Trushna Das

Drama Tragedy Classics

3  

Trushna Das

Drama Tragedy Classics

ଏ କେମିତି କା ବନ୍ଧନ (ଭାଗ:1)

ଏ କେମିତି କା ବନ୍ଧନ (ଭାଗ:1)

4 mins
237


ସିଆ ଆଜି ସନ୍ଧ୍ୟାରେ ମୁହଁ ଶୁଖାଇ ବସିଛି। ଆଖି ତାର ଛଳ ଛଳ।ଯେମିତି କି କାହାକୁ ଧରି ସେ ଭୋ ଭୋ ହୋଇ କାନ୍ଦିବ। କ'ଣ ଖେଳ ଖେଳିଲା ତା ସହ.... ଦୋଷ କ'ଣ ଥିଲା ତାର। ସେ ତ ଖୁସିରେ ବାପା ମାଆ ଯାହା ସହ ବାହାଘର ସ୍ଥିର କଲେ ତା ସହ ବିବାହ କରି ଶାଶୁଘରକୁ ଗଲା..... ହେଲେ ଆଜି କାହିଁକି ସେ ତା ବାପ ଘରେ ଅଛି। ସ୍ୱାମୀ ଥାଇ ବି ତା ହାତରେ ଶଙ୍ଖା ନାହିଁ କି ମଥାରେ ସିନ୍ଦୁର ନାହିଁ.....ଡିଭର୍ସ ବି ହୋଇ ନାହିଁ..... ଏ କେମିତି କା ବନ୍ଧନ..... ଭାଗ୍ୟ ଏ କ'ଣ ଖେଳ ଖେଳିଲା। ଏମିତି ଅତୀତ ଅନେକ ପ୍ରଶ୍ନର ଉତ୍ତର ଖୋଜୁ ଥାଏ ସିଆ ନିଜ ଭିତରେ। 


ସିଆ ନିଜ ଶୋଇବା ଘରେ ବସି ଭଗବାନଙ୍କ ଫୋଟୋକୁ ଦେଖି ନିଜକୁ ଧିକ୍କାର କରୁଥାଏ.... କ'ଣ ପାଇଁ ଆଜି ବି ସେ ଅମଣିଷ ପାଇଁ ଛଟପଟ ହେଉଛି।ନିଜେ ଗୋଟିଏ ଶିକ୍ଷିତ ଝିଅ..... ସେ ଗୋଟିଏ ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀ..... ଚାକିରୀଟି ତାର Govt ହୋଇ ନାହିଁ ସତ.... କିନ୍ତୁ ଆଜି ନ ହେଲେ ବି କାଲି Govt ହେବ। ବିଦ୍ୟାଳୟରେ, ସମାଜରେ ସମସ୍ତେ ତାର କେତେ ପ୍ରଶଂସା କରନ୍ତି..... ତାର ବ୍ୟବହାର ଆଉ ତାର ସଂସ୍କାର ପାଇଁ। କିନ୍ତୁ ତା ସ୍ୱାମୀ ରାଘବ ତା ସହ କଲେ କ'ଣ..... କେମିତି ସେ ଲୋକଟା ପଶୁ ପାଲଟି ଗଲା..... ଏ କେମିତି କା ବନ୍ଧନ..... ତାର ଧକା ଆଜି ସିଆକୁ ପୁରା ଭାଙ୍ଗି ଦେଇଛି। 


ସିଆ ଭଗବାନଙ୍କ ଫୋଟୋକୁ ଦେଖି ଆଖି ଛଳଛଳ କରି କାଠ ପରି ବସିଛି।ଠିକ ସେତିକିବେଳେ ତାର ମାଆ ଦୁର୍ଗା ଦେବୀ ତା କୋଠରୀକୁ ଆସିଛନ୍ତି। ଝିଅ ସିଆର ଏମିତି ଅବସ୍ଥା ଦେଖି ତାଙ୍କ ହୃଦୟ କାନ୍ଦି ଉଠୁଛି। 


ସିଆର ମାଆ ସିଆ ପାଖକୁ ଯାଇ ତାକୁ ପଚାରିଲେ କ'ଣ ହେଇଛି.... ତୁ ପୁଣି କ'ଣ ପାଇଁ ଏମିତି ମୁହଁ ଶୁଖାଇ ବସିଛୁ।


ସିଆ ମାଆକୁ ଜାବୁଡ଼ି ଧରି ଛୋଟ ପିଲା ପରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ମାଆ ମୋର ଦୋଷ କ'ଣ ଥିଲା.... କାହିଁକି ମୋ ସହ ଏ ସବୁ ଘଟିଲା..... ମୁଁ ତ ରାଘବଙ୍କ ସହ ଘର ସଂସାର କରିବାକୁ ଯାଇ ଥିଲି....ହେଲେ ଆଜି ମୁଁ ହାରି ଗଲି ବୋଉ... ସେ ଲୋକ ବିଲକୁଲ ବଦଳିଲେ ନାହିଁ। 


ଦୁର୍ଗା ଦେବୀ ସିଆର ଦୁଃଖ ବୁଝି ପାରୁ ଥାଆନ୍ତି.... ହେଲେ ଗତ ସାତ ମାସ ହେଲାଣି ସିଆକୁ ବୁଝେଇ ବୁଝେଇ ବିରକ୍ତ ହୋଇଗଲେଣି। ସେ ବିରକ୍ତ କହିଲେ ସିଆ ତୁ କ'ଣ ପାଇଁ ଏମିତି ହେଉଛୁ। କ'ଣ ସ୍ୱାମୀ ବିନା ବଞ୍ଚି ହୁଏ ନାହିଁ। ଯିଏ ତୋ ପ୍ରେମର ମୂଲ୍ୟ.... ତ ସହ ସମ୍ପର୍କର ମୂଲ୍ୟ ବୁଝି ପାରିଲା ନାହିଁ.... ତୁ ଆଜି ତା ପାଇଁ କାହିଁକି କାନ୍ଦୁଛୁ।ତୁ ମନେ ପକା ତୋର ଛୋଟ ବେଳ କଥା।ତାପରେ ବି ତୁ ଯଦି ତା ପାଇଁ କାନ୍ଦିବୁ.....ତାହା ହେଲେ ମୋର ଆଉ କିଛି କହିବାର ନାହିଁ। 


ଦୁର୍ଗା ଦେବୀ ସେଠାରୁ ଉଠି ପଳାଇଲେ।ତାପରେ ସିଆ କାନ୍ଦି କାନ୍ଦି ଛୋଟ ବେଳ କଥା ମନେ ପକାଉ ଥାଏ ଯେ:


ସିଆ ଛୋଟ ବେଳୁ ବହୁତ ଗେହ୍ଲରେ ବଢି ଥିଲା।ସେ ଅଖିଲ ବାବୁ ଓ ଦୁର୍ଗା ଦେବୀଙ୍କ ସାନ ଝିଅ। ତାର ପରିବାର କହିଲେ ସିଆ, ତା ବାପା, ମାଆ, ବଡ଼ ଭଉଣୀ ପ୍ରିୟା।ପୁଅ ନାହିଁ ବୋଲି ସିଆର ବାପା ମାଆଙ୍କ କେବେ ମନରେ ଦୁଃଖ ନ ଥିଲା। ସେମାନେ କହୁଥିଲେ ଆମ ଝିଅ ଦୁଇ ଜଣ ହିଁ ଆମର ପୁଅ। ତାଙ୍କୁ ପାଠ ପଢାଇ ଆମେ ତାକୁ ବଡ ମଣିଷ କରିବା। 


ସିଆର ଜନ୍ମ ସମୟରେ ଅଖିଲ ବାବୁଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲା। ବହୁତ କଷ୍ଟ କରି ଆଜି ସେ ଜଣେ ସହରର ପ୍ରତିଷ୍ଠିତ ବ୍ୟବସାୟୀ ହୋଇଛନ୍ତି।ସିଆର ପିଲା ଦିନ ସମୟରେ ଅଖିଲ ବାବୁ ବହୁତ ଅଭାବ ଓ ଅନାଟନ ସମ୍ମୁଖୀନ ହୋଇଛନ୍ତି.... ତଥାପି ପ୍ରିୟା ଓ ସିଆର ପଢାପଢିରେ କେବେ ଅବହେଳା କରି ନାହାଁନ୍ତି। ସହରର ବଡ଼ ବଡ଼ ସାରମାନଙ୍କୁ ଆଣି ସେମାନଙ୍କର ଟିଉସନ ଘରେ କରାଇଛନ୍ତି। ଅଖିଲ ବାବୁ ଓ ଦୁର୍ଗା ଦେବୀ ନିଜେ ଅଭାବରେ ଥିଲେ ମଧ୍ୟ ଛୁଆମାନଙ୍କୁ କୌଣସି ଅଭାବର ସମ୍ମୁଖୀନ ହେବାକୁ ଦେଇ ନାହାଁନ୍ତି।


ସିଆ ଓ ପ୍ରିୟା ଦୁଇ ଭଉଣୀ ବହୁତ ଭଲ ପାଠ ପଢିଥିଲେ। ସିଆ କେବଳ ବାପା ମାଆ ବୋଲି ନୁହଁ ବରଂ ସମ୍ପର୍କୀୟମାନଙ୍କ, ସାହି ପଡିଶା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଟିଉସନ ସାର ସମସ୍ତଙ୍କ ଗେହ୍ଲି ଥିଲା। ସେ ପୁରା ଧୀର ଶାନ୍ତ ସ୍ୱଭାବର ଝିଅଟିଏ। ବିଦ୍ୟାଳୟରେ ସବୁବେଳେ ସେ ପ୍ରଥମ ନ ହେଲେ ଦ୍ୱିତୀୟ ସ୍ଥାନ ପରୀକ୍ଷାରେ ଅଧିକାର କରୁଥିଲା।ପ୍ରିୟା ଓ ସିଆଙ୍କୁ ତାଙ୍କ ବାପା ମାଆ ଫୁଲ ପରି ପାଳିଥିଲେ।ସାନ ଝିଅ ବାପାମାଆଙ୍କର ବୋଲି ସିଆ ବହୁତ ଗେହ୍ଲି ଥିଲା। ରାଜକୁମାରୀ ଭଳି ସେ ବଢି ଥିଲା। ତଥାପି ସିଆର ମନରେ କେବେ ଗର୍ବ ନ ଥିଲା। ସେ ସମସ୍ତଙ୍କ ସହ ମିଳି ମିଶି ଚଳୁ ଥିଲା। କେବେ ବାଛ ବିଚାର କରୁ ନ ଥିଲା। ସିଆ ବହୁତ ନିରୀହ ଥଲା। କେବେ କାହାକୁ ସେ ଦୁଃଖରେ ଦେଖି ସହି ପାରେ ନାହିଁ।


ସମସ୍ତେ କୁହନ୍ତି ସିଆ ଝିଅ ହିସାବରେ ବହୁତ ଭଲ।ପୁରା ଶାନ୍ତ ଝିଅଟି। ସେ ପାଠରେ ଯେମିତି ଗୁଣରେ ମଧ୍ୟ ସେମିତି। 


ସିଆ ଦଶମ ଶ୍ରେଣୀରେ ଓ ଦ୍ୱାଦଶ ପରୀକ୍ଷା ଫଳରେ ବେଷ୍ଟ କୋଡିଏ ମଧ୍ୟରେ ଥିଲା। ତାପରେ ଡିଗ୍ରୀ ପରୀକ୍ଷାରେ ଟପର ମଧ୍ୟ ହେଲା। ବାପା ମାଆ ସିଆକୁ ନେଇ ଗର୍ବ କରିବାକୁ ଲାଗିଲେ। ସିଆ ପିଲାମାନଙ୍କୁ ବହୁତ ଭଲ ପାଏ

ତେଣୁ ସେ ପିଲାମାନଙ୍କୁ ପଢାଇ ଶିକ୍ଷିତ କରିବା ପାଇଁ ଶିକ୍ଷକ ବୃତ୍ତିକୁ ବାଛିଲା। ତାପରେ ବି. ଏଡ଼ କରିବା ପାଇଁ ସେ ଭୂବନେଶ୍ବର ଗଲା। ହେଲେ ବାପାମାଆଙ୍କ ଠାରୁ କେବେ ବି ଅଲଗା ରହୁ ନ ଥିବାରୁ ସିଆ ପ୍ରଥମେ ପ୍ରଥମେ ବହୁତ କାନ୍ଦିଲା ହଷ୍ଟେଲରେ।ତାପରେ ହଷ୍ଟେଲରେ କିଛି ଦିନ ପରେ ସେ ସମସ୍ତଙ୍କ ସହ ସାଙ୍ଗ ହୋଇ ଖୁସିରେ ରହିଲା। ବି. ଏଡ ପରେ ଯେତେବେଳେ ସିଆ ନିଜ ଘରକୁ ଆସିଲା ହଷ୍ଟେଲରେ ସମସ୍ତେ ଝିଅ ବିଦା କଲା ପରି କାନ୍ଦିବାକୁ ଲାଗିଲେ। ତାପରେ ସେ ଘର ପାଖରେ ଥିବା ହାଇସ୍କୁଲର ଶିକ୍ଷୟିତ୍ରୀ ହେଲା। 


ସିଆର ଜୀବନ ଖୁସିରେ ଭରପୂର ଥିଲା। ବଡ ଭଉଣୀ ପ୍ରିୟା ମଧ୍ୟ ବିବାହ କରି ସାରିଥିଲେ। ପ୍ରିୟା ତାଙ୍କ ସ୍ୱାମୀ ଶରତ ଓ ଝିଅ ରିନି ସହ ଦିଲ୍ଲୀରେ ରହୁ ଥିଲେ। ସିଆର ଭାଇ ନ ଥିଲା। କିନ୍ତୁ ଶରତ ବହୁତ ଭଲ.... ସେ ସିଆ ଜୀବନରେ ଭାଇର ଅଭାବ ଦୂର କରି ଦେଇଥିଲେ। 


ସିଆର ହସ ଖୁସିରେ ଦିନ କଟୁ ଥାଏ।ଚାକିରୀକୁ ବି ଦୁଇ ବର୍ଷ ହୋଇଗଲାଣି। ସିଆ ଘରର କାମ ସବୁ ବି ଶିଖି ଯାଇଛି। କେବଳ ତାର ଗୋଟିଏ ଅସୁବିଧା ସେ କାମରେ ଟିକିଏ ଧୀର। ତଥାପି ଜଣେ ସୁଗୃହୁଣୀ ହେବାର ସବୁ ଗୁଣ ସିଆ ପାଖରେ ଥିଲା। 


ସିଆ ପୁରୁଣା କଥା ମନେ ପକାଇ ଟିକେ ଟିକେ ସହିବାକୁ ଲାଗିଲା। କେତେ ସୁନ୍ଦର ଥିଲା ତା ଜୀବନ।ଠିକ ଏତିକି ବେଳେ ସିଆର ମାଆ ଦୂର୍ଗା ଦେବୀ ତାକୁ ଖାଇବାକୁ ଡାକିଲେ।ସିଆ ତା ଶୋଇବା କୋଠରୀରୁ ବାହାରି ଖାଇବା ପାଇଁ ଗଲା। 


                Continue......


Rate this content
Log in

Similar oriya story from Drama