ଶିଶିର ସାହୁ ମନୋଜ

Comedy Fantasy

3.4  

ଶିଶିର ସାହୁ ମନୋଜ

Comedy Fantasy

ଦୁର୍ଘଟଣା

ଦୁର୍ଘଟଣା

1 min
144



ଗୋଟାଏ ବଡ଼ ନଗରର ଛୋଟ ଗଳିବାଟ ଦେଇ

କାରଟେ ଯାଉଥିଲା । ସେ ଗାଡି଼ ଆଗକୁ ସ୍କୁଲରୁ ଲେଉଟୁଥିଵା ସାତ ଆଠ ଵର୍ଷର ଛୁଆଟେ ଭୁଲରେ ଆସିଯିଵାରୁ ଖଣ୍ଡିଆଖାବରା ହୋଇଗଲା । ଛୁଆର ମୁଣ୍ଡରୁ ଧାର ଧାର ରକ୍ତ ବୋହି ଯାଉଥାଏ । ପିଲାଟି କିଛି ସମୟ କାନ୍ଦି ଅଚେତ ହୋଇଗଲା । 


ଆଖପାଖର ଲୋକ ଘେରିଗଲେ । ସବୁ ରାଗିଯାଇଥାନ୍ତି । ଏତେ ଛୋଟ ପିଲାର ଏଭଳି ଅଵସ୍ଥା ଦେଖିଲେ କିଏ ନ ରାଗିବ ଯେ....! 


ଛୁଆର ମାଆ ବାପା ବି ଆସିଗଲେଣି ଏତିକି ଵେଳେ କେହି ଜଣେ କହି ପକେଇଲା -


“ଡ୍ରାଇଵରଟା କୁଆଡେ଼ ଗଲା ଵେ

ଧର ତାକୁ.....

ଆଉ ଜଣେ କହିଲା ମାର ମାର ...”


ଆମ ଦେଶର ଲୋକେ ବଡ଼ ଭାଵପ୍ରଵଣ ।

ଅନ୍ୟାୟ ଦେଖିଲେ ଆମ ଲୋକଙ୍କୁ ଆଉ ସତ-ମିଛ,ଭଲ-ଭେଲ କିଛି ଦିଶେନି ।


ତେଣୁ ଏହା ନିଶ୍ଚିତ ଯେ ଏବେ ଯଦି ଵାହନଚାଳକ ସେଠାରୁ ଖସି ପଳେଇଵାକୁ ଉଦ୍ୟତ୍ତ ହୁଏ ତ ନିଶ୍ଚିତ କୁଟା ଖାଇଵ ହିଁ ଖାଇଵ ।


ସେ କ’ଣ ଭାଵିଲା କେଜାଣି,ଆଗେଇ ଯାଇ ରକ୍ତ ଜୁଡୁ଼ବୁଡୁ଼ ପିଲାଟିକୁ ଛାତିରେ ଲଗାଇ 

ପିଠି ଆଉଁସି ଆଉଁସି କହିଲା- 


“ବାପରେ ଧନରେ ....! ଓ ହୋ ! 

ଏ କ’ଣ ହେଇଗଲା ତୋର !!!!”


ଏଣେ ଲୋକଙ୍କ କ୍ରୋଧ କୁଆଡ଼େ ଉଭାନ ହୋଇଯାଇଥିଲା ।


ଛୁଆଟାର ମାଆ-ବାପା କହୁଥାନ୍ତି 

“ସେ କେତେ ଭଲ ଲୋକ ଦେଖ ! 

ଆଉ କେ ହେଇଥିଲେ କେବେଠୁଁ 

ପଳାନ୍ତାଣି ନା......”


Rate this content
Log in

Similar oriya story from Comedy