STORYMIRROR

Maitreyee Kamila

Classics

3  

Maitreyee Kamila

Classics

ଏମିତି ଦିନେ

ଏମିତି ଦିନେ

2 mins
193


ଆଜି ଟେବୁଲ ଉପରେ ଚା କପ ଥୋଇ ପୁଣି ସବୁଦିନ ଭଳି ବାପା ସମସ୍ତଙ୍କୁ ଡାକିଲେ,ତାଙ୍କର ଇଛା ପାଖରେ ବସି ଚା ପିଉ ପିଉ କେହି ତ ଟିକେ ସୁଖ ଦୁଃଖ ର କଥା କହୁ ।ଇସସ ସତରେ କଣ ସେ ହିଁ ଏ ଘର ପାଇଁ ଏବେ ଏତେ ଅଲୋଡ଼ା ,କାହାରି ଯାଏ ଆସେ ନାହିଁ।କଣ ଖାଇଲେ କଉଠି ଗଲେ, ଦେହ ପା ଭଲ ମନ୍ଦ କଥା ପଚାରି ବୁଝିବାକୁ ବେଳ ନାହିଁ କାହାକୁ। ମାଆ ଚା କପ ଛୁଉଁ ଛୁଉଁ କହି ପକେଇଲା ଆଜି ପରା ବୁଧବାର ,ବଜାର ରୁ ମାଛ ନେଇ ଆସ।ଲିଟୁ (ନାତି)ପରା କାଲି ଭଲ ସେ ଭାତ ଖାଇନି ମାଛ ନଥିଲା ବୋଲି। ଯଦି ହବ ତ ସେ ସଜନା ଶାଗ ଆଉ କଖାରୁ ଫୁଲ ନେଇ ଆସିବ । ବାପା ଭାବିଥିଲେ ଆଜି ସନା କୁ ଡାକି ବାଡ଼ି ପଟେ ଯେତେ ଯାହା ପୁରୁଣା ଭଙ୍ଗା ଜିନିଷ ପଡିଛି ସବୁ ସଫା କରି ଦିଅନ୍ତେ , ସନା ପଛେ ଗଣ୍ଡେ ଭାତ ଖାଇଥାନ୍ତା। ମାଆ କହିଲା ଥାଉ ଆଜି ବେଳ ନାହିଁ।ଆଉ କେବେ ହେବ।

ହଉ, ପରିବା ବେଗ ଧରି ବାପା ବାହାରିଗଲେ।

   ବଜାର ରେ ଭାରି ଭିଡ଼। ମାଛ ବଜାର ରେ ପାଦ ରଖିବାକୁ ଜାଗା ନାହିଁ।ଭଲ ଇଲିଶି ଦେଖି ନେବାକୁ ବସିବାରୁ ପକେଟ ରେ ଆଉ ଶାଗ ପରିବା ପାଇଁ ପଇସା ନାହିଁ। ହେଲେ ସବୁ ଦିନେ କଣ ଇଲିଶି ମିଳେ ଏଇୟା ଭାବି ଘରକୁ ନେଇଆସିଲେ। ପରିବା ଆସିନି ମାଆ ରାଗ ତମ ତମ।ବାପା ବରାଦ ଦେଲେ ଆଜି ଇଲିଶି କଞ୍ଚା ରାନ୍ଧିବ।ଯଦି ହବ ତ ମାଛ ପତ୍ରପୋଡ଼ା ଦେଖିବ। ଆଉ କୋଉଠି ଚୁଲି ଧରଉଛି ଯେ ପତ୍ର ପୋଡା ହେବ। ଘରେ ଆଉ ନିଜ ଇଛା ରେ କଣ ମାଆ ରାନ୍ଧିପାରୁଛି। ସେ ଠିକ ଜାଣିଛି ବଡ଼ ବୋହୁ ମାଛ ଝୋଳ ଛଡା ଆଉ କିଛି ବନେଇବ ନାହିଁ। ଠିକ ଏତିକିବେଳେ ବାରିପଟେ ଛୁଆଙ୍କ ପାଟି ଶୁଭିଲା।ସେ ଭଙ୍ଗା କାଠ ଆଉ ଭଙ୍ଗାକାଚ ରେ ଖେଳୁ ଖେଳୁ ଗୋଡ଼ ଖଣ୍ଡିଆ ଲିଟିଲ ର।ଆଉ ତା ସାଂଗ ରେ ପାଳିଧରି ସାମ୍ନା ଘର ଛୁଆ ଦୁଇଜଣଙ୍କ କାନ୍ଦ। ବାପା ଙ୍କ ରାଗ ପଞ୍ଚମ କୁ ଉଠିଗଲା। ଛୁଆ ଙ୍କୁ ସମ୍ଭାଳି ପାରୁନାହାନ୍ତି ।ଘର ସମ୍ଭାଳିବେ ଏମାନେ ,କହି ସେଠୁ ସମସ୍ତଙ୍କୁ ଘର ଭିତରକୁ ଆଣିଲେ। ତେଣେ ବଡବୋହୁ ଛୁଆଙ୍କୁ ଚୁପ କରିବାକୁ ଲାଗିପଡ଼ିଲା।ଏଇ ମଉକା ରେ ବୋଉ ଯାଇ ବାଡି ପଟେ ସେ କାଠ ସବୁ ନେଇ ଚୁଲି ଜଳେଇ ଭାତ ରାନ୍ଧିଲା।ବାପାଙ୍କ ଇଛା ରେ ତରକାରୀ ସବୁ କଲା।ନିଜ ପାଇଁ ଆଳୁ ବାଇଗଣ ପୋଡି ଚକଟିଲା।

ସଂଜ ବୁଡୁ ବୁଡୁ ବାପା ପୁଣି ଚା ବସେଇଲେ ,ଆଉ ଗୁଣୁ ଗୁଣୁ ଗୀତ ଗାଇ ବୋଉ ହାତକୁ ଚା କପ ବଢ଼େଇଦେଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics