Pramila Sahoo

Tragedy

2  

Pramila Sahoo

Tragedy

ଭାଇ ଭଉଣୀ କାହାଣୀ

ଭାଇ ଭଉଣୀ କାହାଣୀ

1 min
7.7K


ଛୋଟ କାହାଣୀଟିଏ ,ଗାଁର ନା ମୁକ୍ତିପୁର । ଆମ ଘର ପାଖରେ ସନାର ଘର ଭାରି ଗରିବ ପିଲାଟି ତାକୁ ବୟସ ହେବ10 ବର୍ଷ ଆଉ ତାହାର ଗୋଟିଏ କୁନି ଭଉଣୀ ତାକୁ ବୟସ ପ୍ରାୟ 5 ବର୍ଷ । ବାପ,ମା ଦୁହେଁକୁ ଛାଡି ଆରପାରିକି ଚାଲିଗଲେ । ସନା ପାଖରେ ସାନ ଭଉଣୀ ପ୍ରତିମାକୁ ଛାଡି ଦେଇ ଗଲେ । ସନା ବାରଣ୍ଡାରେ ବସି କାନ୍ଦୁ ଥାଏ, ତା ଭଉଣୀ ପ୍ରତିମା ଆସି ଭାଇକୁ ବୁଝାଉଥାଏ । ଭାଇ ତୁ କାନ୍ଦେ ନି ମୁଁ ଅଛି ହେଲେ ଭାଇ ମୋର ପାଠ ପଢ଼ିବା ପାଇଁ ଭାରି ଇଚ୍ଛା । ପ୍ରତିମାର କଥା ଶୁଣି ସନା ଆଖି ଲୁହ ପୋଛିପକାଇ ତାର ସବୁତକ ବହିକୁ ନଦୀରେ ଭସେଇ ଦେଲା ଆଉ ମୁଲ ଲାଗିଲା । ଭଉଣୀକୁ ପାଠ ପଢେଇଲା । ଏହା ମଧ୍ୟରେ ସନାର ବାହାଘର ସରିଛି.....

ସନା ଯେମିତି ଶାନ୍ତ ସରଳ ତାହା ସ୍ତ୍ରୀ ମଧ୍ୟ ସେମିତି ଭାରି ନିରିହ । ସନା ଦୁଃଖ କଷ୍ଟସହି କିଛି ଟଙ୍କା ପାଖରେ ରଖିଛି ଭଉଣୀର ବାହାଘରପାଇଁ ପ୍ରତିମା ବି ନୂଆ ନୂଆ ଶିକ୍ଷୟିତ୍ରୀ ଚାକିରୀରେ ନିଯୁକ୍ତି ପାଇଥାଏ । ହସ ଖୁସିରେ ଘର ଉଠୁଥାଏ ପଡୁଥାଏ । ସନା ଗୋଟିଏ ଝିଅ କିନ୍ତୁ ସନା ତା ଭଉଣୀ ପ୍ରତିମାକୁ ବହୁତ ଭଲପାଏ । ଧନୀଘରୁ ସବୁ ବାହାଘର ପ୍ରସ୍ତାବ ଆସୁଥାଏ ପ୍ରତିମା ପାଇଁ । ସନା ଟିକେ ରାଜି ହେଉନଥାଏ କେବେ ଭଉଣୀକୁ ଛାଡି ଏକା ରହିନାହିଁ ତ ଭାବୁଛି ମୋ ଭଉଣୀକୁ ବାହା ହେଲାପରେ ଦୁଃଖ କଷ୍ଟ ଅନୁଭବ କରିବ । ସେମିତି ପ୍ରତିମା ଭାଇକୁ ମୂହୁର୍ତ୍ତ ପାଇଁ ଛାଡି ରହିପାରେନି । ଶେଷରେ ପ୍ରତିମାର ଏମିତି ରୋଗ ହେଲା ଶାଶୁଘରକୁ ଯିବା ପୂର୍ବରୁ ସବୁଦିନ ପାଇଁ ଭାଇକି ଛାଡି ଆରପାରିକି ଚାଲିଗଲା । କିନ୍ତୁ ଭାଇ ଆଖି ଲୁହ ଦେଇଗଲା ସବୁଦିନ ପାଇଁ ... ।

ପ୍ରମିଳା ସାହୁ


Rate this content
Log in

Similar oriya story from Tragedy