Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Satyabati Swain

Drama Inspirational

3  

Satyabati Swain

Drama Inspirational

ଏକୁଟିଆ ବାଆଁରା

ଏକୁଟିଆ ବାଆଁରା

3 mins
169


ପିଲାଦିନେ ସାଙ୍ଗ ମାନେ ମୋତେ ଚିଡାଉଥିଲେ- ଏକୁଟିଆ ବାଆଁରା,ମୁଣ୍ଡି ମୁଣ୍ଡି ସାଆରା,ଘୁଅ ଖାଇ ପାରା।


ମୋର କିନ୍ତୁ ଫରକ୍ ପଡୁ ନଥିଲା ଯିଏ ଯେତେ ଯାହା କହିଲେ କି ଚିଡ଼େଇଲେ ବି।ମୋ ବାବା ମାମାଙ୍କୁ ଟିକେ ଖରାପ ଲାଗୁଥିଲା।ମା ସବୁବେଳେ ଉସ୍କେଉଁଥିଲା ଯାଉନୁ ସାଙ୍ଗ ହେବୁ,ଖେଳିବୁ,ପଢିବୁ।ମୁଁ କିନ୍ତୁ କାହା କଥା ଶୁଣୁ ନଥିଲି।


କାରଣ ମୁଁ ମୋ ନିଜ ଭାବନା ଦୁନିଆଁରେ ମଜଗୁଲ୍ ହେଉଥିଲି।କିଏ ,କଣ,କହୁଛି କି ଭାବୁଛି ସେପାଇ ଚିନ୍ତା କରୁ ନଥିଲି।ନୀରବ,ନିର୍ଜନ ଓ ନିଃଶବ୍ଦ ପରିବେଶ ମୋତେ ଅଧିକ ଆନନ୍ଦ ଦିଅନ୍ତି।ମନ ଖୋଲି ଲେଖି ପାରେ,ପଢିପାରେ ବି।ନା ମୁଁ କାହାର ସାଙ୍ଗ ଥିଲେ ନା କେହି ମୋର।


କିନ୍ତୁ ଆଜି ସକାଳୁ ସକାଳୁ ଏ ବ୍ୟତିକ୍ରମ..


ଫୋନ୍ ଖୋଲିଲା ବେଳକୁ ହଜାର ହଜାର ମେସେଜ୍।ଆଶ୍ଚର୍ଯ୍ୟ ହହୋଇଗଲି ମୁଁ।ଦିନେ କେହି ତ ମନେ ପକାନ୍ତି ନାହିଁ ମୋତେ।ଆଜି କଣ ହୋଇଛି କି?କାହାର ହୋଇ ଥାଇ

ପାରେ ଏ ମେସେଜ୍?ମେସେଜ୍ ଗୁଡିକୁ ଦେଖି ଟିକେ ହସି ପକାଇଲି।ଏତେ ଦିନେ ତାହେଲେ ଲୋକେ ବୁଝିଲେ ମୋତେ!ହେଉ ଡେରିରେ ହ ପଛେ ବୁଝିଲେ ତ...ଏଇ ଗୁଣ ପାଇଁ ବହୁତ ଅପମାନିତ ହୋଇଛି ମୁଁ ସବୁ ବୟସରେ ସବୁ ସମୟରେ ସମସ୍ତଙ୍କ ଠାରୁ।ଆଜି ମୁହଁ ମୋଡୁଥିବା ସେଇ.. ସେଇ ମାନେ ଗଦେଇ ପକେଇ ଛନ୍ତି ଏତେ ଶୁଭେଚ୍ଛା!ମନେ ପଡିଲା ମୋର..


ପିଲାଦିନେ ଘରଠାରୁ ବାହାର ଯାଏ ସଭିଏଁ କହୁଥିଲେ ମୀନୁ ତୁ ଭାରି ରୁମୁ ଟୁଙ୍ଗେଇଟା। ଗର୍ବୀ ଟା ବି । ଭଲ ପଢୁଛୁ,ପୁଣି ଭଲ ଲେଖା ଲେଖିବି କରୁଛୁ।ସାର୍ ମାମ୍ ତୋତେ ଟିକେ କଣ ପ୍ରଶଂସା କରୁଛନ୍ତି ତ ସେଇଥିପାଇଁ ତୋର ମୁଣ୍ଡ ସ୍ଵର୍ଗରେ ବାଜୁଛି।ସୁଦୁ କଞ୍ଚା ଫୁଲେଇଟା।କାହା ସଂଗେ ସାଙ୍ଗ ହେଉନୁ କି ଗପୁନୁ।କେଜାଣି ଏକା ଏକା କେମିତି ପଶିଥାଉ ରାତିଦିନ ଘରଟାରେ ବନ୍ଦୀ ହୋଇ।ତୋତେ ଚିଡି ଲାଗେନି?କୁହନ୍ତି ଘର ଓ ବାହାର ଲୋକେ।


ସ୍କୁଲରେ ବି ସେମିତି।ବସିଥିବି ଚୁପ୍ ଚାପ୍।ବାହାରକୁ ଯିବି ତ ଏକା।ଟିଫିନି ଖାଇବି ବି ଏକା ଏକା।ଖେଳ ନାହିଁ କି ମେଳ।ଥଟ୍ଟା ମଜା ତ ଜମା ମୋ ଦେହରେ ଯାଏନି।ପିଲାଙ୍କ କିଛି ଗୁଣ ମୋ ପାଖେ ନାହିଁ ବୋଲି ଟିପ୍ପଣୀ ଦିଅନ୍ତି।କିନ୍ତୁ ମୁଁ ସବୁବେଳେ ସଫା ଟପା।ଧୋଉଥିବି ହାତ ଗୋଡ଼ ହଜାର ଥର।ଧୋଇ ଧୋଇ ହାତ ଗୋଡ଼ ମୋର ଶେତା ପଡିଯାଏ।କି ଅଦ୍ଭୁତ ଏ ମୀନୁଟି ବୋଲି ସଭିଏଁ ଚକିତ ହୁଅନ୍ତି ମୋତେ ନା ପସନ୍ଦ କରି।


ଏଣୁ ଏଇ ଗୁଣ ପାଇଁ ପିଲାଦିନେ ଭଲ ସାଙ୍ଗ ଟିଏ ବି କରି ପାରିନି ସତରେ ମୁଁ।


କଲେଜରେ ଆହୁରି ଗମ୍ଭୀର ଆହୁରି ଚୁପଚାପ ମୋ ବ୍ୟକ୍ତିତ୍ୱ ବଢ଼ାଇଲା ସତ ହେଲେ ଏଇ ଏକୁଟିଆ ଗୁଣ ଯୋଗୁଁ ଗୋଟେ ବି ବନ୍ଧୁ କରି ପାରିଲି ନାହିଁ।


ବୋହୁ ହେଲା ପରେ ଶାଶୁ ଘର ଲୋକେ ବି ଚୁପି ଚୁପି କଥା ହେଲେ-ବଡ଼ ସ୍ୱାଇଁ ଘର,ମୋ ଶାଶୁ ଘରକୁ ବଡ଼ ସ୍ୱାଇଁ ଘର କୁହନ୍ତି ;କେମିତିକା ବୋହୁଟିଏ ଆଣିଛନ୍ତି ମାଟି ଗଦା ପରି ଚୁପ୍ ଚାପ୍ ବସୁଛି।କଥା ନାହିଁ କି ହସ।କିଏ ଯେମିତି ତାର ହଜାରେ ଷାଠିଏ ଧାରିଛି କି ଖାଇଛି।ନିଜ ବେଡ୍ ରୁମ୍ ରୁ ଟିକେ ବି ପଦାକୁ ଗୋଡ଼ କାଢୁନି।ଏକ ଶିଙ୍ଘା ବୋହୁ ଟା।ବଡ଼ କଲେଜରେ ପଢ଼ିଛି ପୁଣି ଅଧିକ ପଢ଼ିଛି ବୋଲି ଭାରି ଗଉ।କାହା ସାଙ୍ଗେ କଥା ବି ହେଉନାହିଁ।


ଗୋଡ଼ ହାତ ବାରମ୍ବାର ଧୁଏ ବୋଲି ବି ଟୁପୁ ଟୁପୁ ହୁଅନ୍ତି।ଏତିକି ଗୋଡ଼ ହାତ ଧୋଉଛି।ଖଣ୍ଡେ ସାବୁନ ଦି ଦିନ ଯାଉନି।ସ୍ୱର୍ଗ ଅପ୍ସରୀ ଟା ତ।


ମିଷ୍ଟରଙ୍କ ସଂଗେ ଆସି ସହରରେ ରହିଲି।ଭଡା ଘର।ପାଣିର ହିସାବ ରଖି ପାରିଲି ନାହିଁ।ଦିନେ ଦିନେ ଅଗାଧୁଆ ରହିଲି।ମିଷ୍ଟର କୁହନ୍ତି ଯାଉଁ ଆସୁ ଗୋଡ଼ ହାତ ଧୋଇବ,ପାଣି ନଷ୍ଟ କରିବ ତ ଏମିତି ଭୋଗିବ।ଏଇଟା ଗାଁ ନୁହେଁ କି ଏଠି ବାଡ଼ି କୂଅ କି ଗାଡ଼ିଆ ନାହିଁ,ମନ ଇଚ୍ଛା ପାଣି ବ୍ୟବହାର କରିବ।ଟିକେ ଟିକେ କାମରେ ଏତେବାର ହାତ କଣ ଧୋଉଛ?


କିନ୍ତୁ ଆଜି ସେଇ ପିଲା ଦିନ ସାଙ୍ଗ,କଲେଜ ସାଙ୍ଗ ଓ ଶାଶୁ ଘର ପାଖ ଲୋକେ ଗଦେଇ ପକାଇ ଛନ୍ତି ମେସେଜ୍।


ସମସ୍ତେ ପ୍ରଶଂସା କରୁଛନ୍ତି ମୋ ଅଭ୍ୟାସକୁ।


କରୋନା ଭୟରେ ଆମେ ସପରିବାର ଗାଁରେ ମୋ ଶାଶୁ ମାଙ୍କ ପାଖରେ।


ହଇରେ କୁନା;ମୋ ମିଷ୍ଟରଙ୍କ ଡାକ ନାମ, ମୋ ବୋହୁର ତ ଭଲ ଅଭ୍ୟାସ।ଆମେ ଅଯଥାରେ ଚିଡୁଥିଲୁ।ବୁଝିଲୁ ଲକ୍ଷ୍ମୀ;ଶାଶୁ ଘର ନା ମୋର ଲକ୍ଷ୍ମୀ ତୁ କଣ ପିଲାଦିନୁ ଜାଣିଥିଲୁ କରୋନା ଆସିବ,ପୃଥିବୀକୁ ଧ୍ୱଂସ କରିବ କି?


ହୋ ହୋ ହୋଇ ହସି ଉଠିଲେ ସମସ୍ତେ।


ହୁଁ ଏମିତି ମୋତେ ବି ଲାଗୁଛି ମା ;ଆହୁରି ଟିକେ ମା ଙ୍କ ସଂଗେ ଯୋଡି ପଡି କହିଲେ ମୋ ମିଷ୍ଟର।


କାହିଁକି ନା କ ରୋ ନା କହୁଛି ଏକା ରୁହ,ଆବଦ୍ଧ ରୁହ,ବାହାରକୁ ଯାଅନି କି ସାଙ୍ଗ ମେଳ କରନି।ଭିଡ଼ କୁ ଯାଅ ନାହିଁ ।ହାତ ଧୁଅ ବାରମ୍ବାର।ମୁହଁରେ ରୁମାଲ କି ମାସ୍କ ବାନ୍ଧ।


ମୋ ମିଷ୍ଟର ଏବେ ଭାରି ତତ୍ପର ହାତ ଧୋଇବାକୁ।ସେ ଏବେ ନିଜେ ଗୋଟେ ଘରେ ଏକା ରହୁଛନ୍ତି।ଦୁଇ ପୁଅକୁ ନିଜ ନିଜ ରୁମ ବାହାରକୁ ନ ବାହାରିବାକୁ ଉପଦେଶ ଦେଉଛନ୍ତି।

 

ସେ ଅପେକ୍ଷାକୃତ ଟିକେ ଅଧିକ ଗମ୍ଭୀର କହିଲେ କ ରୋ ନାକୁ ତୁମେ ହିଁ ଜିତିବ,ବୁଝିଲ ମିସେସ୍ ସ୍ୱାଇଁ।


ମୁଁ ହସି ହସି କହିଲ ହେଉ ରୁହ ରୁହ ଦୁରେଇ।ମୁହଁରେ ରୁମାଲ ଦିଅ।ଏବେ ବୁଝିଲ ତ ଏକା ରହିବା,ଗୋଡ଼ ହାତ ଧୋଇବା ଗୋଟେ ରୁଗ୍ଣ ମାନସିକତା ନୁହେଁ,ଏହା ଏକ ସ୍ୱାସ୍ଥ୍ୟକର ଅଭ୍ୟାସ।


ସେ ବି ହସି ହସି ହାତ ଯୋଡି କହିଲେ ହଁ ହଁ ବୁଝିଲି,ଆଉ ଭୁଲ୍ ହେବ!


ମୋ ମିଷ୍ଟର ପୁଣି କହିଲେ ବିଶ୍ୱ ମୁଣ୍ଡ ଖରାପ କରି ଦେଲାଣି ଏ କ୍ ରୋ ନା।ଆରେ ପିଲେ ତୁମେ ତୁମ ବନ୍ଧୁ ମାନଙ୍କୁ ସତର୍କ କରି ଦିଅ,ଲକ୍ ଡାଉନ ହୋଇ ରୁହନ୍ତୁ।ମା ତୁ କାହା ଘରକୁ ଯାଆନା କି ଆମ ଘରକୁ କାହାକୁ ଆସିବାକୁ ଦେ ନି।କ ରୋ ନା ମାତିଛି ମା।

ମା ଜାଣିଛୁ ନା ନାହିଁ ଏ ଏମିତି ରୋଗ ଯାହା ଔଷଧ ନାହିଁ।କେବଳ ନିଜେ ସଚେତନ ହେଲେ ହି ୟାକୁ ପାରିବ।ନଚେତ ଏ ନିମିଷେ ହଜାର ହଜାର ଜୀବନ ନେଇଯିବ।


ମୁଁ କହିଲି ଗୋଟେ କଥା କରିବା ଆମର ଯେଉଁ ପୁରୁଣା ମାଇକି ଟା ଥିଲା ଆମ ଘରେ ବସି ସେଥିରେ କହି ଆମ ଅଞ୍ଚଳ ଲୋକଙ୍କୁ ସଚେତନ କରିବା କରୋନା ପାଇଁ ସେମାନେ କଣ କରିବେ।


ମିଷ୍ଟର କହିଲେ ଵଃ ଏକଦମ ସୁନ୍ଦର କଥା।କାହା ପାଖକୁ ନ ଯାଇ ବି ଲୋକଙ୍କ ପାଖେ ପହଞ୍ଚିହେବ।


ମୁଁ ମନେ ମନେ କହିଲି ଏବେ ଏକୁଟିଆ ବାଆଁରା ହେବାର ସମୟ ଆସି ଯାଇଛି ସଭିଙ୍କୁ।


Rate this content
Log in

More oriya story from Satyabati Swain

Similar oriya story from Drama