STORYMIRROR

ASWINI DASH ଅଶ୍ୱିନୀ ଦାଶ

Abstract

3  

ASWINI DASH ଅଶ୍ୱିନୀ ଦାଶ

Abstract

ଚଷମା

ଚଷମା

1 min
213

କେଜାଣି କାହିଁକି ପିଲାବେଳୁ ହିଁ ମୋତେ ଚଷମା ଭଲ ଲାଗୁଥିଲା। ଚଷମା ପିନ୍ଧିବା ଲୋକ ବଡ଼ ଲୋକ ବୋଲି ଅନୁଭବ କରୁଥିଲି। ମୋ ଆଖିରେ ତା ପ୍ରତି ବିସ୍ମୟ ଭାବ ବି ଥିଲା।


ମୁଁ ପିନ୍ଧିବାକୁ ଚାହୁଁଥିଲି। ସେଥିରେ ଅନେକ ସମସ୍ୟା ଥିଲା। ଛୋଟ ପିଲାଟି ଥିଲି ମୁଁ।


ଦିନେ ଆମ ଶ୍ରେଣୀକୁ ଗୋଟେ ପିଲା ଆସିଲା। ତା ଆଖିରେ ଥିଲା ମୋଟା କାଚର ଚଷମା। ତାକୁ ସମସ୍ତେ ଛିଗୁଳୁଥିଲେ। ତାର ଚଷମା ନେଇ ଲୁଚାଉ ଥିଲେ। ସେ ଖୋଜିଥିଲେ ଅନ୍ଧ ପରି ଅଣ୍ଡାଳି ଅଣ୍ଡାଳି।


ତାକୁ ମୁ ପଚାରିଲି, ଚଷମା କଣ ତୋର ଏତେ ପ୍ରିୟ!


ସେ କହିଲା, ଏହି ଦୁନିଆ ପ୍ରିୟ ମୋର। ବିନା ଚଷମା ରେ ସବୁ ଜଳଜଳ ଦିଶେ।


ସେସବୁ ଶୁଣିବା ପରେ ମୁଁ ପିନ୍ଧିବାକୁ ଚାହିଁନି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract