The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Classics

3  

Satyabati Swain

Classics

ଗୁରୁ

ଗୁରୁ

3 mins
365



ବାପା; ଯିଏ ନାହାନ୍ତି ବାହାରେ କିନ୍ତୁ ଅଛନ୍ତି ମୋ ଭିତରେ।ଦୁନିଆଁ ସଉଦା ଓ ସଂସାର ସଉଦା ବୁଝିବା ପୂର୍ବରୁ ସେ ମୋତେ ଛାଡି ଆକାଶର ତାରା।ପିଲାଦିନେ ବାପା ଅନେକ କାହାଣୀ କହିଥିଲେ। ସେମାନଙ୍କ ଭିତରୁ ମୋତେ ବେଶୀ ପ୍ରଭାବିତ କରିଥିଲା ଅବଧୂତଙ୍କ ଚବିଶି ଗୁରୁଙ୍କ କଥା। କଅଁଳ ପିଲା ବୟସରେ ଗୁରୁ କହିଲେ ମୁଁ ଆମ ସ୍କୁଲ ସାର୍ ମାନଙ୍କୁ ଜାଣିଥିଲି।


ଅବଧୂତ କିଏ ବାପା?


ସେ ଜଣେ ସନ୍ୟାସୀ।


ସେ ଚବିଶି ଜଣ ଗୁରୁ କରିଥିଲେ !


ହଁ ଚବିଶି ଗୁରୁ।


କିଏ କିଏ ବାପା!



ସେମାନେ ହେଲେ: -

ପୃଥିବୀ,ବାୟୁ,ଆକାଶ,ପାହାଡ଼,ଜଳ,ମାଛ,ସମୁଦ୍ର,

ହାତୀ,ସୂର୍ଯ୍ୟ,ଚନ୍ଦ୍ର ,ମୃଗ,ସାପ,କପୋତ, ପିଙ୍ଗଳା 

ବେଶ୍ୟା,ଶିଶୁ,ଅଜଗର,ନିଆଁ,ମହୁମାଛି,ବୁଢିଆଣି ,

ଶର ବାନ୍ଧୁଥିବା ଲୋକ,ମଧୁହାରୀ,ପେଶକାରୀ କୀଟ।


ଏମାନେ କଣ ଗୁରୁ ହୋଇପାରନ୍ତି ?


ମୋ ଅବୋଧ ମନକୁ ବୁଝାଇବାକୁ ଯାଇ ବାପା କହିଥିଲେ,କାହିଁକି ନୁହେଁ ଯାହା ଠାରୁ ଆମେ କିଛି ଶିଖୁ ସେ ତ ଆମର ଗୁରୁ। ଏମାନେ କାହିଁକି ହୋଇ ପାରିବେ ନାହିଁ। ଦ୍ୱନ୍ଦ କିନ୍ତୁ ସେ ଦିନୁ ଥିଲା ଏମାନଙ୍କ ଠାରୁ କେମିତି ଶିଖିଲେ ଅବଧୂତ ,ପୁଣି କଣ ଶିଖିଲେ।ଏମାନେ କଣ ଗୋଲଖ ସାର୍ ଙ୍କ ପରି ବଡ଼ ପାଟି କରି ଓ ଲମ୍ବା ବେତ ଧରି ପଢାନ୍ତି ! ଅବଶ୍ୟ ବେତ ଏବେ ବିଦ୍ୟାଳୟରେ ସ୍ଵପ୍ନା ଦଣ୍ଡମୁକ୍ତ ସ୍କୁଲ। କିନ୍ତୁ ଆମ ବେଳେ ରଥ ସାର୍ ଙ୍କ ଚାପୁଡ଼ା, ନରି ସାର୍ ଙ୍କ ପାହାର,ପର୍ଶୁ ସାର୍ ଙ୍କ କି ପିଠି ଫଟା କିଲିକିଆ ବିଧାରେ ବାବା ! ମନେ ପଡିଲେ ଏ ବୟସରେ ବି ଦେହ ଶୀତେଇ ଉଠେ। ଏଇ ନିର୍ଜୀବ ଓ କିଛି ଜୀବଜନ୍ତୁ କଥା ନ କହି କେମିତି ଶିଖାଇଲେ ଅବଧୁତାଙ୍କୁ? ଏ ପ୍ରଶ୍ନ ମୋତେ ବିଚଳିତ କରନ୍ତି ଖୁବ୍।


