STORYMIRROR

କଳ୍ପନା ରାୟ

Classics Others

2  

କଳ୍ପନା ରାୟ

Classics Others

ଗୁରୁଦିବସ

ଗୁରୁଦିବସ

2 mins
233

ମାନ୍ଦ୍ରାଜ ନିକଟବର୍ତ୍ତୀ ସର୍ବପଲ୍ଲୀ ଗାଁ।ସେଇ ଗାଁରେ ଗୋଟିଏ ଗରିବ ବାଳକର ଜନ୍ମ ଦିନ ଆଜି ବିଶ୍ବ ଇତିହାସରେ ଗୁରୁଦିବସ। ସେ ପୁଅ ବୀର ସ୍ୱାମୀ ପୁରୋହିତଙ୍କ ପୁଅ। ବିଶ୍ବର ସର୍ବଶ୍ରେଷ୍ଠ ଦାର୍ଶନିକ। ସେ ଗୁରୁ ନୁହନ୍ତି ଗୁରୁଣାଂ ଗୁରୁ। ଭାରତ ମାଟି ହିଁ ଗୁରୁ ମାଟି, ଗୁରୁ ମାଟିର ଗୁରୁ ରାଧା କ୍ରିଷ୍ଣନ। ଜନ୍ମ ୧୮୮୮ ସେପ୍ଟେମ୍ବର ୫। ଆଜି ସେପ୍ଟେମ୍ବର ୫ । ରାଧା ଓ କୃଷ୍ଣ । କୃଷ୍ଣ ଓ ରାଧା। ଚମତ୍କାର ଦିବ୍ୟ ସଂଯୋଗ।


     ପୁୁୁୁରୋହିତ ବାପା ରାଧାକ୍ରିଷ୍ଣନଙ୍କୁୁ ପାଠ ପଢାଇ ପାରିଲେ ନାହିଁ। ରାଧାକ୍ରିଷ୍ଣନ୍ ଥିଲେ ଲାଜକୁଳା,ନମ୍ର,ସୁଧାର।ପ୍ରଭୁ ଭେଙ୍କେଟେଶ୍ୱରଙ୍କ ପରମ ଭକ୍ତ । କେବଳ ହିନ୍ଦୁ ଧର୍ମ ନୁହେଁ ଖ୍ରୀଷ୍ଟ ଧର୍ମରେ ମଧ୍ୟ ତାଙ୍କର ସୁଖ୍ୟାତି ଥିଲା । ପ୍ରଚଣ୍ଡ ସ୍ମୃତି ଶକ୍ତିର ଗନ୍ତାଘର ଥିଲେ ରାଧାକ୍ରିଷ୍ଣନ ।


     ତୁଳସୀ ଦୁଇ ପତ୍ରରୁ ବାସେ ପିଲାଦିନରୁ ତାଙ୍କୁ ସାଙ୍ଗ ସାଥୀ, ଶିକ୍ଷକ- ଅଧ୍ୟାପକମାନେ ଅଶେଷ ଭଲ ପାଉଥିଲେ । ବି.ଏ ପରୀକ୍ଷାରେ ରାଧାକ୍ରିଷ୍ଣନ୍ ବିଶ୍ୱୱବିଦ୍ୟାଳୟର ଟପ୍ପର ହେଲେ । ଦର୍ଶନ ଶାସ୍ତ୍ରରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା । ପିଲାଦିନେ ଯିଏ ପାଠ ପଢିବାର ରାହା ପାଉନଥିଲେ, ସେ ପିିିିଲାମାନଙ୍କୁ ପାଠ ପଢାଇବାରେ ରାହା ଦେଲେ। ଏଥିପାଇଁ ଦୃଢମନୋବଳ ଦରକାର। ସାଧନା ଦରକାର ।


    ମାନ୍ଦ୍ରାଜର ପ୍ରେସିଡେନ୍ସସି କଲେଜ। ଗୋଟିଏ ନାମୀ କଲେଜ। ସେଇ କଲେଜରେ ଅଧ୍ୟାପନା କରୁଥିଲେ ରାଧାକ୍ରିଷ୍ଣନ । ଶିଶୁ ପରି ସରଳ କିନ୍ତୁ ବଜ୍ର ପରି କଠୋର। ଦର୍ଶନ ଶାସ୍ତ୍ର ଭଳି ଜଟିିଳ ବିଷୟକୁ ଏପରି ସରଳ ଭାବେ ବୁଝାଇ ପାରୁଥିଲେ ଯେ ତାଙ୍କ କ୍ଲାସ ବେଳେ ପାଖ କ୍ଲାସର ପିଲାମାନେ ପାଠ ଶୁଣିବାକୁ ଉଠିି ଆସୁଥିଲେ। ଚୁମ୍ବକ ଲୁହାକୁୁ ଟାଣେ, ବଣିଆ ସୁନାକୁ ଚିହେ । ରାଧାକ୍ରିଷ୍ଣନ୍ ଡକ୍ଟରେଟ ଲାଭ କଲେ। ମହୀଶୁର ବିଶ୍ୱବିଦ୍ୟାଳୟର ମୁଖ୍ୟ ଅଧ୍ୟାପକ ହେଲେ । କଥା କମ୍ କହୁଥିଲେ, କାମ ବେଶୀ କରୁଥିଲେ । ମଣିଷକୁ ଦେବତା ପରି ଭଲ ପାଉଥିଲେ। ଛାତ୍ରମାନଙ୍କ ସହ ଆତ୍ମୀୟ ପରି ମିଶୁଥିଲେ । 


