STORYMIRROR

Maitreyee Kamila

Classics

2  

Maitreyee Kamila

Classics

ଚପଲ ମୋ ଠାକମାର

ଚପଲ ମୋ ଠାକମାର

2 mins
351

ସେ ଚପଲ ହଳକ ଆଜି କାଇଁ ବେଶ ମନେପଡୁଛି। ସେମିତି କିଛି ଦାମୀ ଚପଲ ନଥିଲା। ହେଲେ ମୋ ପାଇଁ ଆଜି ଅପସରା ସ୍ମୃତି ହୋଇ ରହିଯାଇଛି। ମୋ  ଠାକମା ଯିଏ ଜୀବନ ସାରା ଚପଲ ପିନ୍ଧି ଥିବାର କେହି ଦେଖିନାହାନ୍ତି। ତାଙ୍କ ପାଇଁ ଘର ପିଣ୍ଡା ରୁ ବାଡିପଟ ପୁଣି ବାଡ଼ି ରୁ ପିଣ୍ଡା ଦିନ ସାରା ସେତିକି ଭିତରେ ସବୁ। ଦିନସାରା କାହିଁଇକି ଜୀବନ ସାରା। ବାଡ଼ିରେ ଗୋଟେ ପିଜୁଳି ଗଛ ଲଗେଇଥିଲେ, ସେଇ ଗଛ କୁ ଅନେଇ ସେ ଦୁନିଆ ଯାକ ର ଖୁସି ପାଉଥିଲେ । କେତେବେଳେ ପତ୍ର ଟେ କଅଁଳିଆ ହେଲାଣି ଫୁଲ ଧରିଲାଣି, ହେଇ କଷି ଆସିଲାଣି, ତାଙ୍କ ଆଖିରେ ଗଛ ଟା ମହତ ସ୍ଥାନ ଅଧିକାର କରିଥିଲା। ସେ ଗଛ କୁ ଦେଖି ଦେଖି ଜୀବନ ର ଅଧା ଗଢ଼ା     ଭଙ୍ଗା ଦଦରା  ନୌକା କୁ କୂଳରେ ଲଗେଇବାକୁ ସାହସ ଜୁଟାଉଥିଲେ। ଆମେ ସବୁ ଭାଇଭଉଣୀ ତାଙ୍କ ଜୀବନ ର ଏକ ବିଶେଷ ଅଙ୍କ ଥିଲୁ। ସବୁଠୁ ବଡ଼ କଥା ଜ୍ୟୋତିଷ ବିଦ୍ୟା ରେ ପାରଙ୍ଗମ ଥିଲେ। ପାଠ ସେତିକି ପଢିଥିଲେ ଯେତିକି ରେ ସଂସାରର ସବୁ ଅଙ୍କ କଷି ହେବ। ସେ ଯେଉଁ ଘରେ ଶୁଅନ୍ତି ସେଠି କାଠ ର ଆଲମାରୀ ଗୋଟେ ଆଜି ମଧ୍ୟ ଅଛି। ସେଥିରେ ସବୁ ବେଳେ ଚାବି ପଡିଥିବ। ଠାକବା ଥିଲା ବେଳେ ମଝିରେ ମଝିରେ ଖୋଲନ୍ତି। କଣ ସବୁ ଦରକାରୀ ଜିନିଷ କାଢିବା ପାଇଁ। ଆଲମାରୀ ଖୋଲିବା ବେଳକୁ ତାଙ୍କ ପାଖରେ ଯିଏ ଥିବ ମାନେ ଆମ ଭଉଣୀ କି ଭାଇ ସେ ତା ଭିତରେ ଅଧା ପଶିଯାଇଥିବ। ତା ଭିତରେ କଣ ଅଛି ଜାଣିବାକୁ ଭାରି ଇଚ୍ଛା ହୁଏ। ସେ କହିବେ ମୁ ଚାଲିଗଲା ପରେ ଏ ଆଲମାରୀ ଖୋଲିବ। ସେ ଯିବାପରେ ସେ ଆଲମାରୀ ଖୋଲା ହେଲା ମୁ ନିଜେ ଖୋଲିଲି, ଯାହା ପାଇଲି ମୋ ଆଖିକୁ ଵିଶ୍ଵାସ କରିପାରିନଥିଲି, ମୋ ହାତ ଲେଖା କବିତା,ସବୁ ଯାହା ମୁ ନିଜେ ଭୁଲି ଯାଇଥିଲି। ଛୋଟ ବେଳେ କେବେ କେମିତି ବକ୍ତୃତା ଦେଇଥିଲି ତାର କାଗଜ଼। ପ୍ରାୟ କୋଡିଏ ବର୍ଷ ତଳର କାଗଜ଼ ସବୁ ପୁରୁଣା ଦିନ କୁ ମନେ ପକେଇଥିଲା। କେବେ ସେ ଚପଲ ପିନିଧିବାର କେହି ଦେଖିନାହାନ୍ତି । ଦିନେ ସେ ମୋତେ କହିଲେ ବର୍ଷାଦିନ ଟା ଚାପିଲି (ଚପଲ କୁ) ହଳେ ଆଣି ଦେବୁ କେତେବେଳେ ବଜାର ଗଲେ ,ଚପଲ ଆସିଲା। ତାକୁ ଗୋଡ଼ ରେ ସଜାଡ଼ି କରି ପିନ୍ଧେଇବା ପାଇଁ ସମସ୍ତେ ଲାଗିପଡିଲୁ। ବହୁତ ଦିନ ଲାଗିଥିଲା ଠିକ ସେ ପିନ୍ଧିବାକୁ କାରଣ ଚପଲ ଆଉ ତାଙ୍କ ପାଦ ର ତାଳମେଳ ଠିକ ରହିପାରୁନଥିଲା। ଚାଲିବାକୁ ମଧ୍ୟ ଅନେକ ଦିନ ଲାଗିଲା। ମୋ ଜାଣିବାରେ ଆଉ ତାପରେ ସେ ଚପଲ କିଣିବାକୁ କାହାକୁ କହିବାର ମୁ ଜାଣିନି। ଆଜି ମଧ୍ୟ ସେ ଚପଲ ମୋର ମନେପଡୁଛି। ପନ୍ଦର ଟଙ୍କା ନେଇଥିଲା। ପ୍ଲାଷ୍ଟିକ ଚପଲ ହଳେ। ଠାକୁର ଅନୁକୂଳଚଂଦ୍ରଙ୍କୁ ଗୁରୁ ଭାବରେପୁଜା କରୁଥିଲେ। ହେଲେ କାହା ଘରକୁ ସତସଙ୍ଗ ରେ ଯାଇପାରୁନଥିଲେ। ସକାଳ ସଂଜ ପ୍ରାଥନା ଠିକ ସମୟରେ କରୁଥିଲେ, ସେଇସମୟରେ ପୁରା ପରିବାର ସାଙ୍ଗ ହୋଇ ପ୍ରାଥନା ରେ ବସୁଥିଲୁ। ସେ ଯିବା ବେଳେ ଗୋଟେ କଥା କହି ଥିଲେ । ମୁ ଯାଉଛି, ଠାକୁର ଘରେ ରହିଲେ। ବାସ ଏତିକି। ଆଜି ମଧ୍ୟ ଘରକୁ ଗଲେ ସବୁ ଏକାଠି ପ୍ରାଥନା କରୁ, ହେଲେ ତାଙ୍କ ସହ ବସି ପ୍ରାଥନା କରିବାର ଯୋଉ ଉତ୍ସାହ ବହୁତ ମନେ ପଡେ।


Rate this content
Log in

Similar oriya story from Classics