Maitreyee Kamila

Others

3  

Maitreyee Kamila

Others

ଗୃହଲଷ୍ମୀ

ଗୃହଲଷ୍ମୀ

2 mins
285



ଆଜି ମାଣବସା ପ୍ରଥମ ଗୁରୁବାର। ଢେର ଅନ୍ଧାର ରୁ ଉଠି ସବୁ କାମ ସାରି ଘରେ ଝୋଟି ଚିତା ପକେଇ ମାଆ ଲଷ୍ମୀ ଙ୍କର ପୁଜା ସାରିଲାଣି ରୋଜି। ସକାଳୁ ଶାଶୁ ଙ୍କର ନାଲି ଚା , ସରୋଜ ଆଉ ପଲକ ପାଇଁ କ୍ଷୀର ଚା , ହର୍ଲିକ୍ସ୍ ଶଶୂରଙ୍କ ଓଟ୍ସ ମଧ୍ୟ ପ୍ରସ୍ତୁତ କରିସାରି ,ଘଡି କୁ ବାରମ୍ବାର ଦେଖୁଛି ଆଉ ତରବର ରେ ଜଳଖିଆ ପ୍ରସ୍ତୁତ କରୁଛି।ଆଜି କଲେଜ ରେ ୯.୩୦ ରେ ମିଟିଙ୍ଗ ଅଛି,ତା ଭିତରେ ପୁଣି ପଲକ କୁ ଉଠେଇ ଖୁଏଇବାକୁ ପଡିବ। କାମବାଲୀ ରାଧି ଆଜି ଡେରିରେ ଆସିବ କାଲି ଠୁ କହି ଯାଇଛି। ଗରମ ଚା କପେ ଧରି ମୋବାଇଲ ଖୋଲି ଦେଲା କଲେଜ ଟାଇମ ଟେବଲ ରେ ୯.୩୦ ଜାଗାରେ ୯.୧୫ ରେ ମେସେଜ ଆସିଛି ରାତିରେ। ଯେତେ ଶୀଘ୍ର ସମ୍ଭବ ବାକିତକ କାମ ଶେଷ କରି ବାହାରିଗଲା। ଗଲାବେଳେ ଶାଶୁଙ୍କୁ କହିଦେଇ ଗଲା ମାଆ ଆଜି ଟିକେ ଡେରି ହେବ ଆସିବା ରେ। 

 ସେ କଲେଜ ବହାରିଯିବା ପରେ ବାକି କାମ ସବୁ କାମବାଲୀ କୁ କହି କରେଇ ନିଅନ୍ତି ତା ଶାଶୁ । ଆଉ ଦିନ ସାରା ନାତି ପଛରେ ଲାଗିଥାନ୍ତି। ସଂଜ ବୁଡିବା ବେଳକୁ ରୋଜି ପୁଣି ଘରେ ପହଁଚି ଯାଏ।

 ଆଜି ତାର ଆସିବାର ଡେରି।ଘରେ ଘରେ ଶଙ୍ଖ ବାଜି ସାରିଲାଣି। ମଗୁଶିର ମାସ, ସଂଜ ହଉ ହଉ ଶୀତ ର କାୟା ବିସ୍ତାର। ପୁଣି କେଜାଣି କାହିଁଇକି ନାତି ଟୋକା ର ବେଶି ଅଝଟ ଆଜି। ଜମା ପାଖରୁ ଛାଡୁନି,ତାକୁ କାଖରେ ନେଇ ଠାକୁର ଘର କୁ ଗଲେ ହେଲେ ଦୀପ ଜାଳିଲେ। ଶଙ୍ଖ ଫୁଙ୍କିଲେ ,ଏତିକି ବେଳେ ରୋଜି ର ଆସିବା ଶବ୍ଦ ଶୁଣି ଶ୍ୱଶୁର ପାଟି କଲେ ଦେଖ ଦେଖ ତୁମ ଘର ଲଷ୍ମୀ ଆସିଗଲେଣି।ଆଉ ବ୍ୟସ୍ତ ହୁଅନି। ଲଷ୍ମୀ ପୁରାଣ ପଢିବା ପାଇଁ ଲୁଗାପଟା ପାଲଟି ଆସିଗଲା ରୋଜି। ଏବେ ଶାଶୁ ପୁଣି ଥରେ ଶଙ୍ଖ ଫୁଙ୍କି ଦେଇ ଲଷ୍ମୀ ପୁରାଣ ଶୁଣିବାରେ ମନ ଦେଲେ। ସରିଲା ବେଳକୁ ନାତି କେତେବେଳୁ ଶୋଇ ଗଲାଣି। ସରୋଜ ସବୁ ଦିନ ପରି ଡେରି ରେ ଆସିଲେ।ରୋଜି ପୁଣି ତରବର ରେ ରୋଷେଇ ଘରେ ପଶି ବ୍ୟସ୍ତ ରହିଲା ରାତ୍ରି ଭୋଜନ ପାଇଁ।ଶୋଇବା ପୂର୍ବ ରୁ ପୁଣି ଆସନ୍ତା କାଲିର ପଢେଇବାକୁ ଥିବା ବିଷୟ କୁ  ଦେଖୁଥିଲା। 

  ସରୋଜ ଚିଡ଼େଇବା ପାଇଁ ରୋଜି କୁ କହୁଥିଲେ ଆଜି ଗୃହଲଷ୍ମୀ ର ଫୁରୁସତ ନାହିଁ ଟିକେ କଥା ହେବାକୁ।କାହିଁ ଦିନ ସାରା ଗୋଟେ କଲ ଆସିନଥିଲା ତୁମର। 

 ରୋଜି ହସି ଦେଇ କହିଲା ଜାଣିନ କି ଆଜି ଲଷ୍ମୀର ସଂସାର ଗୋଟାକର କାମ। ସେ ଘର ର ହେଉ କି ବାହାରର ହେଉ।


Rate this content
Log in