ବାପା କହୁଥିଲେ ଗୁରୁ ଜୀଵ ନିର୍ଜୀବ କି ସାନ ବଡ଼ରେ କିଛି ନାହିଁ। ଯାହାଠାରୁ ଆମେ କିଛି ଶିଖିଲେ ସେ ଆମ ଗୁରୁ। ଛୁଆ ମାନେ ବଡ଼ମାନଙ୍କର ବି ଗୁରୁ ହୋଇ ପାରିବେ? ମୋତେ ମୋ ଭାଇ ଭଉଣୀ ମାନେ ପ୍ରଶ୍ନ ବକ୍ସ ଡାକନ୍ତି। କୌଣସି କଥା ମୁଣ୍ଡକୁ ଢୁକିଲା ଯଦି ; ନ ବୁଝିବା ଯାଏ ତୁହାକୁ ତୁହା ପ୍ରଶ୍ନ ଶରରେ ମୋ ପାଖ ଲୋକ ଖଣ୍ଡିଆ ହେବା ଥୟ। କେବଳ ବାପାଙ୍କ ବ୍ୟତୀତ ମୋ ସବୁ ଜିଜ୍ଞାସାର ସନ୍ତୋଷ ଜନକ ଉତ୍ତର କାହା ପାଖେ ନଥାଏ । 


ସାନ ପିଲା କାହାର ଗୁରୁ ହୋଇଥିଲେ ବାପା ?


ମୋତେ ବୁଝାଇବାକୁ ଯାଇ ବାପା କହିଥିଲେ, " ହଁ ଅତି ସାନ ପିଲା ବି ବିଶିଷ୍ଟ ବ୍ୟକ୍ତିଙ୍କର ଗୁରୁ ହୋଇ ପାରିଛନ୍ତି।


କେମିତି ବାପା ?


ବାପା କହିଲେ, ଜାଣିଛୁ ବଶିଷ୍ଠ ସବୁ ୠଷିଙ୍କ ଠାରୁ ଶ୍ରେଷ୍ଠ। ଦିନେ ସେ ବଣ ଭିତରେ ଯାଉ ଯାଉ ଦେଖିଲେ ଜଣେ ବନବାସୀ ଶବରର ଛୋଟ ପୁଅ ପଇଡ଼ ପାଇଁ ଅଳି କରି କାନ୍ଦୁଥିଲା। ତାକୁ ତୁନି କରିବାକୁ ବନବାସୀ ଯାଇ କି ମନ୍ତ୍ର ପଢିଲା କେଜାଣି ନଡ଼ିଆ ଗଛ ଆପଣା ଛାଏଁ ତଳକୁ ନଇଁ ଆସିଲା। ବନବାସୀଟି ସେଥିରୁ ଗୋଟିଏ ପଇଡ଼ ତୋଳି ପୁଣି ମନ୍ତ୍ର ବୋଲି ଗଛଟିକୁ ଯଥା ସ୍ଥାନରେ ଠିଆ କରେଇ ଦେଲା। ସଂସାର ସବୁ ବିଦ୍ୟା ହାସଲ କରିଥିଲେ ବି ବଶିଷ୍ଠ ଏ ବିଚିତ୍ର ବିଦ୍ୟାଟିକୁ ଜାଣି ନଥିଲେ। ଏଣୁ ବଶିଷ୍ଠ ବନବାସୀଟିର ଅଲକ୍ଷ୍ୟରେ ପଛେ ଯାଇ ବନବାସୀ କୁଡ଼ିଆ ଠାବ କରି ଆସିଲେ। ତାପର ଦିନ ସକାଳୁ ସକାଳୁ ସେ ବନବାସୀ ପାଖକୁ ସେଇ ବିଦ୍ୟାଟି ଶିଖିବା ଆଶାରେ ଗଲେ। ମାତ୍ର ବନବାସୀ ବଶିଷ୍ଠଙ୍କ ଆସିବା ଉଦ୍ଦେଶ୍ୟ ଜାଣି ପାରି କୁଡ଼ିଆ ପଛ ରାସ୍ତା ଦେଇ ବଣକୁ ଲୁଚି ପଳାଇଲା। ଏପରି ବାରମ୍ବାର ଜଣେ ଋଷି ଫେରୁଥିବା ଦେଖି ବନବାସୀ ପୁଅ , "ବାପାଙ୍କୁ କାହିଁକି ଖୋଜୁଛନ୍ତି ବୋଲି ପଚାରିଲା ବଶିଷ୍ଠଙ୍କୁ।"ବଶିଷ୍ଠ ତାଙ୍କ ମନ କଥା ଖୋଲି କହିଲେ।


ଏହା ଶୁଣି ପିଲାଟି ହସି ହସି କହିଲା, " ଏଇ ଗୋଟେ କଥା ! ଆପଣ ୠଷିବର ପ୍ରଥମ ଦିନରୁ କହିଥିଲେ ଶିଖାଇ ସାରନ୍ତେଣେ ମୁଁ ! "ବଶିଷ୍ଠ ଭାରି ଖୁସି ହୋଇ ବନବାସୀର ଛୋଟ ପୁଅଠାରୁ ବିଦ୍ୟାଟି ଖୁସିରେ ଶିକ୍ଷା କରି ଫେରିଗଲେ। ବନବାସୀ ଏକଥା ଜାଣି ମନ ଦୁଃଖ କଲା। "ସେ ଏତେ ବଡ଼ ଋଷି ତୋ ଠାରୁ ବିଦ୍ୟା ଶିଖିଲେ;କିନ୍ତୁ ସେ ଯଦି ତୋତେ ଗୁରୁର ସମ୍ମାନ ନ ଦିଅନ୍ତି ତେବେ ତୁ ଶିଖାଇ ଥିବା ବିଦ୍ୟା କିଛି କାମ କରିବ ନାହିଁ। ତୁ ମିଥ୍ୟାବାଦୀ ପ୍ରମାଣିତ ହୋଇଯିବୁ।"


କିନ୍ତୁ ବଶିଷ୍ଠ ସେମିତି କରି ନଥିଲେ। ସେ ଗୋଟେ ବଡ଼ ଯଜ୍ଞର ଆୟୋଜନ କଲା ବେଳେ ବନବାସୀ ଓ ତାଙ୍କ ପୁଅକୁ ନିମନ୍ତ୍ରଣ କରିଥିଲେ। ସେଠାରେ ସମସ୍ତ ବଡ଼ ବଡ଼ ୠଷି ମାନଙ୍କ ଗହଣରେ ସେ ବନବାସୀର ପୁଅକୁ ଯଥୋଚିତ ଗୁରୁର ସମ୍ମାନ ଦେଇଥିଲେ। ଛୋଟ ପୁଅର ପାଦ ଧୋଇ,ପାଛୋଟି ନେଇ ଆସନରେ ବସାଇ ତାଙ୍କ ପାଦ ତଳେ ବସି ଖାଦ୍ୟ ପାନୀୟ ସମସ୍ତ ବ୍ୟବସ୍ଥା ନିଜ ହାତରେ କରିଥିଲେ। ଏଣୁ ଗୁରୁ ଯେ କେହି ହୋଇ ପାରନ୍ତି; ସେଥିରେ ଛୋଟ ବଡ଼,ପଶୁ ପକ୍ଷୀ,କୀଟ, ପତଙ୍ଗ କିଛି ଯାଏ ଆସେ ନାହିଁ। ମୁଁ ବି ସେତେବେଳେ ଖୁବ୍ ଛୋଟ ଥିଲି।କିନ୍ତୁ ଅବଧୂତଙ୍କ ଗୁରୁ କଥା ମୋ ଉପରେ ଗଭୀର ଭାବେ ପ୍ରଭାବିତ କରିଥିଲା।


