Satyabati Swain

Classics

3  

Satyabati Swain

Classics

ଗର୍ବ

ଗର୍ବ

3 mins
273



କୁହନ୍ତି: ଗର୍ଵ ଗଞ୍ଜନ ନରହରି , ଗର୍ଵ ନ ସହନ୍ତି କାହାରି।


ତ୍ରେତୟା ଯୁଗର କଥା।


ରାବଣ ଅତ୍ୟାଚାରରେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଥରିଲା।ସ୍ଵର୍ଣଲଙ୍କାପୁର ଅସୁରମାନଙ୍କ ରାଜା ରାବଣର ଗର୍ଵ ଅହଂକାର ବଢିଗଲା।ସେ ଅଜୟ, ଅମର ,ଅଭିମାନ ତାକୁ ସମସ୍ତ ଅପକର୍ମ କରିବାକୁ ଉସ୍କେଇଲା।ସେ ନିଜକୁ ଈଶ୍ବର ଓ ସର୍ବ ଶକ୍ତିମାନ ମଣିଲା।


ସ୍ୱୟଂ ନାରାୟଣ ରାବଣ ଗର୍ବକୁ ଖର୍ବ କରିବା ପାଇଁ ଅଯୋଧ୍ୟାର ରାଜା ଦଶରଥ ପୁତ୍ର ରାମ ରୂପେ ଜନ୍ମ ଗ୍ରହଣ କଲେ।ତାଙ୍କ ସଂଗେ ଶେଷନାଗ ଲକ୍ଷ୍ମୀଣ ରୂପେ ଜନ୍ମ ନେଲେ।ଅନ୍ୟ ଦୁଇ ଭାଇ ହେଲେ ଭରତ ଓ 

ଶତ୍ରୁଘ୍ନ।


ରାମ ଶିବ ଧନୁ ଭାଙ୍ଗି ଦେବୀ ଜାନକୀ ଙ୍କୁ ବିବାହ କଲେ।ମାତ୍ର ଦେବତା ହେଲେ ବି ମଣିଷ ଯୋନି ହେତୁ ରାମ ଭଗବାନ ବି ସମୟର ଅଧିନ ଥିଲେ।ରାତି ପାହିଥିଲେ ରାମ ଅଯୋଧ୍ୟାର ରାଜା ହୋଇଥାନ୍ତେ ; ମାତ୍ର କୈକେୟୀଙ୍କ କୂଟଚକ୍ରାନ୍ତରୁ ସେ ଚଉଦ ବାସ ବନବାସ ଗଲେ।ସାଙ୍ଗରେ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣ ବି ଥିଲେ।


ରାମ ,ସୀତା ଓ ଲକ୍ଷ୍ମଣ ବନରେ ବୁଲି ବୁଲି ଚିତ୍ରକୁଟରେ କିଛି ଦିନ ରହିଲେ। ତାପରେ ଦଣ୍ଡକାରଣ୍ୟରେ ବହୁ ମୁନୀ ଋଷି ଆଶ୍ରମରେ ବୁଲା ବୁଲି କରି ଗୋଦାବରୀ ତଟରେ ଥିବା ପଞ୍ଚବଟୀ ରେ କୁଡ଼ିଆଟିଏ କରି ରହିଲେ।


ରାବଣ ଭଉଣୀ ସୂର୍ପଣଖା ରାମଙ୍କ ରୂପରେ ଆସକ୍ତ ହୋଇ ତାଙ୍କୁ ବିବାହ କରିବାକୁ ଚାହିଁଲା।ରାମ ବିବାହିତ କହି ଲକ୍ଷ୍ମଣ ପାଖକୁ ପଠାଇଲେ।ଲକ୍ଷ୍ମଣ ସୂର୍ପଣଖା ନାକ କାନ କାଟି ଦେଲେ।ଏହି ଆପମାନର ପ୍ରତିଶୋଧ ନେବା ପାଇଁ ସୂର୍ପଣଖା ଦୁଇ ଭାଇ ଖର ଓ ଦୂଷଣ ସହସ୍ର ରାକ୍ଷସ ସୈନ୍ୟ ଆଣି ରାମଲକ୍ଷ୍ମଣଙ୍କ ସହ ଯୁଦ୍ଧ କଲେ।ସୈନ୍ୟଙ୍କ ସହ ସମସ୍ତେ ମଲେ।ମାତ୍ର ଗୋଟିଏ ରାକ୍ଷସ ଅକମ୍ପନ ବଂଚିଗଲା।


ସୂର୍ପଣଖା ଭାଇ ରାବଣ ଆଗେ ତାର ଏ ଦୁର୍ଦ୍ଦଶା କଥା କହି ଖୁବ୍ କାନ୍ଦିଲା।ଅକମ୍ପନ ସବୁ ବୃତାନ୍ତ ରାବଣ କୁ କହିଲା।ରାବଣ ଏହା ଶୁଣି ଘୋର ରଡି ଛାଡିଲା।ଛଳନା କରି ରାମଚନ୍ଦ୍ରଙ୍କ ପତ୍ନୀ ସୀତାକୁ ଆଣି ନିଜ ପାଟ ରାଣୀ କରିବ ବୋଲି ତା ମନରେ ଲାଳସା ଜାଗିଲା।ସେ ମାରିଚ ରାକ୍ଷସକୁ ଧମକାଇ ସୁନା ହରିଣ ହୋଇ ରାମ ଲକ୍ଷ୍ମଣ ସୀତା ରହୁଥିବା କୁଡ଼ିଆ ଆଗରେ ଚରିବାକୁ ନିର୍ଦ୍ଦେଶ ଦେଲା।


ମାୟାବୀ ରାକ୍ଷସ ମାରିଚ ବିଚିତ୍ର ସୁନା ହରିଣ ହୋଇ ପଞ୍ଚବଟୀ ରେ ରାମଚନ୍ଦ୍ର ଙ୍କ କୁଡ଼ିଆ ଆଗରେ ଚରି ବୁଲିବାକୁ ଲାଗିଲା।ଏପରି ବିଚିତ୍ର ସୁବର୍ଣ୍ଣ ହରିଣ ଦେଖି ସୀତା ରାମଚନ୍ଦ୍ର ଙ୍କୁ କହିଲେ ସେଇଟିକୁ ଧରି ଆଣିବାକୁ।ସେ ସୁବର୍ଣ୍ଣ ହରିଣଟିକୁ ପୋଷିବେ ଏବଂ ସାଥିରେ ଅଯୋଧ୍ୟାକୁ ନେଇ ଯିବାକୁ ତାଙ୍କର ଭାରି ଇଚ୍ଛା ହେଲା।ରାମଚନ୍ଦ୍ର ଲକ୍ଷ୍ମଣକୁ ଜଗାଇ ହରିଣ ପଛେ ପଛେ ଗଲେ।ଜଙ୍ଗଲ ଭିତରକୁ ହରିଣଟି ଚାଲିଗଲା।ଶେଷରେ ରାମଚନ୍ଦ୍ରଙ୍କ ଶର ବାଜିବା କ୍ଷଣି ତ୍ରାହି ଲକ୍ଷ୍ମଣ ବୋଲି ରଡି ଛାଡି ମରିଗଲା।


ଏ ସ୍ୱର ଭାସି ଆସି ଯେମିତି ସୀତାଙ୍କ କାନରେ ପଡିଛି

 ,ଲକ୍ଷ୍ମଣଙ୍କୁ ସ୍ୱର ଅନୁସରଣ କରି ଯିବାକୁ ଅନୁରୋଧ କଲେ।ଲକ୍ଷ୍ମଣ ଏହା କୌଣସି ମାୟାବୀର ଚକ୍ରାନ୍ତ

ଯେତେ କହିଲେ, ସୀତା ବୁଝିବାକୁ ନାରାଜ।ଅନେକ ଝୀଂଘାସ ଶୁଣିବା ପରେ କୁଡ଼ିଆ ମୁହଁରେ ତୀର ଅଗରେ ତିନି ଗାର କାଟି ଲକ୍ଷ୍ମଣ କହିଲେ କି କୌଣସି ପରିସ୍ଥିତିରେ ଏ ତିନି ଗାର ଟପି ବାହାରକୁ ନ ଯାଆନ୍ତି।


ଲକ୍ଷ୍ମଣ ଜଙ୍ଗଲ ଭିତରକୁ ଶ୍ରୀରାମ ଙ୍କୁ ଖୋଜିବାକୁ ଯିବା ପରେ ରାବଣ ଏକ ଯୋଗୀ ବେଶରେ କୁଡ଼ିଆ ଆଗରେ ଭିକ୍ଷାଂ ଦେହି, ଭିକ୍ଷାଂ ଦେହି ଡାକ ଦେଲେ।କୁଡ଼ିଆ ଭିତରେ ରହି ସୀତା ଯୋଗୀଙ୍କୁ ଭିକ୍ଷା ଦେବାରୁ ସେ କହିଲେ ବାହାରକୁ ଆସି ଭିକ୍ଷା ନ ଦେଲେ ସେ ଗ୍ରହଣ କରିବେ ନାହିଁ ବରଂ ଭିକ୍ଷା ନ ନେଇ ଫେରିଯିବେ।ଯୋଗୀ ଦୁଆର ମୁହଁରୁ ଫେରିବା ଠିକ୍ ହେବ ନାହିଁ ଭାବି ଲକ୍ଷ୍ମଣ ତିନି ଗାର ଟପି ଯେମିତି ବାହାରକୁ ଆସିଛନ୍ତି

