STORYMIRROR

Pramila Sahoo

Inspirational

3  

Pramila Sahoo

Inspirational

ମନ ତଳର ଅଦେଖା ଯନ୍ତ୍ରଣା ମା

ମନ ତଳର ଅଦେଖା ଯନ୍ତ୍ରଣା ମା

1 min
15K


ଏ ନିଆଁ ଲଗା ପାଟିକୁ କିଛି ଭଲ ଲାଗୁନାହିଁ...ମୋର ଯେତେବେଳେ ବଳ ବୟସ ଥିଲା... ନଅ ତିଅଣ ଛଅ ଭଜା କରୁଥିଲି... ଆଜି ବୋହୂ କହୁଛି ଇଚ୍ଛା ହେଲେ ଖାଉ ନହେଲେ ନିଜେ ରୋଷେଇ କରିଦିଅ | ଆଉ କେତେ ଶରଧାରେ ନାତି ପାଇଁ ମିଠା ଆଣି ଥିଲି...|

ବୋହୂ କହୁଛି ଅଖାଦ୍ୟ ଖରାପ ଜିନିଷ ଖାଇଲେ ରୋଗ ହେବ | ମୁଁ ବୁଢ଼ୀ ହେଲେ ବି ଜାଣିଛି ଭଲ କେଉଁଠା ଆଉ ଖରାପ କଣ....ମୁଁ ମୋ ନାତିର ଅମଙ୍ଗଳ ଚାହୁଁ ନାହିଁ ....ମୋ ହାତରେ ତିନି ପୁଅକୁ ବଡ଼ କରିଛି କିନ୍ତୁ ଆଜି ମୋ ହାତ ଏତେ ଅସନା ଯେ ଟିକିଏ ନାତି ନାତୁଣୀକୁ ଛୁଇଁଲେ ସେମାନଙ୍କୁ ରୋଗ ହେଇଯାଉଛି |

ମୋ ପାଖକୁ ପିଲାମାନଙ୍କୁ ଆସିବାକୁ ଦେଉନାହାନ୍ତି...| ମୋର ଇଚ୍ଛା ହୁଏ ନାତି ନାତୁଣୀ ସହ ଖେଳନ୍ତି ବୁଳନ୍ତି ଆଉ ମନ ଭରି ସ୍ନେହ ଶ୍ରଦ୍ଧା ପ୍ରେମ ସବୁ ଅଜାଡି ଦିଅନ୍ତି | ହେଲେ ଏ ସବୁ ମୋ ପାଇଁ ସପନ କେବେ ସତ ହେବନାହିଁ | ତାଙ୍କ ମା ମୋ ପାଖକୁ ଛାଡିବେ ନାହିଁ ଛାଡ଼ ଏ କଥା ଭାବିଲା ବେଳେକୁ ମୋ ହୃଦୟ କେମିତି ହୋଇ ଯାଉଛି ଆଖିରୁ ଲୁହ ଝରି ଯାଉଛି |

ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational