ପ୍ରେମକୁ ନେଇ ଦୁଇଟି ଅଣୁ ଗଳ୍ପ
ପ୍ରେମକୁ ନେଇ ଦୁଇଟି ଅଣୁ ଗଳ୍ପ
ଅଶ୍ଵିନୀ ଦାଶ
୧. ଝଡ଼
ଝଡ ପୂର୍ବର ନୀରବତା ବିରାଜିଥିଲା ଚାରିଆଡେ ।
ଆକାଶଦାଶର ମନ ଥିଲା ଅଶାନ୍ତ। ଶାଳିନୀର ବାହାଘର ଠିକ ହେଇସାରିଥିଲା ସନ୍ଧ୍ୟା ମାଡମଙ୍କ ପୁଅ ସହ । ପିଲାଟି ବାଙ୍ଗାଲୋର ରେ ସଫ୍ଟୱେର ଇଞ୍ଜିନିୟର । କୋଟିପତି ଘରର ପୁଅ । ଶାଲିନୀକୁ ଭୁଲିଯିବାକୁ ହେବ ତାକୁ । କେମିତି ଭୁଲି ହେବ।
ଆକାଶ ଦାଶ ବେକାର ଯୁବକ । ଟ୍ୟୁସନ କରେ। ଶାଲିନୀ ଘରର ବଡ ଝିଅ । ଆକାଶର ଚାକିରୀକୁ କେତେ ଦିନ ଅବା ଅପେକ୍ଷା କରିବ ।
ଆକାଶକୁ ଡାକିଛନ୍ତି ସନ୍ଧ୍ୟା ମାଡମ । ସେଇଠି ଯାଇ କହିଦେବ ଯେ ଶାଲିନୀ ଭଲ ଝିଅ ନୁହେ । ବାହାଘର ଭାଙ୍ଗିଯିବ ।
ମାଡମ ଙ୍କ ଘରେ ପହଞ୍ଚିଗଲା ଆକାଶ ।
- ମାଡମ ନମସ୍କାର ।
- ଆଉ କେମିତି ଅଛ ଆକାଶ ।
- ବହୁତ ଭଲ ମାଡମ ।
- ଆଚ୍ଛା, ଶୁଣିଥିଲି ତମେ ଶାଳିନୀର ସହପାଠୀ । ଶାଲିନୀ କେମିତି ଝିଅ ତମେ ଜାଣିଥିବ ।
କଣ କହିବ ଆକାଶ , ବୁଝିପାରୁନଥିଲା । ହୃଦୟରେ ଅଜବ ସ୍ପନ୍ଦନ । ପାଟିରୁ ବାହାରିଗଲା , ମାଡମ ଶାଲିନୀ ବହୁତ ଭଲ ଝିଅ ।
ଯେମିତ
ି ଥମିଯାଇଥିଲା ଝଡ । ଆକାଶ ଦାଶର ଆଖି ଢଳଢଳ ।
୨. ସଂସ୍କାର
ଆକାଶ ଚାକିରୀ କରେ । ଶାଲିନୀ ତାର ସହକର୍ମୀ ।
ଆକାଶ କରଣ ଆଉ ଶାଲିନୀ ମୁସଲିମ । ପରସ୍ପରକୁ ଭଲ ପାନ୍ତି ଆଉ ବାହା ହେବାକୁ ଚାହାନ୍ତି । ପରିବାରକୁ ମନେଇ ବାହା ହେବାକୁ ଚାହାନ୍ତି ସେମାନେ ।
ଆକାଶ ଘରେ ବିରୋଧ । ଅନ୍ୟ ଜାତିରେ ବାହା ହେଲେ ମଳାପରେ ପିଣ୍ଡ ମିଳିବନି । ପୁଣି ସମାଜ କଣ କହିବ । ଆକାଶର ସଂସ୍କାର ନାହି । ଚାକିରୀ କଲା ବୋଲି କଣ ଜାତିଫାତି ଭୁଲି ଯିବ । ସମାଜ ଗ୍ରହଣ କରିବ ତ ।
ଆକାଶକୁ ବୁଝାଉ ଥିଲେ ସେମାନେ । ସେ କିନ୍ତୁ ଥିଲା ନିଜ ଜିଦ ରେ ଅଟଳ ।
ଶାଲିନୀ କୁ ବୁଝାଇଲେ ସେମାନେ । ଶାଲିନୀ ଆଖିରେ ଥିଲା ଲୁହ । କହିଲା, ବାପା ସେ ମୋର ପ୍ରେମିକ, କିନ୍ତୁ ତ ଆଗରୁ ଆପଣଙ୍କ ପୁଅ । ତାଙ୍କୁ ଆପଣଙ୍କ ଠାରୁ ମୁ କେବେ ଆଉ କଦାପି ଛଡାଇ ନିଜ ପସନ୍ଦର ସଂସାର ଗଢି ପରିବିନି ।
ସେମାନେ ଖୁସିହେଲେ । ସେମାନଙ୍କ ସମାଜ ବି ଖୁସିହେଲା । ଆକାଶର ସଂସ୍କାର ବଞ୍ଚି ସାରିଥିଲା ।
ହେଲେ ଦୁଇ ଆତ୍ମା ମରି ମରି ଯାଉଥିଲେ ।