 ,ଚଟକିନା ରାବଣ ସୀତାଙ୍କୁ ହାତକୁ ଧରି ପକାଇଲା ଓ ନିଜ ପ୍ରକୃତ ରୂପକୁ ଆସିଗଲା।


ସେ ସୀତାଙ୍କୁ ଚୋରାଇ ପୁଷ୍ପକ ବିମାନରେ ବସାଇ ନିଜ ରାଣୀ କରିବାକୁ ନେଇଗଲା।ଲଙ୍କାପୁର ଅଶୋକ ବନରେ ନେଇ ସୀତାଙ୍କୁ ରଖିଲା।


ଦୁଇଭାଇ ରାମ ଲକ୍ଷ୍ମଣ ଆସି କୁଡ଼ିଆ ଭିତରେ ସୀତାଙ୍କୁ ନପାଇ ପାଗଳ ପ୍ରାୟ ବୁଲିଲେ।ବାଟରେ ଜଟାୟୁ ସୀତା ଙ୍କ ଖବର ଦେଲା ପରେ ମୃତ୍ୟୁ ବରଣ କଲେ।ସେ ସୀତା ଙ୍କୁ ରକ୍ଷା କରିବା ପାଇଁ ରାବଣ ସହ ଯୁଦ୍ଧକରି ଆହତ ଅବସ୍ଥାରେ ପଡିଥିଲା।ଜଙ୍ଗଲରେ ଯାଉ ଯାଉ କବନ୍ଧକୁ ଚିତାରେ ଜାଳି ଶାପ ମୁକ୍ତ କରି ଋଷ୍ୟମୁକ ପର୍ବତରେ ସୁଗ୍ରୀବଙ୍କ ସହ ମୈତ୍ର ବସିଲେ।ବାଳୀ ମାରି ସୁଗ୍ରୀବଙ୍କୁ କିସ୍କିନ୍ଧ୍ୟାର ରାଜା କଲେ ରାମଚନ୍ଦ୍ର।


ହନୁମାନ ଦେବୀ ସୀତାଙ୍କୁ ଅଶୋକ ବନରେ ଠାବ କରି ଆସିଲା। ବାନର ସେନା ନେଇ ରାମଚନ୍ଦ୍ର ସମୁଦ୍ରରେ ସେତୁ ନିର୍ମାଣ କରି ଲଙ୍କାରେ ପହଁଚିଲେ।ବାନର ସେନା ଓ ରାକ୍ଷସ ସେନା ଘୋର ଯୁଦ୍ଧ କଲେ।ଯୁଦ୍ଧରେ ରାବଣ ତାର ସମସ୍ତ ସୈନ୍ୟ ସମାନ୍ତ,ବନ୍ଧୁ ପରିଜନ ଓ ମେଘନାଦ ପରି ଅଜେୟ ଅମିତ ପରାକ୍ରମୀଶାଳୀ ପୁତ୍ର ସମେତ ଅନ୍ୟ ପୁତ୍ରମାନେ ମଧ୍ୟ ଯୁଦ୍ଧରେ ମଲେ।


ଶେଷରେ ରାମ ରାବଣ ମହାସମର ଅନୁଷ୍ଠିତ ହେଲା।ଲକ୍ଷ୍ମଣଙ୍କୁ ଶକ୍ତିଭେଦ କରି ମେଘନାଦ ମୃତ୍ୟୁର ପ୍ରତିଶୋଧ ନେଲା ରାବଣ।ହନୁମାନ ଗନ୍ଧର୍ମାଦନ ପର୍ବତ ଆଣି ବିଶଲ୍ୟକରଣୀ ଔଷଧ ଦ୍ୱାରା ଲକ୍ଷ୍ମଣ ଚେତା ଫେରି ପାଇଲେ।


ସାତ ଦିନ ସାତ ରାତି ରାମ ରାବଣ ଙ୍କ ଯୁଦ୍ଧ ଲାଗିଲା।ଯେତେ ଥର ରାମ ରାବଣର ଦଶ ମୁଣ୍ଡକାଟୁଥାନ୍ତି ସେପୁଣି ଲାଗି ଯାଉଥାଏ।ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣକୁ ମାରିଲେ।


ରାବଣ ଜଣେ ପ୍ରଚଣ୍ଡ ଜ୍ଞାନୀ,ଶ୍ରେଷ୍ଠଶିବ ଭକ୍ତ,ପରାକ୍ର

ମଶାଳୀ ,ପ୍ରବଳ ପ୍ରତାପି ରାଜା ଥିଲେ।ମାତ୍ର ଅତ୍ୟଧିକ ଗର୍ଵ ହେତୁ ସେ ନିଜ ବଂଶ ଧ୍ୱଂସର କାରଣ ହୋଇ ନିଜେ ମଧ୍ୟ ମରିଥିଲେ।


ଏଣୁ ଗର୍ଵ କଲେ ଖର୍ବ ହୁଏ।


Rate this content
Log in

Similar oriya story from Classics