Barsha rani Nanda

Action Others

3  

Barsha rani Nanda

Action Others

ଧିକ୍ ତୁମ ନିୟମ

ଧିକ୍ ତୁମ ନିୟମ

4 mins
155


ସାଇନା ମୋର ବାଲ୍ୟ ବନ୍ଧୁ। ଦୁହେଁ ଏକାଠି ଖାଉ,ଏକାଠି ବସୁ, ସ୍କୁଲରେ ମଧ୍ୟ ଆମେ ଦି ଜଣ ପାଖରେ ଖାଉ,ବସୁ,ପଢ଼ାରେ ମଧ୍ୟ ପାଖା ପାଖି ନମ୍ବର ରଖୁ।ଯୁକ୍ତ ତିନି ପରେ ସିଏ ଚାଲିଗଲା ଦିଲ୍ଲୀରେ ପଢିବା ପାଇଁ କିନ୍ତୁ ଆମ ଘରେ ଆଉ ମତେ ପଢେଇବା ରାଜି ନଥିଲେ। ସମସ୍ତଙ୍କ ଅନିଚ୍ଛା ସତ୍ତ୍ବେ ମୁଁ କେମିତି ପଢିବି ତେଣୁ ମୁଁ ପଢା ଛାଡ଼ି ଘରେ ରହିଲି।ଘରେ ବଢିଲା ଝିଅଟେ ଥିଲେ ବାପା ମା'ଙ୍କର ବହୁତ ଚିନ୍ତା ଥାଏ।ମୋ ବାପା ମା ବି ମୋ ପାଇଁ ଭଲ ପୁଅଟେ ଖୋଜିବାରେ ଲାଗି ପଡ଼ିଲେ।

ମୋର ପରୀକ୍ଷା ଦେବା ଆରମ୍ଭ ହେଇଗଲା ଗୋଟିଏ ପରେ ଗୋଟିଏ ଘର ଦେଖିବା ପାଇଁ ଆସନ୍ତି ଏମିତିରେ ବହୁତ ଆସିଲେ ଗଲେ। ଝିଅଟାକୁ ଯାହା ନାଇଁ ତା ହାତକୁ ତ ବାପା ମା ଟେକି ଦେଇ ପାରିବେନି,ଭଲ ଘର ,ଭଲ ପୁଅ ସବୁ ଦେଖି ହିଁ ତ ବାପା ମା ତାଙ୍କ ଅମୂଲ୍ୟ ରତ୍ନକୁ ଦେବେ। କିନ୍ତୁ ତାପରେ ଯେଉଁ ବାହାଘର ପ୍ରସ୍ତାବ ଆସିଲା ପୁଅଟି ଦେଖିବାକୁ ବହୁତ ସୁନ୍ଦର ଭଲ ଚାକିରୀ ଟିଏ କରିଛି ଭଲ ପରିବାର ସବୁ ଦେଖିବା ପରେ ବାହାଘର ତିଥି ବାହାରିଲା ମୋ ପାଇଁ।ସାଇନାକୁ ମୁଁ ଫୋନ୍ କଲି କେତେଦିନ ଆଗରୁ ସେ ପହଞ୍ଚିବ ବୋଲି ସିଏ କଥା ମଧ୍ୟ ଦେଇଥିଲା। କିନ୍ତୁ ବାହାଘର ଦିନ ଯାଏଁ ସିଏ ପହଞ୍ଚିନି ମତେ ବହୁତ ବିରକ୍ତ ଲାଗୁଥାଏ।ତୋ ପାଳି ବି ପଡ଼ିବ ରହ ବ୍ୟସ୍ତ କାଇଁ ହଉଛୁ ବୋଲି ଭାବି ମୁଁ କାନ୍ଦ କାନ୍ଦ ହେଇଯାଉ ଥାଏ। ଯେହେତୁ ସେ ମୋ ପିଲାବେଳ ସାଙ୍ଗ ମତେ ତା ଉପରେ ବିରକ୍ତ ଲାଗିବା ସ୍ଵାଭାବିକ କଥା।ମଉସା ମାଉସୀକୁ ମଧ୍ୟ ଦେଖିବାକୁ ପାଉ ନଥାଏ। ହଳଦୀ, ମେହେନ୍ଦି ଲଗେଇବା ପରେ ବାହାରକୁ ଯିବାକୁ ମନା ନହେଲେ ମୁଁ ଯାଇ ଦେଖି ଆସନ୍ତି ସେ ଆସିଲାଣି ନା ନାହିଁ,ଫୋନ୍ ମଧ୍ୟ ଲାଗୁନି।ଏ ସାଇନି ସବୁବେଳେ ମତେ ଏମିତି କରେ ସାଙ୍ଗଟା ମଜା କରୁଛି ମୋ ସାଙ୍ଗରେ ଭାବି ଚୁପ୍ ରୁହେ ମୁଁ ତା ବୋଲି କ'ଣ ମୋ ବାହାଘର ଦିନ ବି ମୋ ସାଙ୍ଗରେ ମଜା ଆଛା ପିଲାଟା ଇଏ ମଝି ନଈରେ ଛାଡିକି ପଳେଇବ। ଏମିତି ଭାବି ଭାବି ତା ଉପରେ ବିରକ୍ତ ହୋଇ ବାହାଘର ସରିଗଲା ମୋର।

ମୋ ବାହାଘରରେ ତା ଅନୁପସ୍ଥିତି ମତେ ବହୁତ ଦୁଃଖ ଦେଉଥିଲା। ବିଦାୟୀ ସମୟରେ ବୋଉକୁ କହିକି ଆସିଲି ସିଏ ଯଦି ଆସେ କହିଦେବୁ ମୁଁ ଆଉ ତାକୁ ଦେଖିବା ପାଇଁ ଚାହୁଁନି ନ ଆସିଲା ନାଇଁ ମତେ ମିଛ କ'ଣ ପାଇଁ କହିଲା ମୁଁ ପହଞ୍ଚିବି ବୋଲି। ବୋଉ ମତେ କହିଲା ଛିଃ ମା ସାଙ୍ଗକୁ ସେମିତି କୁହନି ତୁ ତାକୁ ଯେତେ କଥା କହିଲେ ସେ ଆଉ କଣ ତୋ ପାଖକୁ ଆସିବ।ବୋଉ କହିଥିବା କଥା ମୁଁ ସେତେବେଳେ ବୁଝି ପାରିଲିନି। କାହିଁକିନା ମତେ ଶୀଘ୍ର ନେବା ପାଇଁ ଶାଶୁଘର ଲୋକେ ତରବର ହେଉଥିଲେ। ଶାଶୁଘରକୁ ଆସିଲା ପରେ ମଧ୍ୟ ବହୁତ ଚେଷ୍ଟା କରିଛି ତା ଫୋନ୍ ଲାଗିନି।ଚାରି , ପାଞ୍ଚ ଦିନ ପରେ ସାଇନା ନଂ ରୁ ଫୋନ୍ ଆସିଲା । ମୁଁ ମାଉସୀ କହୁଥିଲି ଲୋ ମା ସାଇନା ତତେ ବହୁତ ଖୋଜୁଛି ।ସାଇନା ବହୁତ ସିରିୟସ୍ ଅଛି ପାରିବୁ ଯଦି ଟିକିଏ ଆସିବୁ ଲୋ ମା କହି ଫୋନ୍ କାଟିଦେଲେ। ବୋଉକୁ ଫୋନ୍ କରି ପଚାରିବାରୁ ବୋଉ କହିଲା ତୋ ବାହାଘର ଦିନ ସକାଳୁ ସିଏ ପହଞ୍ଚି ତୋ ପାଇଁ କଣ କିଣିବା ପାଇଁ ଯାଇଥିଲା ଫେରିବା ବାଟରେ କିଏ ଟ୍ରକ୍ ଟି ପିଟି ଦେଇଗଲା ।ତତେ କହିଲେ ତୁ କାନ୍ଦିବୁ ବୋଲି ଆମେ ତତେ କହିନଥିଲୁ ।ମୁଁ ସାଙ୍ଗେ ସାଙ୍ଗେ ବାହାରିଗଲି ଡାକ୍ତରଖାନା ଗଲି। ଯାହା ଦେଖିଲି ମୋ ଆଖିକୁ ବିଶ୍ଵାସ କରି ପାରିଲିନି,ମରଣ ସାଙ୍ଗେ ଲଢେଇ କରୁଥାଏ ସେ। ଦେହ ସାରା ଖଣ୍ଡିଆ ଖାବରା।ସାଲାଇନ୍ ,ଅକ୍ସିଜେନ୍ ସବୁ ଲାଗିଥାଏ ତାକୁ ଏତେ କଷ୍ଟରେ ଦେଖି ମୋ ଦେହ ଥରି ଉଠୁଥାଏ। ମୁଁ ଏମିତି କଷ୍ଟ ଜମା ଦେଖିପାରେନି।ଏତେ କଷ୍ଟରେ ଥାଇ ବି ସେ ମତେ ଆଖି ଖୋଲି ଦେଖିଲା ଧିରେ ଧିରେ ମୋ ସାଙ୍ଗରେ କଥା ହେବା ପାଇଁ ଚେଷ୍ଟା କରୁଥାଏ। ମୁଁ ଜାଣିଲି ଯେ ସିଏ ଆଉ ବଞ୍ଚିବା ଅବସ୍ଥାରେ ନାହିଁ କିନ୍ତୁ ମତେ ଦେଖି ଖୁସିରେ ମୋ ହାତକୁ ଚାପି ଧରିଲା ମୁଁ ପଚାରିଲି ତତେ କିଏ ଏମିତି ଅବସ୍ଥା କଲା ସିଏ ତାପରେ ସୁମନ୍ତ ନାଁ କହିଲା ସିଏ ହିଁ ଟ୍ରକରେ ଥିଲା ମୁଁ ଦେଖିଛି ତାକୁ ବୋଲି କହିଲା। ଯାହା ପାଇଁ ସେ ଯାଇ ଦୂରରେ ପଢ଼ିବା ପାଇଁ ବାଧ୍ୟ ହେଲା। ସେଇ ବଡ ଘର ପୁଅ ତା ପଛରେ ଲାଗିଥିଲା ତାକୁ ବହୁତ ହଇରାଣ କରୁଥିଲା। ଖନେଇ ଖନେଇ ବହୁତ କିଛି କଥା କହି ଦେଲା ମତେ ସାଇନା। ବହୁତ କାନ୍ଦିଲି ତା ପାଖରେ ସିଏ ମନା କଲା ତୁ କାନ୍ଦିବୁନି ଲୋ ମୁଁ ସହି ପାରେନି ବୋଲି କହିଲା। ସରି ଲୋ ମୁଁ ଯାଇ ପାରିଲିନି ବୋଲି ବି କହିଲା। ତୁ ଚିନ୍ତା କରନି ଏ ସାଙ୍ଗ ତୋ ପାଇଁ ଲଢିବ ବୋଲି କହିକି ଆସିବା ପାଇଁ ବାହାରିଲି ସେ ଛାଡୁ ନଥିଲା। ଶାଶୁଘରୁ ଆସିଛି ସନ୍ଧ୍ୟା ହେବା ଆଗରୁ ଫେରିବା ପାଇଁ ପଡିବ ମୁଁ କାଲି ପୁଣି ଆସିବି ଲୋ କହି ଫେରି ଆସିଲି ଘରେ ପହଞ୍ଚିଛି କି ନାହିଁ ବୋଉ ର ଫୋନ୍ ଆସିଲା ସିଏ ଆଉ ନାହିଁ। ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା ମୋ ଭଉଣୀ ଭଳି ସିଏ ମୋ ସାଙ୍ଗରେ ଛୋଟରୁ ଆଜି ଯାଏଁ ଥିଲା। ମୋର ସୁଖରେ ଦୁଃଖରେ ସବୁଠାରେ ସିଏ ସାଥି ହେଉଥିଲା ମୋ ଦୁଃଖକୁ ବାଣ୍ଟି ନେଉଥିଲା।ମତେ ବହୁତ ଭଲରେ ସିଏ ବୁଝି ପାରିଥିଲା। ମୁଁ ତା ପାଇଁ ଲଢିବି ବୋଲି ନିଷ୍ପତ୍ତି ନେଲି । ଆମେ ପଢିଲା ବେଳେ ସେଇ ସୁମନ୍ତ ମୋ ସାଙ୍ଗକୁ ବହୁତ ହଇରାଣ କରିଛି ।ସାଇନାକୁ ସେ ବାହା ହେବା ପାଇଁ କହୁଥିଲା ଯେହେତୁ ସାଇନା ମନା କରୁଥିଲା ସେଥିପାଇଁ ସେ ସାଇନାକୁ ହଇରାଣ କରୁଥିଲା। କଲେଜ୍ ରେ ସମସ୍ତେ ଭଲକି ଜାଣନ୍ତି ପୂରା ବେକାର ପିଲାଟି ହେଲା ସୁମନ୍ତ,ଖରାପରୁ ଅତି ଖରାପ ପିଲା।ବଡ଼ ଘର ପିଲା ବୋଲି କେହି କିଛି କୁହନ୍ତିନି, କହିବାକୁ ଗଲେ ତାକୁ ଭୟ ବି କରନ୍ତି ସବୁ କାହିଁକି ନା ବାଡିଆ ପିଟା ଏସବୁ କାମରେ ସେ ଧୁରନ୍ଧର।

ସାଇନା ଜାଣି ଶୁଣି କେମିତି ତାକୁ ବାହା ହେଇ ଥାଆନ୍ତା।

ତା ପାଇଁ ଶେଷରେ ସାଇନା ଦୂରରେ ରହିବାକୁ ବାଧ୍ୟ ହେଲା ।ଏତିକି ହଇରାଣ କରି ସନ୍ତୁଷ୍ଟ ହେଲାନି ପୁଣି ମାରିଦେଲା। ଶେଷଥର ପାଇଁ ଯାଇ ମୋ ସାଙ୍ଗକୁ ଧରି ବହୁତ କାନ୍ଦିଲି,ମୋ ସାଙ୍ଗ ପଳେଇଲା ଗୋଟିଏ ଅଜଣା ଦୁନିଆକୁ।ଏବେ ବି ଆଖି ଆଗରେ ନାଚି ଯାଉଛି ତା ସରଳିଆ ମୁହଁ।

ମୁଁ ବହୁତ ଲାଗିଲି ବହୁତ ଲଢିଲି ବହୁତ ନେହୁରା ହେଲି ମୋ ସାଙ୍ଗକୁ ନ୍ୟାୟ ଦେବା ପାଇଁ କିନ୍ତୁ ତାରିଖ ପରେ ତାରିଖ ଘୁଞ୍ଚି ଚାଲିଲା‌।ଫାଇଲ୍ ଉପରେ ଫାଇଲ୍ ଲଦା ହେଇ ଚାଲିଲା ତଳେ ରହି ରହି ଶେଷରେ ଅଦୃଶ୍ୟ ହୋଇ ରହିଗଲା ସାଇନାର ଫାଇଲ୍ ।କାହାକୁ ବା ଏଠି ଠିକ୍ ରେ ନ୍ୟାୟ ମିଳେ।ମୋ ସାଙ୍ଗ ଭଳି ନିରୀହ ଝିଅଟିକୁ ଗାଡ଼ି ଚେପେଇ ମାରିଦେଲା ସେ ।ତଥାପି ବି ଆଜି ସେ ଭଦ୍ର ହୋଇ ମୁକ୍ତ ଆକାଶରେ ବୁଲୁଛି ଅୟସ୍ ଆରମ୍ ରେ ଦିନ କାଟୁଛି ବଡ଼ ଘର ପୁଅ ବୋଲି ତା ପାଇଁ କିଛି ନିୟମ ନାହିଁ? ଧନୀ ଘର ବୋଲି କ'ଣ ତା ପାଇଁ କିଛି ଶାସ୍ତି ନାହିଁ ? ନା ଗରିବଙ୍କ ପାଇଁ ଅଲଗା ନିୟମ ,ଧନୀଙ୍କ ପାଇଁ ଅଲଗା ନିୟମ ?ନା ସମସ୍ତଙ୍କ ପାଇଁ ସବୁକିଛି ନିୟମ ଅଛି କିନ୍ତୁ ଅସଲ କଥା ତ ହେଲା ସରକାରର ଚାକର ମାନେ ସେଇ ନିୟମ , କାର୍ଯ୍ୟାନୁଷ୍ଠାନ ସବୁକୁ  କେତେଟା ଟଙ୍କାରେ ବିକ୍ରି କରି ଦେଉଛନ୍ତି ଏଭଳି ହୀନ ଚରିତ୍ର ଲୋକଙ୍କ ପାଖେ। ନହେଲେ କେତେ କେତେ ଚରିତ୍ର ସଂହାର କରିଥିବା ଭଦ୍ର ବ୍ୟକ୍ତି ଏମିତି ଖୋଲାରେ ବୁଲୁ ନଥାନ୍ତେ।ସାଇନା ଆଜି ବି ନ୍ୟାୟ ପାଇବା ଆଶାରେ । ହେଲେ କିଏ ଦେବ ତାକୁ ନ୍ୟାୟ । ସମସ୍ତେ ତ ପଇସାର ଗୁଲାମ। ଧିକ୍ ସେଇ ନିୟମକୁ ,ଧିକ୍ ସେଇ ସରକାରର ଚାକରକୁ ଯିଏ ଦୋଷୀକୁ ଖୋଲା ଆକାଶରେ ବୁଲିବା ପାଇଁ ଛାଡି ଦେଉଛି।


Rate this content
Log in

Similar oriya story from Action