Pramila Sahoo

Abstract

2  

Pramila Sahoo

Abstract

ଶୀତ ରାତି ସେତେବେଳେ

ଶୀତ ରାତି ସେତେବେଳେ

1 min
7.3K


ଶୀତ ରାତି ସେତେବେଳେକୁ ରାତି୧୦ଟା ଗାଁର ଶେଷ ମୁଣ୍ଡରେ ବହୁତ ଜୋରରେ କାନ୍ଦ ଶୁଭୁଥାଏ । ମୁଁ ଆଉ ରହିପାରିଲି ନାହିଁ.। ଯାଇ ପହଞ୍ଚି ଦେଖେ ତ ୫ ବର୍ଷର ପିଲାଟି ସବୁଦିନ ପାଇଁ ଆଖି ବୁଜି ଦେଇଛି ।ତାହା ମା ଆଉ ସିଏ ଦୁଇ ଜଣ ରୁହନ୍ତି । ଭାରି ଗରିବ ,କହିବାକୁ ଗଲେ ଦୁଇ ମୁଠା ଦାନା ମିଳିବା ବହୁ କଷ୍ଟକର । ପଚାରିଲି ଏ ମା ପୁଅର କଣ ହୋଇଥିଲା । ୬୦ବର୍ଷର ମା କହିଲେ ୪ଦିନ ହେବ କିଛି ଖାଇ ନଥିଲା । ଆଉ କେତେ ଏମିତି ନଖାଇ ,ଭୋକ ଉପାସରେ ବଞ୍ଚି ଥାଆନ୍ତା । ତାହାର ପରା ଜୀବନ ଅଛି ।

ମୋର ହଠାତ୍ ମନେ ପଡ଼ିଲା ୮ଦିନ ପୂର୍ବରୁ ମୋ ପାଖକୁ ସିଏ ଆସି ପଚାରୁଥିଲା । ଏମିତି କି ଜିନିଷ ଅଛି ତାକୁ ଖାଇଲେ ଜୀବନରେ ଆଉ କେବେବି ଭୋକ ଲାଗିବ ନାହିଁ । ମତେ ଟିକେ କୁହ ଦିଦି । ମୁଁ ଯେମିତି ୧୦୦ ବର୍ଷ ବଞ୍ଚିଯିବି । ମୋ ଆଖି ଆଗରେ ତାହାର ସେହି ବିକଳ ମୁହଁ ନାଚି ଗଲା ନିଜକୁ ନିଜେ ଆଉ ସମ୍ଭାଳି ପାରିଲିନି ଆଖିରୁ ଲୁହ ଧାର ଧାର ହୋଇ ବାହାରି ଗଲା । ଏ କଣ ଜୀବନ ।

ପ୍ରମିଳା


Rate this content
Log in

Similar oriya story from Abstract