Ranjit Sahu

Action Inspirational Others

4  

Ranjit Sahu

Action Inspirational Others

ଦୁଇ ଧାର ଲୁହ

ଦୁଇ ଧାର ଲୁହ

5 mins
322


ଦ୍ଵିତୀୟ ଶନିବାରର ଛୁଟିଟିକୁ କେମିତି କାଟିବେ ଭାବୁଥିଲେ ରାଉତରାୟ ବାବୁ I ଗୋଡ଼ଟି ମକଚି ହୋଇ ଯାଇଥିବାରୁ ଚାଲିବାରେ ଅସୁବିଧା ଆଉ ତାହା ସହିତ ବୟସର ପ୍ରଭାବ I

ନ ଚାହିଁ ମଧ୍ୟ ମଣିଷ ଅଳସୁଆ ହେବାକୁ ବାଧ୍ୟ ହୁଏ I ବାହାର ବାରଣ୍ଡାରେ ବସି ଚାହା କପଟିରୁ ଚାହା ପିଉ ପିଉ ସକାଳ ଖବର କାଗଜରେ ଆଖି ବୁଲାଉ ଥିଲେ ରାଉତରାୟ ବାବୁ I ତାଙ୍କର ଦୃଷ୍ଟି ପଡିଲା ଗେଟ ସେପାଖେ ଚାଲୁଥିବା ବୁଢୀଟିଏ ଉପରେ I ପଘାରେ ବନ୍ଧା ଛେଳିଟିର ଦୌଡ଼ି ଗୋଟିଏ ହାତରେ ଆଉ ଆରପଟ କାନ୍ଧରେ ମୁଣି ଟିଏ ଝୁଲେଇ ଏପାଖ ସେପାଖ ଅନେଇ ବୁଲୁ ଥାଏ I ବୟସ ନିଶ୍ଚୟ ଷାଠିଏ ସେପାରି ହୋଇଥିବ I ଛେଳିଟି ଛୋଟ ଡାଳଟିଏ ପାଟିରେ ଧରି ଚାଲିଥାଏ ଆଗରେ ଆଗରେ I ଘର ଭିତରୁ ଘରଣୀଙ୍କ ଡାକ ଶୁଭିଲା," ଆଜି ସନ୍ଧ୍ୟା ସୁଦ୍ଧା ମହାନ୍ତି ବାବୁଙ୍କ ଘରେ ଛେଳିଟିଏ ନେଇ ଦେବାକୁ ପଡିବ ନଚେତ ଦୋକାନରେ କହିବାକୁ ପଡିବ ଗୋଟିଏ ଛେଳି ଭୋଜି ପାଇଁ ଅଲଗାରେ କଟା ହେବ I ମୁଁ କହି ସାରିଛି ଏଥର ଭୋଜିରେ ଆମ ପରିବାର ତରଫରୁ ଖାସୀଟିଏ ଦିଆ ହେବ ଆଉ କିଛି ନୁହେଁ I ପାଟ ଶାଢ଼ିଟିଏ ତ କିଣିଦେଲ ନାହିଁ ଏଥର କୁମାର ପୁର୍ଣିମାରେ, ଏ ଯେଉଁ ସାମନ୍ୟ ଶାଢ଼ିଟିଏ ଆଣିଛ I ଭଲ ଖାସୀଟିଏ ନ ହେଲେ ମୋର ଆଉ ଇଜ୍ଜତ ରହିବନି କାହା ଆଗରେ ସୋସାଇଟିରେ I " 

କିଛି ଭାବି ରାଉତରାୟ ବାବୁ ଇଙ୍ଗିତରେ ଡାକିଲେ ବୁଢ଼ୀଟିକୁ ନିଜ ଘରକୁ I କିଛି ସମୟ ଥତମତ ହେବ ପରେ ବୁଢ଼ୀ ଜଣକ ଗେଟ ଖୋଲି ଭିତରକୁ ଆସିଲା ଆଉ ରାଉତରାୟ ବାବୁଙ୍କ ବାରଣ୍ଡାର ପାହାଚ ତଳେ ବସିଗଲା I "କାହା ଘରକୁ ଯାଉଛ କି ମାଉସୀ?" ରାଉତରାୟ ବାବୁ ପଚାରିଲେ I "ନାଇଁ ଆଜ୍ଞା କାହା ଘରକୁ ଯାଉ ନାହିଁ, ଏହି ଛେଳିଟିକୁ ବିକିବାକୁ ବାହାରିଥିଲି, ବାଟ ହୁଡ଼ିଗଲି ତେଣୁ ବାଟ ଖୋଜୁଛି," ବୁଢୀଟି ଉତ୍ତର ଦେଲା I "କାହିଁକି ତୁମ ଘରେ କଣ ଆଉ କେହି ନାହାନ୍ତି କି?" ରାଉତରାୟ ବାବୁ ପଚାରିଲେ I "କଣ ଆଉ କହିବି ଆଜ୍ଞା ? ମୋର ପରିବାରରେ ଆଉ କେହି ନାହାନ୍ତି I ବିଲରେ ଅଦିନିଆ ବର୍ଷା ହୋଇ ଫସଲ ଉଜୁଡ଼ିଗଲା ପରେ ୟାଙ୍କର ହୃଦଘାତରେ ଜୀବନ ଚାଲିଗଲା I ଘରେ ଯାହା ସବୁ ଥିଲା ଧାର ଉଦ୍ଧାର କରିକି, କୌଣସି ପ୍ରକାର ରଇତକୁ କହିଛି ରବି ଫସଲଟିଏ କରିଦେବ I ଛେଳି ପଲଟି ବିକି ସାରିଥିଲି I ଏଇଟାକୁ ପୋଷା କରିକି ରଖିଥିଲି ନିଜର ଛୁଆ ଭଳି I ଆଜି କିନ୍ତୁ ଆଉ ଘରେ ଖାଇବାକୁ ଅନ୍ନ ମୁଠାଏ ମଧ୍ୟ ନାହିଁ, ମୁଁ ଖାଇବି କଣ ଆଉ ବଞ୍ଚିବି କେମିତି? ଏତିକି ବଳ ମଧ୍ୟ ନାହିଁ ଏହାକୁ ଚୋରାଇବାକୁ ନେଇ ପାରିବି କୁ I ତେଣୁ ଭାବିଲି, ଛେଳି ଜନ୍ମ ତ ପାଇଛି, ଆଜି ନ ହେଲେ କାଲି କଂସେଇ ହାତରେ ଲାଗିବ, ବିକିଦେବି I ମୋ ହୃଦୟ ଉପରେ ପଥର ରଖିକି ଏତିକି ନିର୍ଣ୍ଣୟ କରିଛି I ଏଇଟା ଚାଲିଗଲେ କିନ୍ତୁ ମୋର ସଂସାର ଉଜୁଡି ଯିବ I ଘରେ ଏକ କେମିତି ବଞ୍ଚିବି ମୁଁ ମଧ୍ୟ ଜାଣିନି କିନ୍ତୁ ଆଉ ଉପାୟ ନାହିଁ," ବୁଢୀଟି କହିଲା I କହୁ କହୁ ତାହାର ଆଖିର ଦୁଇ କୋରଡ଼ରୁ ଦୁଇ ଧାର ଲୁହ ବହି ଗଲା I 

