STORYMIRROR

ASWINI DASH

Fantasy Others

5.0  

ASWINI DASH

Fantasy Others

ଦୁଃଶାସନକୁ ନେଇ ଦୁଇଟି ଅଣୁ ଗଳ୍ପ

ଦୁଃଶାସନକୁ ନେଇ ଦୁଇଟି ଅଣୁ ଗଳ୍ପ

1 min
1.3K


-ଏକ-

ସେମାନେ ତିଆରି କଲେ ମହାଭାରତର ଗୋଟେ ନାଟକ। ମୋତେ ଦିଆଯାଇଥିଲା ଦୁଃଶାସନର ଚରିତ୍ର। ନାଟକର ରିହରସଲ ଚାଲିଥିଲା କେତେ ଦିନ। ମଞ୍ଚ ଉପରେ ନାଟକ। ଚାରିପଟେ ଜନତା। ମୁଁ ମୋର ଅଭିନୟରେ ବ୍ୟସ୍ତ। ସେମାନେ ବି। କିଛି ସମୟ ପରେ ଲାଇଟ ଚାଲିଗଲା। ମୁଁ ଥିଲି ସ୍ଥିର। ସେମାନେ ଚିତ୍କାର କରୁଥିଲେ ଦୁଃଶାସନ ଦୁଃଶାସନ, ଦେଖ ଦେଖ। ଲାଇଟ ଆସିବ ପରେ ଜଣା ଗଲା ସେମାନେ ପରସ୍ବରଙ୍କୁ ନଗ୍ନ କରିସାରିଛନ୍ତି। ଦୁଃଶାସନର ଚରିତ୍ର ମୁରୁକି ହସୁଥିଲା।

-ଦୁଇ-

ମାଡମ ଫୋନ କଲେ ସାରଙ୍କୁ , ତମେ ଯାହା ବି ଗୋଟେ କର। ମୁଁ ଆଉ ସହିପାରୁନି ଦୁଃଶାସନର ଉଦ୍ଧତ ପଣିଆରେ। ତମେ ଯଦି ଦୁଃଶାସନର ଛାତି ବିଦରଣ କରିପାରିବ ତେବେ ତମେ ଯେବେ ଚାହିଁବ ମୋର ବସ୍ତ୍ରହରଣ କରିପାରିବ ଏବଂ ଏମିତିରେ ସବୁତକ ବସ୍ତ୍ର ବି ତମର।

ତା ପରଦିନ ଦୁଃଶାସନର ସସ୍ପେନସନ ଆଦେଶ ଆସିଲା ସାରଙ୍କ ଅଫିସରୁ ବିନା ତଦନ୍ତରେ ଓ ମିଥ୍ୟାଆରୋପରେ।

ତଥାପି ଦୁଃଶାସନ ମୁରୁକି ହସୁଥିଲା । ମାଡମଙ୍କ ଛାତି ଚିରିଯାଉଥିଲା ଯେମିତି ହୃଦୟର ସବୁତକ ରକ୍ତ ଭିଜି ଯାଇଥିଲା ମାଟିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy