STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ଧଣ୍ଡି

ଧଣ୍ଡି

3 mins
365


ବୟସର ସାୟାହ୍ନରେ ମଧୁମେହ ଶରୀର ଟାକୁ ଭିତରେ ଭିତରେ ଖୋଳ କରିଦିଏ ।ସକାଳୁ ଉଠିବା ବେଳକୁ ପାଦ ଦରଜ ଲାଗେ । ଶିରାସବୁ ଟାଣି ଧରିବା ପରି ଲାଗେ । ଶୀତ ସକାଳୁ ସକାଳୁ ଟିକିଏ ଚଲାବୁଲା କରି ଦେଲେ ଭଲ ଲାଗେ । ସଡ଼କ କଡେ କଡେ ପ୍ରାତ ଓ ସାନ୍ଧ୍ୟ ଭ୍ରମଣ ବିପଦମୁକ୍ତ ନୁହେଁ । ଏଣୁ ପାଖ ମେଲଣ ପଡିଆରେ ଦୁଇଚାରି ଥର ଏପଟ ସେପଟ ହୋଇ କାମ ଚଳାଇ ନେବାକୁ ଉଚିତ ମନେ କରନ୍ତି ମହେନ୍ଦ୍ରବାବୁ ।

ସେ ଦୀର୍ଘ ଦିନ ଚାକିରୀ କରି ବାହାରେ ରହିବା ପରେ ଏଇ କିଛି ଦିନ ହେଲା ଗାଁ କୁ ଫେରିଛନ୍ତି ।କରୋନା ମହାମାରୀର ଭୟ ଓ କଟକଣା ଏବେ ବି ବଳବତ୍ତର ରହିଛି ।ଏଣୁ ସିଏ ପ୍ରାୟତଃ ଘରୁ ବିଶେଷ ବାହାରନ୍ତି ନାହିଁ । ଗାଁ ର ପରିଚିତ କିଛି ପୁରୁଖା ଲୋକଙ୍କ ସହିତ ଭେଟଘାଟ ହୋଇଗଲେ ସାଧାରଣତଃ ଅଧିକ ଗପସପ ହେବାକୁ ଚାହାନ୍ତି । ତାଙ୍କ ଆଗ୍ରହକୁ ସହଜରେ ଏଡାଇ ପାରନ୍ତିନି ମହେନ୍ଦ୍ରବାବୁ ।


ଆଜି ପଡିଆରେ ହଠାତ ତାଙ୍କର ରାଧୁଭାଇଙ୍କ ସହିତ ଭେଟ ହେଲା । ସେ ନିଜେ ଲେଖିଥିବା ସଙ୍କୀର୍ତ୍ତନ ମାଧୁରୀ ଓ ସ°କ୍ଷିପ୍ତ ଭାଗବତ କଥାମୃତ ବହି ବିଷୟରେ ଜଣାଇଲେ । ଗ୍ରାମ ଐତିହ୍ୟ ବିଷୟରେ ତାଙ୍କର ବିଶେଷ ଜ୍ଞାନ ଥିବାରୁ ତାଙ୍କୁ ମେଲଣ ପରିଚାଳନା କମିଟିକୁ ପ୍ରାୟତ ଡାକନ୍ତି ବୋଲି ସୂଚିତ କଲେ ।


 କଥା ଛଳରେ କହିଲେ ଯେ ଆଗ ପରି ଆଉ ଆମ ଗାଁରେ ପ୍ରସିଦ୍ଧ ବରୁଆଁ ମେଲଣ ଅନୁଷ୍ଠିତ ହେଉନାହିଁ । ସୁଜନପୁର ଓ ହସନପୁର ମଧ୍ୟରେ ଆଗରେ ଧଣ୍ଡି ଯିବା ଓ ଷଣ୍ଢ ନାଚକୁ ନେଇ ବିବାଦ ଓ ଭୀଷଣ କଳିଗୋଳ ହେଲା । ତାଙ୍କ ପାଇଁ ସ୍ୱତନ୍ତ୍ର ଅଲଗା ରାସ୍ତା ଦିଆଯିବାରୁ ସମାଧାନ ହେଲା । ଏଇ କିଛି ବର୍ଷ ହେଲା ହରିପୁର ର ବୃନ୍ଦାବନଚନ୍ଦ୍ର ଠାକୁର ଦୋଳକୁ ଆସୁନାହାନ୍ତି । କାରଣ ବି ସେହି ଧଣ୍ଡି ।ତାଙ୍କ ଠାକୁର ଅନ୍ୟ କୈ।ଣସି ଧଣ୍ଡି ତଳେ ଆସିଲେ ତାଙ୍କ ଜମିଦାରୀ ସ୍ୱାଭିମାନ ଉପରେ କାଳେ ଆଞ୍ଚ ପହଞ୍ଚିଲା ।


 ରାଧୁ ଭାଇ ଧଣ୍ଡିର ମହତ୍ତ୍ଵ ଓ ଇତିହାସ ବୁଝାଇବାକୁ ଯାଇ କହିଲେ- କଲିକତାରେ ଏ ପର୍ଯ୍ୟନ୍ତ ଗଙ୍ଗାନଦୀ କୂଳରେ ଜଗାଇ ଓ ମାଧାଇ ନାମକ ଦୁଇଟି ଘାଟ ରହିଛି । ଜଗାଇ ଓ ମାଧାଇ କାଳେ ବଙ୍ଗ କାଜୀଙ୍କର ଦୁଇଜଣ ଦୁର୍ଦ୍ଦାନ୍ତ ସିପାହୀ ଥିଲେ । ମହାପ୍ରଭୁ ଗୈ।ରାଙ୍ଗଙ୍କ ଭକ୍ତି ସଙ୍କୀର୍ତ୍ତନକୁ ଭଣ୍ଡୁର କରିବାକୁ କାଜୀଙ୍କ ନିର୍ଦ୍ଦେଶରେ ଢେଲା ଫୋପାଡିଲେ । 


ଗୈ।ରାଙ୍ଗ ମହାପ୍ରଭୁ ମୁଣ୍ଡାଇଥିବା ତୁଳସୀ କୁଣ୍ଡ ଭାଙ୍ଗି ଓ ଢେଲା ବାଜି ତାଙ୍କ ମୁଣ୍ଡରୁ ଧାର ଧାର ହୋଇ ରକ୍ତ ବହିଲା । ଭକ୍ତ ମଣ୍ଡଳୀ କ୍ରୋଧରେ ଜର୍ଜରିତ ହୋଇ ପ୍ରତି ଆକ୍ରମଣ କରିବାକୁ ଉଦ୍ୟତ ହେଲେ । ଗୈ।ରାଙ୍ଗ ଭକ୍ତ ମାନଙ୍କୁ ହି°ସାରୁ ନିବୃତ୍ତ କଲେ ଓ ପ୍ରେମ ବିହ୍ୱଳ ହୋଇ ଜଗାଇ ଓ ମାଧାଇଙ୍କୁ ଦୁଇ ବାହୁରେ ଜାକି ଧରି ସିଧା କାଜିଙ୍କ ପାଖକୁ ଗଲେ । ଗୈ।ରାଙ୍ଗଙ୍କ ରୈ।ଦ୍ର ରୂପ ଦେଖି କାଜୀ କୁଆଡେ ଭୟ ପାଇ ଯାଇଥିଲେ । ତାଙ୍କର ଭକ୍ତି ସଙ୍କୀର୍ତ୍ତନକୁ କେବେ ବି ଆଉ ବିରୋଧ କରି ନଥିଲେ । ସେହି ଦିନ ଠାରୁ ଜଗାଇ ଓ ମାଧାଇ ମଧ୍ୟ ଗୈ।ରାଙ୍ଗଙ୍କ ଅନୁଗାମୀ ହୋଇ ଯାଇଥିଲେ । ଭକ୍ତି ସଙ୍କୀର୍ତ୍ତନ ନଗର ଗ୍ରାମ ପରିକ୍ରମା କରିବା ସମୟରୁ ହିଁ କାଳେ ଧଣ୍ଡିର ପ୍ରଚଳନ ହୋଇ ଆସୁଛି ।


ଏ ତଥ୍ୟର ଐତିହାସିକ ସତ୍ୟତା କେତେ ଅଛି କାହାକୁ ବା ଜଣା । କିନ୍ତୁ ଏ କଥା ସତ୍ୟ ଯେ କୈ।ଣସି ରାଷ୍ଟ୍ର, ରାଜ୍ୟ, ସ°ପ୍ରଦାୟ ବା ସମାଜ ଅଥବା ଏକ ବିଶେଷ ଉତ୍ସବ ଅନୁଷ୍ଠାନର ପ୍ରତୀକ ହେଉଛି ଧ୍ୱଜା। ତାହାକୁ କେତନ,ପତାକା, ଝଣ୍ଡା,ନିଶାନ ବା ଚିହ୍ନ,ଜୟା ଆଦି କେହି କେହି ମଧ୍ୟ କହିଥାନ୍ତି । ଏକ ସଳଖ ମଜବୁତ ବାଉଁଶ ଉପରି ଭାଗରେ ଏକ ବିଶେଷ ଉଦ୍ଦେଶ୍ୟରେ ପତାକାକୁ ବାନ୍ଧି ସାଙ୍କେତିକ ଭାବରେ ଆପଣାର ଏକମତତା ଓ ବିଚାରଧାରାକୁ ସୂଚୀତ କରାଯାଇଥାଏ ।

 ସା°ପ୍ରତିକ ସମୟରେ ଧଣ୍ଡି ଉପଯୁକ୍ତ ବାଉଁଶର ଅଭାବ ଓ ତାକୁ ଧରି ଚଳମାନ କରାଇବାକୁ ଅଧିକ ସଙ୍ଖ୍ୟକ ଲୋକଙ୍କ ଅଭାବ ହେବା ଯୋଗୁଁ ପରମ୍ପରାକୁ ରକ୍ଷା କରିବା ଉଦ୍ଦେଶ୍ୟରେ କେବଳ ଗୋଟିଏ ସ୍ଥାନରେ ଧଣ୍ଡିକୁ ପୋତି ରଖାଯାଉଛି । ତେବେ ବୃଥା ଅଭିମାନ ଓ ମନୋମାଳିନ୍ୟକୁ ଏଡାଯାଇ ପାରିଲେ ଆମର ମୂଳ ସ°ସ୍କୃତି ବଜାୟ ରହି ପାରନ୍ତା । ସମୟ ଓ ପରିସ୍ଥିତି ପ୍ରତି ଆମ୍ଭେ ସଚେତନ ରହି ପାରିଲେ ଆମେ ପରସ୍ସର ସହଯୋଗ ଓ ସହମତି ଭିତ୍ତିରେ ଆମର ପରିବେଶକୁ ନିଶ୍ଚୟ ସରସ ସୁନ୍ଦର ରଖି ପାରିବା ।

 ଆଜିର ପ୍ରାତଃ ଭ୍ରମଣ ବଦଳରେ ଧଣ୍ଡି ଦର୍ଶନ ମହେନ୍ଦ୍ରବାବୁଙ୍କୁ ବେଶ ଆହ୍ଲାଦିତ କରିଥିଲା ।

   



Rate this content
Log in

Similar oriya story from Action