STORYMIRROR

Pramila Sahoo

Abstract

2  

Pramila Sahoo

Abstract

ଚମ୍ପା

ଚମ୍ପା

2 mins
7.4K


ଆମ ଗାଁ ମଫସଲ ,ସହର ଠାରୁ ଅନେକ ଦୂରରେ । ଗାଁର ନାଆ ହଳଦିଆ ଗୋଲାପ । ଆମ ଗାଁକୁ ଯିବା ପାଇଁ ରାସ୍ତା ଅଣଓସାର । ଆଉ ଗାଁର ଶେଷ ମୁଣ୍ଡକୁ ପୋଖରୀଟିଏ । ଦୋକାନ ବଜାର ବୋଲି କହିବାକୁ ଗଲେ ନରିଆ ସାହୁର ଛୋଟ ଦୋକାନ ଖଣ୍ଡେ । ଆମ ଗାଁରେ ଚମ୍ପାର ଘର । ସେ ଦେଖିବାକୁ ଅସୁନ୍ଦରୀ ଆଉ କାଳି, ବହୁତ ଜାଗାରୁ ପ୍ରସ୍ତାବ ଆସୁଛି କିନ୍ତୁ ତାହା ଅସୁନ୍ଦର ପାଇଁ ଭାଙ୍ଗି ଯାଇଛି । ଚମ୍ପାର ଘର କହିଲେ ଗୋଟିଏ ବଖରା ସେହିଠାରେ ରୋଷେଇ ଘର,ଆଉ ଖାଇବା ଶୋଇବା ମଧ୍ୟ, ଚମ୍ପାର ମନ ସବୁବେଳେ ଦୁଃଖ କେମିତି ଦୁଃଖ ହେବନି ଯେ ସେ କାଳି ବୋଲି କିଏ ବି ତାକୁ ଭଲ ପାଆନ୍ତିନି, ସମସ୍ତେ ଘୃଣା କରନ୍ତି । ଆଉ ଜନ୍ମକରି ମା ଚାଲି ଗଲା

ଆରପାରିକୁ ,ବାପା ବାହା ହୋଇ ସାବତ ମା ଆଣିଲା ।

ପିଲାଟି ଦିନରୁ ଆଜି ଯାଏ ଦୁଃଖ କଷ୍ଟ । ଚମ୍ପାର ସାନ ଭଉଣୀଟିଏ ଅଛି ।

ଇଲେ କାଳି ପୋଡ଼ା ମୁହିଁ କୁଆଡ଼େ ଗଲୁ ବା..ବେଗୀ ବେଗୀ କାମ ପାଇଟି ସାରିଦେ.....ଆଜି ପରା ପୁଅ ଘର ଲୋକ ତୋ ଦେଇ କି ଦେଖିବାକୁ ଆସିବେ...।

ଯାଆ ସେ ପୋଡ଼ା ମୁହିଁ କାଳି ଚମ୍ପାକୁ କହିଦେ ଟିକେ ଭଲ କରି ପୋଖରୀ ତୁଠରେ ଯାଇ ହଳଦୀ ଲଗାଇ ଦେଉ ମୁହଁରେ। ଯେଉଁଠି ତ ପ୍ରସ୍ତାବ ଆସୁ ଭାଙ୍ଗି ଯାଉଛି । ତା ପାଇଁ ମୁଁ ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲି ପାରୁନି..ମା କୁ ଖାଇଲା ମଲା ନିଜେ ମଲାନି ଯାଆ । ବୋଉ କଣ ହେଲା...ଆଲେ କାଳି ମୁହିଁ ଯା ଆଉ ସେ ସୁନ୍ଦର ମୁହଁ ଦେଖାନି

ମତେ । ଯା ପୋଖରୀ କି ଗାଢିଆରେ ମରିବୁ....ମା ମା ଆସି ଗଲାଣି ଚମ୍ପା ଦେଇ କି ଦେଖିବାକୁ । ଗଲୁ ମା ଟିକେ ଲେମ୍ବୁ ପାଣି କରିଆଣେ....ପୁଅ ବସ ବାପା....ଯା ଦେଇ କି ଡାକି ଦେ,ବୋଉ ବୋଉ ....କଣ ହେଲା ବା ଘରେ ଚିନି ନାହିଁ । କେମିତି ଲେମ୍ବୁ ପାଣି କରିବି,ଏପଟେ ସବୁ ଶୁଭୁଥାଏ... ଯା ଆ ନରିଆ ସାହୁ ଦୋକାନରୁ ବାକି କରି ଚିନି ୫୦ ଆଣିଆସିବୁ, ଯାଉଛି ବୋଉ... ନରିଆ ଦାଦା ବୋଉ କହିଲା ଚିନି ୫୦ ଦିଅ, ସନ୍ଧ୍ୟା ବେଳେ କୁ ବାପା କାମରୁ ଆସିଲେ ପଇସା ଦେଇ ଦେବି... ନା ନା ମୁଁ ଦେଇ ପାରିବି ନାହିଁ। ସବୁବେଳେ ବାକି ନଉଚ ପଇସା ଦେବା ନା ଗନ୍ଧ ନାହିଁ । ଦାଦା ଆମ ଘରକୁ କୁଣିଆ ଆସିଛନ୍ତି.... ଦୟାକରି ଦିଅ..ନା ନା ତତେ ପୁଣି ଦେଖି ବାକୁ କି ଆସିଛି ସେ ନିହାତି ଅନ୍ଧ ହେଇଥିବ । ଏ କାଳି ନୋଏ ଚିନି... ଛି ଛି ଛି ତତୋ କିଏ ବାହା ହେବ । ଲେମ୍ବୁ ନେଇ ଚମ୍ପା ଗଲା.. ସମସ୍ତଙ୍କୁ ନମସ୍କାର ହେଲା... ଚମ୍ପାକୁ ଦେଖି ଉଠିଲେ ଦୁଇ.ଜଣ...ସେ ଲେମ୍ବୁ ପାଣି ପିଇବେ କଣ ...କହିଲେ ଯାଉଚୁ ସନ୍ଧ୍ୟା ବେଳକୁ ଖବର ପଠେଇବୁ....ସେ ଦିନ ଯାଇ ଦୁଇ ଦିନ ପରେ ଖବର ଆସିଲା .....ନା ....ସାବତ ମା ର ଯନ୍ତ୍ରଣା ଆଉ ଗାଁ ଲୋକ କଥା ସହି ପାରିଲା ନାହିଁ ଚମ୍ପା ଶେଷରେ ସେ ସବୁ ଦିନ ପାଇ ଆଖି ବୁଝି ଦେଲା ।

ସତରେ ଚମ୍ପାର ଦୋଷ କଣ ସେ କାଳି । ତାକୁ ତ ଭଗବାନ ଗଢିଛନ୍ତି । କଳା ଗୋରାରେ କିଛି ନଥାଏ ମନୁଷ୍ୟର ବ୍ୟବହାର ସୁନ୍ଦର ହେବା ଦରକାର......।


Rate this content
Log in

Similar oriya story from Abstract