STORYMIRROR

Pramila Sahoo

Tragedy

2  

Pramila Sahoo

Tragedy

ଶୀତ ରାତି

ଶୀତ ରାତି

1 min
2.8K


ଶୀତ ରାତି...ଆଃ, କି ଶୀତ ! ହାତ ,ପାଦ ଥରୁଥାଏ..ଦାନ୍ତକୁ ଦାନ୍ତ ବାଜୁ ଥାଏ.....ମୁଁ ଅଜଣା ରାସ୍ତାରେ ଚାଲୁଥାଏ କାରଣ ସେ ସହରରେ ମୁଁ ନୂଆ....ରାତି ପ୍ରାୟ 7.26 ହେବ .୮ବର୍ଷର ଛୋଟ ପିଲା...... ଦେହରେ ଛିଣ୍ଡା ପୋଷାକ ଖଣ୍ଡେ ପିନ୍ଧିଥାଏ....ଶୀତରୁ ମୁକ୍ତି ପାଇଁ ପାଖରେ ପୋଷାକ ଖଣ୍ଡିଏ ନାହିଁ.... ଆଉ ଖାଇବା ପାଇଁ ସେ ଦୋକାନ ଆଗରେ ଗୋଟିଏ ଘଣ୍ଟା ହେବ ଛିଡ଼ା ହୋଇଛି ......ସେ ଦୋକାନୀ ଯେମିତି ଅନ୍ଧ ତାକୁ କିଛି ଦେଖା ଯାଉନି...କିଛି ସମୟ ପରେ ଜଣେ ଯୁବକ ବରା ଆଉ ତରକାରି ଖାଇଲା.... ଏଇ ଛୋଟ ପିଲାଟି ବିକଳରେ ମାଗୁଥାଏ ହାତ ପାତେଇ.... ଏହା ଦେଖି ଦୋକାନୀ ଜଣଙ୍କ କହିଲା ଆ ଆ ଖାଇବୁ ଯଦି.... ପିଲାଟି ଭାରି ଖୁସିରେ ହାତ ଦେଖେଇ ଦେଲା.. ଦୋକାନୀ ଜଣଙ୍କ ଗରମ ଗରମ ତେଲ ଢାଳି ଦେଲା.... ନେ ଖାଆ ...ପିଲାଟି ବିକଳରେ ମା ଲୋ ବାପା ଲୋ କାନ୍ଦୁ ଥାଏ.... କଅଁଳ ହାତରେ ଫୋଟକା ଭାରି ଆସିଲା.... ଆଃ କି କଷ୍ଟ....

"ଜୀବନରେ ଅନେକ ଦୁଃଖ କିନ୍ତୁ ଆମ ଦ୍ୱାରା ଯେତିକି ସମ୍ଭବପର ଅନ୍ୟର ଦୁଃଖ ଯନ୍ତ୍ରଣାକୁ କମ୍ କରିବା ଉଚିତ୍"

ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy