ଦୃଢ଼ ବିଶ୍ୱାସ
ଦୃଢ଼ ବିଶ୍ୱାସ


ସେଦିନ ଅପାର ଫୋନ ପାଇ ସଦାନନ୍ଦଙ୍କର ଆଉ ନିସ୍ତାର ନଥିଲା ମନାକରିବାକୁ । ଏକମାତ୍ର ଭାଣିଜୀର ବିବାହ ପକ୍କା ହେବାକୁ ଯାଉଛି, ପୁଣି ପିଲାଟି ଇଂଜିନିୟର, ହେଲେ ତା ପଢାପଢି, ଘରଦ୍ୱାର, ପ୍ରକୃତରେ ତା ଚାକିରୀ ସ୍ଥିର ନା ନାହିଁ, ଏମିତି ଅନେକ ଦୌଦୁଲ୍ୟମାନ ପ୍ରଶ୍ନକୁ ତାଙ୍କୁ ହିଁ ଠିକ କରିବାକୁ ପଡିବ ଜାଣି ଅଫିସରୁ ସିଧା ଷ୍ଟେସନ ଯିବାକୁ ପଡିଲା ସଦାନନ୍ଦବାବୁଙ୍କୁ, ଅପାର କଥାରକ୍ଷା ନକଲେ ଭାଣିଜୀ ଟୁକୁମୂଷି ଯେ ବାଘମାମୁଁ ପାଲଟି ଯିବ, ସେ ମାମୁଁ ହୋଇ ସମ୍ଭାଳିବେ କେମିତି !
ଜନ୍ମ ବେଳୁ ଟୁଉକୁମୂଷି ଡାକୁଥିବା ଭାଣିଜୀ ଯେ ଏ ଭିତରେ ବିବାହ ଯୋଗ୍ୟା ହୋଇଗଲାଣି ଭାବିଲେ ଏଇ କାଲି ପରି ଲାଗୁଛି, ଶୁଶ୍ରୀ, ସୁନ୍ଦରୀ ଶିକ୍ଷିତା ହେଲେ ବି ବାପା ପରି ମାନେ ସେ ମାମୁଁ ଙ୍କୁ, ତ ପାଇଁ ଯୋଗ୍ୟ ପାତ୍ର କୁ ଯଦି ମାମୁଁ ସଦାନନ୍ଦ ବାବୁ ପସନ୍ଦ ନକରିବେ ତା ବାହାଘର ହେବ କେମିତି, ତ ଲଞ୍ଚ ନକରି ଟ୍ରେନରେ ଉଠିପଡ଼ିଥିଲେ ସଦାନନ୍ଦ, ହେଲେ ପରବର୍ତ୍ତୀ ଷ୍ଟେସନରେ ଗରମ ଗରମ ଛଣା ବରାର ବାସ୍ନାରେ ଭୋଖ ଦ୍ବିଗୁଣିତ ହେବାକୁ ଲାଗିଲା, ଯଦିଓ ସେ କିଣାକିଣି ବା ଛଣାଛଣି ଜିନିଷ ଖାଇବାକୁ ପସନ୍ଦ କରନ୍ତି ନାହିଁ, ତଥାପି ଭୋଖ ଓ ବରାର ବାସ୍ନା ଦୁଇଟା ଯାକ ତାଙ୍କୁ ବାଧ୍ୟ କଲା ଓଲ୍ହେଇ ଗରମ ଗରମ ଛଣା ବରା ଖାଇବା ପାଇଁ ।
