Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Kamal Kumar Dash

Comedy Drama


3  

Kamal Kumar Dash

Comedy Drama


ଗାର୍ଲ ଫ୍ରେଣ୍ଡ

ଗାର୍ଲ ଫ୍ରେଣ୍ଡ

2 mins 554 2 mins 554



ମନୋଜ ବାବୁ ଜଣେ ସରକାରୀ ଚାକିରିଆ ,ତାଙ୍କ ବୟସ ପ୍ରାୟ 55 ହେବ । ଘରେ ସେ ଆଉ ସ୍ତ୍ରୀ ରୁହନ୍ତି । ପିଲାମାନେ ବାହାରେ ରହି ପାଠ ପଢ଼ନ୍ତି । ଦିନେ ରାତି ପ୍ରାୟ 9ଟା ହେବ ଶ୍ରୀମତି ଟିଭି ଦେଖୁଥିଲେ ଓ ପାଖରେ ମନୋଜ ବାବୁ ବସି ପେପେର ପଢୁଥିଲେ । ତାଙ୍କ ଫୋନ ରିଂ ହେଲା, ଶ୍ରୀମତିଙ୍କର କିଛି ଡିଷ୍ଟର୍ବ ହେବ ଭାବି ସେ ବାଲକୋନୀକୁ ଚାଲିଗଲେ । ଏତେ ରାତିରେ କିଏ ରିଂ କଲା ବୋଲି ପଛେ ପଛେ ଶ୍ରୀମତି ବି ଚାଲିଗଲେ । ମନୋଜ ବାବୁ କିନ୍ତୁ ଜାଣି ନଥିଲେ କି ପଛରେ ଶ୍ରୀମତି ଅଛନ୍ତି ବୋଲି । ସେପଟେ ତାଙ୍କ କଲେଜ ଦିନର ସାଙ୍ଗ ଝରଣା ଥିଲା । ଫେସବୁକରୁ ନମ୍ବର ପାଇଁ ରିଂ କରିଥିଲା ସେ 32 ବର୍ଷ ପରେ । କଥା ହୋଇ ବହୁତ ଖୁସିହେଲେ ମନୋଜ ବାବୁ ,କିନ୍ତୁ ପଛରେ ଶ୍ରୀମତିଙ୍କୁ ଦେଖି ତାଙ୍କର ମୁହଁ ଖଟା ହୋଇଗଲା । ଝରଣାକୁ ଶ୍ରୀମତିଙ୍କ ସଂଗେ ପରିଚୟ କରାଇଦେଇ ଫୋନଟି ଧରାଇଦେଲେ ହେଲେ ଲIଇନ କଟିଗଲା ଓ ଆଉ ଲାଗିଲାନି ।


   ଶ୍ରୀମତିଙ୍କ ପ୍ରଶ୍ନ ବାଣ ଆରମ୍ଭ ହେଲା କିଏ ସେଇ ସ୍ତ୍ରୀଲୋକ ? ଏତେ ରାତିରେ ତୁମକୁ କାହିଁକି ଫୋନ କରିଥିଲେ ? ମନୋଜ ବାବୁ କହିଲେ ସେ ମୋର କଲେଜ ଦିନର ସାଙ୍ଗ ଝରଣା , ଫେସବୁକରୁ ନମ୍ବର ପାଇଁ ରିଂ କରିଥିଲା । ତୁମ ନମ୍ବର ଏବେ ଫେସବୁକରୁ କାଟ । ଆଉ ଯେପରି କେହି ସେ ନମ୍ବର ରେ ରିଂ ନକରନ୍ତି । ତାଙ୍କର କଣ ଘର ଦ୍ୱାର ନାହିଁ ? ଏତେ ରାତିରେ କାହାକୁ ଫୋନ କରି ଡିଷ୍ଟର୍ବ କରୁଛନ୍ତି ? ମନୋଜ ବାବୁ କହିଲେ ସେ ମୋ ସାଙ୍ଗ ଏତେଦିନ ପରେ ଫୋନ ନମ୍ବର ପାଇଲା ଫୋନ କଲା । ମୁଁ ତ ଏଠି କଥା ହେଉଥିଲି ତୁମର ଡିଷ୍ଟର୍ବ କଣ ହେଲା । ଏତେ ରାତିରେ ତୁମେ ଜଣେ ସ୍ତ୍ରୀ ଲୋକ ସଂଗେ କଥା ହେବ ମୋର ଡିଷ୍ଟର୍ବ ହେବନି । ଆଜି ଏଇଠି କଥା ହେଉଛ କIଲି ଆଉ କୁଆଡେ ଯାଇ କଥା ହେବ କି କଣ କରିବ କିଏ କହିବ ?

ମନୋଜ ବାବୁ ଟିକେ ରାଗିଗଲେ ଓ କହିଲେ ସେ ମୋର ସାଙ୍ଗ ,ଗାର୍ଲ ଫ୍ରେଣ୍ଡ ନୁହେଁ କି ଏଠିକି ଆସି ତୁମ ଆସନ ମାଡି ବସିବ । ଫେସବୁକ ସାଙ୍ଗଙ୍କ ସାଥିରେ କଥାହୋଇ ଲୋକଙ୍କୁ ଖୁସି କରିବା ପାଇଁ ତିଆରି କରI ହୋଇଛି କାହାର ଘର ଭାଙ୍ଗିବା ପାଇଁ ନୁହେଁ । ହେଲେ ତୁମ ଭଳି କିଛି ଲୋକ ଅଯଥାରେ ସନ୍ଦେହର ବାତାବରଣ ତିଆରି କରି ଘରେ ଅସନ୍ତୋଷ କରୁଛନ୍ତି । ଶ୍ରୀମତି କହିଲେ ତୁମେ ତାହେଲେ ତୁମ ସାଙ୍ଗଙ୍କ ସାଥୀରେ ସନ୍ତୋଷରେ ରୁହ ମୁଁ ଯାଉଛି । ତୁମ ଇଛା କହି ମନୋଜ ବାବୁ ଛାତ ଉପରକୁ ଚାଲିଗଲେ ।


 କିଛି ସମୟ ପରେ ଝରଣାର ଫୋନ ଆସିଲା ଶ୍ରୀମତି ଉଠାଇଲେ । ସେପଟୁ ଝରଣା କହିଲା ଭାଉଜ ନମସ୍କାର । ଶ୍ରୀମତି କହିଲେ ଦିଦି ଆପଣ ବଡ଼ ହେବେ ମୁଁ ନମସ୍କାର କରିବା କଥା । ତାପରେ ଅଧା ଘଣ୍ଟା କଥା ହେଲା ଦିଜଣ । ଶ୍ରୀମତି ଫୋନ ଧରି ଛାତ ଉପରକୁ ଗଲେ ଓ ହସିକି କହିଲେ ଝରଣା ଦିଦିଙ୍କ ଘର ଆମ ଘର ପାଖରେ । ପୂଜାରେ ସେ ଆସିବେ ତ ଆମ ଘରକୁ ଓ ତାଙ୍କ ସାନ ଭଉଣୀ ମୋର ସାଙ୍ଗ । ମନୋଜ ବାବୁ ଶ୍ରୀମତିଙ୍କର ଏ ପରିବର୍ତ୍ତନରେ ଚକିତ ହୋଇଗଲେ ।



Rate this content
Log in

More oriya story from Kamal Kumar Dash

Similar oriya story from Comedy