Maitreyee Kamila

Tragedy

3  

Maitreyee Kamila

Tragedy

ନିସ୍ତବଦର ସ୍ୱର

ନିସ୍ତବଦର ସ୍ୱର

2 mins
177



ଆଜି କଲେଜର ହଲ ଟା ଭାରି କୋଲହଳ ମୟ ଥିଲା । ସମସ୍ତେ ନିଜ ନିଜ ବକ୍ତ୍ୟବ ରଖିବାର ପ୍ରୟାସ ରେ ବ୍ୟସ୍ତ ରହି ସେହି ମୁହୁର୍ତ୍ତ କୁ ଅପେକ୍ଷା କରଥିଲେ ,କେତେବେଳେ ମାଇକ ରେ ଘୋଷଣା ହେବ, ମୁଖ୍ୟଅତିଥି ଆସିଗଲେଣି,ସମସ୍ତେ ଅଡ଼ିଟୋରିୟମ କୁ ଆସିବାକୁ ଅନୁରୋଧ । ଆଉ ଅଳ୍ପ ସମୟ ମଧ୍ୟ ରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ସତକୁ ସତ ସେ ସମୟ ଆସିଗଲା । ରିଧି, ଶ୍ରୀ, ତେଜ,ପରି ସମସ୍ତେ ନିଜ ନିଜ ସ୍ଥାନ ରେ ବସି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଲାଗିଲେ । ଆରେ ଆଜି ସୋହମ କଣ ଦିଶୁନି । ଶ୍ରୀ ତୁ ସୋହମ କୁ ଦେଖିଛୁ । ହଁ,ସେ କଲେଜ ଆସିଥିଲା । କୋଉଠି ଅଛି? ହେଇ ଦେଖ ପଛ ପଟ ଝରକା ପାଖକୁ ।

ଶ୍ରୀ ଯାଇ ସୋହମ ପାଖେ ବସି ପଡ଼ିଲା । କହିଲା ତୁ ଷ୍ଟେଜ ଉପରକୁ ଯାଇ କିଛି କହିବା ପାଇଁ ମ୍ୟାମ କହିଛନ୍ତି । ମୋତେ କିଛି ଆସେନି । ମୁ କଣ କହିବି,?ଏପଟେ ପରି ଆସି କହିଲା ତୋ ନାଁ ଲିଷ୍ଟ ରେ ଅଛି । କିଛି ତ କହିବାକୁ ପଡିବ ।


  ଠିକ ଏହି ସମୟ ରେ ମୋନିକା ମେମ ତା ନା ଧରି ଡାକିଲେ ସୋହମ ଆଜି ମଦର୍ଶ ଡେ,ତୁମେ ତୁମ ମାଆ ଙ୍କ ଉପରେ କିଛି କୁହ । ସୋହମ ଥରି ଥରି ଷ୍ଟେଜ ପାଖକୁ ଗଲା । ମାଇକ୍ରୋଫୋନ ରେ ହାତ ଦେଇ କହିବାକୁ ଲାଗିଲା 'ସକାଳେ ମୋ ନିଦ ଭାଙ୍ଗିବାକୁ ତୁମେ ଆସୁଥିଲ ମମି । ଖାଇବା ଥାଳି ହାତ ରେ ଧରେଇ ପୁଣି ପଚାରିବାକୁ ଭୁଲୁ ନଥିଲ କେମିତି ହୋଇଛି?ତୁ ଖାଇଲୁ କି ନାହିଁ?କଲେଜ ରେ ମୋ ଟିଫିନ ଆଉ କାହା ସହ ସେୟାର କରିଛୁ । ଆଜି ତୋ ମନ ଭଲ ନାହିଁ କି?ଆଜି ଏକଜାମ ଅଛି ଜଲଦି ଉଠି ପଡି ବହି ଟିକେ ଦେଖି ନେ । ଡ୍ରେସ ଆଇରନ ହୋଇ ରହିଛି ପିନ୍ଧିନେବୁ । ବାସ ମମି .....ମୁଁ ବଡ଼ ହୋଇଗଲିଣି । ଛୋଟ ପିଲା ନୁହେଁ ସବୁ କଥା ଟିକିନିଖି ମୋତେ ପଚାରିବ । ମୁଁ ନିଜେ ସବୁ କରିନେବି । ନିଜ କାମ ଛାଡି ମୋ ପଛରେ ପଡିବା ଦରକାର ନାହିଁ ।


  ମମି ମୁଁ କେତେ ଭୁଲ କରିଥିଲି ତୁମ କୁ ,ତୁମ କଥା ନଶୁଣିବାର ହଜାରେ ବାହାନା ମୋର ଥିଲା । ଆଉ ଥରେ ଫେରି ଆସ......ମମି । ପ୍ଲିଜ଼ ଆଉଥରେ କିଛି କୁହ ମୋ ପାଖ ରେ ବସିପଡ଼ । ଦେଖ ମୁଁ ଖାଇଛି କି ନାହିଁ । ରାତି ରେ ଠିକ ସେ ଶୋଇଲି କି ନାହିଁ ।


ଯେଉଁଠି ଅଛ ମୋତେ ଥରେ ଖାଲି ଥରେ କ୍ଷମା କରିଦିଅ । ମୋ ମୁଣ୍ଡରେ ଥରେ ହାତ ବୁଲେଇ କୁହ ମୋ ସୁନା ଟା ପରା । ମୋତେ ଥରେ କ୍ଷମା କରି ଦିଅ ମମି......

ସାରା ହଲ ଶାନ୍ତ । କାହାରି ପାଟି ରୁ କିଛି ଶବ୍ଦ ନଥିଲା କହିବା ପାଇଁ । ନିସ୍ତବଦର ସ୍ୱର ରେ କିଛି ଲୁହ ମିଶି ଗୁଞ୍ଜରିତ ହୋଉଥିଲା ବାରମ୍ବାର ମାଆ ଆଉ ଥରେ....... ଫେରିଆସ ।



Rate this content
Log in

Similar oriya story from Tragedy