Trushna Das

Drama Tragedy Inspirational

4.2  

Trushna Das

Drama Tragedy Inspirational

ଏଦେହ ମିଶି ଯାଉ ଏ ମାଟି ମାଆ କୋଳରେ

ଏଦେହ ମିଶି ଯାଉ ଏ ମାଟି ମାଆ କୋଳରେ

4 mins
57


ଆରତୀ ଦେବୀ ଆଉ ଶ୍ୟାମ ବାବୁ ବୃଦ୍ଧ ଦମ୍ପତ୍ତି। ତାଙ୍କର ଦୁଇଟି ପୁଅ ଓ ଏକ କନ୍ୟା। ତିନି ଜଣଜାକ ପାଠ ପଢି ଭଲ ଚାକିରୀ କରିଛନ୍ତି ଏବଂ ବିବାହ କରି ସହରରେ ରହୁଛନ୍ତି। 


ଶ୍ୟାମ ବାବୁ ଜଣେ ଶିକ୍ଷିତ ବ୍ୟକ୍ତି। ଚାକିରୀ ନ ମିଳିବାରୁ ସେ ଗାଁରେ ରହି ଚାଷବାସ କରି ଚଳିଛନ୍ତି। ପାଠ ପଢିଥିବାରୁ ଚାଷ କାର୍ଯ୍ୟ ଉନ୍ନତ ଧରଣର କରିଛନ୍ତି। କମ ଖର୍ଚ୍ଚରେ ବେଶୀ ଫସଲ ଉପାର୍ଜନ କରିଛନ୍ତି।ଏହା ଫଳରେ ସେ ଭଲ ବ୍ୟବସାୟ ମଧ୍ୟ କରି ପାରିଛନ୍ତି ଗ୍ରାମରେ। 


ଶ୍ୟାମ ବାବୁଙ୍କ ବାହାଘର ସମୟରେ ତାଙ୍କ ଆର୍ଥିକ ଅବସ୍ଥା ଆଦୌ ଭଲ ନ ଥିଲା। ତାପରେ ତିନୋଟି ସନ୍ତାନକୁ ମଧ୍ୟ ବହୁତ କଷ୍ଟରେ ଶ୍ୟାମ ବାବୁ ଆଉ ଆରତୀ ଦେବୀ ପାଠ ପଢାଇଛନ୍ତି, ଅଭାବ ଥିଲେ ମଧ୍ୟ। ତାପରେ ଆସ୍ତେ ଆସ୍ତେ ଶ୍ୟାମ ବାବୁଙ୍କ ଆର୍ଥିକ ଅବସ୍ଥା ପରିବର୍ତ୍ତନ ହୋଇଛି। ସେ ଏବେ ଜଣେ ବଡ଼ ବ୍ୟବସାୟୀ।


ଶ୍ୟାମ ବାବୁ ନିଜ ଗ୍ରାମକୁ ବହୁତ ଭଲ ପାଆନ୍ତି। ସେଥିପାଇଁ ସେ କେବେ ବି ନିଜର ଗାଁକୁ ଛାଡ଼ି କି ଯିବାକୁ ଚାହିଁ ନାହାନ୍ତି। ସେ ସ୍ତ୍ରୀ ଆରତୀ ଦେବୀଙ୍କୁ ଖୁସିରେ ଆରୁ ଡାକନ୍ତି।


ଆରତୀ ଦେବୀ ବେଳେ ଶ୍ୟାମଙ୍କୁ କୁହନ୍ତି ଚାଳନା କିଛି ଦିନ ଛୁଆମାନଙ୍କ ସହ ରହିକି ଆସିବା।ଶ୍ୟାମ ବାବୁ କୁହନ୍ତି ଆରୁ ଆଜି ଆମେ ଆଜି ଯାହା ଅଛୁ ଏ ମାଟି ମାଆ ପାଇଁ। ମୋତେ କେବେ ବି ମୋ ମାଟି ମାଆ ଠାରୁ ଅଲଗା ହେବାକୁ କହିବ ନାହିଁ। ଆରତୀ ଦେବୀ ବେଳେ ବେଳେ ରାଗି ଯାଇ କୁହନ୍ତି ବୁଢ଼ା ହୋଇ ଗଲଣି ତଥାପି ଏ ଗାଁକୁ ଧରି ବସିଛ। କେବଳ ଏ ଗାଁକୁ ଭଲ ପାଅ। ଛୁଆମାନଙ୍କୁ କଣ ତୁମେ ଭଲ ପାଅ କି? ଏହା ଶୁଣି ଶ୍ୟାମ ବାବୁ କୁହନ୍ତି ଦେଖ ଆରୁ ଜଦି ଆମ ପିଲାମାନେ ଆମକୁ ଭଲ ପାଆନ୍ତି ତେବେ ସେ ନିହାତି ବର୍ଷରେ ଥରେ ହେଲେ ବି ଆମ ପାଖକୁ ଆସି ଥାନ୍ତେ। 


ଆରତୀ ଦେବୀ କୁହନ୍ତି ପିଲାମାନେ ପରା କାମରେ ବ୍ୟସ୍ତ ଅଛନ୍ତି। ଛୁଟି ଥିଲେ ସିନା ଆମ ପାଖକୁ ଆସି ଥାନ୍ତେ। 


ଶ୍ୟାମ ବାବୁ କୁହନ୍ତି ଠିକ ଅଛି। ତୁମ ଯାଅ ବୁଲି କି ଆସିବ ପିଲମାନଙ୍କ ପାଖରୁ। ଆରୁ ମୋତେ କେବେ ବି ମୋର ମାଟି ମାଆ ଠାରୁ ଅଲଗା ହେବାକୁ ଦେବନି। ମୋ ଇଚ୍ଛା ଏ ଦେହ ମିଶି ଯାଉ ଏ ମାଟି ମାଆ କୋଳରେ।


 ଯେତେବେଳେ ବି ଶ୍ୟାମ ବାବୁ ଯାହା ବି ସମ୍ପତ୍ତି କିଣନ୍ତି ଆରତୀ ଦେବୀ କୁହନ୍ତି ତିନି ପିଲାଙ୍କ ନାମରେ ସମାନ ଭାଗ କରିବାକୁ। କାରଣ ଭବିଷ୍ୟତରେ ନ ହେଲେ ସମ୍ପତ୍ତି ପାଇଁ ପୁଣି ତିନି ଜଣଙ୍କ ଭିତରେ ଦ୍ୱନ୍ଦ ହେବ।ଶ୍ୟାମ ବାବୁ ଯଦି ଆପତ୍ତି କରୁଥିଲେ ସେ ଶ୍ୟାମ ବାବୁଙ୍କ ଉପରେ ଅଭିମାନ ମାରୁ ଥିଲେ।ଶେଷରେ ଶ୍ୟାମ ବାବୁ ତାଙ୍କ ଆରୁ କଥାରେ ରାଜି ହୋଇ ଯାଉଥିଲେ।


ଏମିତି ବହୁ ହସ ଖୁସିରେ କଟୁ ଥିଲା ଦିନ ଶ୍ୟାମ ବାବୁ ଆଉ ଆରତୀ ଦେବୀଙ୍କର।ହଠାତ୍ ଦିନେ ସକାଳୁ ଉଠିଲା ବେଳକୁ ଆରତୀ ଦେଖନ୍ତି ଶ୍ୟାମ ବାବୁ ଆଉ ଉଠୁ ନାହାନ୍ତି। ସେ ଏ ଦୁନିଆ ଛାଡ଼ି ସବୁ ଦିନ ପାଇଁ ଚାଳି ଯାଇଛନ୍ତି। ଆରତୀ ଦେବୀ ପୁରା ଦଃଖରେ ଭାଙ୍ଗି ପଡିଛନ୍ତି ।ଗାଁରେ ସେ ଦିନ ରୋଷେଇବାସ ବନ୍ଦ। ସମସ୍ତଙ୍କ ଆଖିରୁ ଅଶ୍ରୁ ବହି ଯାଉଛି। 


ପିଲାମାନେ ଖବର ପାଇ ଆସି ଶୁଦ୍ଧି କାମ କରିଛନ୍ତି।ତେର ଦିନରେ ସମସ୍ତେ ପଳାଇବାକୁ ପ୍ରସ୍ତୁତ ହୋଇଛନ୍ତି। 


ପିଲାମାନେ ଆସି ଯିବା ଆଗରୁ ଆରତୀ ଦେବୀଙ୍କୁ କହିଛନ୍ତି ଆମେ ଲୋକ ଠିକ କରୁଛୁ ସବୁ ଜାଗାବାଡି ଆଉ ବାପାଙ୍କ ବ୍ୟବସାୟ ବିକ୍ରି କରିବା ପାଇଁ। କାହିଁକି ନା ଏ ସବୁ ଗାଁକୁ ଆସି କିଏ ବୁଝିବ। ଆଉ ତୁମର କିଛି ଅସୁବିଧା ହେବ ନାହିଁ। ଆମେ ଏବେ ସହରକୁ ଯାଇ ତୁମ ଗୋଟିଏ ଭଲ ବୃଦ୍ଧ ଆଶ୍ରମ ଠିକ କରି ଦେବୁ। ମଝିରେ ମଝିରେ ଆମେ ପାଳି କରି ସେଠାକୁ ଯାଇ ତୁମ କଥା ବୁଝି ଦେବୁ।


 ଏ କଥା ଶୁଣି ଆରତୀ ଦେବୀ ପୁରା ଭାଙ୍ଗି ଯାଇ ଭୋ ଭୋ ହୋଇ କାନ୍ଦୁଛନ୍ତି।ପିଲାମାନେ ଯେ ପୁରା ବଦଳି ଯାଇଛନ୍ତି, ସେ ବିଶ୍ୱାସ ବି କରିପାରୁ ନାହାନ୍ତି। ତେର ଦିନ ଯାକ ପିଲାମାନେ କେହି ବି ଆସିକି ତାଙ୍କୁ ପଚାରି ନାହାଁନ୍ତି ମାଆ ତୁମେ କେମିତି ଅଛ, ଖାଇଲ କି ନାହିଁ। ସବୁ ନିଜ ନିଜ ଜୀବନରେ ବ୍ୟସ୍ତ।ବରଂ ଗାଁର ଲୋକମାନେ ଆସି ତାଙ୍କ କଥା ବୁଝନ୍ତି। 


ଆରତୀ ଦେବୀଙ୍କୁ ସେ ଗାଁ ଛାଡ଼ି ଯିବାକୁ ଇଚ୍ଛା ନାହିଁ।ହେଲେ କରିବେ କଣ ସବୁ ସମ୍ପତ୍ତିକୁ ତ ସେ ନିଜେ ଜିଦି କରି ମିଛ ମାୟାରେ ବାନ୍ଧି ହୋଇ ପିଲାମାନଙ୍କ ନାମରେ କରାଇଛନ୍ତି। ଏବେ ପିଲାମାନେ ଯାହା କହିବେ ସେ ମାନିବାକୁ ବାଧ୍ୟ। 


ପିଲାମାନେ ନିଜ ନିଜ ଜିନିଷପତ୍ର ନେଇ ଯିବାକୁ ବାହାରୁଛନ୍ତି। ଠିକ ସେତିକିବେଳେ ଶ୍ୟାମ ବାବୁଙ୍କ ଓକିଲ ଆସି ପହଞ୍ଚିଛନ୍ତି। ସେ ଆସି କହିଛନ୍ତି ସବୁ ସମ୍ପତ୍ତି ଶ୍ୟାମ ବାବୁ ଆରତୀ ଦେବୀଙ୍କ ନାମରେ କରିଛନ୍ତିା ଆଉ ଯଦି ଆରତୀ ଦେବୀ ପରେ ଚାହିଁବେ ତେବେ ସେ ସବୁ ପିଲାମାନଙ୍କ ନାମରେ କରିପାରିବେ। 


ଏହା ଶୁଣି ପିଲାମାନେ ରଙ୍ଗ ବଦଳିବା ପରି ଆସି ମାଆ ଆରତୀ ଦେବୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଆରତୀ ପିଲାମାନଙ୍କୁ ଏବେ ଭଲ ଭାବରେ ଚିହ୍ନି ଯାଇଛନ୍ତି। 


ଆରତୀ ଦେବୀ ପିଲାମାନଙ୍କୁ ମନା କରି କହିଲେ ମୋର କିଛି ସମ୍ପତ୍ତି ବିକ୍ରି କରିବା ନାହିଁ। ତୁମେମାନେ ବାପା ମାଆ ନୁହେଁ ସମ୍ପତ୍ତିକୁ ଭଲ ପାଅ। ତୁମ ବାପା ତୁମକୁ ଯେତିକି ପାଠ ପଢାଇ ତୁମକୁ ଯେଉଁ ଜାଗାରେ ପହଞ୍ଚାଇଛନ୍ତି ତୁମେମାନେ ଖୁସିରେ ଚଳି ପାରିବ। ବୋଧେ ତୁମ ବାପା ତୁମମାନଙ୍କୁ ଭଲ ଭାବରେ ଚିହ୍ନି ପାରିଥିଲେ।ସେଥିପାଇଁ ଯିବା ଆଗରୁ ମୋ ପାଇଁ ବ୍ୟବସ୍ଥା କରିଛନ୍ତି। 


ତୁମେମାନେ ଯାଅ ତୁମ ଘରକୁ। ମୁଁ ମରିଗଲା ପରେ ଏ ସମ୍ପତ୍ତି କିଛି ତୁମମାନଙ୍କ ନାଁରେ ହେବ, କିଛି ଗାଁର ଉନ୍ନତିରେ ଲାଗିବ। ମୁଁ ମରିବା ଆଗରୁ ଆମ ଘରେ ବୃଦ୍ଧାଶ୍ରମ ଖୋଲିବି ଯେଉଁଠି ତୁମ ପରି ପିଲାଙ୍କ ଠାରୁ ବିତାଡ଼ିତ ହୋଇ ଆସୁଥିବା ବାପାମାଆମାନେ ରହିବେ। ସେ ଆଶ୍ରମ ତୁମ ବାପା କରି ଯାଇଥିବା ବ୍ୟବସାୟ ଆୟରୁ ଚଳିବ।

 

ପିଲାମାନେ ଆରତୀ ଦେବୀଙ୍କୁ ବୁଝାଇବାକୁ ଚେଷ୍ଟା କରିବାରୁ ସେ କହିଲେ ତୁମେମାନେ ଯାଅ।ମୋତେ ଛାଡ଼ି ଦିଅ ସବୁ। ମୋ ଏ ଦେହ ମିଶି ଯାଉ ଏ ମାଟି ମାଆ କୋଳରେ କହି ନିଜ ସ୍ୱାମୀଙ୍କ ଫୋଟ ଧରି ଭୋ ଭୋ ହୋଇ କାନ୍ଦିଛନ୍ତି। 


ପିଲାମାନେ ନିଜ ଭୂଲ ବୁଝି ପାରିଛନ୍ତି। ଆରତୀ ଦେବୀଙ୍କୁ କ୍ଷମା ମାଗି ଲାଜରେ ମୁଣ୍ଡ ନୁହାଇ ପଳାଇଛନ୍ତି। 


ଆରତୀ ଦେବୀ ଗାଁରେ ବୃଦ୍ଧାଶ୍ରମ କରି ସ୍ୱାଧୀନ ଭାବରେ ବାକି ଜୀବନ ନିଜର ଭଲରେ କଟାଇଛନ୍ତି। ଆରତୀ ଦେବୀଙ୍କୁ ସବୁବେଳେ ତାଙ୍କ ସ୍ୱାମୀଙ୍କ ଗୋଟିଏ କଥା ମନେ ପଡ଼େ ଯେ ଏ ଦେହ ମିଶି ଯାଉ ଏ ମାଟି ମାଆ କୋଳରେ।


Rate this content
Log in

Similar oriya story from Drama