STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଗୁରୁ ହିଁ ଇଶ୍ୱର

ଗୁରୁ ହିଁ ଇଶ୍ୱର

2 mins
190

ଚିନ୍ମୟ ଚାହିଁ ରହିଥାଏ ଦୂର ବାଦଲ ଭରା ଦେଶକୁ. ସେ ଦେଶରେ ଜହ୍ନମାମୁଁ ରହନ୍ତି ବୋଲି ପିଲାଦିନୁ ଶୁଣି ଶୁଣି କେବେ ଆ ଜହ୍ନମାମୁଁ ଶରଦଶଶୀ ଗୀତ ଶୁଣି ଶୁଣି ଖାଇଦିଏ ମାଆ ହାତରୁ ତ କେବେ ନିଦ ମାଉସୀ ଦେ ଆଉଁସି ଗୀତ ଶୁଣୁ ଶୁଣୁ ଶୋଇପଡ଼େ ଚିନ୍ମୟ. ପିଲାଦିନେ ନଈକୂଳରେ ଗାଁ ସାଙ୍ଗସାଥୀ ମାନେ ନଈରେ ପହଂରିବା, ମାଛଧରିବା, ପଦ୍ମଫୁଲ ତୋଳିବା,କଇଁଫୁଲ ଓ ପତ୍ର ସଂଗ୍ରହ କରିବା ବେଳେ ସେ ଚୁପ ଚାପ ଗୋଟିଏ ପାହାଚ ଟପି ଦ୍ୱିତୀୟ ପାହାଚକୁ ଯିବାକୁ ଡରେ କାହିଁକି?? ବାପା କହିଥାଆନ୍ତି ପିଲାଙ୍କ ସଙ୍ଗେ ମିଶି ପଂହଁରିବୁନି କାଳେ ବୁଡ଼ିଯିବୁ, ମାଆ କହେ ପଥର ପାହାଚ ଓ କଇଁ ପଦ୍ମ ଫୁଲ ନାଡ ତଳେ ସାପ ଥିବ ତୋଳିବୁନି, ଜେଜେମା କହେ ଶିଉଳିରେ ପାଦ ଖସିଯିବ, ଜେଜେ କୁହନ୍ତି ଚାଲ ମୁଁ ତୋ ସାଙ୍ଗେ ଯିବି, କାଳେ ବେଶୀ ଗାଧେଇ ଥଣ୍ଡା ହେଵ!ସତକୁ ସତ ଗାମୁଛା ଧରି ଜେଜେ ବସନ୍ତି ତୁଠ ଉପର ଘାସ ଗାଲିଚାରେ, ଆଉ ତରତର ହୋଇ ଗାଧୋଉ ଗାଧୋଉ ଚିନ୍ମୟ ଭାବେ ଦୂର ବାଦଲ ଦେଶରେ ଘରେ ରହିଥିବା ପିଲାମାନଙ୍କର ହୁଏତ ଏତେ କଟକଣା ନଥିବ. ହେଲେ ସତକୁ ସତ ପହଁରୁ ପହଁରୁ ବୁଲୁ ବୁଡିଯିବା କୁନା ପଦ୍ମ ଫୁଲ ତୋଳୁ ତୋଳୁ ତାକୁ ସାପ କାମୁଡିବା, ମଧୁର ଶିଉଳିରେ ଗୋଡ଼ ଖସି ତାର ମୁଣ୍ଡ ଫାଟିବା, ପୁଣି ଟିଟୁନକୁ ଥଣ୍ଡା ଜ୍ୱର ଧରି ମାସେ ଯାଏଁ ନିମୋନିଆଁ ହେବାରୁ ସ୍କୁଲ ଯାଇ ନପାରିବା ଘଟଣା ଗୁଡିକ ତାକୁ ବାଧ୍ୟ ଓ ସୁନା ପିଲା କରିଦେଲା. ମାଆ ବାପା ଜେଜେ ଓ ଜେଜେମା କଥାରେ ସେ ବଡହେଲେ ନିଶ୍ଚୟ ଡାକ୍ତର ହେବ ଭାବୁ ଭାବୁ ଦୂର ବାଦଲ ଦେଶରେ କଣ ଅଛି, ଜହ୍ନଦେଶରେ ଆଉ ସବୁ କିଏ ଅଛନ୍ତି, ପୂର୍ଣ୍ଣମୀରେ ଜହ୍ନ ଏତେ ଆଲୋକ କୋଉଠୁ ପାଏ ଅମାବାଶ୍ୟାରେ କୁଆଡେ ଯାଏ, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କଣ କେମିତି ହୁଏ, ଇତ୍ୟାଦି ବିଜ୍ଞାନରୁ କିଛି କିଛି ଜାଣିଲେ ମଧ୍ୟ ମନ ଅବୁଝା ହୁଏ, ପୁଣି ସେହି କଟକଣା, ଡାକ୍ତର ହେବାକୁ ହେଲେ, ଏସବୁ ଚିନ୍ତା ଛାଡ଼ି, ବେଙ୍ଗ, ସାପ, ଏଣ୍ଡୁଅ, ଝିଟିପିଟି, ସାପ କାଟିବାକୁ ପଡିବ ବେଳ ପଡିଲେ, ମଲା ମଣିଷ. ମନ ବିଦ୍ରୋହ କରେ ଚିନ୍ମୟର. ରୋଗରେ ପଡି ଜେଜେ ଓ ଜେଜେମା ଆଗ ପଛ ହୋଇ ଚାଲିଗଲା ପରେ, ତାକୁ ଶୁଣିବାକୁ ପଡିଥିଲା, ଡାକ୍ତର ଟିଏ ହୋଇଥିଲେ ହୁଏତ ଆକାଶରେ, ଦୂର ବାଦଲ ଦେଶରେ ଜେଜେ ଜେଜେମା ତାରା ହୋଇଯିବା ପୂର୍ବରୁ ଆଉ କିଛି ଦିନ ବଞ୍ଚି ଯାଇଥାନ୍ତେ. ସେକଥା ସବୁ ଶୁଣି ଚିନ୍ମୟର ମନେ ହୁଏ ଡାକ୍ତର ନହୋଇ ଦୂରବାଦଲ ଦେଶକୁ ଯାଇ ଜେଜେମା ଓ ଜେଜେଙ୍କୁ ଫେରାଇ ଆଣିଲେ ତ ଆହୁରି ଭଲ ହୁଅନ୍ତା. ସେ କୋଉ ପାଠ?? ସାର କହୁଥିଲେ ବିଜ୍ଞାନ. ବିଜ୍ଞାନ ବଳରେ,ମଣିଷ ଆଜି ଚନ୍ଦ୍ର ପୃଷ୍ଠରେ ଅବତରଣ କଲାଣି, ସେ ବି ଯିବ. ଜେଜେ ଜେଜେମାଙ୍କୁ ଠାଵ କରିବ. ସେକଥା ସବୁ ସେ ଖୋଲିକି କହିଥିଲା ବାପା ଓ ମାଆଙ୍କୁ. ସେମାନେ କହିଥିଲେ ସେଥିରେ ବିପଦ ଅଛି.ଚନ୍ଦ୍ରକୁ ଯାଇ କେତେ ବୈଜ୍ଞାନିକ ମୃତ୍ୟୁ ବରଣ କରିଛନ୍ତି, ତାଙ୍କ ମୃତଦେହ କୁଆଡେ ମିଳିଛି ପ୍ରଜ୍ଞାନ ଚନ୍ଦ୍ରଯାନକୁ, ରାଡା଼ର ସାହାଯ୍ୟରେ. ତା ଛଡା ଏଲିଅନମାନେ ବାସ କରନ୍ତି ଦୂର ବାଦଲ ଦେଶରେ ତ ତାକୁ ନିହାତି ଡାକ୍ତର ହେବାକୁ ପଡିବ. ବୋଝ ଭଳି ଲାଗିଲେ ବି ଚିନ୍ମୟ ବୁଝିଯାଏ ବାପା ମାଆଙ୍କୁ ଡାକ୍ତରୀ ପାଠ ଦ୍ୱାରା ଢେର କିଛି ଦିନ ବଞ୍ଚାଇ ରଖି ପାରିବ ।


Rate this content
Log in

Similar oriya story from Classics