ତାହାର କଥା ଶୁଣି ରାଉତରାୟ ବାବୁ ମର୍ମାହତ ହେଲେ I "କିନ୍ତୁ କେହି କଣ ତୁମକୁ ଧାର ଦେଲେନି? ଏହାକୁ ବିକିବାକୁ ବାଧ୍ୟ କାହିଁକି ହେଉଛ?" ରାଉତରାୟ ବାବୁ କହିଲେ I "ମୋର ତ ଇଚ୍ଛା ନାହିଁ, ସେଠି ପାଇଁ ଏହାକୁ ଖାସି କର ହେଇନି ଏମିତିରେ ମଧ୍ୟ ଏହାକୁ 5 ବର୍ଷ ହେଇଗଲାଣି କିଏ କିଣିବ କି ନାହିଁ ଜାଣି ନାହିଁ," ବୁଢୀଟି ଜବାବ ଦେଲା I କିଛି ସମୟ ନିରବି ଗଲେ ରାଉତରାୟ ବାବୁ I ସତରେ କି ବିପର୍ଯ୍ୟାୟ ପରିସ୍ଥିତି I ଯିଏ ମାନସିକ ଯନ୍ତ୍ରଣାର ସାହାରା ତାକୁ ଉଦରର ଯନ୍ତ୍ରଣା ଲାଗି ବଳି ପକେଇବାକୁ ପଡୁଛି !

