STORYMIRROR

Sunanda Mohanty

Drama Horror Romance

3  

Sunanda Mohanty

Drama Horror Romance

ଏଲିଅନ

ଏଲିଅନ

2 mins
188

    ସ୍ତ୍ରୀ ଚାଲିଯିବା ପରେ ଅର୍ଦ୍ଧାଙ୍ଗିନୀ ବା ସହଧର୍ମିଣୀ ର ପ୍ରକୃତ ଅର୍ଥ ବୁଝିଥିଲେ ପର୍ଶୁରାମ ବାବୁ, ପ୍ରକୃତରେ ଶେଷ ଜୀବନରେ ସ୍ୱାମୀ ପାଇଁ ସ୍ତ୍ରୀ ଓ ସ୍ତ୍ରୀ ପାଇଁ ସ୍ୱାମୀ ର କେତେ ଯେ ଆବଶ୍ୟକତା ତାହା ଅନୁଭବୀ ପର୍ଶୁରାମ ବାବୁ ବୁଝିଲା ବେଳକୁ ନେଡି ଗୁଡ଼ କହୁଣୀ କୁ ବୋହି ଯାଇଥିଲା, ଜୀବନ ସାରା ସେ ସ୍ତ୍ରୀ ଙ୍କ କଥାକୁ ପ୍ରାଧାନ୍ୟ ଦେଇନଥିଲେ, ତ ସ୍ତ୍ରୀ ଙ୍କ କଥା ମାନି ଯେବେ ତାଙ୍କ ଅବସର କାଳୀନ ଟଙ୍କା ସବୁ ବାଂଟିଦେଇ ଥାନ୍ତେ ଆଜି ଦୁଇ ପୁଅ ବୋହୁଙ୍କ ଠୁ ପଦେ ପଦେ ଶୁଣିବାକୁ ପଡୁନଥାନ୍ତା, କି ସୁରମା ଙ୍କୁ ପ୍ରତ୍ୟକ ମୁହୂର୍ତ୍ତ ରେ ଝୁରି ହେଉନଥାନ୍ତେ, କି ନିଦ ହଜି ଯାଇ ନଥାନ୍ତା ଆଖିରୁ l

    ହଠାତ ଦୁଆରେ କେହି ଡାକିବାର ଶବ୍ଦରେ ପର୍ଶୁରାମ ବାବୁ ଦୁଆର ଖୋଲି ଦେଖନ୍ତି ସ୍ତ୍ରୀ ସୁରମା, ହେଲେ ଏ କଣ ସ୍ତ୍ରୀ ଙ୍କ ରୂପ ଏପରି ପରିବର୍ତ୍ତନ ହେବାର କାରଣ ବୁଝି ନପାରି ପର୍ଶୁରାମ ବାବୁ ପଚାରୁଥିଲେ ତୁମେ ଏମିତି ଏଲିଅନ ପରି କେମିତି ହେଲ ସୁରମା, ତ ସୁରମା କହୁଥିଲେ ମୁଁ ମଣିଷ ଦେହ ପରିତ୍ୟାଗ କରିବା ପରେ ଏଲିଅନ ରୂପେ ଜନ୍ମ ଗ୍ରହଣ କରିଛି କାରଣ ବଂଚିଥିବା ଅବସ୍ଥାରେ ଏଲିଅନ ଙ୍କ ବିଷୟରେ ଚିନ୍ତା କରି କରି ଏଲିଅନ ଟିଏ ହେବାର ଇଚ୍ଛା ମତେ ନୂଆ ଜୀବନ ଦେଇଛି, ଆଉ ସେଥିପାଇଁ ରାତିରେ ନିସ୍ତବ୍ଦ ପ୍ରହରେ ମୁଁ ତୁମ ପାଖକୁ ଆସିଛି, ତୁମେ ଯଦି ଚାହିଁବ ମୋ ସହ ଏଲିଅନ ହୋଇ ଯାଇପାରିବ l

  ହଁ ହଁ ସୁରମା ମୁଁ ତୁମ ସଙ୍ଗେ ଯିବାକୁ ଚାହେଁ, ମତେ ବି ଏ ମର୍ତ୍ତ୍ୟମଣ୍ଡଳ ରେ ଆଉ ରହିବାକୁ ଇଚ୍ଛା ନାହିଁ, ଯୋଉଠି କେବଳ ସ୍ୱାର୍ଥ ଆଉ ଅର୍ଥ ର ଲାଳସା ରହିଛି, ସେଠାରେ କ୍ଷଣେ ମାତ୍ର ରହିବାକୁ ମୋର ଇଚ୍ଛା ନାହିଁ ବରଂ ସମସ୍ତ ଅର୍ଥ ପୁଅ ଝିଅ ମାନଙ୍କୁ ଦେଇ ମୁଁ ବି ଏଲିଅନ ଟିଏ ହୋଇ ଯିବାକୁ ଚାହେଁ, ଯେଉଁ ମାନଙ୍କର ଜାତି ମାନବିକତା, ଧର୍ମ ପରୋପକାର ଓ ବର୍ଣ୍ଣ ସମନୋୟ ଓ ଗୋତ୍ର ଭାଇଚାରା ଭିତରେ ପର୍ଯ୍ୟବେସିତ, ତ ସୁରମା ବଢ଼ାଇ ଦେଲେ ନିଜ ସାଥିରେ ଆଣିଥିବା ଉଇଲ ଟିକୁ, ଆଉ ସୁରମା ଙ୍କ ସାଥିରେ ଏଲିଅନ ଟିଏ ହୋଇ ଚାଲିଗଲେ ସବୁଦିନ ପାଇଁ l

  ସକାଳେ ସମେସ୍ତେ ଦେଖିଲେ ପର୍ଶୁରାମ ବାବୁଙ୍କ କବାଟ ଖୋଲା ରହିଛି ଆଉ ହାତରେ ଉଇଲ ଟି ଧରି ଚିରନିଦ୍ରାରେ ଶୋହୋଇଯାଇଛନ୍ତି ସେ, ଆଉ ଘର ସାରା କିଛି ଅଜଣା ପାଦ ଚି଼ହ୍ନ, ତାହା କାହାର କେହି କହିପାରୁନଥିବା ବେଳେ ସବା ସାନ ନାତି ଏଲିଅନ ର ହେଇପାରେ କହୁଥିଲା ଯାହା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama