STORYMIRROR

Maitreyee Kamila

Classics

3  

Maitreyee Kamila

Classics

ଶବ୍ଦ

ଶବ୍ଦ

1 min
323


ଝରକା ଆଡ଼କୁ ଅନେଇ ପୁପୁନ ଛିଡା ହୋଇଥିଲା।ତାକୁ ଲୁଚେଇ କିଛି ପାଦ ଗତିଶୀଳ ହେଲେ। ହଠାତ ଗୋଟିଏ ଶବ୍ଦ ରେ ଗାଡି ଭିତରକୁ ପଶିବା ପୂର୍ବରୁ ପାଦ ସବୁ ସ୍ଥିର ହୋଇଗଲା। କାନରେ ବାଜିଲା ବୋଉ।ସେମାନେ ସବୁ ଅଣଓଡିଆ।କିନ୍ତୁ ବୋଉ ଡାକ ଯେ ପୁପୁନର ସେମାନଙ୍କ ପାଇଁ ଭଲ ଭାବେ ବୁଝି ଯାଉଥିଲେ।ଏବଂ ପୁଣି ଥରେ ପଛକୁ ଫେରି ଦେଖିଲେ ପୁପୁନ ହାତ ହଲେଇ ଚାହିଁରହିଛି।ଗାଡି ଷ୍ଟାର୍ଟ କରୁ କରୁ ମୋତେ ହିନ୍ଦୀ ରେ କହିଲେ ପୁପୁନ ମୋତେ ବୋଉ ଡାକେ। ମୋ ଝିଅ କୁ ନାନୀ।ତାହେଲେ ଆପଣ ବୋଉ ର ମାନେ ବୁଝି ସାରିଛନ୍ତି।ହଁ ପୁପୁନ ଠୁ।ସତରେ ବୋଉ ତ ବୋଉ, ସେ ମରାଠୀ ହେଉ କି ଓଡ଼ିଆ କିଛି ଫରକ ପଡେନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics