ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ଯାତ୍ରା ପଥେ
ଝିଅଟିଏ ବାହାହୋଇଗଲା ପରେ ଶାଶୁ ଘର ଲୋକ ମାନଙ୍କୁ ନିଜର କରିନେବା ନିହାତି ଆବଶ୍ୟକ l ବାହାଘର ପରେ ଶାଶୁଙ୍କ ଭାଇ ଭଉଣୀ ଓ ଶଶୁରଙ୍କ ଭାଇ ଭଉଣୀ ଇତ୍ୟାଦି ଶାଶୁ ଶଶୁର ଓ ସେମାନଙ୍କ ପିଲାମାନଙ୍କ ସହ ଭାବ ବଢା଼ଉ ବଢା଼ଉ କେବେ କେବେ ବାପ ଘରର ବନ୍ଧୁବାନ୍ଧବ ତଥା ରକ୍ତ ସମ୍ପର୍କୀୟମାନେ ମନେପଡନ୍ତି, ବାପା ମାଆଙ୍କ ପାଖକୁ ଆସିଲେ ବେଶୀ ମନେ ପଡେ, ଇଚ୍ ଛାହୁଏ ବାପାଙ୍କ ଭାଇ ଭଉଣୀ ଓ ମାଆର ଭାଇ ଭଉଣୀ ଯଥା ବଡବାପା ଦାଦା ପିଇସୀ ମାମୁଁ ମାଉସୀ ମାନଙ୍କୁ ଦେଖିବାର ଇଚ୍ଛା ସେଦିନ ମିତାଲିକୁ ଅଟକେଇ ହେଲାନି l ସ୍ୱାମୀଙ୍କୁ ବୁଝେଇ ବାପା ମାଆ ସହ ନିଜ ଗାଡି ଧରି ବାହାରି ପଡିଲେ ସେମାନେ l
ଏଠାକୁ ସେଠା, ଖିଆ ପିଆ, ଗପ ସପ ହେଉ ହେଉ ଢେର ରାତିରେ ଫେରିଲା ବେଳକୁ ଶୀତ ସହ କୁହୁଡି କାକର, ରାସ୍ତା ବି ନିରୋଳା ଜନଶୂନ୍ୟ, ଡର ବି ମାଡ଼ୁଥାଏ, ଆଉ ପସ୍ତେଇବାକୁ ପଡୁଥାଏ, ଦିଗନ୍ତ ପ୍ରସାରୀ ଯାତ୍ରାରେ ନଯାଇଥିଲେ ହୋଇଥାନ୍ତା ବୋଲି ମନେ ହେଉଥାଏ, ପୁଣି ଜନ୍ତୁ ଜୁନ୍ତା ଭୟ ସାଙ୍ଗକୁ ଚୋର ଡକାୟତଙ୍କ ଭୟକୁ ବି ଏଡି ଦିଆଯିବା ଆସମ୍ଭଵ ଲାଗୁଥିଲା l
ହଠାତ ଗାଡି ଅଟକି ଗଲା, ଏତେ ରାତିରେ ରାସ୍ତାରେ ହେଲମେଟ ପିନ୍ଧା ଜଣେ ଲୋକ ଗାଡି ଆଗରେ ଠିଆ, ସମସ୍ତେ ଭୟଭୀତ, ସେ କହୁଥାଏ, ସାହାଯ୍ୟ କରନ୍ତୁ, ମୋ ବାଇକଟି ଖରାପ ହୋଇଗଲା ମତେ ଲିଫ୍ଟ ଦିଅନ୍ତୁ, ତ ମାନବିକତା ଦୃଷ୍ଟିରୁ ମାଆ ଝିଅଙ୍କ ପାଖକୁ ଆଗରେ ବସିଥିବା ବାପା ଉଠିଆସି, ତାଙ୍କୁ ଆଗରେ ଡ୍ରାଇଭିଙ୍ଗ କରୁଥିବା ଜୋଇଁଙ୍କ ପାଖରେ ବସିଯିବାକୁ କୁହାଗଲା ତ ମୋ ବ୍ୟାଗ ନେଇ ଆସୁଛି କହି ସେ ଖାଲି ଅନ୍ତର୍ଧ୍ୟାନ ହେଲେ ତା ନୁହେଁ ବରଂ ଘଣ୍ଟାଏ ପରେ ମଧ୍ୟ ଫେରିନଥିଲେ, ଡର ଭୟ ଆତଙ୍କ ଭିତରେ ଅମାନବିକତା କାର୍ଯ୍ୟରୁ ନିବୃତ ହେବାକୁ ଭାବି ବି ଅପେକ୍ଷା କରିବା ବା ତାଙ୍କୁ ଖୋଜିବା ଅସମ୍ଭବ ହେଲା ତ ଗାଡି ଗଡ଼ିଲା ଆଗକୁ, ଆଉ ହମ୍ପସରେ ଧକ୍କା ଖାଇଲୁ ଜୋରରେ, ଘରେ ପହଞ୍ଚିଲା ବେଳକୁ ରାତି ତିନିଟା, ବିବେକ ମାନୁନଥିଲା, ଭୁଲ ପାଇଁ ପଶ୍ଚାତାପ କରି ଲାଭ ନଥିଲା, ହେଲେ ତା ପରଦିନ ବଡ଼ ବଡ଼ ଅକ୍ଷରରେ ସେହି ବାଟେ ବାଇକ ସହ ବାଇକ ଚାଳକର ମୃତ୍ୟୁ ଖବରରେ ଶିହରୀ ଉଠିଲେ ସମସ୍ତେ, ବୁଝି ହେଉନଥିଲା ସେ ଲୋକ ମଣିଷ ନା ତା ଭୂତ ଥିଲା, ପ୍ରତେକ୍ଷ ଅନୁଭୂତିକୁ ମଧ୍ୟ ବିଶ୍ୱାସ କରିହେଉନଥିଲା, ଅନ୍ତରାତ୍ମା ଥରି ଉଠୁଥିଲା l