ବାପା ଚାଲିଗଲେ ଆରପାରିକୁ ମୋତେଛାଡି। ବହୁତ ଖୋଜିଲି ବାପାଙ୍କୁ। ଖୋଜିଲି ଅବଧୂତଙ୍କୁ। କଣ ଶିଖିଲେ ବୋଲି ପଚାରନ୍ତି ତାଙ୍କୁ ଥରେ ଦେଖା ହେଲେ । ନା ବାପା ନା ଅବଧୂତ ମୋତେ ମିଳିଲେ। ଆସ୍ତେ ମୁଁ ବଡ଼ ହେଉଥିଲି। ବାପା ଓ ଅବଧୂତ ମୋର ବେଶୀ ବେଶୀ ମନ ପଡୁଥିଲେ। ଅବଧୂତଙ୍କ ବିଷୟରେ ଜାଣିବା ଇଚ୍ଛା ତୀବ୍ର ହେଉଥିଲା ମୋ ଭିତରେ। ସ୍କୁଲ କଲେଜରେ ଅବଧୂତଙ୍କର ଗୁରୁଙ୍କ ସହ ଭେଟ ହେଲା ମୋର ପୁସ୍ତକ ଭିତରେ ।


ଏବେ ମୁଁ ବି ପ୍ରତିକ୍ଷଣେ ଗୁରୁ କରୁଛି ମୋ ଛାତ୍ରଛାତ୍ରୀଙ୍କୁ । ଅନେକ କଥା ମୁଁ ତାଙ୍କ ଠାରୁ ଶିଖୁଛି ।


ସତରେ ଗୁରୁ ଜୀଵ ନିର୍ଜୀବ ଯେ କେହି ହୋଇ ପାରନ୍ତି ।


ଗୁରଙ୍କର ବୟସ ନଥାଏ । ଯେହେତୁ ଅତି ସାନ ପିଲାଟିଏ ମହର୍ଷି ବଶିଷ୍ଠଙ୍କ ଗୁରୁ ହୋଇ ଥିଲେ।


ଶିଖିବାର ମଧ୍ୟ ବୟସ ନଥାଏ । ଆମେ ପ୍ରତି ମୁହୂର୍ତ୍ତରେ କାହା ଠାରୁ କିଛି ବି ଶିଖୁଥାନ୍ତି।


ଗୁରୁ ଗୋବିନ୍ଦଙ୍କ ଠାରୁ ବି ଶ୍ରେଷ୍ଠ ଅଟନ୍ତି । ମାତା ଗୁରୁ,ପିତା ଗୁରୁ,ଦୀକ୍ଷା ଗୁରୁ,ଶିକ୍ଷା ଗୁରୁ ଏବଂ ଜଣା ଅଜଣାରେ ପ୍ରତିକ୍ଷଣେ ଶିଖୁଥିବା ସମସ୍ତ ଗୁରୁଙ୍କୁ ମୋର ସଭକ୍ତି ପ୍ରାଣମ ।


ହେ ମୋ ଜୀବନରେ ଆସିଥିବା ସମସ୍ତ ଗୁରୁବର; ମୋ ହୃଦୟର ସଭକ୍ତି ଶ୍ରଦ୍ଧା ସମ୍ମାନ ଘେନା କରନ୍ତୁ ।



Rate this content
Log in

More oriya story from Satyabati Swain

Similar oriya story from Classics