    ଆରମ୍ଭ ହେଲା ବହିଲେଖା ପର୍ବ। ଯେଉଁ ବହି ସେଦିନ ସାରା ପୃଥିବୀରେ ସେହିଦିନ ଚହଳ ପକାଇଦେଲା। ଆମେରିକାରେ ହିନ୍ଦୁ ଧର୍ମର ପ୍ରଚାର ଓ ପ୍ରସାର କଲେ । ଭାରତୀୟ ସଂସ୍କତି ମହାନ୍ । ଏକମାତ୍ର ଲକ୍ଷ , ବିଭିନ୍ନତା ମଧ୍ୟରେ ଏକତା (Unity in Diversity) । ପୂର୍ବ ପଶ୍ଚିମର ମିଳନର ସେତୁ ବନ୍ଧ ହେଲେ ସର୍ବପଲ୍ଲୀ ଗାଁର ରାଧାକ୍ରିଷ୍ଣନ ।ପ୍ରାଚ୍ୟର ଗୁରୁ ପାଶ୍ଚାତ୍ୟର ଗୁରୁ ହେଲେ। ଗୁ ଅର୍ଥ ଅନ୍ଧାର ଏବଂ ରୁ ଅର୍ଥ ଦୁରେଇବା । ଅନ୍ଧାରରୁ ଯିଏ ଆଲୋକ ଦେଖାନ୍ତିି ସେ ହିଁ ସଦ୍ ଗୁୁର । ଏହିି ମର୍ମରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ବିଶ୍ୱର ସର୍ବଶ୍ରେଷ୍ଠ ସଦ୍ ଗୁରୁ।  


    ରାଧା କ୍ରିଷ୍ଣନ୍ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ହେଲେ। ଭିକମାଗି ପଣ୍ଡିତ ମଦନମୋହନ ମାଲବ୍ୟ ଯେଉଁ ବିଶ୍ୱବିଦ୍ୟାଳୟ ପ୍ରତିିଷ୍ଠା କରିଥିଲେ ତାହାର ପ୍ରଥମ କୁଳପତି ଭାବେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଅଭିଷିକ୍ତ ହେଲେ। 


    ଗୀତା, ବେଦ,ବେଦାନ୍ତ ପ୍ରଧାନ ଆଚାର୍ଯ୍ୟ ଥିଲେ ରାଧାକ୍ରିଷ୍ଣନ୍ । ସବୁ ଧର୍ମ ପ୍ରତି ସମ୍ମାନ, ସବୁ ଜାତି ପ୍ରତି ସ୍ନେହ। ସତ୍ୟ, ଧର୍ମ, ଶାନ୍ତିର ପ୍ରଚାରକ ରାଧାକ୍ରିଷ୍ଣନ୍ ରୁୁଷ୍ରରେ ଭାରତର ରାଷ୍ଟ୍ରଦୂୂତ ହେଲେ । ସେତେବେଳେ ଭାରତ- ରୁଷ୍ ସମ୍ପର୍କ ଥିଲା ତିକ୍ତ । ରାଧାକ୍ରିଷ୍ଣନ୍ ଙ୍କ ଚେଷ୍ଟାରେ ସେ ସମ୍ପର୍କ ମଧୁର ହୋଇଗଲା। ବିଷ ବୃକ୍ଷରୁ ଅମୃତ ଝରିଲା । ରାଧାକ୍ରିଷ୍ଣନ୍ ହେଲେ ଭାରତର ଉପରାଷ୍ଟ୍ରପତି, ତାପରେ ରାଷ୍ଟ୍ରପତି। ତାଙ୍କ ଗୁଣରେ ମୁଗ୍ଧହୋଇ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ନିଜ ବିମାନଟି ରାଧାକ୍ରିଷ୍ଣନ୍ ଙ୍କ ବ୍ୟବହାର ଲାଗି ପ୍ରଦାନ କଲେ। ଆଜି ସେହି ମହାନ୍ ଗୁରୁଙ୍କର ମହାର୍ଘ୍ୟ ଜୟନ୍ତୀ । ସ୍ୱର୍ଗରେ ଥାଇ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ- ଆପଣଙ୍କ ଆଦର୍ଶରେ ଆମେ ଅନୁପ୍ରାଣୀତ ହୋଇ ଦେଶ ଓ ଜାତିର ସୁନାମ ରଖୁ । 


Rate this content
Log in

Similar oriya story from Classics