STORYMIRROR

Maitreyee Kamila

Classics Others

3  

Maitreyee Kamila

Classics Others

ଦୃଢ଼ ବିଶ୍ୱାସ

ଦୃଢ଼ ବିଶ୍ୱାସ

1 min
175

ଜହ୍ନ ଆଖିରେ ଲୁହ କେଡେ ତରବରରେ ଭୋଗଡାଲା ସଜାଡୁଥିଲା କୀର୍ତ୍ତି। ଏଇନେ ସଞ୍ଜ ହୋଇଯିବ ଯେ, ଆଜି ତା ଗେହ୍ଲେଇ ନଣନ୍ଦ ଓଷା କରିଛି । କେତେ ଫର୍ ମାଇସ ଦୁଇଦିନ ହେଲା, ଭାଉଜ ହାତରେ ମେହେନ୍ଦୀ ଲଗେଇ ଦିଅ, ଡ୍ରେସ ଟା ଫିଟିଗରେ ସିଲେଇ କରିଦିଅ। ମେକିର ନାନୀ ତା ଡ୍ରେସର ହାତ ଟା ନେଟରୁ ଦେଖି ବଢିଆ ଫ୍ରିଲ କରିଛି । ତୁମେ ତା ଠୁ ଭଲ କରିବ ପ୍ଲିଜ଼, ଆହୁରି କେତେ କଣ। ତେଣେ ଶାଶୁଙ୍କ ପାଖରେ ପିଠା ବନେଇବାରେ ସାହାଯ୍ୟ କରିବାର। ଭାଉଜ ଡାଲା ସଜ ସରିଲା, ନଣନ୍ଦ ପାଟି। ଇସସ.. ଏତେ ବ୍ୟସ୍ତ ଭିତରେ ନୂଆ ଶାଢ଼ୀ ପିନ୍ଧିବା ଭୁଲି ଯାଇଥିଲା କୀର୍ତ୍ତି । ଆଲମାରୀରୁ ଶାଢୀ ଟା କାଢ଼ିଲା, ଆଖିଟା ଲୁହରେ ଭରିଗଲା । ତା ବୋଉ ପୁନେଇଁକୁ ନେବାକୁ ପଠେଇଥିଲା ଭାଇକୁ। ହେଲେ ଶାଶୁ ମନା କରିଦେଲେ। ପୁଣି ତା ପରଦିନ ବୋଉ ସବୁ ସଜ ସହ ଶାଢ଼ୀ, ଜ୍ୱାଇଁଙ୍କ ଡ୍ରେସ ସବୁ ପଠେଇଲା । ଏଇ ପ୍ରଥମ ଥର ବୋଉଠୁ ଦୂରରେ ରହିଛି ସବୁ ପୂଜା ପର୍ବରେ। ଛି, କିଏ ଯଦି ଦେଖିନେବ। ଆଖିରୁ ଲୁହ ପୋଛି ସଜବାଜ ହୋଇ ଆସିଲା, ତୁଳସୀଚଉରା ମୂଳେ ଛିଡା ହୋଇ ଜହ୍ନ କୁ ଖୋଜିଲା । ପୂରୁବ ଆକାଶରୁ ସୁନେଲି ରଙ୍ଗର ଚାନ୍ଦ ଉଇଁ ଆସିଲା, ଚାନ୍ଦ ନୁହେଁ ଅୟୁତ ସ୍ୱପ୍ନର ମହଲ ଟିଏ ସତେ, ରାଶି ରାଶି ଉପମା ତାର ବିଛାଡିପଡୁଛି ସାରା ଜଗତ ରେ, ତା ଭିତରେ ବୋଉର ମୁହଁଟା ଭାରି କାନ୍ଦୁରା ଦିଶିଲା । ତାକୁ ଲାଗିଲା ତ ଲୁହ ଟୋପାଟା ଚାନ୍ଦକୁ ଛୁଇଁ ବୋଉ ପାଖେ ପହଁଚି ଯିବ ନି ତ। ପୁଣି ଥରେ ନିଜ କୁ ସଜାଡି ନେଇ ନଣନ୍ଦ ସହ ମିଶି ପୂଜାରେ ଲାଗିଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics