STORYMIRROR

Pramila Sahoo

Inspirational Tragedy

3  

Pramila Sahoo

Inspirational Tragedy

ଶାନ୍ତି

ଶାନ୍ତି

1 min
15.3K


ହଁ କେଉଁଠି ବି ଟିକେ ଶାନ୍ତି ନାହିଁ.. ଆଉ ଏ ଜୀବନ ରଖି କି ବା ଆଉ ଲାଭ..ପିଲା ବେଳରୁ ତ ଆଜି ଯାଏଁ ଖାଲି ଦୁଃଖ ମୋ କପାଳରେ ଲେଖା କାହାକୁ ବା ଦୋଷ ଦେବି ସବୁ ମୋ ଭାଗ୍ୟ... ଆଉ କାହାକୁ କିଛି କହିହେବ ନାହିଁ..ବଡ଼ ସାନ ଗୁରୁଜନକୁ ପଚାରେ କିଏ ? ସବୁ ତ ନିଜ ଇଚ୍ଛାରେ ରାଜା ..ମୁଁ ଆଜି ଏମାନଙ୍କ ପାଇଁ ଅଯୋଗ୍ୟ... କିଛି କାମ କରିପାରୁ ନାହିଁ ପରା..ଯେତେ ବେଳେ ସେମାନେ ଛୋଟ ଥିଲେ ଏଇ ମୋ ହାତରେ ବଡ କରି ବାହା ଶାହା ଘର କଲି ...ଆଜି ମୋ ପାଇଁ ତାଙ୍କ ପାଖରେ ଟିକିଏ ଜାଗା ନାହିଁ.....ଚାରି ପୁଅ ଜନ୍ମ କରିଥିଲି ବୁଢ଼ୀ ବେଳେ ଟିକେ ଶାନ୍ତିରେ ରହିବି ବୋଲି କି..ହେଲେ ରହିବା ତ ଦୂରର କଥା ଆସି ଟିକିଏ ଦେଖୁ ନାହାନ୍ତି ଯେ ମା ମରିଛି କି ବଞ୍ଚି କି ଖାଇଛି କି ନାହିଁ...ଭାବିଥିଲି ବୋହୂ ମାନେ ଆସିଲେ ମୋ ଦୁଃଖ ବୁଝିବେ ହେଲେ ସେମାନେ ମତେ ଆହୁରି ଦୁଃଖ ଦେଲେ.... ଚାକରାଣୀ ପରି ଘରର ସବୁ କାମ କଲି....ଯେମିତି କିଛି କାମ ନକରି ପାରିଲି ମତେ ଘରୁ ବାହାର କରିଦେଲ...ଦିନ ଆସିବ ତୁମେ ବି ପୁଅ ଜନ୍ମ କରିଛ ଏମିତି କଷ୍ଟ ପାଇବ ..କିନ୍ତୁ ମୁଁ ଇଶ୍ଵରଙ୍କୁ ଏତିକି ମାଗୁଛି ମୋ ପରି କେଉଁ ମା ଦୁଃଖ ଯନ୍ତ୍ରଣା ନପାଆନ୍ତୁ.....

**ଶାଶୁ ଶଶୁରଙ୍କ ମନ କଥା ବୁଝ କାରଣ ତୁମେ ଯେମିତି ତାଙ୍କ ଘରର ବୋହୂ ସେମିତି ତୁମ ଘରକୁ କିଏ ବୋହୂ ହୋଇ ଆସିବ ସିଏ ଯଦି ତୁମ ବାପା ମା କୁ ଏମିତି ଦୁଃଖ ଦିଏ ସେତେବେଳେ ତୁମକୁ ବହୁତ କଷ୍ଟ ହେବ ତେଣୁ ଶାଶୁ ଶଶୁରଙ୍କୁ ନିଜ ବାପା ମା ପରି ଦେଖ ...କାରଣ ସେମାନେ ଖୁସିରେ ରହିଲେ ତୁମେ ବି ଖୁସି ରେ ରହିବ, ତାଙ୍କ ଆଖିରେ ଲୁହ ଦେଲେ କେବେ ବି ଶାନ୍ତି ରେ ରହି ପାରିବ ନାହିଁ**....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational