସେମିତି ଡିଭର୍ସ ଦେଇ ମୋ ଲାଇଫ୍ ରୁ ଏଗ୍ଜିଟ୍ ର ଦ୍ବାରଟା ଦେଖାଇ ପାରିଥାଆନ୍ତି । କିନ୍ତୁ ସେପରି ଶିକ୍ଷା ମୋ ବାପା ମା' ମୋତେ ଦେଇନଥିଲେ । ସେଥିପାଇଁ ତ ବିବାହର କିଛିଦିନ ଭିତରେ ସେମାନେ ଦୂରେଇ ଗଲେ ଆମ ଜୀବନ ପରିଧି ଭିତରୁ । ଠିକ୍ କହୁଥିଲେ ବାପା ସେଦିନ ' ଯେମିତି ଆଖି କୁ ଚକଚକ ଦିଶୁଥିବା ସବୁ ହଳଦିଆ ଜିନିଷ ଖାଣ୍ଟି ସୁନା ନୁହେଁ; ସେମିତି ଲକ୍ଷ୍ମୀ ପ୍ରତିମା ଭଳି ରୂପ ହୋଇଗଲେ ସବୁ ନାରୀ କେବେ ଲକ୍ଷ୍ମୀ ହୋଇଯାଆନ୍ତି ନି ' !


Rate this content
Log in

Similar oriya story from Thriller