ବରା କିଣି ହାତଘଡିକୁ ଚାହିଁଲା ବେଳକୁ ଟ୍ରେନ ଛାଡିବାକୁ ଆଉ ଅଳ୍ପ ସମୟ ବାକି ତ ପୁଣି ତରତରରେ ଓଲ୍ହେଇ ଗଲେ ପାନ ଚାରିଖଣ୍ଡ ଓ ପାଣୀବୋତଲ କିଣି ତାକୁ ଧରି ନିଜ ସିଟ ପାଖକୁ ଆସି ଦେଖନ୍ତି ତ ଆଗ ସିଟରେ ଜଣେ ସୌମ୍ୟ ଯୁବକ ତାଙ୍କ ବରା ପ୍ୟାକେଟ ଟିକୁ ଧରି ବିନା ସନ୍ତର୍ପଣରେ ଖାଇବାପାଇଁ ପ୍ରସ୍ତୁତ ହେଉଛନ୍ତି, କଣ କହିବେ ନକହିବେ ଭାବି ନପାରି ତିକ୍ଷ୍ମ ଦୃଷ୍ଟିରେ ଚାହିଁଲେ ଯୁବକକୁ ଆଉ ଦେଖିଲେ ସୁଠାମ ସୌମ୍ୟ ଭଦ୍ର ଯୁବକ ଜଣକ ଏକାଳୟରେ ବରା ଖାଇବାକୁ ପ୍ରସ୍ତୁତି ଆରମ୍ଭ କରିବା ଦେଖି ସଦାନନ୍ଦ ବାବୁ ଭାବିଲେ କି ଆସ୍ପର୍ଦ୍ଧା, ଭଦ୍ର ଦେଖାଯାଉଥିବା ଯୁବକଙ୍କର ଏତାଦୃଶ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ କିଛି କହିନପାରି ବରା ଠୁଙ୍ଗା ଆଡକୁ ହାତ ବଢ଼ାନ୍ତି ତ, ଅଜାତିତ ଭାବେ ସମ୍ୟକ ହସି ଠୁଙ୍ଗା ଟିକୁ ତାଙ୍କ ଆଡକୁ ବଢାଇ ଯୁବକ ଇଂଗିତ କରୁଥିଲେ ବରାନେବାକୁ ଆଉ ସଦାନନ୍ଦ ବାବୁ ତାତ୍ସଲ୍ୟରେ ଯୁବକଙ୍କୁ ଅନେଇ ଭାବୁଥିଲେ ବେଶ ପୋଷାକ ଉର୍ଣ୍ଣତମାନର ହୋଇ ଚେହେରା ସୁସମ୍ପର୍ଣ୍ଣ ହୋଇ ମଧ୍ୟ କେଡେ ସାଂଘାତିକ ଆଜିର ଏହି ଯୁବଗୋଷ୍ଠୀ, ତଥାପି ପାଟି ଖୋଲି କିଛି କହିପାରୁନଥିଲେ ସଦାନନ୍ଦ ବାବୁ ।
କେବଳ ଯୁବକ ଓ ତାଙ୍କ ଭିତରେ ପ୍ରତିଦ୍ବନ୍ଦିତା ଚାଲିଥିଲା ଗୋଟିକ ପରେ ଗୋଟିଏ ବରା ଖାଇବାରେ ଆଉ ଶେଷ ବରାଟିକୁ ନେବାକୁ ଯୁବକ ହାତ ବଢ଼ାନ୍ତି ତ ସଦାନନ୍ଦ ବାବୁ ଙ୍କ ହାତ ଲମ୍ବି ଆସୁଥିବାର ଦେଖି ଯୁବକରହି ଯାଇ ଛାଡିଦେଇଥିଲେ । ଶେଷ ବରାଟିକୁରାଗ ଜର୍ଜ୍ଜରିତ ହୋଇ ଖାଇସାରି ସଦାନନ୍ଦବାବୁ ପାଣିପିଇ ବାକୁ ବୋତଲ ଆଣିବାକୁ ଯାଇ ଚମକି ପଡିଲେ, ବୋତଲ ଆଣୁ ଆଣୁ ଗାମୁଛା ତଳେ ଥିବା ତାଙ୍କ ବରା ପ୍ୟାକେଟ ଟିକୁ ଦେଖି, ସେତେବେଳକୁ ଷ୍ଟେସନ ଆସି ସାରିଥିଲା, ଆଗ ସିଟରୁ ଯୁବକ ଓଲ୍ହେଇ ଗଲେଣି ଯିବା ପୁର୍ବରୁ ଭୁଲିନଥିଲେ ଶାଳୀନତା ପୂର୍ବକ ହାତ ହଲେଇ ବିଦାୟ ନେବାକୁ ହେଲେ ତାର ପ୍ରତିତ୍ତ୍ୱରରେ ଘୃଣାରେ ମୁଁହ ବୁଲେଇ ନେଇଥିବା ସଦାନନ୍ଦ ବାବୁ ବର୍ତ୍ତମାନ ସବୁ ବୁଝି ଲଜ୍ୟା ସଂକୋଚ ଓ ଜଡ଼ସଡ଼ ହୋଇ ଓଲ୍ହେଇଲେ କେବଳ ।
ଭଙ୍ଗାମନ ହୃଦୟ ନେଇ ଅପା ଘରେ ପହଁଚିଲା ବେଳକୁ ଜୋଇଁ ପହଂଚି ସାରିଥିଲେ, ଗୋଲଟେଵଲ ଚାରିପଟେ ସମେସ୍ତେ ବସି ସାରିଥିଲେ ଟୁକୁମୂଷି ତାଙ୍କୁ ଦେଖି ଉଠିଆସି ପ୍ରଣାମ କଲା, ଅପା ବି ଉଠିଆସି ପଚାରୁଥିଲା, ଟୁ ଏତେ ଶୁଖିଲା କାଇଁ ଦିଶୁଛୁ? ତ ତା କଥାର ଉତ୍ତର ନଦେଇ ଭିଣୋଇଙ୍କ ପାଖରେ ବସିଥିବା ଜୋଇଁ ଙ୍କୁ ଦେଖି ସେ ଚମକି ପଡିଲେ, ସେ ସେହି ଯୁବକ ହିଁ ଥିଲେ ଆଉ ପ୍ରଣାମ କରି ଯୁବକ ଜଣକ ମୃଦୁ ମୃଦୁ ହସୁଥିଲେ ଆଉ ସଦାନନ୍ଦ ଙ୍କ ମୁହଁରରଙ୍ଗ ଥିଲା ଅସ୍ୱାଭାବିକ ।
ସେମାନେ ଯିବା ପରେ ଅପା ଯେବେ ପିଲା ଟା ତତେ ପସନ୍ଦ କି ନୁହେଁ ତୁ କାହିଁ ତାକୁ କିଛି ପଚାରିଲୁନି ଇତ୍ୟାଦି ପ୍ରଶ୍ନ ପଚାରୁଥିଲା ସଦାନନ୍ଦ ଖାଲି କହିଥିଲେ ଏମିତି ପିଲା ତତେ ଆଉ ମିଳିବନି ତୁ ସେଠି ଆକ୍ଷିମୁଜି ବାହାଘର କରେ, ସେ ଯାହାସବୁ ନିଜ ବିଷୟରେ କହିଛି ସବୁ ସତ, ତ ଅପା ପୁଣି ପଚାରୁଥିଲେ ତୁ କଣ ତାକୁ ଚିହ୍ନୁ? ଜାଣୁ !ତ ସଦାନନ୍ଦ କହୁଥିଲେ ନାଇଁ ଏଇ ବରା !ଆଶ୍ଚର୍ଯ୍ୟରେ ଅପା ପଚାରିଥିଲେ ବରା?, ତ ସଦାନନ୍ଦବାବୁ ସବୁକଥା ଟୁଉକୁମୂଷି କୁ କହିଦେଇଥିଲେ, ବାହାଘର ବେଳେ ଜୋଇଁ ହିସାବରେ ସେହି ଯୁବକ ଯେବେ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ, ତ ତାଙ୍କୁ ସେ କୁଣ୍ଢାଇ ପକେଇ କାନ୍ଦି ପକେଇଥିଲେ ।