ଏଫ ଆଇ ଆର
ଏଫ ଆଇ ଆର
ସନ୍ଧ୍ୟା ୭ ଟା ହେବ ଝିଅ ଲିନl ତା ଟିଉସନ ରୁ ଫେରିବା କଥା | ଟିକେ ବର୍ଷା ହେଉଛି | ମା ଘର କାମରେ ବ୍ୟସ୍ତ ଥିଲେ ବି ଲିନl କଥା ଭାବି ଚାଲିଛନ୍ତି | ତାଙ୍କ ଫୋନ ବାଜିଲା ,ସେ ଦୌଡ଼ି ଗଲେ ଫୋନ ପାଖକୁ ଓ ଫୋନ ଉଠାଇଲେ | ସେ ପଟୁ ଲଲିନାର କାନ୍ଦ ଶୁଣl ଯାଉଥିଲା , ମା ପଚାରିଲେ କଣ ହେଲା ,ସେ କିଛି କହିପାରୁ ନଥିଲା | ମା କହିଲେ କାନ୍ଦିବା ବନ୍ଦ କର ଓ କହ କଣ ହେଲା ? ସେ କହିଲା ଲାପଟପ ଓ ମୋବାଇଲ ଚୋରି ହୋଇଗଲା ମୁଁ କଣ କରିବି ? ସେ ପୁଣି କାନ୍ଦିବା ଆରମ୍ଭ କଲା , ମା କହିଲେ ଚୁପ କର ତୁ ସେ ଟିଉସନ ପାଖରେ ଥା ମୁଁ ଓ ବାପା ଯାଉଛୁ ତୋ ସାଙ୍ଗ ରେ କିଏ ଅଛି , ସେ କହିଲା ହଁ ମିତା ଅଛି | ମା ପଚାରିଲେ କେମିତି ଚୋରି ହେଲା କାହା ? ସେ କହିଲା ମୁଁ କ୍ଲାସ ରୁ ବାହାରକୁ ଆସିଲି ପାଖ ରେ ଗୋଟେ ଆଉଟ ଥିଲା ସେ ଅଟୋ ରେ ମୋ ବ୍ୟାଗ ରଖିଲି ଠିକ ଏତିକି ବେଳେ ପଛରୁ ମିତା ଡାକିଲା ତୋ ଖାତା ନେଇଜା ମୁଁ ଖାତା ଆଣିବାକୁ ଗଲି ଓ ଜୋରରେ ବର୍ଷ ହେଲା , ମୁଁ ୫ ମିନିଟ ପରେ ଆସିଲା ବେଳକୁ ଅଟୋ ନାହିଁ | ମା ପଚାରିଲେ ତାର ନମ୍ବର ଦେଖିଚୁ ତାକୁ ଚିହ୍ନିଛୁ ସେ ନାଇଁ କହିଲା | ଲିନାର ବାପା ଅଫିସ ରୁ ବାହାରିଲେ ଓ ଲୀନl ପାଖରେ ପହଁଚିବାକୁ ପ୍ରାୟ ଘଂଟାଏ ଲାଗିଲା କାରଣ ବର୍ଷା ହେଉଥିଲା | ଲିନl ଓ ମିତାକୁ ଧରି ବାପା ପୋଲିସ ଷ୍ଟେସନ ଗଲେ ଓ FIR ଦେଲେ | ରିଂ କଲା ରୁ ସେ ଫୋନ ରିଂ ହେଉଥିଲା ହେଲେ କେହି ଉଠାଉ ନଥିଲେ |
ପୋଲିସ ଫୋନ ଟ୍ରାକିଙ୍ଗ ରେ ଫୋନ ର ଲୋକସନ ମିଳିଲା ତାକୁଖୋଜିବାକୁ ଗୋଟେ ପିସିଆର ବାହାରିଲା ୨ଘଣ୍ଟା ଖୋଜିଲା ପରେ ବି ସେ ଅଟୋ ମିଳିଲାନି | କୋ ଟ୍ରାକିଙ୍ଗ ରେ ବି ଦେଖା ଗଲାନି | ପୋଲିସ କl ଲି ଆସିବାକୁ କହିଲେ | ବାପl (ରାଜେଶ ବାବୁ ) ପିଲା ଦିଜଣଙ୍କୁ ଧରି ଘରକୁ ଫେରିଲେ ମିତାକୁ ତା ଘରେ ଛାଡ଼ି ନିଜ ଘରେ ପହଁଚିଲା ବେଳକୁ ରାତି ୧୦ଟା ବାଜିଲାଣି | ତାପରଦିନ ସକାଳୁ ରାକେଶ ବାବୁ ଲିନl ଫୋନ କୁ ରିଂ କଲେ | ଅନେକ ଥର ରିଂ ହେଲେ ପରେ ଅଟୋ ଵାଲା ଫୋନ ଉଠାଇଲା ଓ କହିଲା ସାର ଝିଅ ବର୍ଷା ହେଲା ରୁ ଆସିଲାନି କିଛି ସମୟ ରହି ମୁଁ ସେଠୁ ପଳାଇ ଆସିଲି | ମୁଁ ଜାଣି ନଥିଲି କି ଝିଅ ତା ବ୍ୟାଗ ଟା ଅଟୋ ରେ ଛାଡି ଚl ଲି ଯାଇଛି ବୋଲି ,ମୁଁ ଘରକୁ ଆସିଲି ଓ ଅଟୋ ରଖି ,ଭାତ ଖାଇ ଶୋଇଗଲି | ରାକେଶ ବାବୁ ପଚାରିଲେ ତମ ଘର ପାଖରେ କାଲି ପୋଲିସ ଭ୍ୟାନ୍ ଆସିଥିଲା ଜାଣିଛ ?ସେ କହିଲା ହଁ | ହେଲେ ସାର ଆପଣ ଆସି ଜିନିଷ ନେଇ ଯାନ୍ତୁ , ପୋଲିସ୍କୁ କିଛି କହିବେନି | ଠିକ ଅଛି କହି ରାକେଶ ବାବୁ ବାହାରିଲେ ଅଟୋ ଵାଲା ଘରକୁ ଝିଅକୁ ନେଇ | ସେଠି ପହଁଚିଲା ପରେ ଦେଖିଲେ ବ୍ୟାଗ ସେମିତି ଅଟୋ ପଛରେ ପଡିଛି | ଅଟୋ ଵାଲା କହିଲା ମୁଁ ଗାଡି ଷ୍ଟାର୍ଟ କଲା ବେଳେ ଦେଖିଲି ପଛରେ ବ୍ୟାଗ ଅଛି ଓ ଫୋନ ରିଂ ହେଉଛି , ତେଣୁ ଉଠାଇଲି | କିଛି ସମୟ ପରେ ପୋଲିସ ଭ୍ୟାଭ ଆସି ପହଁଚିଲା ସବୁ ସୁନୀଲ ପରେ | ପୋଲିସ ସାର ଲାପ ଟପ ବ୍ୟାଗ ନେଇ ଲୀନl କୁ ଦେଲେ ସମସ୍ତେଏକଠି ଠିଆ ହୋଇ ଗୋଟେଫଟୋଫ ନେଲେ | ପୋଲିସ ବାବୁ ଅଟୋ ଵାଲା କୁ କହିଲେ ଗାଡ଼ିରେ କିଛି ଦେଖିଲେ ପୋଲିସଷ୍ଟେସନ୍ରେ ଇନଫର୍ମ କରିବ ଓ ତାକୁ ଛାଡିଦେଲେ | ସମସ୍ତଙ୍କୁ ଧନ୍ୟବାଦ ଦେଇ ରାକେଶ ବାବୁ ଘରକୁ ଫେରିଲେ |