"ଆଛା ମାଉସୀ ତୁମର ମାସରେ କେତେ ଖର୍ଚ୍ଚ ହୁଏ? ଅତି କମରେ କେତେ ଟଙ୍କାରେ ଖିଆ ପିଆ ଚଳିଯିବ ଆଉ ଏ ଛେଳିଟି କେତେ ତାଙ୍କ ହେବ ଭାବୁଛ ?" ରାଉତରାୟ ବାବୁ ପଚାରିଲେ I "ମୋର ଆଜ୍ଞା ଦୁଇ ହଜାରରେ ଚଳିଯିବ ପ୍ରତି ମାସ I ଛେଳିଟି 6000 କି 7000 ରେ ବିକ୍ରି ହେଇଗଲେ ମୋର ଆର ଫସଲ ଯାଏଁ ଜୀବିକା ହେଇଯିବ," ବୁଢୀଟି କହିଲା, " କିନ୍ତୁ ଆଜ୍ଞା ଏଇଟା ବୁଢା ହେଇ ସାରିଲାଣି, ଆଉ ଖାଆସି ମଧ୍ୟ ହେଇନି I""ମୁଁ ପାରୁଛି ଜାଣି ଏଇଟା ବୁଢା ଛେଳି ଆଉ ଖାସୀ ନୁହେଁ I କିନ୍ତୁ ମୁଁ ଭାବୁଛି ତୁମେ ଯଦି ଏଇଟାକୁ ମୋ ପାକହରେ ପ୍ରତି ମାସ 20 ଦିନ ଛାଡ଼ିଦେବ, ମୁଁ ତୁମକୁ ଏହାର ଭଡା ଦେବି ଦିନକୁ 100 ଟଙ୍କା ହିସାବରେ I ତିନିମାସ ପରେ ତୁମେ ଛେଳିଟିକୁ ପୁରା ନେଇଯିବ କିନ୍ତୁ ମୁଁ ଯେତେବେଳେ କହିବି ଆଣିକି ଛାଡୁଥିବ ," ରାଉତରାୟ ବାବୁ କହିଲେ I କିଛି ବୁଝି ପାରିଲାନି ବୁଢ଼ୀ ଜଣକ I "ବେଶୀ କିଛି ଭାବ ନାହିଁ, ଏହି ଟଙ୍କା ନିଅ ଛେଳି କି ସେହି ଖୁଣ୍ଟରେ ବାନ୍ଧି ଦିଅ I ମୋ ଉପରେ ବିଶ୍ଵାସ ରଖ I ତୁମକୁ ଠକିବିନି," କାହିଁକି ନିଜ ପକେଟରୁ 500 ଟଙ୍କିଆ ନୋଟ ଚାରି ଖଣ୍ଡ ବଢ଼େଇଦେଲେ ରାଉତରାୟ ବାବୁ I "ହଁ ଆଉ କିଛି ଜିନିଷ ମଧ୍ୟ ନେଇ ଯାଅ ଖାଇବା ଲାଗି I ସତ କହିବାକୁ ଗଲେ ଏହି ଛେଳିକୁ କେହି 3000 ରୁ ଅଧିକ ଦେବେନି," ରାଉତରାୟ ବାବୁ ପୁଣି କହିଲେ I କିଛି ସମୟ ଭାବିଲା ପରେ ବୁଢୀଟି ଛେଳିଟିକୁ ଖୁଣ୍ଟାରେ ବାନ୍ଧିଦେଲା I "ହେଇଟି ଶୁଣୁଛ ତୁମେ ସେ ଯେଉଁ ଦାନ ଦେବା ପାଇଁ ଚାଉଳ ଆଉ ଡାଲି ଆଉ ପରିବା ରଖିଛ ତାକୁ ନେଇ ଆସ I ମୋର ଆଉ ମନ୍ଦିର ପାଖକୁ ଯିବା ଦରକାର ନାହିଁ, " ରାଉତରାୟ ବାବୁ ଘରଣୀଙ୍କୁ ଡାକ ଦେଲେ I" ଚାଉଳ, ଡାଲି ଆଉ ପରିବା ପସରା ନେଇକି ମିସେସ ରାଉତରାୟ ବାହାରକୁ ଆସିଲେ I ତାଙ୍କ ହାତରୁ ସବୁ ତକ ନେଇ ରାଉତରାୟ ବାବୁ ସେ ଗୁଡିକ ବୁଢ଼ୀ ହାତରେ ଧରେଇଦେଲେ I ଟଙ୍କା ଗୁଡିକ ବୁଢୀଟି ନିଜ କାନିରେ ବାନ୍ଧିଦେଲା ଆଉ ଚାଉଳ ଆଉ ଡ଼ାଲିକୁ ନିଜ ମୁଣିରେ ଭର୍ତ୍ତି କରି ମୁଣ୍ଡିଆଟିଏ ମାରିଲା ବୁଢ଼ୀ ଜଣକ I ଛେଳିଟିକୁ ଯାଇ କିଛି ସମୟ କୋଳେଇ ଧରିଲା ଆଉ କହିଲା, " ଭଲ ପିଲାଟିଏ ହୋଇ ରହିଥିବୁ ରେ ବୁଦୁରା , ମୁଁ ଆସିକି ତୋତେ ନେଇ ଯିବି I" ତା ପରେ ବବୁଢ଼ୀଟି  ଚାଲିଗଲା I ତାକୁ ଯିବା ଦେଖି ବୁଦୁରା ପଘାକୁ ଟାଣି ଡେଇଁବାକୁ ଲାଗିଲା କିନ୍ତୁ କିଛି ସମୟ ପରେ ସ୍ଥିର ହେଇଗଲା I ବୁଦୁରା ଆଖିରୁ ଲୁହ ଧାରା ବହିବାରେ ଲାଗିଲା I "ୟାକୁ କଣ ଭୋଜି ପାଇଁ କିଣିଲ କି? ମୋର ଇଜ୍ଜତ ତଳେ ପଡ଼ିଯିବ ଟହର ନିଶ୍ଚୟ, ଶସ୍ତା ମାଲ ରେ ହିନସ୍ଥା କରିବ ମୋତେ " ରାଉତରାୟଙ୍କ ଧର୍ମପତ୍ନୀ ପଚାରିଲେ I "ନା ଏଇଟାକୁ ମୁଁ ଏହି ସବୁ ଜଙ୍ଗଲି ବୁଦା ସବୁ ସଫା କରେଇବାକୁ ଲଗେଇବି I , ସେ ମାଳି ଟୋକାଟି ଆସିବା ନାହିଁ କହିଛି, ନୂଆ ମାଳି ଦିନୁଁ 200 ତାଙ୍କ ମାଗୁଛି I ଭଲ କାମ ଦାମ୍ରେ କାମ କଲା ମାଳୀଟିଏ ମିଳିବ ଯାଏଁ, ମୁଁ ଏହି ଛେଳିକୁ କାଏମ୍ରେ ଲଗେଇବି I ଏଇଟା ପୋଷାଟିଏ, ବୁଢ଼ୀ ବହୁତ ବିକଳ ହେଇ ଯାଇଥିଲା ତାକୁ ଦେଲା ବେଳେ I ମନ ମାନୁ ନାହିଁ ଏହାକୁ ଛେଳି ବୋଲି ଭାବିବାକୁ I ମୁଁ ବୁଢ଼ୀକି କହିଛି ସିଏ କୋଡିଏ ଦିନ ପରେ ଆସି ଏହାକୁ ନେଇଯିବ ଆଉ ପୁଣି ଆସି ଜେରା କରିବ କେତେବେଳ ଏହାର ଦରକାର ହେବ I""ମୁଁ ପ୍ରଥମ ଥର ଶୁଣୁଛି କେହି ଛେଳି କୁ ନିଯୁକ୍ତି କରିବା କଥା I ତୁମେ ମଧ୍ୟ ଅଜବ ଲୋକ I ଛେଳିକି ମଧ୍ୟ ରଖିବନି ଆଉ ପଇସା ମଧ୍ୟ ଦେବ ତାକୁ କିଛି ଦିନ ପାଇଁ I ବୋଧେ ପଇସା ଅଧିକ ହେଇଗଲା I ଏ ସବୁ ପାଇଁ ପଇସା ଅଛି କିନ୍ତୁ ମୁଁ ଶାଢ଼ୀ ଖଣ୍ଡେ କିଣିବି କହିଲେ ତୁମ ପକେଟରେ ପଇସା ନ ଥାଏ I ତୁମେ ତ ଦାନ ସହ ଦକ୍ଷିଣ ବି ଦେଇ ଦେଲ, କାର୍ତ୍ତିକ ପୁଣ୍ୟ ମିଳିଗଲା ଏବେ ଯାଇକି କାଲିର ଭୋଜି ପାଇଁ ଵୋଦାଟିଏ ଯୋଗାଡ଼ କରି ମହାନ୍ତି ବାବୁଙ୍କ ଘରେ ପହଂଚାଇ କି ଆସ, ନ ହେଲେ ମୋର ସୋସାଇଟିରେ ଇଜ୍ଜତ ଯିବ  I ମୁଁ ତ ଭାବିଥିଲି ଏଇଟା ଛାଡଖାଇ ଭୋଜି ପାଇଁ ଯୋଗାଡ଼ ହେଇଗଲା I ତୁମର କୁକୁର ଛାଡିକି ପୋଷା ଛେଳି ରଖିବା ଶୌକଟିଏ ଆରମ୍ଭ ହେଲାଣି ଜାଣିବି କେମିତି I କୌଣସି ସ୍ତ୍ରୀ ଲୋକର ଆଖିରେ ଲୁହ ଦେଖି ଦେଲେ ତୁମର ହୃଦୟ ତରଳି ଯାଏ I କେବଳ ମୋର କଷ୍ଟ କେବେ ଦିଶେନି , ମୋ ଲୁହର କିଛି ମୂଲ୍ୟ ନାହିଁ, ଲୁଣିଆ ପାଣି ଖାଲି, " ଶ୍ରୀମତୀ ରାଉତରାୟ କହିଲେ I

"ସତରେ କଣ ଲୁହର ମୂଲ୍ୟ ଥାଏ? ଭୋକିଲା ପେଟର ଦୁଇ ଧାର ଲୁହର ମୂଲ୍ୟ କେତେ?" ରାଉତରାୟ ବାବୁ ଭାବିବାକୁ ଲାଗିଲେ I 


Rate this content
Log in

Similar oriya story from Action